ଆଜିର ରାଶିଫଳ, ବାହାରକୁ ଯିବାବେଳେ ସତର୍କ ରୁହ ଏହି ରାଶି

Key Points
ମେଷ-
ବୈବସାୟିକ ସ୍ଥିତି ଭଲ ରହିବା ସହ ପରିବହନରେ ଲାଭବାନ ହେବେ । ଚିନ୍ତା ଓ ଯୋଜନା ସହ ପ୍ରତ୍ୟେକ କାର୍ଯ୍ୟକୁ ସମ୍ମାନର ସହ କରିପାରିବେ । ନିକଟ ସମ୍ପର୍କୀୟ ମାନଙ୍କ ସାହାଯ୍ୟ ପ୍ରାପ୍ତିର ଆଶା ରଖିପାରନ୍ତି । କର୍ମ କ୍ଷେତ୍ରରେ ମଧ୍ୟ ସମ୍ମାନ ଲାଭ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ସୂର୍ଯ୍ୟ ଦେବତାଙ୍କୁ ନାଲି ମନ୍ଦାର ଅର୍ପଣ କରନ୍ତୁ
ବୃଷ-
ବ୍ୟବସାୟୀ ମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ସେଥିରେ ପ୍ରଚୁର ଲାଭ ମିଳିବ । ଜୀବନ ସାଥୀଙ୍କ ସହିତ ଶାନ୍ତି ବାତାବରଣ ସୃଷ୍ଟି କରିବେ ଦୀର୍ଘଦିନରୁ ଅଟକି ରହିଥିବା ନିର୍ମାଣ ତଥା ବ୍ୟବସାୟ ଭିତିକ କାମ ଗୁଡିକ ସୁରୁଖୁରୁରେ ହୋଇଯିବ । କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରୁ ସ୍ଥଗିତ ରହିବା ଉଚିତ୍ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶ୍ରୀ ପର୍ଶୁରାମଙ୍କର ଫଟକୁ ପୂଜା କରନ୍ତୁ
ମିଥୁନ-
ବାଣିଜ୍ୟ, ବ୍ୟବସାୟ, ନିର୍ମାଣ, କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ । ଆପଣଙ୍କ ସମ୍ମାନରେ ଆଞ୍ଚ ଆସିପାରେ ତେଣୁ ସତର୍କ ରୁହନ୍ତୁ । ରାଜନୀତିରେ ଦୃଢ଼ ସାହାଯ୍ୟ ଓ ସମର୍ଥନ ଯୋଗୁ ଆଗେଇଯିବେ । ଆପଣ ଯାହା ଆଶା କରୁଥିଲେ ଆଜି ତାହା ସହଜ ଓ ସୁବିଧାରେ ପାଇଯିବେ
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ସବୁଜ ରଙ୍ଗର ପୋଷାକ ଭିକାରିକୁ ଦାନ କରନ୍ତୁ
କର୍କଟ-
ବ୍ୟବସାୟ, ବାଣିଜ୍ୟରୁ ଭଲ ଲାଭ ପାଇବେ କିନ୍ତୁ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିବ । ନିଜ ଲୋକଙ୍କ ପରୋକ୍ଷ ଶତୃତା ହେତୁ ଭାବପ୍ରବଣତା ବୃଦ୍ଦି ପାଇବ । ସଭାସମିତି କ୍ଷେତ୍ରରେ ପ୍ରଶଂସିତ ହେବେ । ପରିବହନ କ୍ଷେତ୍ରରେ ଆଶା ଠାରୁ ଅଧିକ ଫଳ ପାଇବ । ବିଦ୍ୟାର୍ଥୀ ମାନେ ଉଚ୍ଚ ଶିକ୍ଷା ଲାଭ କରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା ଭୂବନେଶୂରୀଙ୍କ ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ
ସିଂହ-
ଦାମ୍ପତ୍ୟ ଜୀବନରେ ପତୀପତ୍ନୀ ମଧ୍ୟରେ ଥିବା ତିକ୍ତତା ଭାବ ଦୂରିଭୂତ ହୋଇଯିବ ଓ ପ୍ରିତି ବୃଦ୍ଧି ପାଇବ । ଦେହ ଭଲ ରହିଲେ ମଧ୍ୟ ମନରେ ଭୟ ଦେଖାଦେବ । ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ । ଆପଣଙ୍କର ଧ୍ୟାନ ଆଧ୍ୟାତ୍ମ ଦିଗକୁ ଅଧିକ ରହିବ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ବିଷ୍ଣୁଙ୍କ ଉପାସନା କରନ୍ତୁ
କନ୍ୟା-
ପାରିବାରିକ ସ୍ଥିରତା ହଠାତ୍ ଆସି ନପାରେ । ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଏକାନ୍ତବୋଧ ହ୍ରାସ ପାଇବ । କର୍ମକ୍ଷେତ୍ରରେ ସରକାରୀ ସ୍ତରରେ ସମ୍ମାନିତ ହେବେ ରାଜନୀତିରେ ନେତୃତ୍ୱ ବୃଦ୍ଧି ହେବ । କମ୍ ପରିଶ୍ରମ କରି ନିଜର ଉଦେଶ୍ୟ ହାସଲ କରିନେବେ । ରଚନାତ୍ମକ କାର୍ୟ୍ୟରୁ ପ୍ରଂଶସିତ ହୋଇ ପାରନ୍ତି
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ପ୍ରଭୁ ନାରାୟଣଙ୍କ ଫଟକୁ ପୂଜା କରନ୍ତୁ
ତୁଳା-
ବ୍ୟବସାୟରେ ପ୍ରତିଷ୍ଠା ଲାଭ କରିବେ । କମ୍ ପରିଶ୍ରମ କରି ନିଜର ଉଦେଶ୍ୟ ହାସଲ କରିନେବେ । ପ୍ରିୟତମଙ୍କ ସହିତ ସମ୍ବନ୍ଧ ଭଲ ରହିବ । ସରକାରୀ ଚାକିରିଆଙ୍କର ମନ ପସନ୍ଦ ଜାଗାକୁ ବଦଳି ହେବ । ଛାତ୍ରଛାତ୍ରୀ ମାନେ ଉତମ ଫଳ ପ୍ରଦର୍ଶନ କରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଭଗବାନଙ୍କର ମୀନ ଅବତାର ଫଟକୁ ପୂଜା କରନ୍ତୁ
ବିଛା-
ବ୍ୟବସାୟ କ୍ଷେତ୍ରରେ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା ପାଇଁ ଚେଷ୍ଟା କରିବେ । ସାଂସ୍କୃତିକ କାର୍ୟ୍ୟକ୍ରମରେ ଯୋଗ ଦେବା ସକାଶେ ଆହୂତ ହୋଇପାରନ୍ତି ମହିଳା ମାନେ ପିଲାମାନଙ୍କ ସହ ଖୁସିରେ ସମୟ କଟାଇବେ । ଆପଣଙ୍କର ପ୍ରୟାସ ଯୋଗୁ ବଡ଼ ସଫଳତା ସହିତ ପୁରସ୍କୃତ ହେବେ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରି ଦିନ ଆରମ୍ଭ କରନ୍ତୁ
ଧନୁ-
ଭାଗୀଦାରୀ ବ୍ୟବସାୟୀଙ୍କ ସହ ସମନ୍ୱୟ ଭଲ ରହିବ । ରାଜନୀତିରେ ସହଯୋଗ ମିଳିବ । ଅଧିକ ଚିନ୍ତା କରିଲେ ମାନସିକ ଶାନ୍ତି ଭଙ୍ଗ ହେବ । ପାଠ ପଢାରେ କଠିନ ପରିଶ୍ରମ କରିବାକୁ ପଡିବ । ଅଦାଲତରେ ଜୟଯୁକ୍ତ ହେବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବୃହସ୍ପତିଙ୍କର ମନ୍ତ୍ର ପାଠ କରନ୍ତୁ
ମକର-
ଶାରିରୀକ ଓ ମାନସିକ ସ୍ତରରେ ଉନ୍ନତି ଆସିବ । ନିଜର ମନ ଅନୁସାରେ କର୍ମ କ୍ଷେତ୍ରରେ ସ୍ୱାଧିନତା ପାଇବେ । ଅଫିସରେ ନୂଆ ସମ୍ପର୍କ ସୃଷ୍ଟି କରିବେ ବିଦ୍ୟାରେ ଶୁଭ ଯୋଗ ଓ ପ୍ରତିଯୋଗିତା ପରୀକ୍ଷାରେ ସଫଳତା ହାସଲ କରିବେ । ସାମାଜିକ କାର୍ଯ୍ୟରେ ସଫଳତା ଓ ମାନସମ୍ମାନ ବୃଦ୍ଧି ହେବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ସୂର୍ଯ୍ୟଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ
କୁମ୍ଭ-
କାର୍ଯ୍ୟ କ୍ଷେତ୍ରରେ ଖୁବ୍ ଶିଘ୍ର ସଫଳତା ପାଇବେ । ଆୟରେ ଉନ୍ନତି ଘଟିବ । ଅଫିସ କାମରେ ସମ୍ପୂର୍ଣ୍ଣ ବ୍ୟସ୍ତ ରହିବ । କଠିନ ପରିଶ୍ରମ କରୁଥିବା ବିଦ୍ୟାର୍ଥୀ ମାନଙ୍କ ଆଶା ଶେଷରେ ପୂରଣ ହେବ । ରାଜନୀତିରେ ଲୋକଙ୍କ ପ୍ରିୟ ରହିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର –ନୀଳ, ବା କଳା ରଙ୍ଗର ଟୋପି ଧାରଣ କରନ୍ତୁ
ମୀନ-
ଉଚ୍ଚ ସମ୍ଭାବନାର ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ । ବ୍ୟବସାୟରେ ପ୍ରଚୁର ଲାଭ ହୋଇପାରେ ।ପିଲାମାନଙ୍କ କାର୍ଯ୍ୟ କଳାପରେ ସନ୍ତୁଷ୍ଟି ଲାଭ କରିବେ । ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ । ପକେଟ ମାର ଜନିତ ଧନହାନି ଘଟିପାରେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ଅଧିକ ପଢ଼ନ୍ତୁ ରାଶିଫଳ ଖବର:
