Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Horoscope

ବ୍ୟବସାୟିକ କ୍ଷେତ୍ରରେ ବଡ଼ ପରିର୍ତ୍ତନ ହେବେ ଏହି ରାଶିଙ୍କର

Rashmita Mishra
Browse all articles by Rashmita Mishra
·10 months ago·4 min read
ବ୍ୟବସାୟିକ କ୍ଷେତ୍ରରେ ବଡ଼ ପରିର୍ତ୍ତନ ହେବେ ଏହି ରାଶିଙ୍କର

Key Points

ବୃଷ ରାଶି ରାଜନୀତିରେ ସକ୍ରିୟ ଭୂମିକା ଗ୍ରହଣ କରିବେ

ମେଷ ରାଶି କର୍ମ କ୍ଷେତ୍ରରେ ଅଧିକ ପରିଶ୍ରମ କରିବା ହେତୁ ଉଚ୍ଚ ସାଫଲ୍ୟ ପ୍ରାପ୍ତି ହେବ

ମିଥୁନ ରାଶି ପ୍ରେମିକା , ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ସଫଳତା ପାଇବେ

ମୋଷ- ସ୍ୱାସ୍ଥ୍ୟ ସମସ୍ୟା ଉପନ୍ନ ହୋଇପାରେ । ଆୟବ୍ୟୟ ସମାନ ପରିମାଣରେ ରହିବ । ଉପରିସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବା ସହ କର୍ମକ୍ଷେତ୍ରରେ ପୂର୍ଣ୍ଣ ସଫଳତା ପ୍ରାପ୍ତି ହେବ । ଚାକିରିରେ ବଦଳି ହେବା ଦ୍ୱାରା ଅସୁବିଧାରେ ପଡି ପାରନ୍ତି । ଅଧିକାଂଶ ସମୟ ମନ ଭାରାକ୍ରାନ୍ତ ରହିବା କାରଣରୁ ଯାହା ନ କହିବା କଥା ତାହା କହି ସମସ୍ୟାକୁ ଡାକି ଆଣିବେ
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଓଁ ହ୍ରୀଂ ଶ୍ରୀଂ ମଙ୍ଗଳାୟ ନମଃ ଜପ କରନ୍ତୁ

ବୃଷ- ରାଜନୈତିକ କ୍ଷେତ୍ରରେ ଦୃଢ ସଂକଳ୍ପ ଓ ଆତ୍ମବିଶ୍ୱାସ ଫଳରେ ସମ୍ମାନ ବୃଦ୍ଧି ପାଇବ । କଳା, ଚଳଚିତ୍ର କ୍ଷେତ୍ରରେ ଆଗେଇବେ । ପୁରୁଣା ଗାଡି ବିକିବାରେ ମନ ବଳାଇବେ । ଗୃହସୀମାକୁ କେନ୍ଦ୍ରକରି ଭାଇ କିମ୍ବା ପଢୋଶୀଙ୍କ ସହ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ । ଧନ୍ୟଧାନ୍ୟ, ବାହାନାଦି ପ୍ରାପ୍ତି ହେବାର ଯୋଗ ଅଛି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ

ମିଥୁନ- ବନ୍ଧୁତ୍ୱ ସମ୍ପର୍କରେ କିଛି ଉନ୍ନତି ଆସିବ ଏବଂ ତାଙ୍କ ସହିତ ମିଶି କିଛି ନୂଆ ଯୋଜନା କରିବେ । ଘର ପାଇଁ ଆସବାବ କ୍ରୟ କରିବେ । ରାଜନୀତିରେ ଦୁଃସାହାସିକ ପଦକ୍ଷପ ନେବେ । ଖେଳାଳିଙ୍କ ପାଇଁ ଦିନଟି ବହୁତ ଭଲ ରହିବ । ମହିଳା ଅଧିକ ସମୟ ପିଲାଙ୍କ ସହିତ ବିତାଇବେ ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ମା ଦତାତ୍ରେୟଙ୍କ ମନ୍ତ୍ର ପାଠ କରନ୍ତୁ

କର୍କଟ- କର୍ମ କ୍ଷେତ୍ରରେ ଉତରତର ଉନ୍ନତି କରିବେ । ସାଂସାରିକ କ୍ଷେତ୍ରରେ ସୁଖ ସମୃଦ୍ଧି ଫେରିଆସିବ ଓ ସମ୍ପର୍କରେ ଉନ୍ନତି ଆସିବ । ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ । ଉପରିସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବା ସହ କର୍ମକ୍ଷେତ୍ରରେ ପୂର୍ଣ୍ଣ ସଫଳତା ପ୍ରାପ୍ତି ହେବ । ଜରୁରୀ କାମରେ ବିଦେଶ ଯାତ୍ରାରେ ସଫଳ ହେବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଚନ୍ଦ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ସିଂହ- ସ୍ୱାସ୍ଥ୍ୟରେ ସୁଧାର ସାଙ୍ଗକୁ ମାନସିକ ସି୍ଥରତା ଅକ୍ଷୁର୍ଣ୍ଣ ରହିବ । କର୍ମକ୍ଷେତ୍ରରେ ଦକ୍ଷତା ବୃଦ୍ଧି ସହ ସହକର୍ମୀ ସହନାଭୁତି ପ୍ରଦର୍ଶନ କରିବେ । ଛାତ୍ର ଛାତ୍ରି ମାନେ ପଢାରେ ଭଲ ସଫଳତା ଆଣିବେ । କର୍ମ କ୍ଷେତ୍ରରେ କୈାଣସି ବ୍ୟକ୍ତିଙ୍କ ଠାରୁ ନିଜେ କରିଥିବା ଭୁଲ କଥା ଜାଣିପାରିବେ । ପିଲା ମାନଙ୍କ ସହିତ ହସଖୁସିରେ ସମୟ ବିତାଇବେ
ଶୁଭ ରଙ୍ଗ - ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

କନ୍ୟା- ବ୍ୟବସାୟରେ ଅଂଶୀଦାର ମାନଙ୍କ ସହ କିଛି ଚୁକ୍ତିନାମା କରିପାରନ୍ତି । ଜୀବନସାଥୀଙ୍କ ପ୍ରତି ପ୍ରେମ ଓ ସମ୍ମାନ ବୃଦ୍ଧି ପାଇବା ସହ ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଅନ୍ୟର ଉପକାର କରି ନିଜେ କ୍ଷତିରେ ପଡିବେ । ଧାର୍ମିକ କାର‌୍ୟ୍ୟରେ ଅଂଶଗ୍ରହଣ କରିବା ଫଳରେ ଏକାଗ୍ରତା ବୃଦ୍ଧି ପାଇବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ପ୍ରଭୁ ନାରାୟଣଙ୍କ ଫଟକୁ ପୂଜା କରନ୍ତୁ

ତୁଳା- ଯେଉଁ ବ୍ୟବସାୟ ଆରମ୍ଭ କରିବା ପାଇଁ ଭାବୁଥିବେ ତାହା ଶୀଘ୍ର ଆରମ୍ଭ କରନ୍ତୁ । କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାର୍ଯ୍ୟ ପାଇବେ । ଶିକ୍ଷା ଓ କ୍ୟାରିୟର କ୍ଷେତ୍ରରେ ଆଗକୁ ବଢିବାର ସୁଯୋଗ ମିଳିବ ତେଣୁ ନିଷ୍ଠାପର ଭାବରେ ପ୍ରୟାସ ଜାରି ରଖିବେ । ମାଲିକମକଦ୍ଦମାରେ ଓକିଲଙ୍କ ସାହାର‌୍ୟ୍ୟ ପାଇବେ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

ବିଛା- ଶରିରକୁ ସୁସ୍ଥ ରଖିବା ପାଇଁ ଆଜି ଆପଣ ବହୁତ ଯୋଜନା କରିବେ । ଆପଣ ନିଜ କଥାରେ ଅନ୍ୟ ମାନଙ୍କ ମନ ମୋହିବେ । ଜମିଜମାକୁ ନେଇ ନିଜ ଲୋକମାନେ ବିଶ୍ୱାସ ଘାତ କରିପାରନ୍ତି । ଯାନବାହନ କିଣିବା ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଛନା କରନ୍ତୁ

ଧନୁ- ବ୍ୟବସାୟରେ ଆଶା ପୂରଣ କରିବା ପାଇଁ ସମ୍ଭାବନା ରହିଛି । ଜମିଜମା କାରବାରାରେ ଉପକୃତ ହେବେ । ପ୍ରେମ ସମ୍ପର୍କକୁ ନେଇ ଚିନ୍ତା ବଢିବ । ମାନସିକ ଅସ୍ଥିରତା କାରଣରୁ କାମ ଉତ୍ସାହପ୍ରଦ ହେବ ନାହିଁ । କିଛି ନୂଆ କଥା ଶିଖିବାକୁ ସୁଯୋଗ ମିଳିବ ।
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ପ୍ରତିଦିନ ସକାଳୁ ସୂର‌୍ୟ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ

ମକର- ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ସଫଳ ହେବେ । ଯେଉଁ କ୍ଷେତ୍ରରେ କର୍ମ କରୁଛନ୍ତି ଅଚାନକ ଭାବରେ ବାହାରକୁ ଯିବାର ସମ୍ଭାବନା ଅଛି । ରାଜନୀତି କ୍ଷେତ୍ରରେ ଉଚ୍ଚ ପଦପଦବୀ ମିଳିବା ସହ ନୂଆ ସମ୍ପର୍କ ସୃଷ୍ଟି ହେବ । ଶିକ୍ଷା କ୍ଷେତ୍ରରେ ମାନସିକ ଏକାଗ୍ରତା ବଜାୟ ରହିବା ଯୋଗେ ଆନନ୍ଦିତ ହେବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – କଳା ରଙ୍ଗର କୁକୁରକୁ ଖାଇବାକୁ ଦିଅନ୍ତୁ

କୁମ୍ଭ-ସ୍ୱାସ୍ଥ୍ୟ କ୍ଷେତ୍ରରେ ସାମାନ୍ୟ ଉନ୍ନତି ଦେଖାଦେବ । ଅଧିକ ଭାଗ୍ୟଦାରୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ । ଅଦାଲତରେ ସଫଳତା ହାସଲ କରି ଆନନ୍ଦ ଅନୁଭବ କରିବେ । ଖର୍ଚ୍ଚ ଉପରେ ଟିକେ ଧ୍ୟାନ ଦିଅନ୍ତୁ । ସାମ୍ବାଦିକ କ୍ଷେତ୍ରରେ କାର‌୍ୟ୍ୟରତ ବ୍ୟକ୍ତି ମାନଙ୍କ ପାଇଁ ଭଲ ସମୟ ଆସିପାରେ ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ହନୁମାନଙ୍କର ପୂଜା କରନ୍ତୁ

ମୀନ- ପାରିବାରିକ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । କର୍ମ କ୍ଷେତ୍ରରେ ମଧୁର ବାକ୍ୟ କହି ନିଜର କାର୍ଯ୍ୟ ହାସଲ କରିନେବେ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ । ଆଲୋଚନା ପରିସରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି । ସମ୍ପତି କୁ ନେଇ ଦୀର୍ଘ ଦିନର ଚିନ୍ତା ଦୂର ହୋଇଯିବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର - ଶ୍ରୀ ବିଷ୍ଣୁଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Big Changes Await These Zodiac Signs in Business | Argus News | Argus News