Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଆଜି ସତର୍କ ରୁହନ୍ତୁ ଏହି ରାଶିର ବ୍ୟକ୍ତି

Horoscope

ଆଜି ସତର୍କ ରୁହନ୍ତୁ ଏହି ରାଶିର ବ୍ୟକ୍ତି

Ritu Das
Browse all articles by Ritu Das
·2 years ago·3 min read
ଆଜି ସତର୍କ ରୁହନ୍ତୁ ଏହି ରାଶିର ବ୍ୟକ୍ତି

ଅର୍ଗସ ବ୍ୟୁରୋ: କେମିତି କଟିବ ଆଜି ଆପଣଙ୍କ ଦିନ । ତାକୁ ନେଇ ଚିନ୍ତିତ କି ? ତେବେ  ଜାଣି ରଖନ୍ତୁ କଣ କହୁଛି ଆପଣଙ୍କ ରାଶିଫଳ ।
ମେଷ-
କର୍ମକ୍ଷେତ୍ରରେ ଯେଉଁଭଳି ପରିସ୍ଥିତି ଆସିଲେ ମଧ୍ୟ ଆପଣ ସମ୍ଭାଳି ନେବେ । ରାଜନୀତିରେ ଭଲ ସୁଯୋଗର ଉପଯୋଗ କରିବେ । ଚାକିରିରେ ତୀକ ବୃଦ୍ଧିମତାର ପରିଚୟ ଦେବେ । ଧର୍ମ ମନୋଭାବ ଦ୍ୱାରା ପରିଜନ ମାନଙ୍କଠାରେ ପ୍ରିୟଭାଜନ ହେବେ  ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର -  ପ୍ରଭୁ ଜଗନ୍ନାଥଙ୍କର ଦର୍ଶନ କରନ୍ତୁ
ବୃଷ-
ବିଶେଷତଃ ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରିବାକୁ ପଡିପାରେ । ବ୍ୟବସାୟରେ କଠିନ ପରିଶ୍ରମ କରି ଲାଭବାନ୍ ହୋଇ ପାରନ୍ତି । ରାଜନିତିରେ ସତ୍ୟବାଦି ହେବେ ।  ଲେଖାପଢାରେ ଧନ ଅର୍ଜନ କରିବେ ।  ନିଜର ଭଲ ବ୍ୟବହାର ଦେଖାଇ ସମସ୍ତଙ୍କ ମନ ଜିତିବେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କଟକଚଣ୍ଡିଙ୍କ ମନ୍ତ୍ର ପାଠ କରନ୍ତୁ    
ମିଥୁନ-
ଶରୀରରେ ଆଘାତ ପାଇ ପାରନ୍ତି । ଗୃହ କାର୍ଯ୍ୟରେ ଆଗ୍ରହ ବଢିବ । ବ୍ୟବସାୟରେ ଅଭିବୃଦ୍ଧି ଘଟିପାରେ । ଗୃହ ନିର୍ମାଣ ବ୍ୟବସାୟ କ୍ଷେତ୍ରରେ ସଫଳତା ଲାଭ କରିବେ । ମହିଳା ମାନେ କର୍ମ କ୍ଷେତ୍ରରେ ନିଯୁକ୍ତି ପାଇ ପାରନ୍ତି
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫    
ପ୍ରତିକାର – ମା ବିରଜାଙ୍କର ଆରଧନା କରନ୍ତୁ
କର୍କଟ-
ପାରିବାରିକ ଜୀବନରେ ଉତ୍ସାହ ଓ ପ୍ରେରଣା ମିଳିବ । ବିଦ୍ୟାର୍ଥୀ ମାନେ ପରୀକ୍ଷାରେ କୃତକାର୍ଯ୍ୟ କରିବେ । ଶିକ୍ଷାକ୍ଷେତ୍ରରେ ବିଶୃଙ୍ଖଳା ଉପୁଜିପାରେ । ମହିଳା ମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାରେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା ଭୁବନେଶ୍ବରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି
ସିଂହ-
ଭଲ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ବଜାୟ ରଖିବେ । ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ଅଧିକ ନିରାପଦ ଅନୁଭବ କରିବେ । ଜମିଜମା କିଣିବାର ସୁଯୋଗ ରହିଛି । ନିଜ ଜିନିଷ କେଉଁଠି ରଖି  ପାସୋରି ଯିବେ ।  ମହିଳା ମାନେ ଧର୍ମପରାୟଣ ହେବେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ରାମଙ୍କର ପୂଜାପାଠ କରନ୍ତୁ
କନ୍ୟା-
କର୍ମକ୍ଷେତ୍ରରେ ସହକର୍ମୀମାନେ ସହଯୋଗର ହାତ ବଢାଇବେ । ପ୍ରଶଂସା ପ୍ରାପ୍ତିର ସୈାଭାଗ୍ୟ ଅର୍ଜନ କରିପାରନ୍ତି । ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ଆଣିବା ସହିତ କିଛି ଅର୍ଥ ସଞ୍ଚୟ କରି ପାରନ୍ତି ।  ବାଧ୍ୟବାଧକତାରେ ଅନେକ ଟଙ୍କା ଖର୍ଚ୍ଚକରି ଦୁଃଖିତ ରହିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -  ସର୍ବକାର୍ଯ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ 
ତୁଳା-
ସପଂର୍କୀୟ ମାନଙ୍କ ସହିତ ବନ୍ଧୁତା ସ୍ୱତରେ ଆବଦ୍ଧ ହୋଇପାରନ୍ତି । ବ୍ୟବସାୟରେ ଆଶା କରାଯାଉଥିବା ସଫଳତା ପାଇବାର ସମ୍ଭାବନା ରହିଛି । ପୈତୃକ ସମ୍ପତ୍ତି ବ୍ୟବହାର କରି କିଛ଼ି ଅର୍ଥ କମାଇ ପାରନ୍ତି । ସାମ୍ବାଦିକତା କ୍ଷେତ୍ରରେ ପ୍ରଂଶସା ସାଉଟିବେ । ଶିକ୍ଷାର୍ଥୀ ମାନେ ପଢାରେ ସଫଳତା ପାଇବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା ମଙ୍ଗଳାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ବିଛା-
ଆକସ୍ମିକ ଭାବରେ ମୋଟା ଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ । ନିଜର ପରିସର ବୃଦ୍ଧି ପାଇଁ ଯଥା ସମ୍ଭବ ପ୍ରୟାସ କରିବେ । ସଂଚାର କ୍ଷେତ୍ରରେ  ବ୍ୟକ୍ତିଙ୍କୁ ଲାଭ ମିଳିବ । ମହିଳା ମାନେ ସଜବାଜରେ ଦିନ କଟିବେ । ଛାତ୍ରଙ୍କ ଲେଖା ପଢାରେ ବାଧା ଦୂର ହୋଇଯିବ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଚନା କରନ୍ତୁ
ଧନୁ-
ବ୍ୟବସାୟରେ ସାମାନ୍ୟ ଲାଭ ମିଳିବ । ଚାକିରୀରେ ବେତନ ବୃଦ୍ଧିର ସମ୍ଭାବନା ଅଛି । ସାମାଜିକ କାର‌୍ୟ୍ୟରେ ରୁଚି ବଢିବ । ମହିଳା ମାନେ ଅନ୍ୟକୁ ସାହା କରିବେ । ପୂର୍ବରୁ ଅର୍ଜିତ କରିଥିବା ସମ୍ପତିକୁ ନେଇ କିଛି ବିଶେଷ ଯୋଗନା ପ୍ରସ୍ତୁତ କରିପାରନ୍ତି    
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩    
ପ୍ରତିକାର – ଶ୍ରୀ ବାମନଙ୍କ ବିଗ୍ରହକୁ ପୂଜା କରନ୍ତୁ
ମକର-
କଳା କ୍ଷେତ୍ରରେ ଉନ୍ନତିର ରାସ୍ତା ମିଳିବ । ପ୍ରତ୍ୟେକ କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ମନୋବୃତ୍ତି ପୋଷଣ କରିବା କାରଣରୁ ଅଶାନ୍ତି ସୃଷ୍ଟି ହୋଇପାରେ । ସଂପର୍କରେ ସଚ୍ଚୋଟତା ବଜାୟ ରଖିବାକୁ ଚେଷ୍ଟା କରିବେ । ଅନ୍ୟ ମାନଙ୍କୁ ଭାବିଚିନ୍ତି କଥା କୁହନ୍ତୁ
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
କୁମ୍ଭ-
ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡିପାରେ । କୌଣସି କଳା କ୍ଷେତ୍ରରେ ଅଭିନୟ ପାଇଁ ସୁଯୋଗ ପାଇବେ । କୌଣସି ସମ୍ବନ୍ଧକୁ ନେଇ ଅଧିକ ଭାବପ୍ରବଣ ରହି ପାରନ୍ତି। ସଞ୍ଚିତ ଅର୍ଥ ବୃଦ୍ଧି ପାଇବା ସହିତ ଅନେକ କ୍ଷେତ୍ରରେ କିଛି ଅର୍ଥ ନିବେଶ କରିପାରନ୍ତି ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା  କାଳିଙ୍କ ମହାକବଚ ଧାରଣ କରନ୍ତୁ
ମୀନ-
ପିତାମାତାଙ୍କ ସାହାଯ୍ୟ ଓ ସହଯୋଗ ପାଇବେ । କର୍ମକ୍ଷେତ୍ରରେ ଭାବୁଥିବା କାମଟିକୁ କଷ୍ଟସାଧ୍ୟ ପୁରା କରିବେ । ଆଗରୁ ଭୋଗୁଥିବା ଶାରିରୀକ ସମସ୍ୟାର ଉନ୍ନତି ହେବ । ଅଫିସରେ ଆପଣଙ୍କ ପାଖରେ କାମ ଅଧିକ ରହିବ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବୃହସ୍ପତିଙ୍କର ପୂଜାର୍ଚ୍ଚନା କରନ୍ତୁ

ଅଧିକ ପଢ଼ନ୍ତୁ ରାଶିଫଳ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Be careful today, | Argus News