ଆଜିର ରାଶିଫଳ, ଭାଗ୍ୟ ବଦଳିଯିବ ଏହି ରାଶିର

ମେଷ-
ଜୀବନରେ ଦାନକୁ ବ୍ରତ ଭାବେ ଗ୍ରହଣ କରିପାରନ୍ତି । କର୍ମ କ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ । ସୁଖୀ ଜୀବନ ବିତାଇବେ । ନୂତନ କାମରେ ପ୍ରବେଶ କରିବେ ଓ ସଫଳତା ମଧ୍ୟ ପାଇବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ନୃସିଂହଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ
ବୃଷ-
କାମରେ ଭଲ ପ୍ରଦର୍ଶନ ପାଇଁ ନୂଆ ଉଦ୍ୟମ କରିବେ । ବାଲ୍ୟ ବନ୍ଧୁଙ୍କ ସହିତ ସାକ୍ଷାତ ହେବାର ଯୋଗ ରହିଛି । ସ୍ୱାର୍ଥ ପ୍ରବୃତିର ଶୀକାର ହୋଇ ସମ୍ପର୍କର ମଧୁର ସ୍ୱାଦ ଅନୁଭବ କରିବେ । ଜମିରେ ନିବେଶ କରନ୍ତୁ ଲାଭ ମିଳିବ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଭାର୍ଗବୀଙ୍କର ପୂଜାର୍ଚ୍ଚନା କରନ୍ତୁ
ମିଥୁନ-
ପାରିବାରିକ ସମସ୍ୟା ପଛକୁ ପକାଇ ଏକ ଗୁରୁତ୍ୱପୂର୍ଣ୍ଣ କାମକୁ ପ୍ରାଧାନ୍ୟ ଦେବେ । ପ୍ରଶାସନ, ରାଜନୀତି, ସଂଗଠନ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ ଓ କାମଗୁଡିକ ମଧ୍ୟ ତ୍ୱରାନ୍ୱିତ ହୋଇପାରିବ । କେତେକ କ୍ଷେତ୍ରରେ ମନକଥା ମନରେ ରଖି ଗୁରୁଜନମାନଙ୍କୁ ପ୍ରତାରିତ କରି ଅନୁଶୋଚନା କରିବେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ମା ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ
କର୍କଟ-
ଅଫିସରେ କାର୍ଯ୍ୟ ବ୍ୟସ୍ତତା ଯୋଗୁ ଖାଦ୍ୟପେୟ ଠିକ୍ ରହିବ ନାହିଁ । କୈାଣସି ଉନ୍ନତି ମୂଳକ କାର୍ଯ୍ୟ ସକାଶେ ମୋଟା ଅଙ୍କର ଅର୍ଥ ଦରକାର ପଡିବ । କୈାଣସି କାର୍ଯ୍ୟରେ ବିଚଳିତ ହୁଅନ୍ତୁ ନାହିଁ । ରାଜନୀତିରେ ବିବାଦ ଦେଖାଦେଲେ ବି ପରେ ସମାଧାନ ହୋଇଯିବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ବାପା , ମାଙ୍କ ଚରଣ ସ୍ପର୍ଶ କରନ୍ତୁ
ସିଂହ-
ଦାମ୍ପତ୍ୟ ଜୀବନ ଶୁଖପ୍ରଦ ହେବ । ଅତ୍ୟଧିକ ପରିଶ୍ରମ ବଳରେ ବିଦ୍ୟାଧ୍ୟାୟୀ ହେବେ । ଈଶ୍ୱର ବିଶ୍ୱାସି ହେବେ । ହସ ଖୁସିର ବାତାବରଣରୁ ମନ ପ୍ରଫୁଲ୍ଲିତ ରହିବ । ଆନୁଷ୍ଠାନିକ କାମ ସକାଶେ ପ୍ରସ୍ତୁତିପର୍ବ ଶେଷ ହେବାକୁ ଲାଗିବ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ସୂର୍ଯ୍ୟ ଦେବତାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
କନ୍ୟା-
ବାନ୍ଧବୀଙ୍କର ସହିତ ଦେଖାହେଇ ପାରେ । ପରିବହନ, ଓ ଶିଳ୍ପ କ୍ଷେତ୍ରରେ ଲାଭବାନ ହେବେ। ଚାକିରିରେ କୈାଶଳ କ୍ରମେ ନିଜର ସ୍ଥିତି ସୁଦଢୃ କରିବେ । ନିର୍ମାଣଧିନ ଗୃହ ପୂର୍ଣ୍ଣାଙ୍ଗ ଆରମ୍ଭ ହେବ । ମାଲିମକବ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ସକାଳୁ କାଉକୁ ଖାଇବାକୁ ଦିଅନ୍ତୁ
ତୁଳା-
ଆପଣଙ୍କର କୌଣସି କାମ ଅଟକିବ ନାହିଁ ଏବଂ ବିଭିନ୍ନ ଦିଗରୁ ଲାଭ କରିବା ସହ ଅନୁକୂଳ ବାତାବରଣରୁ ଖୁସି ରହିବେ। ବାଣିଜ୍ୟ, ଯାନ୍ତ୍ରିକ ଶିଳ୍ପ ଓ ପରିବହନରେ ଆଶାନୁରୂପ ଫଳ ପାଇବେ। ସଭାସମିତିରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭକରି ଖୁସି ରହିବେ। ସନ୍ତାନଙ୍କ ବିବାହ ସମସ୍ୟା ନେଇ ପରିବାରରେ ଦୁଶ୍ଚିନ୍ତା ବଢ଼ିପାରେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମହାଦେବଙ୍କ ଦର୍ଶନ ସହିତ ମନ୍ତ୍ର ଜପ କରନ୍ତୁ
ବିଛା-
କୈାଣସି କାରଣରୁ ମନରେ ଭୟ ଆସିପାରେ । କର୍ମ କ୍ଷେତ୍ରରେ ସହକର୍ମୀଙ୍କର ସହୟତା ଲୋଡିବେ । ରାଜନୀତି କ୍ଷେତ୍ରରେ କିଛି ପଦପଦବୀ ପ୍ରାପ୍ତ ହୋଇପାରେ । ଛାତ୍ର ଛାତ୍ରୀ ମାନେ ଅଧିକ ସମୟ ଖେଳରେ କଟାଇବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରି ଦିନ ଆରମ୍ଭ କରନ୍ତୁ
ଧନୁ-
ପାରିବାରିକ ଅଶାନ୍ତି ଜନିତ ମାନସିକ ଅସୁସ୍ଥତାକୁ ବଢ଼ାଇଦେଇପାରେ । କର୍ମକ୍ଷେତ୍ରରେ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ବିଶେଷ ଖର୍ଚ୍ଚାନ୍ତ ହେବା କାରଣରୁ ମନ ଭଲ ରହି ନ ପାରେ। ସାଧାରଣ କଥାକୁ ନେଇ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହେବାର ଆଶଙ୍କା ରହିଛି।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ହନୁମାନଙ୍କ ପାଖରେ ବୁନ୍ଦିଲଡୁ ଲଗାନ୍ତୁ
ମକର-
ପାରିବାରିକ ଜୀବନ ଦୁଃଖ-ସୁଖ ଲାଗି ରହିବ । ଚାକିରିରେ ସହକର୍ମୀ ମାନେ ଈର୍ଷା କରିପାରନ୍ତି । ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ବଢିବ । ହଜି ଯାଇଥିବା ଦ୍ରବ୍ୟର ସନ୍ଧାନ ମିଳିବ । ଅଯଥା କୋର୍ଟ ମାମଲାରେ ଫସି ଯାଇ ହଇରାଣ ହୋଇପାରନ୍ତି ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଭଗବାନ ବିଷ୍ଣୁଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ
କୁମ୍ଭ-
ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନରେ ସଫଳତା ହାସଲ କରିବେ। ହଠାତ୍ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ବ୍ୟବସାୟ କ୍ଷେତ୍ରରେ ଲାଭାଶଂ ବୃଦ୍ଧି ପାଇବ। ଧାତୁ, ଅଳଙ୍କାର କିମ୍ବା ମୂଲ୍ୟବାନ ଗୃହୋପକରଣ କ୍ରୟ କରିପାରନ୍ତି। ଅପରିଚିତ ବ୍ୟକ୍ତିକୁ ବିଶ୍ୱାସ କରି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ
ମୀନ-
କର୍ମକ୍ଷେତ୍ରରେ ବାକି ପଡିଥିବା ପଇସା ପାଇବା ପାଇଁ ଚାପ ପ୍ରୟୋଗ କରିବେ । ଛାତ୍ରଛାତ୍ରି ମାନେ ସଫଳତା ହାସଲ କରିବେ । ରାଜନୀତି କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ମହିଳା ମାନଙ୍କୁୁ କଠିନ ପରିଶ୍ରମ କରିବାକୁ ପଡିପାରେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ସକାଳୁ ଉଠି ଗୁରୁଜନ ମାନଙ୍କୁ ପ୍ରଣାମ କରନ୍ତୁ