Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜି ଏହି ରାଶି ମାନେ ରୁହନ୍ତୁ ସାବଧାନ

Horoscope

ଆଜି ଏହି ରାଶି ମାନେ ରୁହନ୍ତୁ ସାବଧାନ

Ritu Das
Browse all articles by Ritu Das
·1 year ago·3 min read
ଆଜି ଏହି ରାଶି ମାନେ ରୁହନ୍ତୁ ସାବଧାନ

ଆଜି କେବଳ ୪ ରାଶି ନୁହେଁ , ବରିଂ ସାରା ଦୂନିଆ ଉପରେ ଏହି ପ୍ରଭାବ ପଡିବାକୁ ଯାଉଛି । ବଦଳିଯିବ ୪ ରାଶିର ଭାଗ୍ୟ । ଆଜି ସୂର୍ଯ୍ୟଗ୍ରହଣ ସହ ଶନି ଅମାବାସ୍ୟା ମଧ୍ୟ । ସେଥିପାଇଁ ଶନି ନିଜର ରାଶି ପରିବର୍ତ୍ତନ କରୁଛନ୍ତି । ତେବେ ଶନି କେଉଁ ରାଶିରୁ କେଉଁ ରାଶିକୁ ଯାଉଛନ୍ତି, ଏହି ରାଶି ପାଇଁ କଣ ଶୁଭଫଳ ରହିଛି , କେଉଁ କେଉଁ ପରିବର୍ତ୍ତନ ହେବାରେ ଅଛି ଆସନ୍ତୁ ଜାଣିବା ।
କୁହାଯାଏ, ଶନି ହେଉଛନ୍ତି କର୍ମ ଫଳ ଦାତା । ଯେଉଁ ରାଶିରେ ଶନି ଥାଆନ୍ତି, ତାଙ୍କୁ ତାଙ୍କ କର୍ମ ମୁତାବକ ଫଳ ଦେଇଥାନ୍ତି । ଯଦି ସେହି ରାଶିବିଶେଷ ବ୍ୟକ୍ତିମାନେ କୌଣସି ସାମାନ୍ୟ ଭୂଲ ମଧ୍ୟ କରିଥାନ୍ତି, ତାଙ୍କୁ କଠିନ ଦଣ୍ଡ ଦେବାକୁ ପଶ୍ଚାତାପ କରନ୍ତିନି ଶନି । ତେଣୁ ଶନି ରାଶିରେ ଥିଲେ କିଛି ଲୋକ ଖୁବ ଧନୀ ହେଉଥିବା ବେଳେ କିଛି ଲୋକଙ୍କ ଜୀବନରେ ଖୁବ ଦୁଃଖ ମାଡିଆସେ।
ତେବେ ୨୯ ମାର୍ଚ୍ଚ ଅର୍ଥାତ ଆଜି ଶନି ମୀନ ରାଶିରେ ପ୍ରବେଶ କରିବେ । ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଶନି କୁମ୍ଭ ରାଶିରୁ ମୀନ ରାଶିକୁ ଚଳନ କରୁଛନ୍ତି । ଏହି ଗ୍ରହ ଚଳନର ପ୍ରଭାବ ସିଧାସଳଖ ୪ଟି ରାଶି ଉପରେ ପଡିବ । ସେହି ରାଶିଗୁଡିକ ବୃଷ, ମିଥୁନ, ତୁଳା, ମୀନ। ତେବେ ମୀନ ରାଶିରେ ପୂର୍ବରୁ ରବି, ଚନ୍ଦ୍ର, ଶୁକ୍ର, ବୁଧ, ରାହୁ ରହିଛନ୍ତି । ତେବେ ଶନି ରାହୁଙ୍କର ସଂଯୋଗ କେବଳ ଏହି ରାଶି ନୁହେଁ, ଭାରତ ପାଇଁ ସାରା ବିଶ୍ବ ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ଜ୍ୟୋତିଷମାନେ ମତ ଦେଇଛନ୍ତି ।ତେବେ ମୀନ ରାଶିରେ ଶନି-ରାହୁଙ୍କ ସଂଯୋଗ ୨୯ ମାର୍ଚ୍ଚ ୨୦୨୫ରୁ ୧୮ ମେ ୨୦୨୫ ଯାଏଁ ମୀନ ରାଶିରେ ରହିବେ । କିନ୍ତୁ କିଛି ରାଶି ପାଇଁ ଏହା ଶୁଭ ଫଳ ପ୍ରଦାନ କରିବ । ପ୍ରଥମେ ଜାଣିବା ମୀନ ରାଶିରେ ଏହା କେଉଁ ପ୍ରଭାବ ପକାଇବ ।
ମୀନ ରାଶି :
ମୀନ ରାଶିରେ କୋର୍ଟ କଚେରୀ ଏବଂ ପରିବାରରେ ବିବାଦ ଦେଖାଯିବ । ଘରେ ସାମାନ୍ୟ ଛୋଟ ଛୋଟ କଥାରେ ବିବାଦ ବଢିବାରେ ଲାଗିବ । ବର୍ଷର ପ୍ରଥମ ସୂର୍ଯ୍ୟଗ୍ରହଣ ଯୋଗୁଁ ଏହା ଆପଣଙ୍କ ମାନସିକ ସ୍ଥିତିକୁ ପ୍ରଭାବିତ କରିବ । ଅଧିକ ସମୟ ଆପଣ ଚିନ୍ତାଗ୍ରସ୍ତ ରହିବେ । ତେବେ ନିଜ ଆତ୍ମବିଶ୍ବାସରେ ବୃଦ୍ଧି ହେବ । ସ୍ବାସ୍ଥ୍ୟ ପ୍ରତି ସାବଧାନ ରହିବାର ଆବଶ୍ୟକତା ରହିଛି। ଯାତ୍ରାରେ ବାଧା ସୃଷ୍ଟି ହେବ । ଜଗିରଖି କାର୍ଯ୍ୟ କରିବା ସହ ନିଜର ବାକ ସଂଯମତା ରଖିବା ଆବଶ୍ୟକ ।
ବୃଷ ରାଶି:
ଶନିଙ୍କ ମୀନରାଶିରେ ଆଗମନରେ ବୃଷରାଶିରେ ବଡ ପରିବର୍ତ୍ତନ ଦେଖାଯିବ । ବୃଷରାଶିରେ ଶୁଭଫଳ ପ୍ରାପ୍ତ ହେବାର ଯୋଗ ରହିଛି । ବୃଷର ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିବ । ଯେକୌଣସି କାର୍ଯ୍ୟରେ ସଫଳତା ମିଳିବ । ଆୟ ବୃଦ୍ଧି କରିବାର ନୂଆ ନୂଆ ସ୍ରୋତ ମିଳିବ । ଧର୍ମ-କର୍ମରେ ମନୋନିବେଶ କରିବେ ।
ମିଥୁନ ରାଶି :
ଶନିଙ୍କ ଉପସ୍ଥିତି ମିଥୁନ ରାଶିପାଇଁ ମଧ୍ୟ ଶୁଭଫଳ ପ୍ରଦାନ କରିବ । ଶନି ମିଥୁନ ରାଶିର ଦଶମ ଭାଗରେ ପ୍ରବେଶ କରିବ । ଯାହାଦ୍ବାରା ସମାଜରେ ଆପଣଙ୍କ ମାନ ପ୍ରତିଷ୍ଠା ହେବ । କାର୍ଯ୍ୟସ୍ଥଳରେ ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ । ଉଚ୍ଚ ପଦ ମିଳିବାର ଯୋଗ ରହିଛି । ଶୁଭଫଳ ପ୍ରାପ୍ତ ହେବ ।
ତୁଳା ରାଶି :
ତୁଳା ରାଶି ପାଇଁ ଶନିଙ୍କ ଦୃଷ୍ଟି ଷଷ୍ଠ ସ୍ଥାନରେ ରହିବ । ଯାହାଦ୍ବାରା ତୁଳା ରାଶିର ବ୍ୟକ୍ତିମାନେ ଶତ୍ରୃ ଉପରେ ବିଜୟପ୍ରାପ୍ତି କରିବେ । କୋର୍ଟ କଚେରୀରେ ଲାଭ ମିଳିବ । ଚାକିରି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ନିଜ ସ୍ଥାନରେ ପଦୋନ୍ନତି ପାଇବେ । ଜମି କିଣିବାର ଯୋଗ ରହିଛି ।
ତେବେ ଶନିଙ୍କ ଦୃଷ୍ଟି କାହାକୁ ରାଜସୁଖ ଦେଉଥିବା ବେଳେ କାହାକୁ ଖୁବ ଦୁଃଖ ଦେଇଥାଏ ବୋଲି ଜ୍ୟୋତିଷମାନେ ମତ ଦେଇଛନ୍ତି । ସେଥିପାଇଁ ନିଜର କର୍ମ ସଠିକ ଭାବେ ବୁଝି ବିଚାରି କରିବାର ଆବଶ୍ୟକତା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
be-careful-with-this-horoscope-today | Argus News