|
logo
Live

Argus News - ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଆନନ୍ଦର ଦିନ, ଏମାନେ ରୁହନ୍ତୁ ସତର୍କ

Horoscope

Horoscope / ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଆନନ୍ଦର ଦିନ, ଏମାନେ ରୁହନ୍ତୁ ସତର୍କ

Rashmita Mishra
Browse all articles by Rashmita Mishra
·3 hours ago·3 min read
ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଆନନ୍ଦର ଦିନ, ଏମାନେ ରୁହନ୍ତୁ ସତର୍କ
Horoscope

Key Points

ଆଜି କେମିତି କଟିବ ଆପଣଙ୍କ ଦିନ ? 
ଜାଣନ୍ତୁ ଆଜିର ରାଶିଫଳ ଖବର 

ବାହାରକୁ ବାହାରିବା ସମୟରେ ରୁହନ୍ତୁ ସତର୍କ
ମେଷ-
କର୍ମ କରିବା ଶୈଳିରେ ପରିବର୍ତ୍ତନ ଆଣିବେ । ଜୀବନ ସାଥୀଙ୍କ ସହିତ ସମ୍ବନ୍ଧ ଭଲ ରହିବ । ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ବ୍ୟବସାୟରେ ରୋଜଗାର ବୃଦ୍ଧି ଓ ଅନ୍ୟର ସହେଯାଗ ମିଳିବ । ଛାତ୍ର, ଛାତ୍ରୀ ମାନେ ସ୍ୱାଭିମାନୀ ହେବେ । ମହିଳା ମାନେ ପରିବାରରେ ପୃଷ୍ଟି ସାଧନ ପାଇଁ ପ୍ରୟାସ କରିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ନୃସିଂହଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ବୃଷ-
ବ୍ୟବସାୟରେ ସାଧାରଣ ସମସ୍ୟାଟି ପାଇଁ ବିଶେଷ ଅସୁବିଧା ହେବ ନାହିଁ । ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ। ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ ସହକର୍ମୀର ମନୋଭାବ ବଦଳିଯାଇପାରେ । ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ଦେବୀ ମନ୍ଦିରରେ ଅରୁଆ ଚାଉଳ ଦାନ କରନ୍ତୁ

ମିଥୁନ-
କର୍ମ କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କର ପ୍ରିୟଭାଜନ ହେବେ । ଶାରୀରିକ କଷ୍ଟ ଦୂର ହେବ। ନୃତ୍ୟ ବାଦି କ୍ଷେତ୍ରରେ ସୁନାମ ଅର୍ଜନ କରିପାରନ୍ତି କ୍ଷ ଛାତ୍ରଛାତ୍ରି ଗୁରୁଜନଙ୍କ ଠାରୁ ଭଲ ପରାମର୍ଶ ପାଇବେ । ଅଫିସ୍‌ରେ ବଡ ଅଧିକାରୀ ମାନଙ୍କର ସହଯୋଗ ପାଇ ଖୁସି ରହିବେ । ନିଜର ଦୋଷ ତୃଟି ସ୍ୱକାର କରିବେ । ନିଜର ଲକ୍ଷ୍ୟ ହାସଲ ଲାଗି ଯୋଜନା ପ୍ରସ୍ତୁତ କରିପାରନ୍ତି
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ଦର୍ତାତ୍ରେୟଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

କର୍କଟ-
ପାରିବାରିକ ସ୍ଥିତିରେ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ବହୁତ ଖଟଣି ହେତୁ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି । ଅସାବଧାନତା କାରଣରୁ ଧନହାନି ଘଟିପାରେ। ବୟସ୍କଙ୍କ କଥା ନ ମାନିଲେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର- ଶିବଙ୍କୁ ତାଙ୍କର ଚନ୍ଦ୍ରଶେଖର ଅବତାରରେ ପୂଜା କରିବେ

ସିଂହ-
ନିଜ ମନର କଥା ବନ୍ଧୁକୁ ପ୍ରକାଶ କରନ୍ତୁ ,ମନ ହାଲକା ହୋଇଯିବ । କର୍ମକ୍ଷେତ୍ରରେ ଗୁରୁଦାୟିତ୍ୱ ବହନ କରି ବ୍ୟସ୍ତ ବିବ୍ରତ ହୋଇ ପଡିବେ । ଧନ ସଂମ୍ପତି ବୃଦ୍ଧି ହୋଇପାରେ । ଗାଡିମଟର କ୍ରୟ କରିବାର ଅଭିଳାଷା ପୂରଣ ହେବ । ମନ ବୁଝିବାଭଳି କଥା କହି ବନ୍ଧୁଙ୍କୁ ଆପଣେଇବେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ବିଷ୍ଣୁଙ୍କ ଉପାସନା କରନ୍ତୁ

କନ୍ୟା-
ମନ ଚାହୁଁ ନଥିବା କେତେକ ପରିସ୍ଥିତିର ସମ୍ମୁଖୀନ ହେବା କାରଣରୁ ଧୈର‌୍ୟ୍ୟଚ୍ୟୁତି ଘଟିପାରେ। ବିବାଦୀୟ ପରିସ୍ଥିତି କିମ୍ବା ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ରହିବ।
ଶିକ୍ଷା, ଲେଖାପଢ଼ା ତଥା ସନ୍ତାନଙ୍କ କ୍ଷେତ୍ରରେ ଅଶାନ୍ତିର ବାତାବରଣ ସୃଷ୍ଟି ହେବ। ଆନୁଷ୍ଠାନିକ କାମ ସକାଶେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- ବୁଦ୍ଧ ଦେବଙ୍କର ବୀଜ ମନ୍ତ୍ର ଜପ କରନ୍ତୁ

ତୁଳା-
ଭାଗ୍ୟ ଆପଣଙ୍କୁ ବହୁତ ସମର୍ଥନ କରିବ ଓ କାର‌୍ୟ୍ୟ ଅବସ୍ଥା ଅନୁକୂଳ ହେବ । ପାରିବାରିକ ପରିବେଶ ଅତ୍ୟନ୍ତ ଆନନ୍ଦଦାୟକ ହେବ । ପ୍ରେମ ମନ ଭାବନାରେ ହଠାତ୍ ଆଶୁଥିବା ପରିବର୍ତନ ଆପଣଙ୍କୁ ନିରାଶ କରିପାରେ । ସାମାଜିକ କ୍ଷେତ୍ରରେ ଆପଣଙ୍କର କାର୍ଯ୍ୟକଳାପ ବୃଦ୍ଧି ପାଇବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କମଳାଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ

ବିଛା-
କର୍ମକ୍ଷେତ୍ରରେ ହେଉ କିମ୍ବା ନିଜ ପରିସରରେ କର୍ମଦକ୍ଷତାରୁ ପ୍ରତିଷ୍ଠିତ ହେବେ। ମାଙ୍ଗଳିକ କାର‌୍ୟ୍ୟ କିମ୍ବା ଆନୁଷ୍ଠାନିକ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଶିକ୍ଷା କ୍ଷେତ୍ରରେ ଅପୂରଣୀୟ ଆଶା ଓ ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ ମାନସିକ ସ୍ଥିତିକୁ ଦୁର୍ବଳ କରିଦେବ। ମୂଲ୍ୟବାନ ଜିନିଷ ସକାଶେ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡ଼ିବ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- ସୂର‌୍ୟ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ

ଧନୁ-
କମ୍ ପରିଶ୍ରମ କରି ନିଜର ଉଦେଶ୍ୟ ହାସଲ କରିନେବେ । ଦୂରେଇ ଯାଇଥିବା ବନ୍ଧୁମାନେ ପୁଣି ନିକଟବର୍ତୀ ହେବେ । ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ । ଅନେକ ସୂତ୍ରରୁ କିଛି ଧନ ସମ୍ପତି ପାଇବାର ଯୋଗ ଅଛି । ନୂଆ ଯାନ ବାହନ କିଣିବା ଲାଗି ଆଗ୍ରହ ପ୍ରକାଶ କରିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ହନୁମାନଙ୍କ ପାଖରେ ବୁନ୍ଦିଲଡୁ ଭୋଗ ଲଗାନ୍ତୁ

ମକର-
ବନ୍ଧୁଙ୍କ ସାହାଯ୍ୟରେ ଆଜିର କାମଗୁଡିକ ସୁବିଧାରେ ସମ୍ପନ୍ନ ହୋଇଯିବ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ । ମନୋରଞ୍ଜନ କାର‌୍ୟ୍ୟରେ ନିଜକୁ ନିୟୋଜିତ କରି ଖୁସି ରହିବାର ସୁଯୋଗ ପାଇବେ। ମାଲିମକଦ୍ଦମାରେ ସଫଳତା ହାସଲର ସୌଭାଗ୍ୟ ଅର୍ଜନ କରିପାରନ୍ତି।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ଗୋମାତାଙ୍କୁ ସବୁଜ ଚାରା ଏବଂ କିଛି ଗୁଣ୍ଡ ଖାଇବାକୁ ଦିଅନ୍ତୁ

କୁମ୍ଭ-
ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବେ । ଘରପାଇଁ ଆସବାବ କ୍ରୟ କରିପାରନ୍ତି । ଆପଣଙ୍କ କଥାକୁ ଲୋକେ ଗମ୍ଭୀରତାର ସହ ଶୁଣିବେ । ନୂଆ କଳାକୈାଶଳ ଶିଖିବାକୁ ସୁଯୋଗ ମିଳିବ । ଶିକ୍ଷାକ୍ଷେତ୍ରରେ ଉନ୍ନତି କରିବେ । ପ୍ରିୟତମଙ୍କ ସହ ଆପଣଙ୍କ ସମ୍ବନ୍ଧ ଭଲ ହେବ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ହନୁମାନଙ୍କର ପୂଜା କରନ୍ତୁ

ମୀନ-
ନିଜର କେତେକ ବ୍ୟକ୍ତିଗତ କାରଣରୁ ପାରିବାରିକ କ୍ଷେତ୍ରରେ ଅବହେଳିତ କାର‌୍ୟ୍ୟ ସକାଶେ ଅନୁତାପ କରିବେ। ବାଣିଜ୍ୟ ଓ ବ୍ୟବସାୟରେ ସଫଳତା ହାସଲ କରିବେ। ପରିବାର ଭିତରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ। ସାଙ୍ଗଠନିକ କ୍ଷେତ୍ରରେ ଭାବୁଥିବା କାମଟିକୁ ଶେଷ କରିପାରିବେନି।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ମିଠା, ହଳଦିଆ ଚାଉଳ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ଭଗବାନଙ୍କୁ ଅର୍ପଣ କରନ୍ତୁ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Horoscope: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଆନନ୍ଦର ଦିନ, ଏମାନେ ରୁହନ୍ତୁ ସତର୍କ | Argus News