Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - କେମିତି କଟିବ ଆଜିର ଦିନ ଜାଣନ୍ତୁ...

Horoscope

କେମିତି କଟିବ ଆଜିର ଦିନ ଜାଣନ୍ତୁ...

Banajyotshna Ray
Browse all articles by Banajyotshna Ray
·2 years ago·4 min read
କେମିତି କଟିବ ଆଜିର ଦିନ ଜାଣନ୍ତୁ...

ଅର୍ଗସ ବ୍ୟୁରୋ:  ଆଜିର ଦିନଟି ଆପଣଙ୍କର କେମିତି କଟିବ ତାକୁ ନେଇ ଚିନ୍ତା କରୁଛନ୍ତି କି। ତେବେ ଜାଣି ରଖନ୍ତୁ କଣ କହୁଛି ଆପଣଙ୍କର ରାଶିଫଳ।

ମେଷ-
ପରିବାର ସହ ଯାତ୍ରାରେ ସଫଳତା ହାସଲ କରିପାରିବେ । ଆପଣଙ୍କ ଉଦାର ସ୍ୱଭାବ ସମସ୍ତଙ୍କୁ ପ୍ରଭାବିତ କରିବ । ନୂଆ ବ୍ୟବସାୟ ନିର୍ମାଣରେ ଅଗ୍ରଗତି କରିବେ । ଗୁରୁତ୍ୱପୂର୍ଣ୍ଣ କାମଟିକୁ କରିନପାରି ଦୁଃଖ ଅନୁଭବ କରିପାରନ୍ତି। ଆପଣ ମନ ବୁଝିଲା ଭଳି କଥା କହି ଅନ୍ୟମାନଙ୍କୁ ଆପଣେଇ ନେବେ । କ୍ରୀଡ଼ାକ୍ଷେତ୍ରରେ ପ୍ରଶଂସିତ ହେବେ । 
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ହନୁମାନଙ୍କର ପୂଜା ସହିତ ଚାଳିଶା ପାଠ କରନ୍ତୁ 
ବୃଷ-
ପାରିବାରିକ ସ୍ଥିତି ପୂର୍ବ ପରି ରହିବା ହେତୁ ଖୁସି ରହିବେ। ମନ ଭଲ ରହିବ ଏବଂ ବହୁ ଦିନରୁ ଅଟକି ରହିଥିବା କାମ ସୁବିଧାରେ ହୋଇଯିବ । ରାଜନୈତିକ କ୍ଷେତ୍ରରେ  ସୁନାମ ଅର୍ଜନ କରିପାରବେ । କର୍ମକ୍ଷେତ୍ରରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାରର କଥା କହୁଥିବାର ଶୁଣିବାକୁ ପାଇବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ
ମିଥୁନ-
ବନ୍ଧୁଙ୍କ ସାହାଯ୍ୟ ସହେଯାଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ୱିତ କରିବେ । କର୍ମ କ୍ଷେତ୍ରରେ ଏକାଧୀକ କାମ ହାତକୁ ନେଇ ବ୍ୟସ୍ତବିବ୍ରତ ହୋଇପାରନ୍ତି । ଛାତ୍ରଛାତ୍ରି ମାନେ ପଢାରେ ପ୍ରଂଶସିତ ହେବେ । ସରକାରୀ କ୍ଷେତ୍ରରୁ ଉପକୃତ ହୋଇପାରିବେ । ଆପଣଙ୍କ ପାଇଁ ଟଙ୍କା ରୋଜଗାର କରିବାର ଅନେକ ସରଳ ଉପାୟ ମିଳିବ ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫    
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ
କର୍କଟ-
ମାଲିମକଦ୍ଦମାରେ ବିଚାର ବିଳମ୍ବିତ ହେବାରୁ ବ୍ୟସ୍ତତା ପ୍ରକାଶ କରିପାରନ୍ତି । ଚେଷ୍ଟା କରୁଥିବା କାମଟି ହାସଲ କରିବା ସକାଶେ କଠିନ ଶ୍ରମ କରିବାକୁ ପଡ଼ିବ। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା ହେତୁ ଚିନ୍ତା ବୃଦ୍ଧି ପାଇପାରେ । କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳ ମିଳିବ । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଧଳା ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ସିଂହ-
ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବାର ଦେଖାଯିବ । ଭୁଲ୍ ବୁଝାମଣା ହେତୁ ଟିକିଏ ଟିକିଏ କଥାରେ ପରିବାରରେ କଳହ ଲାଗିପାରେ। ବୈବାହିକ ବନ୍ଧନରେ ବାନ୍ଧି ହୋଇପାରନ୍ତି ।  ନୂତନ ଚୁକ୍ତିପତ୍ର ବନ୍ଧୁଙ୍କ ଜରିଆରେ ସ୍ବାକ୍ଷରିତ ହୋଇପାରେ। ଛାତ୍ର ଛାତ୍ରୀ ମାନେ ପଢାରେ ମନଯୋଗ ରଖି ପାରିବେ ନାହିଁ । ମାଲିମକଦ୍ଦମାରେ ବିଜୟ ପ୍ରାପ୍ତିର ଆଶା କରିବେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାତଙ୍ଗିଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ 
କନ୍ୟା-
ପାରସ୍ପରିକ ଉତ୍ତମ ବୁଝାମଣା ହେତୁ ପରିବାରରେ ସୁଖ ଶାନ୍ତି ରାଜୁତିକରିବ। ବାଣିଜ୍ୟ, ପରିବହନ, ପ୍ରଶାସନ ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ । ଛାତ୍ରଛାତ୍ରୀ ମାନେ ସେମାନଙ୍କ ଶିକ୍ଷା ଉପରେ ଅଧିକ ଧ୍ୟାନ ଦେବେ । ସଭାସମିତିରେ ଅପ୍ରିୟ ସତ କହି ସମାଲୋଚିତ ହୋଇପାରନ୍ତି । ଅଜଣା ଲୋକଙ୍କ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। 
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -  ମିଠା ଖାଇ ଘରୁ ବାହରନ୍ତୁ 
ତୁଳା-
ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ। ବିଦେଶରେ ଥିବା ସମ୍ପର୍କୀୟଙ୍କ ଠାରୁ ଆର୍ଥିକ ସହାୟତା ପାଇବେ ସାହିତ୍ୟ, ସଙ୍ଗୀତ ଓ ଆନୁଷ୍ଠାନିକ କାମରେ ସମସ୍ୟା ସମାଧାନ ହେବ। ମାଲି ମକଦ୍ଦମା, ତର୍କବିତର୍କ, ସଭା ସମିତି, ସଙ୍ଗଠନ, ନିର୍ମାଣ, ପରିବହନ କ୍ଷେତ୍ରରୁ ଶୁଭଫଳ ପାଇବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପର୍ଶୁରାମକୁ ପୂଜାର୍ଚ୍ଚନା କରନ୍ତୁ
ବିଛା-
ପରିବାରରେ ପାରସ୍ପରିକ ବୁଝାମଣା ହେତୁ ଭ୍ରାତୃ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବ । ରାଜନୈତିକ କ୍ଷେତ୍ରରେ ଉଚ୍ଚ କର୍ମକର୍ତାଙ୍କ ସୁଦୃଷ୍ଟି ପ୍ରାପ୍ତ ହେବ ।  ବିଦ୍ୟାର୍ଥୀ ମାନେ ଜୋରଦାର ଉଦ୍ୟମ କରି ସଫଳତା ପାଇବେ ।  ଆବଶ୍ୟକତା ପୂରଣ କରିବା ସକାଶେ ଧାରକରଜ କରିପାରନ୍ତି ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ସୂର‌୍ୟ୍ୟ ଦେବତାଙ୍କୁ ନାଲି ମନ୍ଦାର ଅର୍ପଣ କରନ୍ତୁ
ଧନୁ-
ବିଦେଶରେ କାମ କରି ଆପଣଙ୍କ ବୃତ୍ତିକୁ ଆଗକୁ ବଢାଇବେ । ଦାମ୍ପତ୍ୟ ସମ୍ବନ୍ଧରେ ମିଷ୍ଟତା ଭରି ରହିବ । ଆନୁଷ୍ଠାନିକ କ୍ଷେତ୍ର କିମ୍ବା ସାଂସ୍କୃତିକ କାର‌୍ୟ୍ୟକ୍ରମରୁ ଅର୍ଥ ଓ ସମ୍ମାନ ଲାଭ ଯୋଗ ରହିଛି । ସନ୍ତାନଙ୍କ ପାଇଁ ମନ ଉଦ୍ବେଗ ରହିବା ଫଳରେ ମାନସିକ ଅସ୍ଥିରତା ଭିତରେ ରହିବେ । ସ୍ୱଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ କାମରେ ଅର୍ଥ ବ୍ୟୟ କରିପାରନ୍ତି ।
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩    
ପ୍ରତିକାର – ତାରାଙ୍କର ପୂଜାର୍ଚ୍ଚନା କରନ୍ତୁ
ମକର-
ପରିବାରରେ ଆଲୋଚନା ଓ ସମାଲୋଚନା ଭିତରେ ଶାନ୍ତି ଫେରି ଆସିବ । କର୍ମ କ୍ଷେତ୍ରରେ ନୂତନ ନିଯୁକ୍ତିର ସୂଚନା ମିଳିବ ।  ରାଜନିତିରେ ଥିବା ବ୍ୟକ୍ତି ମାନଙ୍କ ପାଇଁ ଦିନଟି ମିଶ୍ରିତ ରହିବ । ବ୍ୟବସାୟ, ଯୋଗାଯୋଗ, ପରିବହନ କ୍ଷେତ୍ରରେ ସଫଳତା ହାସଲ କରିବେ। ଅଧ୍ୟୟନରେ ଭଲ ଫଳାଫଳ ପାଇବାର ସମ୍ଭାବନା ରହିବ
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ଶାରଳାଙ୍କ ଆରଧନା କରନ୍ତୁ
କୁମ୍ଭ-
କିଛି ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଧୀରେ ଧୀରେ ଧନ ସଂଗ୍ରହରେ ବୃଦ୍ଧି ଘଟିବ । ପ୍ରତ୍ୟେକ କ୍ଷେତ୍ରରେ ଦେଖିଚାହିଁ କାମ ନ କଲେ ପରିସ୍ଥିତି ଜଟିଳତା ଆଡ଼କୁ ଗତି କରିପାରେ। ପିଲାମାନଙ୍କ ସକାଶେ ଥିବା ସମସ୍ୟାକୁ ଦୂରେଇବାରେ ସମର୍ଥ ହେବେ । କଳା କ୍ଷେତ୍ରରେ ଥିବା ଲୋକଙ୍କୁ ଉନ୍ନତିର ନୂଆ ମାର୍ଗ ମିଳିବ    
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ନୀଳ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ମୀନ-
କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ପରିବହନ, ପ୍ରଶାସନ ଓ ପ୍ରକାଶନ,ଯୋଗାଯୋଗ କାମ ସାମାନ୍ୟ ବ୍ୟତିକ୍ରମ ମଧ୍ୟରେ ସମ୍ପନ୍ନ ହେବ । ସଭା ସମିତିରେ ସମ୍ମାନ ଲାଭ ଓ ପଦମର‌୍ୟ୍ୟାଦା ବୃଦ୍ଧି ପାଇବ । ଆପଣଙ୍କ କମ୍ପାନୀକୁ ଉପଯୁକ୍ତ ଉପାୟରେ ପରିଚାଳନା କରିବେ । 
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ

ଅଧିକ ପଢ଼ନ୍ତୁ ରାଶିଫଳ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Astrological prediction for December 25, 2023 | Argus News