Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଏମାନଙ୍କୁ କର୍ମକ୍ଷେତ୍ରରେ ମିଳିବ ସଫଳତା; ଜାଣନ୍ତୁ କ'ଣ କହୁଛି ରାଶିଫଳ

Horoscope

Horoscope / ଏମାନଙ୍କୁ କର୍ମକ୍ଷେତ୍ରରେ ମିଳିବ ସଫଳତା; ଜାଣନ୍ତୁ କ'ଣ କହୁଛି ରାଶିଫଳ

Rashmita Mishra
Browse all articles by Rashmita Mishra
·2 hours ago·3 min read
ଏମାନଙ୍କୁ କର୍ମକ୍ଷେତ୍ରରେ ମିଳିବ ସଫଳତା; ଜାଣନ୍ତୁ କ'ଣ କହୁଛି ରାଶିଫଳ
Horoscope

Key Points

ଆଜି କେମିତି କଟିବ ଆପଣଙ୍କ ଦିନ ? 
ଜାଣନ୍ତୁ ଆଜିର ରାଶିଫଳ ଖବର 

ବାହାରକୁ ବାହାରିବା ସମୟରେ ରୁହନ୍ତୁ ସତର୍କ

ମେଷ-
ପାଖରେ ଥିବା ଲୋକଟି ବହୁତ ଉପକାରରେ ଆସିବା ସମ୍ଭାବନା ରହିଛି। ବ୍ୟବସାୟରେ ଆଶାନୁରୂପ ଫଳ ପାଇବେ। କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର‌୍ୟ୍ୟାଦା ବୃଦ୍ଧି ପାଇବାରେ ସହକର୍ମୀଙ୍କ ଉଦାରତା ମୁଖ୍ୟ ଭୂମିକା ଗ୍ରହଣ କରିବ। ଆଲୋଚନା ପରିସରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ଥ ହୋଇ ପଡିପାରନ୍ତି।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ନୃସିଂହଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ

ବୃଷ -
ପ୍ରତିବନ୍ଧକ ଓ ପ୍ରତିରୋଧ କାରଣରୁ ଚେଷ୍ଟାକରୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହେବ। ଅଫିସରେ ଥିବା ସମୟରେ ଅସମର୍ଥିତ ସୂତ୍ରରୁ କୌଣସି ଶୁଭ ଖବର ଶୁଣି ଖୁସି ହେବେ। ଆଳସ୍ୟ ଓ ଅବହେଳା ଯୋଗୁ ସୁଯୋଗ ହାତଛଡ଼ା ହୋଇପାରେ। କର୍ମ କ୍ଷେତ୍ରରେ ପଦୋନ୍ନତିର ସୁଯୋଗ ପାଇବେ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କଟକଚଣ୍ଡିଙ୍କ ମନ୍ତ୍ର ପାଠ କରନ୍ତୁ

ମିଥୁନ-
ଆପଣଙ୍କ ଚିନ୍ତାଧାରା ଅନୁଯାୟୀ ପାରିପାର୍ଶ୍ୱିକ ପରିସ୍ଥିତି ଅନୁକୂଳ ରହିବ। ବହୁତ ଦିନର ଆଶା ପୂରଣ ହେବା ସହ କୌଣସି ନୂତନ କାମରେ ବନ୍ଧୁ ସହଯୋଗର ହାତ ବଢ଼ାଇବେ। ପରିସ୍ଥିତିରେ ପଡି ଅନାବଶ୍ୟକ ଭାବରେ ଖର୍ଚ୍ଚ ପରିମାଣ ଦିଗୁଣା ହୋଇପାରେ। ଘରୋଇ ଅଶାନ୍ତି ଲାଗିରହିବା ପଛରେ ପାରିବାରିକ ମତାନ୍ତର ହିଁ କାରଣ ହେବ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ମା ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ

କର୍କଟ-
ଆଜି ଯାହା କରିବାକୁ ମନସ୍ଥ କରିଛନ୍ତି ତାହା ନିର୍ବିଘ୍ନରେ ସମ୍ପାଦିତ ହେବ। ଅଫିସ୍‌ରେ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଆପଣ ଅନ୍ୟମାନଙ୍କ ସାହାଯ୍ୟ ନେଇ ଶତ୍ରୁତା ଓ ସମସ୍ୟାର ଅବସାନ ଘଟାଇବାରେ ସମର୍ଥ ହେବେ। ବନ୍ଧୁମାନଙ୍କ ସହ ଭ୍ରମଣ ଓ କାର‌୍ୟ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲ ରହିବ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଶ୍ରୀ ଗଣେଷଙ୍କର ପୂଜା କରନ୍ତୁ

ସିଂହ-
ଆପଣ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେପରି କିଛି ଅସୁବିଧା ହେବ ନାହିଁ। ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ। ବାହାର ସ୍ଥାନରେ କାହାକୁ ଅପେକ୍ଷା କରି ବିରକ୍ତ ହେବେ। ସାମାନ୍ୟ ବିଳମ୍ବିତ ସମୟରେ କାମଗୁଡିକ ଠିକ୍ ଭାବରେ ସମ୍ପନ୍ନ ହେବା ପାଇଁ ଅନୁକୂଳ ପରିବେଶ ସୃଷ୍ଟିହେବ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାତଙ୍ଗୀଙ୍କର ପୂଜାର୍ଚ୍ଚନା କରନ୍ତୁ

କନ୍ୟା-
କର୍ମକ୍ଷେତ୍ରରେ କୌଣସି ଅଜଣା ବ୍ୟକ୍ତିଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିପାରେ। ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂରହେବା ସମ୍ଭାବନା ରହିଛି। ବିବାଦୀୟ ଘଟଣାରେ ମଧ୍ୟସ୍ଥତାକରି ଅପମାନିତ ହୋଇପାରନ୍ତି।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ସର୍ବକାର‌୍ୟ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ତୁଳା-
ଆଜିର କର୍ମକ୍ଷେତ୍ରରେ ଦକ୍ଷତାଭିତ୍ତିକ କୃତି ଓ କୃତିତ୍ୱ କାରଣରୁ ପ୍ରଶଂସିତ ହେବେ। ଆନୁଷ୍ଠାନିକ କାମରେ, ପ୍ରଶାସନିକ ସ୍ତରରେ କିମ୍ବା ରାଜନୀତିରେ ଦୃଢ଼ ସାହାଯ୍ୟ ଓ ସମର୍ଥନ ଯୋଗୁ ଆଗେଇ ଯିବେ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇଲେ ସମ୍ପର୍କ ବ୍ୟାହତ ହେବ। ବ୍ୟବସାୟିକ କ୍ଷେତ୍ରରେ ଲାଭବାନ ହେବେ, କିନ୍ତୁ ପାରିବାରିକ ପରିସ୍ଥିତି ପୂର୍ବପରି ରହିବ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ବିଛା-
ଅତ୍ୟଧିକ ଭ୍ରମଣ ଓ କାର‌୍ୟ୍ୟବ୍ୟସ୍ତତା କାରଣରୁ ଦେହ ସାମାନ୍ୟ ଭଲ ଲାଗି ନ ପାରେ। ପରିସ୍ଥିତି ଦୃଷ୍ଟିରୁ ପ୍ରତ୍ୟେକ କ୍ଷେତ୍ରରେ ମାପିଚୁପି କଥାବାର୍ତ୍ତା କରିବା ଭଲ। ବାକ୍ ଅସଂଯମ ଯୋଗୁ ସୁସମ୍ପର୍କ ବ୍ୟାହତ ହେବ। ପାରିବାରିକ କ୍ଷେତ୍ରରେ ସମସ୍ୟା ରହିଥିଲେ ମଧ୍ୟ କାମରେ ତାହା ବାଧକ ହେବ ନାହିଁ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଛନା କରନ୍ତୁ

ଧନୁ-
ସକାଳୁ ଘରେ ଟିକିଏ ଜୋର୍ ଦେଇ କଥା କହିବା କାରଣରୁ ଅନ୍ୟମାନେ ନାପସନ୍ଦ କରିବେ। ଯେତେ ବିନୟର ସହ କହିଲେ ମଧ୍ୟ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ ନାହିଁ। ଆନୁଷ୍ଠାନିକ କାର‌୍ୟ୍ୟରେ ଛୋଟକଥାଟିକୁ କେନ୍ଦ୍ରକରି ମତାନ୍ତର ଘଟିପାରେ। ଆଜିର କର୍ମାରମ୍ଭ, ବ୍ୟବସାୟ ଏବଂ ପରିଜନଙ୍କ ସହ ଯାତ୍ରା ପ୍ରୀତିପ୍ରଦ ରହିବ।
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବୃହସ୍ପତିଙ୍କର ପୂଜାର୍ଚ୍ଚନା କରନ୍ତୁ

ମକର-
ନିଜ ଲୋକଙ୍କୁ ମନେଇ କାମ ହାସଲ କରିବାର ସୁଯୋଗ ଜୁଟିବ। ଆଇନ ଅଦାଲତ, ପ୍ରତିଯୋଗିତା, ଶିଳ୍ପ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ। ବନ୍ଧୁଙ୍କ ନିକଟରୁ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ପାରିବାରିକ ଶୃଙ୍ଖଳା ରକ୍ଷା କରିବାରେ ପାଖପଡ଼ୋଶୀ ସହାୟତା କରିବେ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

କୁମ୍ଭ-
ଭଲ ପଡୁ ନ ଥିବା ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହେବେ। ସନ୍ଦେହଜନିତ ପରିବାରରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ। ମାଲିମକଦ୍ଦମାରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ଚେଷ୍ଟା କରୁଥିବା କାମରେ ସଫଳତା ହାସଲ କରି ପ୍ରଶଂସିତ ହେବେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – କଳା ରାଶି କୁ ପିମ୍ପୁଡିକୁ ଖାଇବାକୁ ଦିଅନ୍ତୁ

ମୀନ-
ବନ୍ଧୁମାନେ ଈର୍ଷାପରାୟଣ ହୋଇ ଭାବପ୍ରବଣବଶତଃ ଓଲଟା କଥା କହିବା କାରଣରୁ ଅପଦସ୍ଥ ହୋଇପାରନ୍ତି। କର୍ମକ୍ଷେତ୍ର ପ୍ରତି ଉଦାସୀନ ହେବା କାରଣରୁ କେତେକ କାମ ଅଟକି ରହିଯିବ। କଳା, ସାହିତ୍ୟରେ ଉନ୍ନତି କରିବେ ଓ ସମସ୍ୟା ସମାଧାନ କରିବାରେ ସଫଳତା ମିଳିବ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଅଶ୍ୱତଥ୍ ଗଛକୁ ପୂଜା କରନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Horoscope | These Zodiac Signs Will Achieve Success in Career Today | Argus News