|
logo
Live

Argus News - ଜାଣନ୍ତୁ ଆପଣଙ୍କର ରାଶିଫଳ...

Horoscope

ଜାଣନ୍ତୁ ଆପଣଙ୍କର ରାଶିଫଳ...

Banajyotshna Ray
Browse all articles by Banajyotshna Ray
·2 years ago·4 min read
ଜାଣନ୍ତୁ ଆପଣଙ୍କର ରାଶିଫଳ...

ଅର୍ଗସ ବ୍ୟୁରୋ: ଆଜିର ଦିନକୁ ନେଇ ଚିନ୍ତା କରୁଛନ୍ତି କି ? କେମିତି କଟିବ ଆଜି ଆପଣଙ୍କର ଦିନ । ଜାଣନ୍ତୁ କଣ କହୁଛି ଆପଣଙ୍କର ରାଶିଫଳ।

ମେଷ-
ପାରିବାରିକ କ୍ଷେତ୍ରରେ ନିଜର ସମ୍ପର୍କୀୟମାନଙ୍କ ସହଯୋଗରୁ ଉପକୃତ ହେବେ। ଦୂରଦର୍ଶିତା ଅଭାବରୁ କୌଣସି କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ଆର୍ଥିକ ମାମଲାକୁ ନେଇ ସତର୍କ ରୁହନ୍ତୁ । ପରିଶ୍ରମ ବଳରେ ଆପଣଙ୍କୁ ସଫଳତା ମିଳିବ । ମଉଜ ମସ୍ତିରେ ସମୟ କଟିପାରେ ।  
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର -  ରୁଟି କୁକୁରକୁ ଖାଇବାକୁ ଦିଅନ୍ତୁ
ବୃଷ-
ଦାମ୍ପତ୍ୟ ଜୀବନ ପ୍ରୀତିକାର ହେବ । ଅଫିସ୍ ରେ ଆପଣଙ୍କ କାମର ପ୍ରଶଂସା ହେବ । ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ବହୁତ ଭଲ ରହିବ । କାର୍ଯ୍ୟ କ୍ଷେତ୍ରରେ ଅତ୍ୟଧିକ ସକ୍ରିୟ ରହିବେ । ଚାଷୀଙ୍କର ଧନଲାଭ ହେବ । ଆପଣଙ୍କର ସକରାତ୍ମକ ବ୍ୟବହାର ଲୋକମାନଙ୍କୁ ପ୍ରଭାବିତ କରିବ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କଟକଚଣ୍ଡିଙ୍କ ମନ୍ତ୍ର ପାଠ କରନ୍ତୁ    
ମିଥୁନ-
ଦୈନଦିନ କାର୍ଯ୍ୟ ସୂଚୀରେ ପରିବର୍ତନ କରିବାକୁ ଚେଷ୍ଟା କରିବେ । ଜୀବନ ସାଥୀଙ୍କ ସହ ଘରକିଣିବା ପାଇଁ ଯୋଜନା କରିବେ । କାହାରୀକୁ ଅଧିକ ସମାଲୋଚନା କରନ୍ତୁ ନାହିଁ । ଆପଣ ପ୍ରତ୍ୟେକ କାମ ନିଜେ କରନ୍ତୁ । ବାପାମାଆଙ୍କ ସହ ଧର୍ମାନୁଷ୍ଠାନକୁ ଯିବେ । 
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ 
କର୍କଟ-
ଆପଣଙ୍କ ବ୍ୟବହାର ଲୋକମାନଙ୍କୁ ଆକର୍ଶିତ କରିବ । ଜଣେ ସମାଜସେବୀଭାବେ ଜନସାଧାରଣଙ୍କ ଆଦରଣୀୟ ହେବେ। ଉଦାର ଚରିତସମ୍ପନ୍ନ ହୋଇପାରନ୍ତି। ଯାନବାହନ ସୁଖ ମିଳିପାରେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। 
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା ଭୁବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି
ସିଂହ-
ପରିବାରରେ ସମସ୍ୟା ଭିତରେ ଗତିକରି ମଧ୍ୟ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ । କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ଆକସ୍ମିକ ଧନଲାଭ ହୋଇପାରେ। ଆର୍ଥିକ ସ୍ରୋତ ବ୍ୟାବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। ସେବା ଭାବନାରେ ଉନ୍ମୁଖ ହୋଇପାରନ୍ତି। 
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ରାମଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ 
କନ୍ୟା-
ଦିନଟି ସୁଖ ସମୃଦ୍ଧିପୂର୍ଣ୍ଣ ହେବ । ପରିବାର ପ୍ରତି ସ୍ନେହ ସଦ୍ଦିଚ୍ଛା ବାବ ରହିବ । ଭାଗ୍ୟଶାଳୀ ହେବେ ଭୋଗ ବିଳାସରେ ସମୟ ଅତିବାହିତ କରିବେ ।ନିଜର କାର୍ଯ୍ୟ କଳାପରେ ଉନ୍ନତି ହେବାର ସମ୍ଭାବନା ଅଛି । ରାଜନେତା ମାନଙ୍କର ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ ।     
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -  ସର୍ବକାର‌୍ୟ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ
ତୁଳା-
ଦେହ ଓ ମନ ଭଲ ରହିବ । କାର୍ଯ୍ୟରେ ସଫଳତା ମିଳିବାରୁ ଆପଣଙ୍କ ମନ ପ୍ରଶଂନ୍ନ ରହିବ । ଆୟରେ ଉନ୍ନତି ଘଟିବ । ଅନୁଜମାନଙ୍କଠାରୁ ଆଦର ସମ୍ମାନ ମିଳିବ। ମଉଜ ମଜଲିସରେ ଦିନ ବିତାଇ ପାରନ୍ତି। ଧାର୍ମିକ ହେବେ। ମଧୁର କଥାରେ ପରକୁ ଆପଣାର କରିପାରନ୍ତି।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଧଳା ରଙ୍ଗର ପୋଷାକ ପିନ୍ଧି ଘରୁ ବାହାରନ୍ତୁ
ବିଛା-
ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ । କମ୍ ପରିଶ୍ରମରେ ଆଶଜନକ ଫଳପ୍ରାପ୍ତି ହେବ । ପୁରୁଣା ରୋଗରୁ ସାମାନ୍ୟ ଉପସମ ମିଳିବ । କ୍ୟାରିୟର ଲାଗି ଦିନଟି ବହୁତ ଭଲ । ସାମାଜିକ କାର୍ଯ୍ୟରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ । ମହିଳାଙ୍କୁ ଖୁସି ଖବର ମିଳିବ ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଛନା କରନ୍ତୁ
ଧନୁ-
ଲୋକମାନେ ଆପଣଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ କରିପାରନ୍ତି । ହୋଟେଲ୍ ବାସୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ପଢାପଢି ଖେଳ କୁଦରେ ପ୍ରଶଂସା ମିଳିପାରେ । ଶତୃମାନଙ୍କ କାଯ୍ରରୁ ଲାଭ ମିଳିବ । କଳା ବିଦ୍ୟା ପ୍ରତି ଆଗ୍ରହ ସୃଷ୍ଟିହେବ ।  
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବ୍ରାହ୍ମଣଙ୍କର ସେବା କରି ତାଙ୍କୁ କିଛି ଦ୍ରବ୍ୟ ଦାନ କରନ୍ତୁ
ମକର-
ପୁରୁଣା ଭୁଲ୍ ପାଇଁ ମାନସିକ ଚାପ ବୃଦ୍ଧି ପାଇବ । ଦୀର୍ଘଦିନର ଆଶା ପୂରଣ ହୋଇପାରେ । ସମ୍ମାନ ହାନି ଘଟିପାରେ । ଚାକିରିରେ ସେବାକୁ ବିସ୍ତାର କରିବା ପାଇଁ ଚେଷ୍ଟା କରିବେ । ଭୂମି ଲାଭର ସୂଚନା ମିଳିବ ।     
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
କୁମ୍ଭ-
ସପଂର୍କୀୟ ମାନଙ୍କ ସହିତ ବନ୍ଧୁତା ସ୍ୱତରେ ଆବଦ୍ଧ ହୋଇ ପାରନ୍ତି । ଧାତୁଅଳଙ୍କାର କ୍ରୟ କରି ସାମୟିକ ଆତ୍ମତୃପ୍ତି ଅନୁଭବ କରିବାର ସୁଯୋଗ ପାଇବେ । ସମ୍ମାନ ହାନି ଘଟିପାରେ । ଚାକିରିରେ ସେବାକୁ ବିସ୍ତାର କରିବା ପାଇଁ ଚେଷ୍ଟା କରିବେ । ଭୂମି ଲାଭର ସୂଚନା ମିଳିବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ହନୁମାନ ଚାଳିଶା  ପାଠ କରନ୍ତୁ 
ମୀନ-
ଜୀବନସାଥୀଙ୍କ ମଧ୍ୟରେ ସାମାନ୍ୟ ତିକ୍ତତା ଦେଖା ଦେଇପାରେ ।  ପରିବାରରେ ଆପଣଙ୍କ ଗୁରୁତ୍ୱ ବୃଦ୍ଧି ପାଇବ । କ୍ୟାରିୟରକୁ ନେଇ ଗର୍ବିତ ଅନୁଭବ କରିବେ । ସମାନ ବିଚାର ଧାରା ଲୋକଙ୍କ ସହିତ  ଭେଟ ହେବା ଫଳରେ ଧର୍ମ କାର‌୍ୟ୍ୟରେ ନିୟୋଜିତ ହୋଇପାରନ୍ତି
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଓଁ ବୃଂ ବୃହସ୍ପତୟେ ନମଃ ଜପ କରନ୍ତୁ।

ଅଧିକ ପଢ଼ନ୍ତୁ ରାଶିଫଳ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଜାଣନ୍ତୁ ଆପଣଙ୍କର ରାଶିଫଳ... | Argus News