Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Horoscope

Horoscope / ମେଷ ରାଶି କର୍ମ କ୍ଷେତ୍ରରେ ଅଧିକ ପରିଶ୍ରମ କରିବା ହେତୁ ଉଚ୍ଚ ପଦବି ପାଇବେ

Rashmita Mishra
Browse all articles by Rashmita Mishra
·11 months ago·6 min read
ମେଷ ରାଶି କର୍ମ କ୍ଷେତ୍ରରେ ଅଧିକ ପରିଶ୍ରମ କରିବା ହେତୁ ଉଚ୍ଚ ପଦବି ପାଇବେ

Key Points

ବୃଷ ରାଶି ରାଜନୀତିରେ ସକ୍ରିୟ ଭୂମିକା ଗ୍ରହଣ କରିବେ

ମେଷ ରାଶି କର୍ମ କ୍ଷେତ୍ରରେ ଅଧିକ ପରିଶ୍ରମ କରିବା ହେତୁ ଉଚ୍ଚ ପଦବି ପାଇବେ

ମିଥୁନ ରାଶି ପ୍ରେମିକା , ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ସଫଳତା ପାଇବେ

ମେଷ- ଅଶ୍ୱନୀ, ପାରିବାରିକ ସ୍ଥିରତା ହଠାତ୍ ଆସି ନପାରେ । ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଏକାନ୍ତବୋଧ ହ୍ରାସ ପାଇବ । କର୍ମକ୍ଷେତ୍ରରେ ସରକାରୀ ସ୍ତରରେ ସମ୍ମାନିତ ହେବେ ଦ୍ୱିଜା- ରାଜନୈତିକ ଆଲୋଚନା କ୍ଷେତ୍ରରେ ଶୁଭଫଳ ପାଇବେ । ପରିକ୍ଷାର୍ଥୀ ମାନେ କଠିନ ପରିଶ୍ରମ କରି ସଫଳତା ଲାଭକରିବେ । ଅଫିସ୍ କାର୍ଯ୍ୟ ରେ ବ୍ୟସ୍ତ ରହିବେ । କୃତିକା- ଆୟର ଯଥେଷ୍ଟ ଅର୍ଥ ସାମାଜିକ ଏବଂ ଶୁଭକାର‌୍ୟ୍ୟରେ ଖର୍ଚ୍ଚ କରି ପାରନ୍ତି । ଉଚ୍ଚସ୍ତରୀୟ ଯାନବାହନ କ୍ରୟ କରିବାର ସୁବିଧା ପାଇବେ । ଛାତ୍ର ଛାତ୍ରୀ ମାନେ ପଢାରେ ମନ ଯୋଗ ରଖି ପାରିବେ ନାହିଁ ।

ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯

ପ୍ରତିକାର - ଦେବୀ ବଗଳାମୁଖିଙ୍କ ମନ୍ତ୍ର ପାଠ କରନ୍ତୁ


ବୃଷ- କୃତିକା, ନିଜର ଲକ୍ଷ୍ୟ ହାସଲ ଲାଗି ଯୋଜନା ପ୍ରସ୍ତୁତ କରିପାରନ୍ତି । ପେସାଦାର ବ୍ୟବସାୟଙ୍କୁ ଅଚାନକ ଧନଲାଭ ହୋଇପାରେ । ଅଫିସ କାମରେ ମନ୍ଥର ଗତିରେ ପୂରା ହେବ । ରୋହିଣୀ, ଅତ୍ୟଧିକ ଭାବ ପ୍ରବଣ ହୋଇ ଅପଦସ୍ତ ହେବେ । ବିଶ୍ୱାସ ସହ ଆଗକୁ ମାଡି ଚାଲିବେ । ବାକି ପଡିଥିବା ଅର୍ଥକୁ କୈାଶଳରେ ଆଦାୟ କରିବାକୁ ସମର୍ଥ ହେବେ । ଈଶ୍ୱରଙ୍କ ସାଧନାରେ ଲିପ୍ତ ରହିବେ । ମୃଗଶିରା, ବିରୋଧୀ ମାନଙ୍କ ପ୍ରତି ସାବଧାନ ରୁହନ୍ତୁ । ବାଟରେ ଯିବା ସମୟରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ । ବାଧ୍ୟତାବଶତଃ ଆନୁଷ୍ଟାନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ ।

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬

ପ୍ରତିକାର – ମା କମଳାଙ୍କର ମୂଳମନ୍ତ୍ର ପାଠ କରନ୍ତୁ


ମିଥୁନ- ମୃଗଶିରା, ବ୍ୟବସାୟ କ୍ଷେତ୍ରରେ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା ପାଇଁ ଚେଷ୍ଟା କରିବେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବା ସକାଶେ ଆହୂତ ହୋଇପାରନ୍ତି । ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ । ଆଦ୍ରା, ଚାକିରିରେ ନିଜକୁ ସଂଯତ ରଖି ଚଳିଲେ ଭଲ । ଗଣ ମାଧ୍ୟମରେ କର୍ମଚାରୀଙ୍କ ଲାଗି ଦିନଟି ଭଲ ରହିବ । କିଛି ଜିନିଷ ଦ୍ୱାରା ଆପଣ ଆଘାତ ପାଇ ପାରନ୍ତି । ଶିକ୍ଷାର୍ଥୀ ମାନେ ଆତ୍ମ ନିର୍ଭରଶୀଳ ରହିବେ । ପୁନର୍ବସୁ, ମାଲିମକବ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ। ରାସ୍ତାରେ ଯୀବାବେଳେ ସତର୍କ ରୁହନ୍ତୁ ସଡକ ଦୁର୍ଘଟଣାର ସମ୍ଭାବନା ରହିଛି । ମହିଳା ମାନେ ପାରିବାରିକ ସୁଖରେ ସମୟ ଅତିବାହିତ କରିବେ ।

ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫

ପ୍ରତିକାର – ତ୍ରିପୁରା ସିନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ


କର୍କଟ- ପୁନର୍ବସୁ- ଘରେ କୈାଣସି ଧାର୍ମିକ କାର‌୍ୟ୍ୟର ରୂପରେଖ ତିଆରି କରି ପାରନ୍ତି । ପରିସ୍ଥିତିରେ ପଡି ଅନ୍ୟମାନଙ୍କୁ ଭୁଲ ବୁଝିବେ। କୈାଣସି ଅସୁବିଧା ନଥିଲେ ମଧ୍ୟ ଅଯଥାରେ ଏଣୁ ତେଣୁ ଗୁଡାଏ ଚିନ୍ତାକରି ବିବ୍ରତ ହୁଅନ୍ତୁ ନାହିଁ । ପୁଷ୍ୟା, କର୍ମ କ୍ଷେତ୍ରରେ ଶତୃତା ବୃଦ୍ଧି ହୋଇପାରେ । ପ୍ରିୟ ବନ୍ଧୁଙ୍କ ସହିତ ଗପସପରେ ସମୟ ବିତାଇବେ । ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ । ମାଙ୍ଗଳିକ କାର‌୍ୟ୍ୟରେ ଯୋଗ ଦେଇ ଅଶେଷ ସୁଖ ଲାଭ କରିବେ। ଅଶ୍ଲେଷା, ଜମିଜମା କାରବାରରେ ଠକାମୀରେ ପଡିବେ । ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ । ବିଶ୍ୱାସୀ ଲୋକ ମାନେ ଧୋକା ଦେବେ । ପ୍ରିୟ ଲୋକଙ୍କ ସହିତ ଆନନ୍ଦିତ ହେବେ

ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨

ପ୍ରତିକାର – ଭୂବନେଶ୍ୱରୀ ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ


ସିଂହ- ମଘା, ଦୁର୍ବଳତା ଯୋଗୁ କାମ କରିବାରେ ଆଗ୍ରହ ପ୍ରକାଶ କରିବେ ନାହିଁ । ବ୍ୟବସାୟରେ ଲାଭପ୍ରଦ ହେବେ ଓ ସୈଖିନ ଦ୍ରବ୍ୟ ସଂଗ୍ରହ କରିବେ। ଅଫିସ ଆଜି ନିଜ କାମକୁ ନେଇ ବ୍ୟସ୍ତ ରହିବେ । ପୂଫାଲଗୁନି- ଶିକ୍ଷାତ୍ରୀ ମାନେ ଦେଇଥିବା ପରିକ୍ଷାରେ କୃତକାର‌୍ୟ୍ୟ ହେବେ । ବ୍ୟବସାୟରେ ଉତରୋତର ଉନ୍ନତି ରହିବ । ଅନେକ ଗୁଡିଏ କାମ ଅଟକି ଯାଇ ଥିବାରୁ ଅନ୍ୟମନସ୍କ ରହିବେ । ଫାଲଗୁନି, ଜମିରେ ନିବେଶ ପାଇଁ ଶୁଭ ରହିବ । ଆପଣଙ୍କ ସ୍ୱଭାବ ଆଖପାଖର ବାତା ବରଣକୁ ମଜାଦାର କରିବ । ଅନ୍ୟ ମାନଙ୍କ ସମସ୍ୟାରେ ଆପଣ ବିଚଳିତ ହୋଇପାରନ୍ତି

ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧

ପ୍ରତିକାର – ମା ଭୂବନେଶୂରୀଙ୍କ ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ


କନ୍ୟା-ଫଳଗୁନି, ସ୍ୱାସ୍ଥ୍ୟ ପ୍ରାୟତଃ ଭଲ ରହିବ । କୌଣସି ଗୁରୁତ୍ୱ ପୂର୍ଣ୍ଣ କାର‌୍ୟ୍ୟକୁ ନେଇ ବ୍ୟସ୍ତ ରହିପାରନ୍ତି । ଜରୁରୀ କାମକୁ ମିତ୍ରଙ୍କ ସହାୟତାରେ ପୂରଣ ହେବ । ବ୍ୟକ୍ତିଙ୍କ ମନଭାବକୁ ଶିଘ୍ର ବୁଝିନେବେ । ହସ୍ତା, ରାଜନିତିରେ ରହି ଲୋକଙ୍କୁ ସହଯୋଗର ମନବୃତି ପୋଷଣ କରିବେ । ଛାତ୍ର ଛାତ୍ରି ମାନେ ଉଚ୍ଚ ଶିକ୍ଷା କରିବା ପାଇଁ ସୁଯୋଗ ଆସିପାରେ । କର୍ମ କ୍ଷେତ୍ରରେ ସବୁ କାର‌୍ୟ୍ୟ ସୁରୁଖୁରୁରେ ହେଇଯିବ । ଚିତ୍ରା, ନିଜ ପରିସରରେ ସବୁ କିଛିକୁ ହାଲୁକା ଭାବେ ଗ୍ରହଣ କରିଲେ ଅସୁବିଧାରେ ପଡିପାରନ୍ତି । ଆବଶ୍ୟକତା ପୂରଣ କରିବା ସକାଶେ ଟଙ୍କା,ପଇସା ଧାର କରିପାରନ୍ତି

ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ


ତୁଳା

ଚିତ୍ରା- ସ୍ୱାସ୍ଥ୍ୟରେ ଉନ୍ନତି ଆସିବ । ସାଧାରଣ କଥାରେ ପତ୍ନୀଙ୍କ ସହ ସାମାନ୍ୟ ମନୋମାଳିନ୍ୟ ଘଟିପାରେ । ପ୍ରିୟଜନଙ୍କ ଠାରୁ ପସନ୍ଦର ଉପହାର ମିଳିବ । ଆଜି କୈାଣସି ଆନୁଷ୍ଠାନିକ କାମରେ ନିୟ୍ୟେଜିତ ରହିବେ। ସ୍ୱାତୀ, ସନ୍ତାନ ମାନଙ୍କ ସାଫଲ୍ୟ ମନରେ ଖୁସି ଆଣିଦେବ । ରାଜନୀତିରେ ନାନା ପ୍ରକାର ସମସ୍ୟା ଭିତରେ ଗତି କରିପାରନ୍ତି । ବାଣିଜ୍ୟ ବ୍ୟବସାୟରେ ସି୍ଥର ଅବସ୍ଥା ଲାଗି ରହିବ । ଘର ପାଇଁ ଆସବାବ କ୍ରୟ କରିବେ । ବିଶାଖା, ପଢାପଢିରେ ଆଗେଇ ଚାଲିବେ ଓ ଶାନ୍ତ ରହିବେ । ମହିଳା ମାନେ ଜିନିଷ କିଣିବାକୁ ସହରକୁ ଯାଇ ପାରନ୍ତି । ସାମାଜିକ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ଗଠନମୂଳକ କାର୍ଯ୍ୟରୁ ପ୍ରଂଶସିତ ହେବେ ।

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬

ପ୍ରତିକାର – ଶୁକ୍ରଙ୍କର ମନ୍ତ୍ର ପାଠ କରନ୍ତୁ


ବିଛା-ବିଶାଖା, ପାରିବାରିକ ଜୀବନ ସୁଖମୟ ରହିବ । ଆପଣଙ୍କ ପଥରେ ଲାଗି ରହିଥିବା ବାଧା ଦୂର ହେବ । ଅଫିସ୍‌ରେ ବଡ ଅଧିକାରୀ ମାନଙ୍କର ସହଯୋଗ ପାଇବେ । ଆମଦାନି ବୃଦ୍ଧି ହେବାର ସମ୍ଭାବନା ରହିଛି । ଅନୁରାଧା, ରାଜନୀତିରେ ଚାପରେ ଗତିକରିବେ । ପିଲାମାନେ ଦ୍ୱନ୍ଦ ଭିତରକୁ ପ୍ରବେଶ କରିବେ । ଅଫିସରେ ଲାଗିରହିଥିବା ଅଶାନ୍ତିର ସମାପ୍ତି ହେବ । ଜ୍ୟେଷ୍ଠା, କୋର୍ଟ କଚେରୀ ମାମଲାରେ ଖର୍ଚ୍ଚାନ୍ତ ହୋଇ ପାରନ୍ତି । ପ୍ରିୟବ୍ୟକ୍ତିଙ୍କୁ ହରାଇ ମାନସିକ ଅସ୍ଥିରତା ଅନୁଭବ କରିବାକୁ ପଡିପାରେ । ଛାତ୍ରଛାତ୍ରୀ ମାନେ ଖେଳକୁଦ ରେ ରୁଚି ବଢାଇବେ ।

ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯

ପ୍ରତିକାର – ଓଁ ନୃଂ ନୃଂ ନୃଂ ନୃସିଂହାୟ ନମଃ ପାଠ କରନ୍ତୁ


ଧନୁ- ମୂଳା, ପରିବାର ସହ ଦୂର ସ୍ଥାନକୁ ଯାତ୍ରା କରିବା ସହିତ ଘରୋପକରଣ ଜିନିଷ ମଧ୍ୟ ଆଣି ପାରନ୍ତି । ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ସାମାଜିକ ସହଯୋଗ ଲାଭ କରିବେ ।ପୂ,ଷାଢା, ଚାକିରି କ୍ଷେତ୍ରରେ ଅଧୀନସ୍ଥ କର୍ମଚାରୀ ହଇରାଣରେ ପକାଇ ପାରନ୍ତି । ଦୀର୍ଘଦିନରୁ ଅଟକି ଥିବା ବ୍ୟବସାୟ ଭିତିକ କାମ ଗୁଡିକ ସୁରୁଖୁରୁରେ ହୋଇଯିବ । ଆନୁଷ୍ଠାନିକ କାମରେ ଭଲ ପରାମର୍ଶ ଦେଇ ପ୍ରିୟପାତ୍ର ହୋଇପାରିବ । ଉ,ଷାଢା- ନିଜର ଖର୍ଚ୍ଚ ଉପରେ ଆୟତ ରଖନ୍ତୁ ନଚେତ୍ ଭବିଷ୍ୟତରେ ହଇରାଣ ହୋଇପାରନ୍ତି । ବ୍ୟବସାୟ ସଂସ୍ଥାନ ସାଫଲ୍ୟ ଦାୟକ ହେବ । ବନ୍ଧୁ ମାନଙ୍କ ସହିତ ବୁଲାବୁଲିରେ ସମୟ ଅତିବାହିତ କରିବେ

ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩

ପ୍ରତିକାର – ମା ତାରାଙ୍କ ମନ୍ତ୍ର ପାଠ କରନ୍ତୁ


ମକର-ଉ,ଷାଢା- ବ୍ୟବସାୟ କ୍ଷେତ୍ରରେ ପରିବର୍ତନ ଆଣିବାର ଯୋଜନା ପ୍ରସ୍ତୁତ କରିବେ । ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ । କଠିନ ପରିଶ୍ରମ କରିବା ଦ୍ୱାରା ଯଶ ମାନ ସମ୍ମାନ ମିଳିବ । ଶ୍ରବଣା- ଜରୁରୀ କାମରେ ଦୂର ସ୍ଥାନକୁ ଯାଇପାରନ୍ତି । ପରିସି୍ଥତିରେ ପଡି ଅନ୍ୟମାନଙ୍କୁ ଭୁଲ ବୁଝିବେ । ପ୍ରସାଶନିକ ସ୍ତରରେ ଅଭିଯୋଗ ଆସିପାରେ । ଅଚାନକ କୈାଣସି ପୁରୁଣା ବନ୍ଧୁ ଦେଖାହେବେ । ଧନିଷ୍ଠା- କୋର୍ଟ ମାମଲାରେ ଲାଭ ହେବ । ମହିଳା ମାନେ ଉଚ୍ଚ ଶିକ୍ଷା ଗ୍ରହଣ କରିବେ । ବିବାହିତ ସମ୍ବନ୍ଧୀୟ କଥାବାର୍ତା ବେଳେ ସଂଯମ ରଖନ୍ତୁ । ଘରକୁ ଜିନିଷ କିଣି ଅଧିକ ପଇସା ଖର୍ଚ୍ଚ କରିପାରନ୍ତି

ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮

ପ୍ରତିକାର – ଶନିଦେବଙ୍କର ପୂଜାର୍ଚ୍ଚନା କରନ୍ତୁ


କୁମ୍ଭ- ଧନିଷ୍ଠା- ଅଚିହ୍ନା ଲୋକଙ୍କ ଠାରୁ ସାହାର‌୍ୟ୍ୟ ପାଇବେ । ପୁରାତନ ଜିନିଷ ଓ ଗହଣା ଉପରେ ନିବେଶ କଲେ ବହୁତ ଲାଭ ଓ ଉନ୍ନତି ହୋଇପାରେ । ଚଳଚିତ୍ର କ୍ଷେତ୍ରରେ ସମସ୍ୟା ଦେଖାଦେବ । ଶତଭିଷା- ବିଦ୍ୟାର୍ଥୀ ମାନେ ପ୍ରତିଯୋଗିତା ମୂଳକ ପରିକ୍ଷାରେ ସଫଳ ହେବେ । ରାଜନୀତିରେ ଚାପରେ ଗତିକରିବେ । ପଡି ରହିଥିବା ପୁରୁଣା ଧନ ଲାଭ କରିପାରନ୍ତି । ଆପଣଙ୍କ କାମରେ ଅନ୍ୟ ମାନଙ୍କୁ ଖୁସି କରିପାରିବେ । ପୂ,ଭାଦ୍ରପଦ- ମାଲିମକଦ୍ଧମାରେ ଜୟଯୁକ୍ତ ହେବେ । ନୂତନ ପୋଷାକ ଅଳଙ୍କାର ନିଜପାଇଁ କିଣି ପାରନ୍ତି । ଅପେକ୍ଷା କରିଥିବା ଖବରଟି ନପାଇ ବ୍ୟସ୍ତ ହୋଇପଡିବେ । ମହିଳା ମାନେ ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ ।

ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮

ପ୍ରତିକାର – ରାହୁଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ


ମୀନ- ପୂ,ଭାଦ୍ରପଦ- କର୍ମ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିବେ । କୈାଣସି ମାଙ୍ଗଳିକ କାର‌୍ୟ୍ୟରେ ଯୋଗ ଦେଇ ଆନନ୍ଦ ପାଇବେ । ଦୀର୍ଘ ଦିନର ସମସ୍ୟା ଦୂର ହୋଇଯିବ । ଆପଣ ନିଜ କଥାରେ ଲୋକଙ୍କ ମନ ଜିତି ପାରିବେ । ଉ,ଭାଦ୍ରପଦ- ଅଫିସ୍ କାମରେ ବ୍ୟସ୍ତ ରହିବେ । ରାଜନିତିରେ କିଛି ବିଶେଃଷ କଥା ଆଲୋଚନା କରିବେ ଜୀବନରେ ନୂଆ ସଂକେତ ମିଳିପାରେ । ବନ୍ଧୁ, ପରିଜନକୁ ନିଜର ମନ କଥା କୁହନ୍ତୁ । କୈାଣସି କାମରେ ଯଥେଷ୍ଟ ଲାଭ ହେବ । ରେବତୀ- ଚାକିରୀ କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସହିତ ବିରୋଧି ଭାବର ଅବସାନ ଘଟିବ ଏବଂ କାର‌୍ୟ୍ୟ କ୍ଷେତ୍ରରେ ପରିବର୍ତନ ହେବ । ସାମ୍ବାଦିକମାନେ କୈାଣସି ଶୁଭ ସମାଚାର ଶୁଣିବାକୁ ପାଇବେ ।

ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩

ପ୍ରତିକାର – ଶ୍ରୀ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ

Related Topics

Explore more stories

Sponsored
Horoscope | aries-will-achieve-high-status-due-to-their-hard-work-in-the-field-of-work | Argus News