ବଦଳିବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ

ମେଷ-
ପ୍ରେମ ବଢ଼ିବ ଏବଂ ପରସ୍ପର ପ୍ରତି ଉତ୍ସର୍ଗୀକୃତ ଭାବନା ସୃଷ୍ଟି ହେବ । ବ୍ୟବହାରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡ଼ିବେ । ଶୃଜନା ଶୀଳତା ଓ ଧର୍ମପ୍ରାପ୍ତିରେ ବାଧା ଆସିପାରେ । ନିଜ ଲୋକମାନେ ଅସୁବିଧାରେ ପକାଇ ପାରନ୍ତି, ଏଣୁ ସତର୍କ ରହିବା ଭଲ । ପିଲାମାନଙ୍କ କଳହକୁ କେନ୍ଦ୍ରକରି ପ୍ରକୃତ ଘଟଣା ନ ବୁଝି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ପ୍ରତିଦିନ ସକାଳୁ ସୂର୍ଯ୍ୟ ଦେବତାଙ୍କୁ ମନ୍ଦାର ଫୁଲ ଅର୍ପଣ କରନ୍ତୁ
ବୃଷ-
ବ୍ୟବସାୟରେ ଧନଲାଭର ନୂଆ ଉତ୍ସ ତଲାସ କରିବେ । କର୍ମକ୍ଷେତ୍ରରେ ଅନେକ ସୁବିଧା ସୁଯୋଗ ପାଇବା ଫଳରେ ଆଶା ପୂରଣ ହେବାର ରାସ୍ତା ଖୋଲିଯିବ । ଶିକ୍ଷାକ୍ଷେତ୍ରରେ ମାନସିକ ସି୍ଥରତା ଦେଖାଦେବ ଓ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରାର ସୁଯୋଗ ପାଇ ପାରନ୍ତି । ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ପ୍ରତିପତି ବୃଦ୍ଧି ପାଇବ ।
ଶୁଭ ରଙ୍ଗ-ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ତୁମ ଖାଦ୍ୟରୁ ଅଧେ ଗାଈ କୁ ଖାଇବାକୁ ଦିଅନ୍ତୁ
ମିଥୁନ-
ସ୍ୱାସ୍ଥ୍ୟ ସମ୍ବନ୍ଧିୟ ସମସ୍ୟା ଦୂର ହେବ । ଗୃହରେ କୈାଣସି ବ୍ୟକ୍ତିଙ୍କ ଠାରୁ ସୁଖ ସମ୍ବାଦ ପାଇବେ । କର୍ମ କ୍ଷେତ୍ରରେ ଆଗେଇବେ ।ଭୂ-ସମ୍ପକୁ ନେଇ ସମସ୍ୟା ଉପୁଜିପାରେ । ଉଚ୍ଚଶିକ୍ଷା କରିବାକୁ ଛାତ୍ରଛାତ୍ରୀମାନେ ଭଲ ଫଳାଫଳ ପାଇପାରିବେ । ଯେକୌଣସି ଘରର ମରାମତି କିମ୍ବା ସାଜସଜ୍ଜା କାର୍ଯ୍ୟରେ ବହୁତ ଖର୍ଚ୍ଚ କରି ପାରନ୍ତି ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ନିଜର ଖାଇବାର କିଛି ଅଂଶ ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ
କର୍କଟ-
କର୍ମକ୍ଷେତ୍ରରେ ସନ୍ଦେହଜନକ ବାତାବରଣ ମଧ୍ୟରେ ଅଣନିଶ୍ୱାସୀ ହେବାକୁ ପଡିପାରେ । ବିଦ୍ୟାର୍ଥି ମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବେ । ରାଜନିତିରେ ବିଶେଷ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନିଅନ୍ତୁ । ନୂଆ ନୂଆ ବନ୍ଧୁ ସୃଷ୍ଟି କରିବେ । ଅଫିସ୍ କାମରେ ବ୍ୟସ୍ତ ରହିବେ । ସାମାଜିକ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ଗଠନମୂଳକ କାର୍ଯ୍ୟରୁ ପ୍ରଂଶସିତ ହେବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା-୨
ପ୍ରତିକାର- ଶିବଙ୍କ ସହସ୍ରନାମ ପାଠ କରନ୍ତୁ
ସିଂହ-
ଅଚାନକ କୌଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ । ବାଣିଜ୍ୟ ବ୍ୟବସାୟରେ ଲାଭ ହେବାର ଆଶା ଅଛି । ଜଣେ ବିଶିଷ୍ଟବ୍ୟକ୍ତିଙ୍କ ଛତ୍ରଛାୟାରେ ଅସମ୍ଭବ କାମକୁ ସମ୍ଭବ କରିପାରିବେ। ସରକାରୀ ସ୍ତରରୁ କୌଣସି ଖବର ପାଇ ଖୁସି ହେବେ । ନୂଆ ଜାଗାକୁ ଭ୍ରମଣ କରିବାକୁ ଯାଇ ପାରନ୍ତି
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର - ଶ୍ରୀ ରାମଙ୍କୁ ପୂଜା କରନ୍ତୁ
କନ୍ୟା-
ଆପଣଙ୍କ ଧ୍ୟାନ ଧର୍ମ କାର୍ଯ୍ୟରେ ଲାଗି ରହିବ । କାର୍ଯ୍ୟ କ୍ଷେତ୍ରରେ ଏଭଳି ସୁଯୋଗ ପାଇବେ , ଯାହା ଦ୍ୱାରା ଭବିଷ୍ୟତ ଉଜ୍ଜଳ ହେବ । ଚାକିରୀ କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସହିତ ବିରୋଧି ଭାବର ଅବସାନ ଘଟିବ ଏବଂ କାର୍ଯ୍ୟ କ୍ଷେତ୍ରରେ ପରିବର୍ତନ ହେବ । ମହିଳାମାନେ ପରିବାର ସହିତ ହସ ଖୁସିରେ ରହିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- ତ୍ରିପୁରା ସୁନ୍ଦରୀଙ୍କର ପୂଜା କରନ୍ତୁ
ତୁଳା-
କର୍ମକ୍ଷେତ୍ରରେ ବନ୍ଧୁ କିମ୍ବା ସହକର୍ମୀ ମାନଙ୍କ ସହ ତିକ୍ତତା ଦେଖାଦେଇ ପାରେ । ବ୍ୟକ୍ତିଗତ ଆର୍ଥିକ ସନ୍ତୁଳନ ବଜାୟ ରଖିବା ପାଇଁ ବିଶେଷ ପରିଶ୍ରମ କରିବାକୁ ପଡ଼ିବ । ମାନସିକ ସ୍ଥିରତା ଅଭାବରୁ ବିନା କାରଣରେ ଝଗଡା ଲାଗିପାରେ। ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିବାର ସୂଚନା ରହିଛି । ଓକିଲଙ୍କ ପାଇ ଦିନଟି ଭଲ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶ୍ରୀ ଭାର୍ଗବୀଙ୍କ ଫଟକୁ ପୂଜା କରନ୍ତୁ
ବିଛା-
ଘରର ପରିବେଶ ଶାନ୍ତିପୂର୍ଣ୍ଣ ରହିବ । ରାଜନୈତିକ କ୍ଷେତ୍ରରେ ସଫଳତା ପାଇବେ । ବିଦ୍ୟାର୍ଥୀ ମାନେ ଉଚ୍ଚଶିକ୍ଷା ପାଇଁ ଆଗ୍ରହି ହୋଇପାରନ୍ତି । କ୍ରୀଡାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବେ । ଜମି କିଣିବା ଲାଗି ସୁନ୍ଦର ଯୋଗ ଅଛି । ସକରାତ୍ମକ ଭାବନା ଆଗକୁ ବଢିବାରେ ସହାୟକ ହେବ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା-୯
ପ୍ରତିକାର- ନୃସିଂହଙ୍କର ପୂଜାର୍ଚ୍ଚନା କରନ୍ତୁ
ଧନୁ-
ବ୍ୟବସାୟ କ୍ଷେତ୍ରରେ ଉନ୍ନତି ଘଟିବ । ରାଜନିତି ବିବାଦରେ ବିଜୟ ଲାଭରୁ ମନବଳ ବୃଦ୍ଧି ପାଇବ ଶିକ୍ଷାର୍ଥୀ ମାନେ ବିଦ୍ୟାରେ ସଫଳତା ହାସଲ କରିବେ । ସମ୍ପତି ପାଇଁ ସାମାନ୍ୟ ସମସ୍ୟା ସୃଷ୍ଟି ହୋଇପାରେ । ସାମାଜିକ ସ୍ତରରେ ସେବା ଓ ପରୋପକାରକରି ପ୍ରଶଂସିତ ହେବେ । ମହିଳା ମାନେ କୁଟୁମ୍ଭ ଲୋକଙ୍କ ସହ ସମୟ ବିତାଇବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ବାମନଙ୍କ ବିଗ୍ରହକୁ ପୂଜା କରନ୍ତୁ
ମକର-
ପାରିପାରିକ ଜୀବନ ସୁଖମୟ ହୋଇପାରେ । ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ । ସୁଖ ଓ ସ୍ୱାଚ୍ଛନ୍ଦ୍ୟ ତଥା ଭୋଗବିଳାସ ଭାଗୀ ହେବେ । ନୂତନ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ ନାହିଁ । ଛାତ୍ରଛାତ୍ରୀ ନିଜର ଶ୍ରମ ଅନୁଯାୟୀ ଅଧିକ ଫଳ ପାଇବେ । ମହିଳା ମାନଙ୍କ ମନରେ ନୂଆ ଆଶା ସୃଷ୍ଟି ହେବ । ଅଦାଲତରୁ ସୁଫଳ ମିଳିପାରେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ମା ଶାରଳାଙ୍କ ଆରଧନା କରନ୍ତୁ
କୁମ୍ଭ-
ଉଚ୍ଚ ସମ୍ଭାବନାର ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ । ବ୍ୟବସାୟରେ ପ୍ରଚୁର ଲାଭ ହୋଇପାରେ । ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ । ସରକାରୀ ସ୍ଥରରେ କେତେକ ସୁବିଧା ପାଇବା ହେତୁ ଖୁସି ରହିବେ । ନୃତ୍ୟ ବାଦି କ୍ଷେତ୍ରରେ ସୁନାମ ଅର୍ଜନ କରିପାରନ୍ତି ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ସାତଟି ଗୋଲ ମରିଚ ନୀଳ କପଡାରେ ବାନ୍ଧି ଜଳରେ ଭସାଇ ଦିଅନ୍ତୁ
ମୀନ-
ପିଲାମାନଙ୍କ ସହିତ ଜଡିତ କିଛି କଥାରେ ସଫଳତା ଆଣିବ । ବିଦେଶୀ ବାଣିଜ୍ୟ ସହିତ ଆପଣଙ୍କର ସଂଯୋଗ ରହିବ । କାରବାରରେ ସଫଳତା ପାଇବେ । ଭୂ-ସମ୍ପକୁ ନେଇ ସମସ୍ୟା ଉପୁଜିପାରେ । ନୂଆ କାମରେ ଭାଗ୍ୟ ସାଥ୍ ଦେଇପାରେ । ନୂତନ ଯାନ ପାଇବାର ସୁଯୋଗ ଅଛି, ଖର୍ଚ୍ଚ ହ୍ରାସ ହେବ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା-୩
ପ୍ରତିକାର- ବିଷ୍ଣୁଙ୍କ ପୂଜା , ପାଠ କରନ୍ତୁ
ଅଧିକ ପଢ଼ନ୍ତୁ ରାଶିଫଳ ଖବର: