Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆର୍ଥକ ସମସ୍ୟା ଦୂର କରିବ ପିତ୍ତଳ କଇଁଛ

Horoscope

ଆର୍ଥକ ସମସ୍ୟା ଦୂର କରିବ ପିତ୍ତଳ କଇଁଛ

Rashmita Mishra
Browse all articles by Rashmita Mishra
·1 year ago·2 min read
ଆର୍ଥକ ସମସ୍ୟା ଦୂର କରିବ ପିତ୍ତଳ କଇଁଛ

ଅର୍ଗସ ବ୍ୟୁରୋ: ବାସ୍ତୁ ଶାସ୍ତ୍ର ଅନୁସାରେ ଘର ପାଇଁ ଅନେକ ପ୍ରକାରର ନିୟମ ରହିଥାଏ । ଘର ପାଇଁ କଣ କରିବା ଉଚିତ୍ ଆଉ କଣ ନକରିବା ଉଚିତ୍ ବାସ୍ତୁ ଶାସ୍ତ୍ର କହିଥାଏ । ଆଉ ମଧ୍ୟରୁ ଗୋଟାଏ ହେଉଛି ପିତ୍ତଳ କଇଁଛ । ବାସ୍ତୁ ଶାସ୍ତ୍ର ଅନୁସାରେ ପିତ୍ତଳ କଇଁଛ ରଖିବା ଦ୍ୱାରା ସକରାତ୍ମକ ଶକ୍ତି ବଢିଥାଏ । ଏହି କଇଁଛକୁ ଘରେ ରଖିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ । ଧନ ପ୍ରାପ୍ତି ପାଇଁ ନୂଆ ନୂଆ ମାର୍ଗ ସାମ୍ନାକୁ ଆସିଥାଏ । ଘରେ ସୁଖସମୃଦ୍ଧି ବୃଦ୍ଧି ସହ ଧନର ଅଭାବ ଦୂର ହୋଇଥାଏ । ଅଯଥାରେ ଟଙ୍କା ଖର୍ଚ୍ଚ ହୁଏ ନାହିଁ । ତେବେ ପିତ୍ତଳ କଇଁଛକୁ ସର୍ବଦା ସଠିକ୍‌ ଦିଗରେ ରଖିବା ନିହାତି ଜରୁରୀ । ନଚେତ୍‌ ବିପରୀତ ଫଳ ମିଳିଥାଏ । ଜାଣନ୍ତୁ ବାସ୍ତୁରେ ବର୍ଣ୍ଣନା କରାଯାଇଥିବା ନିୟମ ବିଷୟରେ


ଯଦି ଆପଣ ନିଜ ଘରେ ସୁଖ, ସମୃଦ୍ଧି,ଧନ ପାଇବାକୁ ଚାହୁଁଛନ୍ତି, ତେବେ ବାସ୍ତୁ ଶାସ୍ତ୍ର ଅନୁଯାୟୀ ନିର୍ଦ୍ଧାରିତ ଦିଗରେ ଏକ ପିତ୍ତଳ କଇଁଛ ରଖନ୍ତୁ । ଏକ ପିତ୍ତଳ କଇଁଛକୁ ସର୍ବଦା ଘରର ଉତ୍ତର କିମ୍ବା ଉତ୍ତରପଶ୍ଚିମ ଦିଗରେ ରଖିବା ଉଚିତ୍ । ଏହା କରିବା ଦ୍ୱାରା ଘରେ ସକାରାତ୍ମକ ଉର୍ଜା ଆସିଥାଏ ଏବଂ ନକାରାତ୍ମକତା ଦୂର ହୋଇଥାଏ ।


ବାସ୍ତୁ ଶାସ୍ତ୍ର ଅନୁଯାୟୀ ସଠିକ୍ ଦିଗରେ ରଖାଯାଇଥିବା ଏକ ପିତ୍ତଳ କଇଁଛ ପରିବାର ପାଇଁ ସୁଖ ଆଣିଥାଏ । ଯଦି ଏହାକୁ ଦକ୍ଷିଣ ପଶ୍ଚିମ ଦିଗରେ ରଖାଯାଏ, ତେବେ ପିଲାମାନଙ୍କର ଅଧ୍ୟୟନରେ ଆଗ୍ରହ ବଢିଥାଏ ଏବଂ ସେମାନେ ଆଗକୁ ବଢିଥାନ୍ତି ।


ଯଦି ଘରେ ଏକ ପିତ୍ତଳ କଇଁଛ ରଖାଯାଏ, ତେବେ ଏହା ସୁଖ ଏବଂ ସମୃଦ୍ଧି ଆଣିଥାଏ। ଏଥିସହ ଘର ଉପରେ ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ମିଳେ ଓ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଥିଲେ କେବେ ବି ଟଙ୍କା ଅଭାବର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଘରେ କଇଁଛ ରଖିବା ମଧ୍ୟ ଦୀର୍ଘ ଜୀବନର ପ୍ରତୀକ ଭାବରେ ବିବେଚନା କରାଯାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଯଦି ପିତ୍ତଳ କଇଁଛକୁ ଘରର ପଶ୍ଚିମ ଦ୍ୱାର ଆଡକୁ ରଖାଯାଏ, ଏହା ଦ୍ବାରା ଘରେ ନକାରାତ୍ମକତା ଆସେ ନାହିଁ । ଏହା ବ୍ୟତୀତ ଏହା ଘର ଉପରେ ନଜର ଲାଗେ ନାହିଁ ।


ବାସ୍ତୁ ଶାସ୍ତ୍ର ଅନୁଯାୟୀ,ଡ୍ରଇଂ ରୁମରେ ଏକ ପିତ୍ତଳ କଇଁଛ ରଖିବା ମଧ୍ୟ ଶୁଭ ବୋଲି ବିବେଚନା କରାଯାଏ। ଏହି କାରଣରୁ ଘରର ପରିବେଶ ସର୍ବଦା ଭଲ ଏବଂ ଶାନ୍ତ ରହିଥାଏ । ପରସ୍ପର ମଧ୍ୟରେ ଭଲ ପାଇବା ବଢିଥାଏ ।


ବାସ୍ତୁ ଅନୁଯାୟୀ, ଯଦି ଆପଣ ଘରେ ଏକ ପିତ୍ତଳ କଇଁଛ ରଖୁଛନ୍ତି, ତେବେ କଇଁଛର ମୁହଁ ସର୍ବଦା ପୂର୍ବ ଦିଗରେ ଆଡକୁ ରହିବା ଉଚିତ୍ । ଯଦି କଇଁଛକୁ ପାଣିରେ ଭର୍ତ୍ତି ଏକ ପାତ୍ର ଭିତରେ ରଖାଯାଏ ତେବେ ଏହା ଅଧିକ ଶୁଭ ଅଟେ ।

Argus Whatsapp Channel Mobile Top
Sponsored
Bronze tortoise will solve the problem of money | Argus News