Horoscope / ଏହି ୩ ରାଶି ବାହାରକୁ ବାହାରିବା ସମୟରେ ରୁହନ୍ତୁ ସତର୍କ

Key Points
ଜାଣନ୍ତୁ ଆଜିର ରାଶିଫଳ ଖବର
ବାହାରକୁ ବାହାରିବା ସମୟରେ ରୁହନ୍ତୁ ସତର୍କ
ମେଷ-
ସୁଖ ଓ ସ୍ୱାଚ୍ଛନ୍ଦ୍ୟ ତଥା ଭୋଗବିଳାସ ଭାଗୀ ହେବେ । ପ୍ରିୟ ଲୋକଙ୍କ ସହିତ ଆନନ୍ଦିତ ହେବେ । ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ । ରାଜନିତିରେ ବିଜୟ ଲାଭରୁ ମନବଳ ବୃଦ୍ଧି ପାଇବ । ଶିକ୍ଷାର୍ଥି ମାନେ ବିଦ୍ୟାରେ ସଫଳତା ହାସଲ କରିବେ । ମାଲିମକବ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମା ବଗଳାମୂଖିଙ୍କର ମନ୍ତ୍ର ପାଠ କରନ୍ତୁ
ବୃଷ-
ଜୀବନ ସାଥୀ ପରସ୍ପର ପ୍ରତି ଦାୟିତ୍ୱବାନ୍ ରହିବେ। ଛାତ୍ରଙ୍କୁ କୈାଣସି ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ଭଲ ପରାମର୍ଶ ମିଳିବ । ଅର୍ଜିତ ଧନ ଓ ମାନ ହାନି ଘଟିପାରେ । ଦୂର ଯାତ୍ରାରେ ଲକ୍ଷଣ ପୂରଣ କରିପାରନ୍ତି । ରାଜନୀତିରେ ଲୋକ ସଂପର୍କ ବୃଦ୍ଧି ପାଇବ । କୋର୍ଟ କଚେରୀ ମାମଲା ମାନସିକ ସ୍ଥିତିକୁ ବିଗାଡି ଦେଇପାରେ
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କଟକଚଣ୍ଡିଙ୍କ ମନ୍ତ୍ର ପାଠ କରନ୍ତୁ
ମିଥୁନ-
ବ୍ୟବସାୟ କ୍ଷେତ୍ରରେ ଉନ୍ନତି ଘଟିବ । ଛାତ୍ର ଛାତ୍ରି ମାନେ ଉଚ୍ଚ ଶିକ୍ଷା କରିବା ପାଇଁ ସୁଯୋଗ ଆସିପାରେ । ଜମିଜମା କାରବାରରେ ଠକାମୀରେ ପଡିବେ । ମହିଳା ମାନେ କର୍ମକ୍ଷେତ୍ରରେ ପ୍ରଶଂସା ଲାଭ କରିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ନିଜର ଖାଇବାର କିଛି ଅଂଶ ଗାଇକୁ ଖାଇବାକୁ ଦିଅନ୍ତୁ
କର୍କଟ-
କର୍ମ କ୍ଷେତ୍ରରେ ସହଭାଗୀ ମାନଙ୍କ ସହ ଖୁସିରେ କାମ କରିବେ । ଆପଣଙ୍କ ପାଇଁ ଟଙ୍କା ରୋଜଗାର କରିବାର ଅନେକ ସରଳ ଉପାୟ ମିଳିବ । ବିଦେଶରେ ପଢ଼ୀବାକୁ ଚାହୁଁଥିବା ଛାତ୍ରଛାତ୍ରୀ ମାନଙ୍କର ଇଚ୍ଛା ପୂରଣ ହୋଇପାରେ । ରାଜନୀତି ଦୃଢ ହେବା ସହିତ ମୂଖ୍ୟ ଭୂମିକା ନିର୍ବାହ କରିବେ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା ଭୁବନେଶୂରୀଙ୍କର ପୂଜାର୍ଚ୍ଚନା ସହିତ ମନ୍ତ୍ର ପାଠ କରନ୍ତୁ
ସିଂହ-
ଦାମ୍ପତ୍ୟ ଜୀବନ ସାମଞସ୍ୟ ବଜାୟ ରହିବ। ଛାତ୍ରଛାତ୍ରି ମାନେ ପଢା ପଢିରେ ନିରନ୍ତର ମନ ଦେବେ । ସ୍ୱାସ୍ଥ୍ୟ କ୍ଷେତ୍ରରେ ସାମାନ୍ୟ ଉନ୍ନତି ଦେଖାଦେବ । ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦିତା ବଢିବ । ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ। ସାଂସ୍କୃତିକ କାର୍ୟ୍ୟ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଉନ୍ନତି କରିବେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର - ଶ୍ରୀ ରାମଙ୍କୁ ପୂଜା କରନ୍ତୁ
କନ୍ୟା-
ଦରକାରୀ ଜିନିଷ କିଣିବାରେ ଅଧିକ ଖର୍ଚ୍ଚ ହୋଇପାରେ । ଅଧ୍ୟୟନ ପାଇଁ ବିଦେଶ ଯିବାର ସ୍ୱପ୍ନ ସାକାର ହୋଇପାରେ । ରାଜନୀତିରେ ଆଗକୁ ଯିବେ । ଆପଣଙ୍କୁ ନୂଆ ଦାୟିତ୍ୱ ମିଳିପାରେ । ମସ୍ତିଷ୍କରୁ ଲାଗି ରହିଥିବା ସବୁ ଚିନ୍ତା ସମାପ୍ତ ହେବ । ଦିନଟି ଆପଣଙ୍କ ଉଦାର ଲାଗି ପ୍ରସନ୍ନତା ନେଇ ଆସିଛି ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ଧଳା ବା ନୀଳ ରଙ୍ଗର ପୋଷାକ ପରିଧାନ କରନ୍ତୁ
ତୁଳା-
କର୍ମକ୍ଷେତ୍ରରେ ଦାୟିତ୍ୱ ବଢିବା ସହ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ସଫଳ ହେବେ । କୈାଣସି ଆତ୍ମୀୟଙ୍କ ନକାରତ୍ମକ ଚିନ୍ତାଧାରା ମନକୁ ସାମୟିକ ବିବ୍ରତ କରିପାରେ । ପ୍ରଶାସନିକ ଆଲୋଚନା କ୍ଷେତ୍ରରେ ଅପରାହ୍ନ ସମୟ ଟେନସନ୍ କିଛି ମାତ୍ରରେ କମିଯିବ । କିଣାବିକା କ୍ଷେତ୍ରରେ ସତର୍କତା ଅବଲମ୍ବନ ନକଲେ ଠକାମିରେ ପଡିପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପର୍ଶୁରାମଙ୍କର ଫଟକୁ ପୂଜାର୍ଚ୍ଚନା କରନ୍ତୁ
ବିଛା-
ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ମୁକ୍ତି ଦେଇପାରେ । ଚାକିରିରେ କୈାଶଳ କ୍ରମେ ନିଜର ସ୍ଥିତି ସୁଦଢୃ କରିବେ । ଦାମ୍ପତ୍ୟ ଜୀବନରେ ସୁନ୍ଦର ମୁହୂର୍ତ୍ତଗୁଡ଼ିକ ଅନୁଭବ କରିବାକୁ ଅଧିକ ସୁଯୋଗ ଆସିବ । ଛାତ୍ରଛାତ୍ରୀ ମାନେ ସେମାନଙ୍କ ଶିକ୍ଷା ଉପରେ ଅଧିକ ଧ୍ୟାନ ଦେବେ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ବିଦ୍ଧି ପୂର୍ବକ ଶିବ ପୂଜା କରନ୍ତୁ
ଧନୁ-
ବ୍ୟବସାୟ ବିଷୟରେ ଭଲ କଥା କହିବେ । ପାରିବାରିକ ଜୀବନ ଆମୋଦ ଦାୟକ ହେବ । ଭାଗ୍ୟ ଉଦ୍ୟୋଗି ହେବା ସହିତ, ବାଣିଜ୍ୟରେ ଲାଭ ମିଳିବ । ଅସମ୍ପୂର୍ଣ୍ଣ କାମ ପୂର୍ଣ୍ଣାଙ୍ଗ କରିବାକୁ ଚେଷ୍ଟା କରିପାରନ୍ତି । ଅସାବଧାନତା ବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ବାମନଙ୍କ ବିଗ୍ରହକୁ ପୂଜା କରନ୍ତୁ
ମକର-
ପରିବାର ଭିତରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । ଅଧିକାଂଶ ସମୟ ମନ ଅସ୍ଥିର ରହିବା କାରଣରୁ କାମ ଗୁଡିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପାରେ
। ବିଦ୍ୟାର୍ଥୀ କୈାଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଫର୍ମ ଭରିବେ । ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ହନୁମାନଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
କୁମ୍ଭ-
ବ୍ୟବସାୟରେ ନୂତନ ବ୍ୟବସାୟ କରିବାର ଆଶା ମିଳିବ । ଯଦି ଆପଣ ବହୁରାଷ୍ଟ୍ରୀୟ କମ୍ପାନୀରେ ଚାକିରି ପାଇଁ ଆବେଦନ କରି ସେଥିରେ ନିଶ୍ଚିନ୍ତ ଭାବରେ ସଫଳତା ପାଇବେ । ନିଜ ପରିସରରେ ଘଟିଯାଉଥିବା ଘଟଣାରେ ମୁଣ୍ଡ ପୂରାନ୍ତୁ ନାହିଁ । ନିର୍ମାଣାଧୀନ କାମ ଓ ଜମିଜମା ବିବାଦୀୟ ପରିସ୍ଥିତି ସ୍ଥଗିତ ରହିଯିବ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ରାହୁଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
ମୀନ-
କୈାଣସି କାମ ସଂପୂର୍ଣ୍ଣ ହେବା ଯୋଗୁଁ ମନ ଖୁସି ରହିବ । ନୂତନ ପୋଷାକ ଅଳଙ୍କାର ନିଜପାଇଁ କିଣି ପାରନ୍ତି । ପାରିବାରିକ ଜୀବନ ଭୃତ୍ୟଲାଭ ଯୋଗ ରହିଛି । ବ୍ୟାଙ୍କରୁ ଋଣ ପାଇବାର ପଥ ପରିଷ୍କାର ହୋଇଯିବ । ଜମିଜମା କ୍ଷେତ୍ରରେ ଅଶାନୂରୁପ ସଫଳତା ମିଳିବ । ମହିଳା ମାନେ ଅର୍ଥଲାଭ କରିବେ । ମାଲିମକଦ୍ଧମାରେ ଜୟଯୁକ୍ତ ହେବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ସୂର୍ୟ୍ୟ ନାରାୟଣଙ୍କୁ ଜଳ ପ୍ରଦାନ କରନ୍ତୁ
📱 Get Argus News App
✨Related Topics
Explore more stories