Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Horoscope

ଜାଣନ୍ତୁ ଆଜିର ରାଶିଫଳ...

Banajyotshna Ray
Browse all articles by Banajyotshna Ray
·2 years ago·4 min read
ଜାଣନ୍ତୁ ଆଜିର ରାଶିଫଳ...

ଅର୍ଗସ ବ୍ୟୁରୋ: ଆଜିର ଦିନ ଆପଣଙ୍କର କେମିତି କଟିବ ତାକୁ ନେଇ ଚିନ୍ତାରେ କି। ଜାଣନ୍ତୁ କଣ କହୁଛି ଆପଣଙ୍କ ରାଶିଫଳ।

ମେଷ-
ପାରିବାରରେ ସୁସ୍ଥ ବାତାବରଣ ଜାରି  ରହିବ । ବ୍ୟବସାୟରେ ସମସ୍ୟା ସତ୍ୱେ ଲାଭ ଆଦି ଫଳ ଭୋଗ କରିବେ । ସମାନ ବିଚାର ଧାରା ଲୋକଙ୍କ ସହିତ  ଭେଟ ହେବା ଫଳରେ ଧର୍ମ କାର‌୍ୟ୍ୟରେ ନିୟୋଜିତ ହୋଇପାରନ୍ତି । ପରୋକ୍ଷ ଶତୃତା ଲାଗିରହିବ । ବିଦେଶରେ ଥିବା ସପଂର୍କୀୟ ଠାରୁ ଶୁଭ ଖବର ପାଇବେ 
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର -  ଇଷ୍ଟଦେବ ନୃସିଂହ ମନ୍ତ୍ର ପାଠ କରନ୍ତୁ
ବୃଷ-
ଜୀବନ ସାଥିଙ୍କ ସହିତ ମଧୁର ସମ୍ବନ୍ଧ ରହିବ । ବିଦ୍ୟାର୍ଥି ମାନେ ଏକାଗ୍ରତା ରକ୍ଷା କରିବେ ।  ବ୍ୟବସାୟରେ ଲାଭପ୍ରଦ ହେବେ ଓ ସୈଖିନ ଦ୍ରବ୍ୟ ସଂଗ୍ରହ କରିବେ । ଶତୃମାନେ ଆପଣଙ୍କୁ ମାଲିମକଦ୍ଦମାରେ ପକାଇ ଖର୍ଚ୍ଚାନ୍ତ କରିପାରନ୍ତି । କଳା, ସାହିତ୍ୟ, ଗବେଷଣା କ୍ଷେତ୍ରରେ ଖୁସି ରହିବେ। ନୂତନ ଗୃହ ନିର୍ମାଣର ସୁଯୋଗ ଆସିବ । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପାଣିରେ ଟିକେ ହଳଦୀ ମିଶେଇ ଗାଧାନ୍ତୁ
ମିଥୁନ-
ଦାମ୍ପତ୍ୟ ସୁଖରେ  ଶାନ୍ତି ଅନୁଭବ କରିବେ । ସରକାରୀ ସଂସ୍ଥା କାମରେ  ସହଯୋଗ କରି ପାରନ୍ତି । କର୍ମ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିବେ । ଦୂର ଯାତ୍ରାରେ ଲକ୍ଷଣ ପୂରଣ କରିପାରନ୍ତି । ରାଜନୀତିରେ କୈାଣସି ପଦ ବ୍ୟକ୍ତିଙ୍କ ସାନିଦ୍ଧ୍ୟ ପାଇ ପାରନ୍ତି । ବେପାର ବୃତିରେ ସଫଳତା ହାସଲ କରିବେ 
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫    
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ
କର୍କଟ-
କର୍ମ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିବେ । ସାମାଜିକ ସହଯୋଗ ଲାଭ କରିବେ । ଶିକ୍ଷା କ୍ଷେତ୍ରରେ କୈାଣସି ଶୁଭ ସମାଚାର ମଧ୍ୟ ମିଳିପାରେ । ଗୃହିଣୀ ମାନେ ଗୃହପୋକରଣ ସଂଗ୍ରହ କରି ପାରନ୍ତି । ଅଯଥା ବିବାଦ ଭିତରକୁ ଟାଣି ହୋଇ ଯାଇ ପାରନ୍ତି । ଯେଉଁ କାର‌୍ୟ୍ୟ କରିବେ ତାହା ଅପ୍ରିୟକର ହୋଇପାରେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ବୁଲା  କୁକୁରକୁ ଖାଇବାକୁ ଦିଅନ୍ତୁ
ସିଂହ-
ସପଂର୍କୀୟ ମାନଙ୍କ ସହିତ ବନ୍ଧୁତା ସ୍ୱତରେ ଆବଦ୍ଧ ହୋଇ ପାରନ୍ତି । ଧାତୁଅଳଙ୍କାର କ୍ରୟ କରି ସାମୟିକ ଆତ୍ମତୃପ୍ତି ଅନୁଭବ କରିବାର ସୁଯୋଗ ପାଇବେ ।ବାରମ୍ବାର ଅସଫଳତା କାରଣ ଖୋଜିବାକୁ ଯାଇ ମାନସିକ ଦ୍ୱନ୍ଦରେ ପଡିପାରନ୍ତି । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହାୟତ ଯୋଗୁଁ କାମ ଗୁଡିକ ସହଜ ହେଇଯିବ କ୍ଷ
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାଙ୍କଡକୁ ଗୁଡ ଖାଇବାକୁ ଦିଅନ୍ତୁ
କନ୍ୟା-
ନିଜ ଲୋକଙ୍କୁ ବୃଥା ସନ୍ଦେହ କରି ନିଜେ ହିଁ କ୍ଷତିରେ ପଡିବେ । ବ୍ୟବସାୟକୁ ନେଇ ଭଲ ଚୁକ୍ତି ହେବାର ସମ୍ଭାବନା ରହିଛି । ସନ୍ତାନ ଚିନ୍ତା ଦେଖା ଦେଇପାରେ । ଅଫିସରୁ ଆସିଲା ବେଳେ ନିଜ ମନ ପସନ୍ଦର ଜିନିଷ ଟିଏ କିଣିକି ଆଣିବାରେ ସମର୍ଥ ହେବେ କ୍ଷ ଛାତ୍ରଛାତ୍ରିମାନେ ପରୀକ୍ଷାରେ ଉତମ ଫଳ ପ୍ରଦର୍ଶନ କରିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ଗରିବଙ୍କୁ କିଛି ଖାଦ୍ୟ ଦାନ କରନ୍ତୁ  
ତୁଳା-
ଜୀବନରେ ନୂଆ ସଂକେତ ମିଳିପାରେ । ବନ୍ଧୁ , ବର୍ଗଙ୍କ ସହିତ ସଂପର୍କ ମଜବୁତ୍ ରହିବ । ଖବରଦାତା, ଆୟନଜ୍ଞ ମାନେ ବିଶେଷ ଉପକୃତ ହେବେ । ଦୂର ସ୍ଥାନରେ ନୂତନ ଜମି କ୍ରୟ କରି ଆନନ୍ଦିତ ରହିବେ କ୍ଷ ମାଲିମକନ୍ଦମାର ଶୁଣାଣି ଆପଣଙ୍କ ବିପକ୍ଷରେ ଯିବା ସହିତ ଦଣ୍ଡବିଧାନ ହୋଇ ନଥାଏ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କମଳାଙ୍କର ମୂଳ  ମନ୍ତ୍ର ପାଠ କରନ୍ତୁ
ବିଛା-
କର୍ମକ୍ଷେତ୍ରରେ ପରିଶ୍ରମର ଭଲ ପରିମାଣ ପାଇବା ସହିତ ଉଚ୍ଚପଦ ପଦବୀ ପାଇବାରେ ସଫଳ ହେବେ । ଅଯଥା ଖର୍ଚ୍ଚରୁ ନିଜକୁ ରୋକିବାକୁ ହେବ । କ୍ୟାରିୟରେ ନୂଆ କିର୍ତୀ ମାନ ସ୍ଥାପନ କରିବେ । ସରକାରୀ  ସ୍ଥରରେ କେତେକ ସୁବିଧା ପାଇବା ହେତୁ ଖୁସି ରହିବେ । ଦୁର୍ଘଟଣାର ଶିକାର ହୋଇପାରନ୍ତି । 
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ସିନ୍ଧୁର ଟିକା ମସ୍ତକରେ ଲଗାଇ ଘରୁ ବାହାରନ୍ତୁ
ଧନୁ-
ବ୍ୟବସାୟ କ୍ଷେତ୍ରରେ ନିବେଶ କରିଲେ ଉନ୍ନତି ହେବା ସହ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ । ବିଦ୍ୟାର୍ଥୀ ମାନେ  ଲେଖାପଢାରେ ମନଯୋଗ ଦେଇ ଅଧିକ ପରିଶ୍ରମ ଜାରି ରଖି ବା ଜରୁରୀ ଅଟେ । ଚାକିରିରେ ନିଜକୁ ସଂଯତ ରଖି ଚଳିଲେ ଭଲ । ଗଣ ମାଧ୍ୟମରେ କର୍ମଚାରୀଙ୍କ ଲାଗି ଦିନଟି ଭଲ  ରହିବ । ଚଳଚିତ୍ରରେ ସୁନାମ ଅର୍ଜନ କରିପାରନ୍ତି 
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩    
ପ୍ରତିକାର – ବୃହସ୍ପତିଙ୍କର ପୂଜାର୍ଚ୍ଚନା କରନ୍ତୁ 
ମକର-
ଅନ୍ତରଙ୍ଗ ବନ୍ଧୁମାନଙ୍କ ସହିତ ଦେଖାକରିବାକୁ ଯୋଜନା କରିପାରନ୍ତି ଜ୍ଝ ବୈବାହିକ ଜୀବନ ସବୁଠୁ ଉତ୍ତମ ରହିବ ଜ୍ଝ ନୂତନ ଆୟର ପନ୍ଥା ଖୋଲିଯିବା ସହ ଉତମ ରୋଜଗାର ହେବ ।
ଘରକୁ ଜିନିଷ କିଣି  ଅଧିକ ପଇସା ଖର୍ଚ୍ଚ କରିପାରନ୍ତି । ଶିକ୍ଷାର୍ଥୀ ମାନେ ପଥ ଭ୍ରଷ୍ଟ ହୋଇ ପାରନ୍ତି। ପଡୋଶୀ ସବୁ ପାସୋରି ବନ୍ଧୁତାର ହାତ ବଢାଇବେ । 
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ନିମ୍ବକାଠରେ ଚନ୍ଦନ ଘୋରି ମସ୍ତକରେ ଧାରଣ କରନ୍ତୁ 
କୁମ୍ଭ-
ଅସ୍ୱାସ୍ଥ୍ୟ କର ପରିସ୍ଥିତିକୁ ନେଇ ଚିନ୍ତା ଗ୍ରସ୍ତ ରହିବେ । ପୁରାତନ ଜିନିଷ ଓ ଗହଣା ଉପରେ ନିବେଶ କଲେ ବହୁତ ଲାଭ ଓ ଉନ୍ନତି ହୋଇପାରେ । ସମ୍ପର୍କୀୟ ବନ୍ଧୁଙ୍କ ସାହାର‌୍ୟ୍ୟ ସହଯୋଗରେ ସ୍ଥଗିତ ଥିବା କର୍ମ ସହଜ ସରଳରେ ପୂର୍ଣ୍ଣ ହେବ । ସମାଜ କଲ୍ୟାଣ, ମନ୍ଦିର ମାନଙ୍କରେ ଯୋଗଦାନ କରି ପ୍ରଂଶସିତ ହେବେ । 
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ
ମୀନ-
ବାଣିଜ୍ୟ ବ୍ୟବସାୟ ମଧ୍ୟମ ଧରଣର ରହିବ । ପ୍ରେମ କ୍ଷେତ୍ରରେ ସଫଳତା ଅର୍ଜନ କରିବେ । ମାଲିମକଦ୍ଦମା ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ରାଜନୀତିରେ କୈାଣସି କାମକୁ ହାତକୁ ନେବେ  ମହିଳା ମାନେ ଇଶ୍ୱର ବିଶ୍ୱାସି ହେବେ । ପଛ କଥା ପଛରେ ପକାଇ ଏହି ସମୟର ସଦୁପଯୋଗ କରିପାରିଲେ ଭଲ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଗୋମାତାଙ୍କୁ ଗୁଡ,ବୁଟ, ପାଚୀଲା କନ୍ଦଳୀ ଖାଇବାକୁ ଦିଅନ୍ତୁ

ଅଧିକ ପଢ଼ନ୍ତୁ ରାଶିଫଳ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Astrological prediction for December 03, 2023 | Argus News