|
logo
Live
Argus News App
GET APP

Argus News - ଆଜିର ରାଶିଫଳ: ଶିଳ୍ପ, ପରିବହନ, ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଜମା ନିରାଶ ହେବେନି

Horoscope

Horoscope Today / ଆଜିର ରାଶିଫଳ: ଶିଳ୍ପ, ପରିବହନ, ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଜମା ନିରାଶ ହେବେନି

Ritu Das
Browse all articles by Ritu Das
·2 hours ago·3 min read
ଆଜିର ରାଶିଫଳ: ଶିଳ୍ପ, ପରିବହନ, ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଜମା ନିରାଶ ହେବେନି
India

Key Points

ମେଷ-
ପୁରାଣ ପଠନ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ଚଳଚ୍ଚିତ୍ର ତଥା ସଭାସମିତିରେ ସୁନାମ ମିଳିବ ।
ମେଷ-
ପୁରାଣ ପଠନ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ଚଳଚ୍ଚିତ୍ର ତଥା ସଭାସମିତିରେ ସୁନାମ ମିଳିବ । ଶିଳ୍ପ, ପରିବହନ, ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ କିନ୍ତୁ ନିରାଶ ହେବେନି। ପରୋକ୍ଷ ଶତ୍ରୁତା ପ୍ରତି ସତର୍କ ରହିବା ସହିତ କାମ ହାସଲ କରିବାରେ କିଛି ଅସୁବିଧା ହେବ ନାହିଁ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଦେବୀ ବଗଳାମୁଖିଙ୍କ ମନ୍ତ୍ର ପାଠ କରନ୍ତୁ

ବୃଷ-
ସ୍ୱାସ୍ଥ୍ୟରେ ଉନ୍ନତି ହେବ । ପୂର୍ବସମସ୍ୟା ସମାଧାନ ହୋଇ ବ୍ୟବସାୟ ବିସ୍ତାର କରିବାକୁ ଯୋଜନା କରି ପାରିବେ। ଅଫିସ୍ କାମକୁ ଠିକ୍ ସମୟରେ ଶେଷ କରିବା ପାଇଁ ଚେଷ୍ଟା କରିବେ। ସଂଘର୍ଷ କରି ବିଜୟ ଲାଭ ପାଇବେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା' ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରନ୍ତୁ

ମିଥୁନ-
ଦେହ ପୀଡା ହେତୁ ସବୁ କାର୍ଯ୍ୟ ଅଧା ରହିବ । ପତୀପତ୍ନୀଙ୍କ ଭିତରେ ମନମାଳିନ୍ୟ ଦେଖାଦେବ । ବ୍ୟବସାୟରେ ଉତ୍‌ଥାନ-ପତନ ଲାଗି ରହିବ। କେତେକ କ୍ଷେତ୍ରରେ ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିରେ ପଡ଼ି ଖର୍ଚ୍ଚାନ୍ତ ହେବେ। ଆନୁଷ୍ଠାନିକ କାମରେ ପ୍ରିୟ ବନ୍ଧୁଙ୍କ ଅନୁପସ୍ଥିତିରେ ଅଶାନ୍ତିବୋଧ କରିପାରନ୍ତି।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ

କର୍କଟ-
ପଛ କଥା ପଛରେ ପକାଇ ଏହି ସମୟର ସଦୁପଯୋଗ କରିପାରିଲେ ଭଲ । ବିଭିନ୍ନ ଅନୁଷ୍ଠାନ ସଂଗଠନ କ୍ଷେତ୍ରରେ ନିଜକୁ ସାମିଲ କରି ନିଜର ଦକ୍ଷତା ପ୍ରତିପାଦିତ କରିବେ । ଶିକ୍ଷାର୍ଥୀ ମାନଙ୍କ ପାଇଁ ଅଧ୍ୟୟନରେ ଆଗ୍ରହ ବଢିବ । ଖେଳାଳି ମାନେ ଉତ୍ତମ ପ୍ରଦର୍ଶନ କରି ସମୀକ୍ଷକଙ୍କ ପ୍ରଂଶସା ଭାଜନ ହେବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ବରଗଛ ମୂଳରେ କିଛି କ୍ଷୀର ଢାଳି ଦିନଟି ଆରମ୍ଭ କରନ୍ତୁ

ସିଂହ-
ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିବେ। ସ୍ୱାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ । ଜମିରେ ଆଜି ନିବେଶ କରନ୍ତୁ ନାହିଁ । ମହିଳା ମାନଙ୍କର କାର୍ଯ୍ୟ ଭାର ଅଧିକ ରହିବ । ନିର୍ମାଣାଧୀନ କାମରେ କିଛିଟା ସମସ୍ୟା ଅବଶ୍ୟ ଆସିଲେ ମଧ୍ୟ କିଛି ଅସୁବିଧା ହେବନି।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମା' ଭୂବନେଶ୍ବରୀଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

କନ୍ୟା-
ସମାଜ ସେବାରେ ଉଲ୍ଲେଖନୀୟ ସଫଳତା ଲାଭ କରିବେ । ଆୟନ ଛାତ୍ରଙ୍କ ପାଇଁ ଦିନଟି ଭଲ ରହିବ । ରାସ୍ତାଘାଟରେ ଯଥେଷ୍ଟ ସତର୍କତା ହୋଇ ଚଳିବା ଉଚିତ୍ । ମାଲିମକଦ୍ଦମାରେ ସାମାନ୍ୟ ସଫଳତା ମିଳିବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ଶ୍ରୀ ବିଷ୍ଣୁଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ

ତୁଳା-
କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ । ବନ୍ଧୁ ଗହଣରେ ସାଧାରଣ ଘଟଣାକୁ ନେଇ ମନସ୍ତାପ କରିବାକୁ ପଡ଼ିପାରେ। ଶାରୀରିକ ସମସ୍ୟାକୁ ଅଣଦେଖା କରିବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ନାନା ସମସ୍ୟା ବଢିପାରେ । ବ୍ୟକ୍ତିଗତ ଆର୍ଥିକ ସନ୍ତୁଳନ ବଜାୟ ରଖିବା ପାଇଁ ବିଶେଷ ପରିଶ୍ରମ କରିବାକୁ ପଡ଼ିବ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର ମନ୍ତ୍ର ପାଠ କରନ୍ତୁ

ବିଛା-
ବ୍ୟବସାୟୀ ମାନଙ୍କୁ ବ୍ୟବସାୟରେ ଲାଭଜନକ ହେବ । ଅର୍ଥ ସମ୍ମାନର ଅଭାବ ରହିବ ନାହିଁ । ରହୁଥିବା ସ୍ଥାନ ପରିବର୍ତ୍ତନ କରିପାରନ୍ତି । ସମାଜ କଲ୍ୟାଣ, ମନ୍ଦିର ମାନଙ୍କରେ ଯୋଗଦାନ କରି ପ୍ରଂଶସିତ ହେବେ । ମହିଳା ମାନେ ବୁଦ୍ଧି ଖଟାଇ ପରିସ୍ଥିତିକୁ ସୁଧାରି ନେବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ଭୋକିଲା ଲୋକଙ୍କୁ ଖାଇବାକୁ ଦିଅନ୍ତୁ

ଧନୁ-
ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ । ଦୃଢ଼ ମନୋବଳ ଓ କାର୍ଯ୍ୟଦକ୍ଷତା କର୍ମକ୍ଷେତ୍ରରେ ଲୋକପ୍ରିୟତା ସୃଷ୍ଟି କରିବ ଚଳଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଂଶସା ପାଇବେ । ପିଲାମାନେ ତାଙ୍କ କ୍ୟାରିୟର ପାଇଁ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ଭାବପ୍ରବଣତାବଶତଃ ବର୍ତ୍ତମାନ ପରିସ୍ଥିତିରେ ଅନ୍ୟମାନଙ୍କ ସହ ଶତ୍ରୁତା କଲେ କ୍ଷତିରେ ପଡ଼ିବେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ମା' ତାରାଙ୍କ ମନ୍ତ୍ର ପାଠ କରନ୍ତୁ

ମକର-
ପାରିବାରିକ କ୍ଷେତ୍ର ଶୃଙ୍ଖଳିତ ରହିବା ସଙ୍ଗକୁ ଅର୍ଥଲାଭ ହୋଇପାରେ । କର୍ମକ୍ଷେତ୍ରରେ ବନ୍ଧୁଙ୍କ ପ୍ରତିଶ୍ରୁତି ପାଇ ଆଶ୍ବସ୍ତି ଅନୁଭବ କରିବେ। ଚାକିରି ଖୋଜୁଥିବା ବ୍ୟକ୍ତିମାନଙ୍କୁ ନିଜର ଚେଷ୍ଟା ଓ ପରିଶ୍ରମର ପରିମାଣ ମିଳିବ । ପୂର୍ବରୁ ଚାଲୁଥିବା ଆଇନଗତ ଲଢେଇରେ ବିଜୟ ଲାଭ କରିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣକାଳୀଙ୍କୁ ପୂଜା କରନ୍ତୁ

କୁମ୍ଭ-
ସ୍ୱାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ସମ୍ପୂର୍ଣ୍ଣ ଉନ୍ନତି ଦେଖାଦେବ । ନିଜର ଲୋକପ୍ରିୟତା କାରଣରୁ ଶତ୍ରୁଠାରୁ ମଧ୍ୟ କାମ ହାସଲ କରିନେବେ। ବିଦ୍ୟାର୍ଥୀ ମାନେ ପଢାରେ ଅବହେଳା କରିପାରନ୍ତି । ବାଦବିବାଦ, ମାଲିମକଦ୍ଦମା ସଫଳତା ମିଳିବ । ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ବାଧା ଆସିପାରେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ରାହୁଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ମୀନ-
ନିର୍ଦ୍ଧାରିତ ସମୟ ମଧ୍ୟରେ କାମ କରନ୍ତୁ ଆପଣଙ୍କୁ ଲାଭ ମିଳିବ। ନୂଆ କାମ କରିବାକୁ ଆଗ୍ରହୀ ଥିଲେ ବରିଷ୍ଠଙ୍କ ପରାମର୍ଶ ନିଅନ୍ତୁ । ସରକାରୀ କ୍ଷେତ୍ରରେ ଲାଭବାନ ହେବେ । ସାମାଜିକ ସ୍ତରରେ ଛୋଟ ଘଟଣା ପ୍ରତି ଗୁରୁତ୍ୱଦେଲେ କ୍ଷତିରେ ପଡିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଧର୍ମ ସ୍ଥାନରେ ଡାଲି , ଚାଉଳ ଦିଅନ୍ତୁ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Horoscope Today: ଆଜିର ରାଶିଫଳ: ଶିଳ୍ପ, ପରିବହନ, ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଜମା ନିରାଶ ହେବେନି | Argus News