Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କେମିତି କଟିବ ଆଜିର ଦିନ...

Horoscope

କେମିତି କଟିବ ଆଜିର ଦିନ...

Banajyotshna Ray
Browse all articles by Banajyotshna Ray
·1 year ago·4 min read
କେମିତି କଟିବ ଆଜିର ଦିନ...

ଅର୍ଗସ ବ୍ୟୁରୋ: କିପରି କଟିବ ଆଜି ଆପଣଙ୍କ ଦିନ। ଜାଣନ୍ତୁ ଆପଣଙ୍କ ରାଶିଫଳ କଣ କହୁଛି।

ମେଷ-
ଆଜି ଦୂରଯାତ୍ରା ସାଙ୍ଗକୁ ଆନୁଷ୍ଠାନିକ କିମ୍ବା ଧାର୍ମିକ କାର‌୍ୟ୍ୟରେ ଦାନ, ଧର୍ମ ସକାଶେ ଅନୁପ୍ରେରିତ କରାଇପାରନ୍ତି। ବନ୍ଧୁଙ୍କ ସହ ମିଳିମିଶି କାମ କରିବାକୁ ବାଧ୍ୟ ହେବେ। ଆର୍ଥିକ ସ୍ଥିତି ମନ୍ଦ ନ ହେହେଲ ମଧ୍ୟ ପକେଟ ପୂରିବ ନାହିଁ। ବ୍ୟବସାୟୀମାନେ ପ୍ରାଧାନ୍ୟ ବିସ୍ତାର କରି ବନ୍ଧୁଙ୍କ ସମସ୍ୟାକୁ ସୁଧାରି ନେବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର -  ଅଟାରେ ଚିନି ମିଶାଇ ରୁଟି ତିଆରି କରି ଲାଲ୍ କୁକୁରକୁ ଖାଇବାକୁ ଦିଅନ୍ତୁ
ବୃଷ-
ପ୍ରତ୍ୟେକ କ୍ଷେତ୍ରରେ ପଛଧାଡିରେ ରହି କାମ କରିବାକୁ ପସନ୍ଦ କରିପାରନ୍ତି। ପରିବାରରେ କୌଣସି ପିଲାର ସ୍ବାସ୍ଥ୍ୟ ଚିନ୍ତାର କାରଣ ହୋଇପାରେ। ସାହିତ୍ୟ, କଳା, କ୍ରୀଡ଼ା, ସଙ୍ଗୀତ ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ। ସାଧାରଣ କଥାକୁ କେନ୍ଦ୍ରକରି ଗୃହରେ କଳହ ସୃଷ୍ଟି ହେବ। ବାଣିଜ୍ୟ, ପରିବହନ, ଯାତ୍ରା ଓ ଆଲୋଚନା କ୍ଷେତ୍ର ଭଲ ରହିବ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ନାଲି ରଙ୍ଗର ଗାଇକୁ ଖାଇବାକୁ ଦିଅନ୍ତୁ
ମିଥୁନ-
ପ୍ରତ୍ୟେକ ଦୃଷ୍ଟିକୋଣରୁ ଦିନଟି ଭଲରେ ଅତିବାହିତ ହେବ। ଆର୍ଥିକ ଉନ୍ନତି, ନୂତନ ବନ୍ଧୁ ସମ୍ପର୍କ ସୃଷ୍ଟି ଓ ସାମାଜିକ ସମ୍ମାନ ପାଇ ଖୁସି ରହିବେ। ଯାହା କିଛି ସାଧାରଣ ସମସ୍ୟା ରହିଛି ତାହା ହିଁ ଆଜି ଦିନର ମୁଖ୍ୟ ଚିନ୍ତାର କାରଣ ହୋଇପାରେ। ପରିବାରରେ ପିତୃ ଅର୍ଜିତ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ସୂଚନା ରହିଛି।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ 
କର୍କଟ-
ସମ୍ପର୍କୀୟମାନେ ପରିବାରର ଅସଜଡା ପରିସ୍ଥିତିକୁ ସଜାଡି ନେବାରେ ସାହାଯ୍ୟ କରିବେ। ଅଭାବ ଓ ଅସୁବିଧା ନ ଥିଲେ ମଧ୍ୟ ଦୁଶ୍ଚିନ୍ତା ମନକୁ ଆକ୍ରାନ୍ତ କରିପାରେ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡା, ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। କର୍ମକ୍ଷେତ୍ରରେ ନିଷ୍ପତ୍ତି ନେବାରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ସୂଚନା ରହିଛି।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଶିବଙ୍କ ସହସ୍ର ନାମ ପାଠ କରନ୍ତୁ 
ସିଂହ-
ଗୋଟିଏ ସମସ୍ୟାର ସମାଧାନ ନ ହେଉଣୁ ଅନ୍ୟ ଏକ ସମସ୍ୟାକୁ ସାମ୍ନା କରିବାକୁ ପଡିପାରେ। ବ୍ୟବସାୟିକ କାରବାର, ପ୍ରଶାସନ, କଳା, ସାହିତ୍ୟ ଚର୍ଚ୍ଚା, ଆଇନ, ନିର୍ମାଣ ପାଇଁ ଦିନଟି ଭଲ। ପଡୋଶୀଙ୍କ ପକ୍ଷ ସମର୍ଥନ କାରଣରୁ ବିବାଦୀୟ ପରିସ୍ଥିତିରେ ପାଟି ଖୋଲିବାର ସାହସ ପାଇବେ। ଆଧ୍ୟାମତ୍ିକ ଭାବଧାରାରେ ଉଦ୍ବୁଦ୍ଧ ହୋଇପାରନ୍ତି।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ରାମଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ 
କନ୍ୟା-
ଦାମ୍ପତ୍ୟ ଜୀବନ ସାମଞସ୍ୟ ବଜାୟ ରହିବ । ପୁରୁଣା ବନ୍ଧୁଙ୍କ ସହିତ ମିଶିବା ପାଇଁ ମନରେ ଆଗ୍ରହ ସୃଷ୍ଟି ହେବ । ସବୁ ସମାଧାନକୁ ଦୃଢ ଭାବରେ ମୁକାବିଲା କରିବେ । କୈାଣସି କ୍ଷେତ୍ରରେ ନିବେଶ ପୂର୍ବରୁ ଦେଖିକି ନିବେଶ କରନ୍ତୁ ।  ରାଜନୀତିରେ ଆର୍ଥିକ ଲାଭ ହୋଇପାରେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -   ତ୍ରିପୁରା ସୁନ୍ଦରୀଙ୍କର  ପୂଜା, ପାଠ କରନ୍ତୁ 
ତୁଳା-
ରାସ୍ତାରେ ଯିବା ସମୟରେ ପକେଟ ମାର ପ୍ରତି ସାବଧାନ ରୁହନ୍ତୁ ।  ଆପଣ ଟିକେ ଆଳସ୍ୟ ଅନୁଭବ କରିବେ । ନୂତନ ଭାବରେ ଆରମ୍ଭ କରୁଥିବା କାର‌୍ୟ୍ୟରେ ବ୍ୟସ୍ତ ରହିବେ । ଅଫିସରେ ବାକି କାମ ସବୁକୁ ସଂପୂର୍ଣ୍ଣ କରିବେ । ଛାତ୍ର ଛାତ୍ରୀ ମାନେ ପଢାରେ ମନ ଯୋଗ ରଖି ପାରିବେ । ଲୋକେ ଆପଣଙ୍କ ବ୍ୟକ୍ତିତକୁ ପ୍ରେରଣା ଦେବେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଧଳା ରଙ୍ଗର ପୋଷାକ ପିନ୍ଧି ଘରୁ ବାହାରନ୍ତୁ
ବିଛା-
ଆପଣଙ୍କର ବହୁତ କାମ ଅଧୁରା ରହିପାରେ । ବହୁ ଦିନରୁ ସମାଧାନ ହୋଇ ପାରୁନଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସମାଧାନ ହୋଇଯିବ ।  ସଡକ ଦୁର୍ଘଟଣାର ସମ୍ଭାବନା ରହିଛି । ପୂର୍ବ କଥାକୁ ନେଇ ମନସ୍ତାପରେ ରହିପାରନ୍ତି । ଧାର ଦେବା ନେବାରେ  ନିବୃତ ରୁହନ୍ତୁ । 
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ନୃସିଂହଙ୍କର ପୂଜାର୍ଚ୍ଚନା କରନ୍ତୁ
ଧନୁ-
ପାରିବାରିକ ସମସ୍ୟାକୁ ସମାଧାନ କରିବା ସକାଶେ ଚେଷ୍ଟିତ ହେବେ । ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ ।   ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ । 
ଚାକିରିରେ ବଦଳି ହେବା ଦ୍ୱାରା ଅସୁବିଧାରେ ପଡି ପାରନ୍ତି । ନିଜର ଭଲ କାମ ପାଇଁ ପ୍ରଂଶସିତ ହେବେ । ରୋଜଗାରର ବୃଦ୍ଧି ପାଇଁ ଅନ୍ୟର ସହଯୋଗ ମିଳିବ । 
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବ୍ରାହ୍ମଣଙ୍କର ସେବା କରି ତାଙ୍କୁ କିଛି ଦ୍ରବ୍ୟ ଦାନ କରନ୍ତୁ
ମକର-
ପିଲାମାନେ ପରିଶ୍ରମ କରି ମଧ୍ୟ ବିଫଳ ହେବେ । ବକେୟା ଅର୍ଥ ଆଦାୟ କରିବାରେ ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନ କରିବାକୁ ପଡ଼ିପାରେ । ବିଦ୍ୟାର୍ଥୀ ମାନେ ଗୁରୁଜନ ମାନଙ୍କ ଆଜ୍ଞା ପାଳନ କରିବେ । ଲୋକ ମାନଙ୍କ ସହଯୋଗ ଆପଣଙ୍କ ମନବଳକୁ ସୁଦୃଢ କରିବ । 
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ଶାରଳାଙ୍କ ଆରଧନା କରନ୍ତୁ
କୁମ୍ଭ-
ନୂଆ ନୂଆ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବେ । ବିଦେଶରେ କାମ କରୁଥିବା ଲୋକମାନେ ପଦୋନ୍ନତି ପାଇ ପାରିବେ ।   ପରିବାରରେ ହସ ଖୁସିର ପରିବେଶ ରହିବ । ବିବାଦୀୟ ଘଟଣାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇଯିବ । ମହିଳା ମାନେ ବନ୍ଧୁଙ୍କ ସହିତ ସମୟ କଟିବେ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ହନୁମାନ ଚାଳିଶା  ପାଠ କରନ୍ତୁ 
ମୀନ-
ବ୍ୟବସାୟରେ ଉନ୍ନତି ସହିତ ଅନେକ ସୁବିଧା ସୁଯୋଗ ପ୍ରାପ୍ତି ହେବ । ପୋଲିସ୍ ଓ ଟିକସ କର୍ମଚାରୀ ମାନଙ୍କ ଠାରୁ ଆକସ୍ମିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । କର୍ମକ୍ଷେତ୍ରରେ ଉଚ୍ଚ କର୍ମକର୍ତାଙ୍କ ସହିତ ସତାନ୍ତର ଫଳରେ ସେମାନେ ଆପଣଙ୍କୁ ବିରୁଦ୍ଧାଚରଣ କରିବେ । ମହିଳା ମାନଙ୍କର କାହା ସହିତ ତାଳମେଳ ରହିବ ନାହିଁ । 
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବିଷ୍ଣୁଙ୍କ ପୂଜା, ପାଠ କରନ୍ତୁ

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Astrological prediction for June 23, 2024 | Argus News