Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Horoscope

Astrology / ସତର୍କ ରୁହନ୍ତୁ: ଏହି ରାଶିର ବ୍ୟକ୍ତିଙ୍କ କର୍ମରେ ବିଫଳତା ଓ ସମସ୍ତ କର୍ମରେ ବାଧା ସୃଷ୍ଟି ହେବ

Ritu Das
Browse all articles by Ritu Das
·5 months ago·3 min read
ସତର୍କ ରୁହନ୍ତୁ: ଏହି ରାଶିର ବ୍ୟକ୍ତିଙ୍କ କର୍ମରେ ବିଫଳତା ଓ ସମସ୍ତ କର୍ମରେ ବାଧା ସୃଷ୍ଟି ହେବ
India

Key Points

ମେଷ-
କର୍ମକ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ପ୍ରତ୍ୟେକ ପରିସ୍ଥିତିରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ ।
ମେଷ-
କର୍ମକ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ପ୍ରତ୍ୟେକ ପରିସ୍ଥିତିରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ । ଅସୁସ୍ଥତା କାରଣରୁ କେତେକ କାମରେ ଅବହେଳା କରିପାରନ୍ତି । ସାମାଜିକ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ । ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - କୈାଣସି ଛୋଟା ଲୋକଙ୍କୁ କିଛି ସାହାର‌୍ୟ୍ୟ କରନ୍ତୁ

ବୃଷ-
ପ୍ରତ୍ୟେକ କ୍ଷେତ୍ରରେ ସଂଯମତା ଅବଲମ୍ବନ ପୂର୍ବକ କାମ କରିବା ଭଲ ହେବ । ଆଜିର ଯାତ୍ରାରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ। ନୂତନ କାର‌୍ୟ୍ୟାରମ୍ଭ ସକାଶେ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇପାରନ୍ତି। ଜମିଜମା କ୍ରୟ ବିକ୍ରୟ କ୍ଷେତ୍ରରେ ଥିବା ଆଶା ମନରେ ଦୁଃଖ ଦେଇପାରେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପାଣିରେ ଟିକେ ହଳଦୀ ମିଶେଇ ଗାଧାନ୍ତୁ

ମିଥୁନ-
ବୟସ୍କ ବ୍ୟକ୍ତିଙ୍କ ଶାରୀରିକ ଅସୁସ୍ଥତା ଯୋଗୁ ମାନସିକ ସ୍ଥିତି ଠିକ୍ ରହିବ ନାହିଁ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ପରାମର୍ଶକୁ ଗ୍ରହଣ କରିବେ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ । ପ୍ରଶାସନିକ ସ୍ତରରେ ସମସ୍ୟା ବୃଦ୍ଧି ପାଇବ । ଗୃହ ନିର୍ମାଣ, ଯାନ ମରାମତିରୁ ଖୁସି ରହିବେ । କାର୍ଯ୍ୟକୁଶଳତା ହେତୁ ମାନସିକ ସ୍ଥିତି ଭଲ ରହିବ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ବଗଳାମୁଖିଙ୍କର ପୂଜା ପାଠ କରନ୍ତୁ

କର୍କଟ-
ବ୍ୟବସାୟ, ପରିବହନ, ଜମିଜମା କ୍ଷେତ୍ରରୁ ସଫଳତା ହାସଲ କରିବେ। ଆଶା ପୂରଣ ହେତୁ ମାନସିକ ସ୍ଥିତି ପ୍ରାୟତଃ ଠିକ୍ ରହିବ। ଆଜିର ଯାତ୍ରାର ଲକ୍ଷ୍ୟ ପୂରଣ ହେବ କିନ୍ତୁ ବ୍ୟସ୍ତତା ବଢ଼ିଯିବ। ଅବହେଳିତ କାମ କିମ୍ବା ଆଳସ୍ୟ ଯୋଗୁ ବନ୍ଧୁ ମହଲରେ ଅପମାନିତ ହୋଇପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା' ଭୁବନେଶ୍ବରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି

ସିଂହ-
ପାରିବାରିକ ସ୍ଥିତି, ସଭାସମିତି, ଆଲୋଚନାଚକ୍ର, ସାହିତ୍ୟ ସଭା ପ୍ରଭୃତିରୁ ଖୁସି ରହିବେ । କର୍ମକ୍ଷେତ୍ରରେ ସତର୍କରେ ନ ଚଳିଲେ ବିବାଦ ଘେରରେ ପଡ଼ିପାରନ୍ତି । ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦର ଆଶଙ୍କା ରହିଛି । ଭୁଲ୍ ଅର୍ଥ ସମ୍ପର୍କିତ ଆଲୋଚନାରେ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଳାପ ଆଲୋଚନାରେ ସମୟ କଟାଇପାରନ୍ତି ।
ଶୁଭ ରଙ୍ଗ - ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

କନ୍ୟା-
ଆଜି ଟିକିଏ କଥାରେ କ୍ରୋଧ ପ୍ରକାଶ କରି ପରିବେଶକୁ ଗମ୍ଭୀର କରିଦେଇପାରନ୍ତି। କର୍ମକ୍ଷେତ୍ରକୁ ଯିବା ବାଟରେ ଅପ୍ରିୟ ସତ୍ୟ କହିବା ସମସ୍ୟା ସୃଷ୍ଟିର କାରଣ ହୋଇପାରେ।
ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ସଫଳତା ହାସଲ କରିବେ। ଆନୁଷ୍ଠାନିକ କାମରେ ସୁଯୋଗ ପାଇ ଆନନ୍ଦିତ ହୋଇପାରନ୍ତି।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ପାଣିରେ କିଛି ଲୁଣ ପକାଇ ଘରକୁ ପୋଛନ୍ତୁ

ତୁଳା-
ନିଜ ଲୋକଙ୍କ ବେଖାତିର ମନୋଭାବ କାରଣରୁ ମନ ଭଲ ଲାଗିବ ନାହିଁ । ଯେ କୌଣସି କାମ ହେଉନା କାହିଁକି ଆପଣ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ । ମାଲିମକଦ୍ଦମାରେ ବିଜୟ ପ୍ରାପ୍ତିର ଆଶା କରିବେ । ନିଜ ମନ ପସନ୍ଦର ଜିନିଷ କିଣିବା ସକାଶେ ମନ ବଳାଇବେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମହାଦେବଙ୍କର ଦର୍ଶନ ସହିତ ପୂଜା ପାଠ କରନ୍ତୁ

ବିଛା-
ପରିବାରରେ ଭୁଲ୍ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବ। ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିଥିଲେ ମଧ୍ୟ ସମ୍ପୂର୍ଣ୍ଣ ଭଲ ହୋଇ ନ ଥିବାରୁ ବ୍ୟସ୍ତତା ଅନୁଭବ କରିବେ। ବନ୍ଧୁଙ୍କ ସାହାଯ୍ୟରେ ଗୃହ, ଭୂମି, ଗାଡ଼ିମୋଟର ସମ୍ପର୍କୀୟ ଚିନ୍ତା ଦୂର ହେବ। ପ୍ରତିଦ୍ୱନ୍ଦ୍ୱିତା ନ କରି ଆଲୋଚନା ମଧ୍ୟରେ କାମ କରିବା ଭଲ ହେବ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ସିନ୍ଦୂର ଟିକା ମସ୍ତକରେ ଲଗାଇ ଘରୁ ବାହାରନ୍ତୁ

ଧନୁ-
ପ୍ରେମ ସମ୍ପର୍କକୁ ବଢାଇବା ସହିତ ଦାମ୍ପତ୍ୟ ଜୀବରେ ସୁଧାର ଆଣିବେ । ବ୍ୟବସାୟ ଅଗ୍ରଗତି କରିବା ପାଇଁ ସାହାଯ୍ୟକାରୀ ଲୋକମାନେ ସହାୟତା କରିବେ । ଶିକ୍ଷାର୍ଥୀ ମାନେ ପଥ ଭ୍ରଷ୍ଟ ହୋଇ ପାରନ୍ତି । ବିବାଦୀୟ ଘଟଣାରେ ପ୍ରତିଦ୍ୱନ୍ଦିତା କ୍ରମଶଃ ବୃଦ୍ଧି ପାଇବ। ଇଲୋକ୍ଟ୍ରୋନିକ ସାମଗ୍ରୀ କିଣି ପାରନ୍ତି
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ଗଣେଶଙ୍କ ମନ୍ତ୍ର ପାଠ କରନ୍ତୁ

ମକର-
ବ୍ୟବସାୟ ସମ୍ବନ୍ଧରେ ମହାଜନଙ୍କ ଠାରୁ ଭଲ ପରାମର୍ଶ ପାଇ ଲାଭବାନ ହେବେ । କର୍ମକ୍ଷେତ୍ରରେ ପରିସ୍ଥିତିକୁ ଯେତେଟା ଜଟିଳ ମନେ କରୁଛନ୍ତି ସେପରି କିଛି ହେବନି। ନୀରବରେ ବସି ରହିଲେ ସମସ୍ୟାରେ ଛନ୍ଦି ହେବାକୁ ପଡ଼ିପାରେ। ଆନୁଷ୍ଠାନିକ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇ ଖୁସି ହୋଇପାରନ୍ତି।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମହାଦେବଙ୍କର ପୂଜାର୍ଚ୍ଚନା କରନ୍ତୁ

କୁମ୍ଭ-
ଦେହ ଭଲ ରହିଲେ ମଧ୍ୟ ମୁଣ୍ଡ ରୋଗରେ କଷ୍ଟ ପାଇବେ । ଦୂରଯାତ୍ରା ସଫଳ ହେବ ଓ ଲକ୍ଷ୍ୟ ହାସଲରେ ସମର୍ଥ ହୋଇପାରିବେ । ଆଜି ଅଟକି ରହିଥିବା କାମଗୁଡ଼ିକ ସୁବିଧାରେ ସମ୍ପନ୍ନ ହେବା କଷ୍ଟକର ହୋଇପଡ଼ିବ । ପରିସ୍ଥିତିବଶତଃ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ରାହୁଙ୍କର ପୂଜାର୍ଚ୍ଚନା କରନ୍ତୁ

ମୀନ-
କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ଅତ୍ୟନ୍ତ ପ୍ରିୟ ଲୋକ ମାନେ ଅସନ୍ତୁଷ୍ଟ ହୋଇ ଦୂରେଇ ଯାଇ ପାରନ୍ତି । ଛାତ୍ରଛାତ୍ରୀ ମାନେ କ୍ୟାରିୟରକୁ ନେଇ ଚିନ୍ତିତ ହୋଇପାରନ୍ତି । ରାଜନୀତିରେ ଲୋକ ସମର୍ଥନ ମିଳିବ । ଉଚ୍ଚଶିକ୍ଷା ପ୍ରତିଷ୍ଠାନର ଆଡମିଶନରେ ଆସୁଥିବା ବାଧା ଦୂର ହେବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ଗୋମାତାଙ୍କୁ ଗୁଡ,ବୁଟ, ପାଚିଲା କଦଳୀ ଖାଇବାକୁ ଦିଅନ୍ତୁ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Beware Zodiac Alert: Career Failure and Obstacles Predicted for This Sign | Argus News