Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Horoscope

Todays Horoscope / ସତର୍କ ରୁହନ୍ତୁ ଏହିସବୁ ରାଶି: ଏହି ରାଶିଧାରୀ ବ୍ୟକ୍ତିଙ୍କ ଉପରେ ପଡ଼ିବ କୁପ୍ରଭାବ

Ritu Das
Browse all articles by Ritu Das
·9 months ago·3 min read
ସତର୍କ ରୁହନ୍ତୁ ଏହିସବୁ ରାଶି: ଏହି ରାଶିଧାରୀ ବ୍ୟକ୍ତିଙ୍କ ଉପରେ ପଡ଼ିବ କୁପ୍ରଭାବ

Key Points

ମେଷ: ସୂର୍ଯ୍ୟ ଦେବତାଙ୍କୁ ମନ୍ଦାର ଫୁଲ ଅର୍ପଣ କରନ୍ତୁ

ବୃଷ: ମଙ୍ଗଳାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ମିଥୁନ: ମା' ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ



ମେଷ
ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ଅଚାନକ ସାକ୍ଷାତ ହେବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । ଜୀବନ ସାଥି ଆପଣଙ୍କର ପ୍ରଂଶସା କରିବେ । ରାଜନୀତିରେ ପ୍ରତିଷ୍ଠା ଅର୍ଜନ କରିବେ । ବେପାର ବୃତ୍ତିରୁ ସେତେ ସଫଳ ମିଳିବ ନାହିଁ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ସୂର୍ଯ୍ୟ ଦେବତାଙ୍କୁ ମନ୍ଦାର ଫୁଲ ଅର୍ପଣ କରନ୍ତୁ
ବୃଷ-
ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ ମନକୁ ଭାରାକ୍ରାନ୍ତ କରିପାରେ । ସତର୍କରେ ଚଳିଲେ ସୁଦ୍ଧା ବିବାଦ ଭିତରକୁ ଟାଣି ହୋଇଯିବାର ଆଶଙ୍କା ରହିଛି। ଶିକ୍ଷାକ୍ଷେତ୍ରରେ ଉଚ୍ଚ ଶ୍ରେଣୀ ପାଇବାସହ ବିଦ୍ୟାର୍ଥିମାନେ ନିଜ କ୍ୟାରିୟର ପାଇଁ ଭଲ ସୁଯୋଗ ପାଇବେ । ଯାନବାହନ କ୍ରୟ କରିବାର ସୁବିଧା ପାଇବେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମଙ୍ଗଳାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ମିଥୁନ-
ପ୍ରେମ ପ୍ରସଙ୍ଗ ପ୍ରତି ଆକର୍ଷଣ ବଢିବ । କାରବାରରେ ଆପଣଙ୍କର ବହୁତ ଲାଭ ହେବ। ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା ମିଳିପାରେ। ମିଥ୍ୟା ଅଭିଯୋଗରେ କୋର୍ଟର ଦ୍ୱାରସ୍ଥ ହେବେ । ମହିଳା ମାନେ ପୂଜାପାଠରେ ମନ ଲଗାଇବେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ମା' ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ
କର୍କଟ-
ଆର୍ଥିକ ପରିସ୍ଥିତି ବଦଳାଇବା ପାଇଁ କିମ୍ବା କିଛି କରିବା ସକାଶେ ମନ ବଳାଇ କର୍ମମୁଖର ହେବେ। ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କୁ ଆପଣେଇ ନେଇ କାମ ହାସଲ କରିପାରିବେ।
ଭୂ-ସମ୍ପତ୍ତି କିଣିବାର ଯୋଗ ରହିଛି । ମହିଳାଙ୍କ ଭାଗ୍ୟ ଉଦ୍ୟୟ ହୋଇପାରେ । ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଶ୍ରୀ ଗଣେଶଙ୍କର ପୂଜା କରନ୍ତୁ
ସିଂହ-
ବ୍ୟବସାୟରେ ଉନ୍ନତି ପାଇଁ ନୂଆ ପଥ ଖୋଲିବ । ଆଇନ ଛାତ୍ର ମାନେ ସମୟର ସଦୂପଯୋଗ କରନ୍ତୁ । ରାଜନୀତିରେ ମନୋକାମନା ପୂରଣ ହେବ । ମାଲିମକଦ୍ଦମାରେ ସଫଳତା ହାସଲ କରିବେ । ମହିଳା ମାନେ ଆନନ୍ଦରେ ସମୟ ଅତିବାହିତ କରିବେ । ଲୋକେ ଆପଣଙ୍କ ବ୍ୟକ୍ତିତକୁ ପ୍ରେରଣା ଦେବେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଓଁ ହ୍ରୀଂ ହ୍ରୀଂ ରାଂ ରାମାୟ ନମଃ ଜପ କରନ୍ତୁ
କନ୍ୟା-
ଭାଇ, ଭାଇ ମଧ୍ୟରେ ସାମାନ୍ୟ ସମସ୍ୟା ଦେଖା ଦେଇପାରେ । ବ୍ୟବସାୟରେ ବୁଝିବିଚାରି ଭାଗିଦାରି କରନ୍ତୁ । ମାନସିକ ସ୍ତରରେ ଉନ୍ନତି ଆସିବ । ଦେହ ଭଲ ରହିଲେ ମଧ୍ୟ ଭ୍ରମଣଜନିତ କ୍ଳାନ୍ତିବୋଧ କରିବେ। କ୍ରୀଡ଼ା, ଚଳଚ୍ଚିତ୍ର, ସଙ୍ଗୀତ, ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତୁଳସୀ ଚଉରା ମୂଳେ ଜଳ ଅର୍ପଣ କରନ୍ତୁ


ଅଧିକ ପଢ଼ନ୍ତୁ ରାଶିଫଳ ସମ୍ପର୍କିତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତୁଳା-
ପୂର୍ବ କଥାକୁ ନେଇ ମନସ୍ତାପରେ ରହିପାରନ୍ତି । ବ୍ୟବସାୟରେ କଠିନ ପରିଶ୍ରମ କରି ଲାଭବାନ୍ ହୋଇ ପାରନ୍ତି । ବିଶ୍ୱାସୀ ଲୋକ ବିଶ୍ୱାସଘାତ କାମ କରିପାରନ୍ତି । ଅନେକ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ବିଛା-
ପାରସ୍ପରିକ ଉତ୍ତମ ବୁଝାମଣା ଯୋଗୁ ପାରିବାରିକ ଜୀବନ ନିୟନ୍ତ୍ରଣ ମଧ୍ୟରେ ରହିବ। ପଡ଼ୋଶୀମାନଙ୍କ ସହାୟତାରେ ଅର୍ଥ ଓ ସମ୍ମାନ ଲାଭ ହୋଇପାରେ । ପୁରୁଣା କରଜ ଆପଣଙ୍କୁ ଫେରସ୍ତ ମିଳିପାରେ । ଘର ଜାଗା ଓ ସମ୍ପତ୍ତି ସମ୍ବନ୍ଧୀୟ ମାମଲା କାହାର ମଧ୍ୟସ୍ଥତା ଦ୍ୱାରା ଦୂର ହେବ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ପ୍ରଭୁ ନୃସିଂହଙ୍କ ମନ୍ତ୍ର ପାଠ କରନ୍ତୁ

ଧନୁ-
ଆୟ ଖୁବ୍ ଭଲ ହେବ । ପାରିବାରିକ ଜୀବନ ହସ, ଖୁସିରେ କଟିବ । ଚାକିରିରେ ପ୍ରାଧାନ୍ୟ ବଜାୟ ରଖିବେ। ଜମିଜମା କିଣିବାର ସୁଯୋଗ ରହିଛି । ନିଜ ଜିନିଷ କେଉଁଠି ରଖି ପାଶୋରି ଯିବେ । କୌଣସି ଗୋଟେ ବଡ ପଦବୀ ଯାଇପାରେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – କିଛି ଦକ୍ଷିଣା ମନ୍ଦିରରେ ଦାନ କରନ୍ତୁ
ମକର-
ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ଅଟକି ରହିଥିବା କାମଗୁଡ଼ିକ ସୁବିଧାରେ ସମ୍ପନ୍ନ ହେବା କଷ୍ଟକର ହୋଇପଡ଼ିବ। ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବା ଯୋଗେ ବନ୍ଧୁବାନ୍ଧବଙ୍କ । କର୍ମକ୍ଷେତ୍ରରେ ଆପଣଙ୍କର ଉଦାର ସ୍ୱଭାବ ସମସ୍ତଙ୍କୁ ପ୍ରଭାବିତ କରିବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣକାଳିଙ୍କୁ ପୂଜା କରନ୍ତୁ
କୁମ୍ଭ-
ଦାମ୍ପତ୍ୟ ଜୀବନ ସାମଞ୍ଜସ୍ୟ ବଜାୟ ରହିବ। ଛାତ୍ରଛାତ୍ରୀ ମାନେ ପଢାପଢିରେ ନିରନ୍ତର ମନ ଦେବେ । ଘରୋଇ ଚାକିରିଆଙ୍କୁ ନୂଆ ପକଳ୍ପ ମିଳିବ । ଗୃହିଣୀଙ୍କ ଘରକାମରେ ଘର ଲୋକ ସାହାଯ୍ୟ କରିବେ। କେହି ଆପଣଙ୍କୁ ସାହାଯ୍ୟର ହାତ ବଢାଇବେ। ବିଦ୍ୟାର୍ଥୀ ମାନେ ପଢାରେ ଶିକ୍ଷକଙ୍କ ସହାୟତା ପାଇବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ରାହୁଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ମୀନ-
ଭଲ ସମ୍ପର୍କ ଥିବା ବ୍ୟକ୍ତିଟି ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ କଥା କହି ନ ପାରେ। କର୍ମକ୍ଷେତ୍ରରେ ଛୋଟ କଥାରୁ ସମାଲୋଚିତ ହୋଇପାରନ୍ତି। ସଞ୍ଚୟ ଅଧିକ କରି ଖର୍ଚ୍ଚ କମ୍ କରନ୍ତୁ ନଚେତ୍ ହଇରାଣ ହୋଇପାରନ୍ତି । ଜମିଜମା କ୍ରୟ କରିବା ପାଇଁ ଯୋଜନା କରିପାରନ୍ତି ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବୃହସ୍ପତିଙ୍କର ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ

Sponsored
Be Cautious: These Zodiac Signs May Face Negative Effects | Argus News