Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Horoscope

Horoscope / ଆଜିର ଦିନରେ କଣ କହୁଛି ଆପଣଙ୍କ ରାଶି ଫଳ ଦେଖିନିଅନ୍ତୁ

Rashmita Mishra
Browse all articles by Rashmita Mishra
·1 year ago·3 min read
ଆଜିର ଦିନରେ କଣ କହୁଛି ଆପଣଙ୍କ ରାଶି ଫଳ ଦେଖିନିଅନ୍ତୁ
Horoscope today

Key Points

ଆଜିର ଦିନରେ କଣ କହୁଛି ଆପଣଙ୍କ ରାଶି ଫଳ ଦେଖିନିଅନ୍ତୁ ମେଷ ରାଶି ରାଜନୀତିରେ ସକ୍ରିୟ ଭୂମିକା ଗ୍ରହଣ କରିବେ ବୃଷ ରାଶି କର୍ମ କ୍ଷେତ୍ରରେ ଅଧିକ ପରିଶ୍ରମ କରିବା ହେତୁ ଉଚ୍ଚ ସାଫଲ୍ୟ ପ୍ରାପ୍ତି ହେବ ମିଥୁନ ରାଶି ପ୍ରେମିକା , ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ସଫଳତା ପାଇବେ |

ମେଷ-
ପ୍ରେମ ଓ ସାଂସାରିକ ଜୀବନ ହସଖୁସିରେ କଟିବ । ନିଜ କାର‌୍ୟ୍ୟ ପାଇଁ ପ୍ରଂଶସିତ ହେବେ । ଅନୁଷ୍ଟାନ ଓ ସଂଗଠନ କ୍ଷେତ୍ରରେ ନିଜକୁ ସାମିଲ କରିବେ । ସାମ୍ୱାଦିକତା କ୍ଷେତ୍ରରେ ନିଜର ଦକ୍ଷତା ପ୍ରତି ପାଦିତ କରିବେ । ବିଶ୍ୱାସ ସହ ଆଗକୁ ମାଡି ଚାଲିବେ । ମଧୁର କଥା ଦ୍ୱାରା ଅନ୍ୟମାନଙ୍କୁ ଖୁସି କରିବେ
ଶୁଭ ରଙ୍ଗ- - ଲାଲ୍ ଏବଂ ଶୁଭ ସଂଖ୍ୟା ୯
ପ୍ରତିକାର – ମହାଦେବଙ୍କୁ କ୍ଷୀରାଭିଷେକ କରନ୍ତୁ

ବୃଷ-
ନୂତନ କର୍ମ ପ୍ରାପ୍ତିର ସୁଯୋଗ ପାଇବେ । ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ ଓ ପରୀକ୍ଷା ପରିଣାମ ଅନୁକୂଳ ହେବ । ପୈତୃକ ସମ୍ପତ୍ତି କୁ ନେଇ ପାରିବାରିକ ଦ୍ୱନ୍ଦ ତୁଟିଯିବ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟତ କରନ୍ତୁ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଦେବୀ ମନ୍ଦିରରେ ଅରୁଆ ଚାଉଳ ଦାନ କରନ୍ତୁ

ମିଥୁନ-
ବ୍ୟପାର ବୃର୍ତିରେ ପ୍ରଗତି ହେବ । ଶୃଖଂଳିତ ଭାବରେ କର୍ମ କରି ସଫଳତା ପାଇବେ । ସୁନ୍ଦର କଳ୍ପନାରେ ବିଭୋର ରହିବେ । କର୍ତୁପକ୍ଷ ଆପଣଙ୍କୁ କୈାଣସି ବଡ ଦାୟିତ୍ୱ ଦେବେ । ମହିଳାଙ୍କ ଭାଗ୍ୟ ଉଜ୍ଜଳ ହେବ । ସବୁ ପ୍ରକାର ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହନ୍ତୁ
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ବିଷ୍ଣୁଙ୍କର ପୂଜା ସହିତ ସହସ୍ର ନାମ ପାଠ କରନ୍ତୁ

କର୍କଟ-
କର୍ମକ୍ଷେତ୍ରରେ ସମ୍ମାନଲାଭ ଓ ପଦମର‌୍ୟ୍ୟାଦା ବୃଦ୍ଧି ପାଇବ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ କଠିନ ପରିଶ୍ରମ କରି ସଫଳତା ପାଇବେ । ସଭାସମିତି ଏପରିକି କହିବା ଲେଖିବାର ସମ୍ପର୍କ ଯେଉଁଠାରେ ରହିଛି ସେହି ସବୁ ଦିଗ ଅନୁକୂଳ ରହିବ। ସାଙ୍ଗସାଥୀ କିମ୍ବା ବନ୍ଧୁ ହୁଅନ୍ତୁ, ସେମାନଙ୍କୁ ମନେଇ ନିଜ କାମରେ ଲଗାଇ ପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ବରଗଛ ମୂଳରେ କ୍ଷୀର ଢାଳି ଦିନ ଆରମ୍ଭ କରନ୍ତୁ

ସିଂହ-
ନିସ୍ପଳତା ଓ ନିରାଶ ଭାବ ଦେଖାଦେବ । ବ୍ୟବସାୟରେ ସୈଜନ୍ୟ ହାନି ଘଟିବ । ଯେଉଁ କାର‌୍ୟ୍ୟ କରିବେ ତାହା ଅପ୍ରିୟକର ହୋଇପାରେ ଅଫିସର ମାନଙ୍କର ଚାପ ବୃଦ୍ଧି ପାଇବ । କୌଣସି କାର‌୍ୟ୍ୟକୁ ନେଇ ଚିନ୍ତିତ ରହିବେ । ଗୁରୁଜନ ମାନଙ୍କ ସହିତ ମତାନ୍ତର ହୋଇପାରେ
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

କନ୍ୟା-
ପ୍ରେମ ସମ୍ପର୍କ ଭଲ ରହିବ । କୈାଣସି ନିସ୍ପତି ନେବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । କୌଣସି କ୍ଷେତ୍ରରେ ଠିକ୍ ନିଷ୍ପତ୍ତି ନେଇପାରିବେ ନାହିଁ। ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ। ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ ପାଇଁ ଆହୁରି ବହୁ ସମୟ ଲାଗିପାରେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ

ତୁଳା-
ଆଶା କରିଥିବା ଦିଗରୁ ଅର୍ଥ ଓ ସମ୍ମାନ ମିଳିବ । ଦୂର ସ୍ଥାନକୁ ଯିବାର ସୁଯୋଗ ପାଇବେ । ଭଲକଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଆଣିବେ ଶିଳ୍ପ ବାଣିଜ୍ୟରେ କ୍ଷେତ୍ରରେ ଅଭିବୃଦ୍ଧି ଘଟିପାରେ । ବହୁଦିନରୁ ଅଟକି ରହିଥିବା କାମକୁ ପୂର୍ଣ୍ଣାଙ୍ଗ କରିପାରିବେ । ଆଇନ ସହୟତା ସାଙ୍ଗକୁ ବିଦେଶ ଯାତ୍ରା କରିବେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ବିଛା-
ବ୍ୟବସାୟରେ ଭାଗ୍ୟର ସହଯୋଗ ପାଇବେ । ଅର୍ଥ ସମ୍ମାନର ଅଭାବ ରହିବ ନାହିଁ । ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ । ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହାନ କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରନ୍ତି । ପରୋପକାର ମନୋଭାବରୁ ପ୍ରଶଂସିତ ହେବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମା ମଙ୍ଗଳାଙ୍କର ମନ୍ତ୍ର ପାଠ କରନ୍ତୁ

ଧନୁ-
ନିଜର ଶକ୍ତି ଓ ସାମର୍ଥ ପାଇଁ ସୁନାମ ଅର୍ଜନ କରିବେ । କୈାଣସି ବଡ ଧରଣର ଯୋଜନା କାର‌୍ୟ୍ୟକାରୀ ହୋଇପାରେ । ପରୋକ୍ଷ ଷଡଯନ୍ତ୍ର ମନରେ ହତାଶ ଭାବ ଦେଖା ଦେଇପାରେ । ପ୍ରିୟବ୍ୟକ୍ତିଙ୍କୁ ହରାଇ ମାନସିକ ଅସ୍ଥିରତା ଅନୁଭବ କରିବାକୁ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ରାମଙ୍କ ପୂଜା ପାଠ କରନ୍ତୁ

ମକର-
ଖାଦ୍ୟ ପାନୀୟ ନେଇ ସଜାଗ ରୁହନ୍ତୁ । ଭାଗ୍ୟ ଭରସାରେ ରୁହନ୍ତୁ ନାହିଁ । କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ । ଆପଣଙ୍କ ବ୍ୟଙ୍ଗାତ୍ମକ ବ୍ୟବହାରରେ ଲୋକେ ପ୍ରଭାବିତ ହେବେ । ବ୍ୟବସାୟରେ ଅଶାଜନକ ଫଳ ପାଇବେ । ସ୍ୱାସ୍ଥ୍ୟ ଭଲ ରହିବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣକାଳିଙ୍କୁ ପୂଜା କରନ୍ତୁ

କୁମ୍ଭ-
କର୍ମକ୍ଷେତ୍ରରେ ଓ କୃଷି କ୍ଷେତ୍ରରେ ଉନ୍ନତି କରିବେ । ସାମାଜିକ ଅନୁଷ୍ଠାନ ଦ୍ୱାରା ସମ୍ନାନିତ ହୋଇପାରନ୍ତି । ପିଲାମାନେ ପାଠ ପଢାରେ ଅଗ୍ରସର ହୋଇ ପାରନ୍ତି । ନୂତନ ଗୃହ ନିର୍ମାଣ କିମ୍ବା ଜମି କ୍ରୟ କରି ପାରନ୍ତି
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ

ମୀନ-
ସଫଳତାର ନୂଆ ମାର୍ଗ ଖୋଲିବ । ବାଣିଜ୍ୟ ବିଦ୍ୟାର୍ଥୀ ଙ୍କୁ କିଛି ନୂଆ ଶିଖିବାକୁ ମିଳିବ । କୌଣସି ବ୍ୟକ୍ତିଙ୍କ ଠାରୁ ଆଶାଠୁଁ ଅଧିକ ଲାଭ ହେବ । ସମାଜରେ ଆପଣଙ୍କ ମାନ ସମ୍ମାନ ବଢିବ । କୌଣସି ଜରୁରୀ ଯୋଜନା କାର୍ଯ୍ୟକାରୀ କରିବେ । ପରିବହନରେ ଲାଭ ହେବା ବଦଳରେ କ୍ଷତିରେ ପଡିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବୃହସ୍ପତିଙ୍କର ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
ଆଜିର ଦିନରେ କଣ କହୁଛି ଆପଣଙ୍କ ରାଶି ଫଳ ଦେଖିନିଅନ୍ତୁ | Argus News