Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜି ଏହି ରାଶିର ଲୋକଙ୍କ ଖାଲିବ ଭାଗ୍ୟ ଖୁସି ରହିବ ମନ

Horoscope

Horoscope / ଆଜି ଏହି ରାଶିର ଲୋକଙ୍କ ଖାଲିବ ଭାଗ୍ୟ ଖୁସି ରହିବ ମନ

Rashmita Mishra
Browse all articles by Rashmita Mishra
·1 hour ago·4 min read
 ଆଜି ଏହି ରାଶିର ଲୋକଙ୍କ ଖାଲିବ ଭାଗ୍ୟ ଖୁସି ରହିବ ମନ
Horoscope

Key Points

ଆଜି କେମିତି କଟିବ ଆପଣଙ୍କ ଦିନ ? 
ଜାଣନ୍ତୁ ଆଜିର ରାଶିଫଳ ଖବର 
ବାହାରକୁ ବାହାରିବା ସମୟରେ ରୁହନ୍ତୁ ସତର୍କ

ମେଷ-
ଜୀବନ ସାଥିଙ୍କ ସହ ଯୋଗରେ ଆଗକୁ ବଢିବାର ସୁଯୋଗ ପାଇବେ । ପରିବାରରେ ଥିବା ମତାନ୍ତର- ମନାନ୍ତରରେ ପରିଣତ ହୋଇପାରେ । ସମ୍ପତି ଲାଭ ହୋଇପାରେ । ପ୍ରଶାସନିକ କ୍ଷେତ୍ରରେ ଉତେଜନା ପତି ରହିପାରେ । କଳା କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦିତ କରିବେ ।
ଶୁଭ ରଙ୍ଗ-ଲାଲ୍ ଏବଂ ଶୁଭ ସଂଖ୍ୟା-୯
ପ୍ରତିକାର- ରୁଟି ଓ ଗୁଡ ବୁଲା କୁକୁରକୁ ଖାଇବାକୁ ଦିଅନ୍ତୁ

ବୃଷ-
କର୍ମକ୍ଷେତ୍ରରେ ଯେଉଁ କାର‌୍ୟ୍ୟ ହାତକୁ ନେବେ ସେଥିରେ ବିଫଳ ହେବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର‌୍ୟ୍ୟହରା ନ ହୋଇ କାର‌୍ୟ୍ୟ କଲେ ଉପକୃତ ହେବେ । ଶତୃ ମାନଙ୍କ ଚକ୍ରାନ୍ତ ଓ କାର୍ଯ୍ୟ କଳାପ ଆପଣଙ୍କୁ ଦୁଃଖି କରିପାରେ । ବାଦବିବାଦ ସୃଷ୍ଟି ହୋଇ ପରେ ସମାଧାନ ହୋଇଯିବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ

ମିଥୁନ-
ପାରିବାରିକ କ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ-ସମ୍ପର୍କ ଫଳରେ କର୍ମୋନ୍ନତି ହେବ । ଚାକିରୀ କ୍ଷେତ୍ରରେ ଶ୍ରମ ବୃଦ୍ଧି ହେବ । ଭୂ- ସମ୍ପତିରେ ଅଧିକ ପଇସା ନିବେଶ କରନ୍ତୁ । ନିଜ ସିଦ୍ଧାନ୍ତରେ ଅଟଳ ରହିବା ଫଳରେ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା-୫
ପ୍ରତିକାର- ତ୍ରିପୁରା ସୁନ୍ଦରିଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

କର୍କଟ-
ଶାରୀରିକ ଅସୁସ୍ଥତା ଓ ଧନ ବ୍ୟୟର ସୂଚନା ମିଳିବ । ପିଲାମାନେ ମଧ୍ୟ୍ୟମ ଧରଣର ଫଳ ପାଇବେ । କାମରେ ଭଲ ପ୍ରଦର୍ଶନ ପାଇଁ କିଛି ନୂଆ କରିବେ । କେତେକ ନୂତନ ସୁଯୋଗ ସହିତ ଅର୍ଥଲାଭ ସୁଯୋଗ ମିଳିବ । ଚାକିରୀ କ୍ଷେତ୍ରରେ ମହିଳା ମାନେ କେତେକ ସୁବିଧା ସୁଯୋଗ ଲାଭ କରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା ଭୁବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି

ସିଂହ-
ପାରିବାରିକ ସହମତିରେ କାର‌୍ୟ୍ୟ ସିଦ୍ଧି ଘଟିପାରେ । ବାଣିଜ୍ୟ ବ୍ୟବସାୟ ଓ ପରିବହନରୁ ଲାଭବାନ୍ ହେବେ । ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ । ଭୂ-ସମ୍ପତି କିଣିବା ର ଯୋଗ ରହିଛି । କୈାଣସି ଅଜଣା ବ୍ୟକ୍ତି ସାହାର‌୍ୟ୍ୟର ହାତ ବଢାଇବେ । ନୂତନ ଦ୍ରବ୍ୟ କ୍ରୟ କରିବାର ସୁଯୋଗ ଆସିବ
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର- ଶ୍ରୀ ରାମଙ୍କ ଫଟୋକୁ ପୂଜା କରନ୍ତୁ ।

କନ୍ୟା-
ରୋଗ ସାମୟିକ ହେଲେ ମଧ୍ୟ ସାଧାରଣ ଭାବେ ଶାରୀରିକ ଅବସ୍ଥା ଭଲ ରହିବ । ପରିବାରର ସମପର୍କୀୟ ଙ୍କ କୈାଣସି ଘଟଣା ଯୋଗୁଁ ବ୍ୟତିବ୍ୟସ୍ତ ହୋଇଯିବେ । କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସଫଳତା ଅର୍ଜନ କରିବେ । ଭୂ- ସମ୍ପତିରେ ଭାବିଚିନ୍ତି ପଇସା ନିବେଶ କରନ୍ତୁ । ମହିଳା ମାନେ ସନ୍ତାନଙ୍କ ଚିନ୍ତାରେ ରହିବେ
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ଶ୍ରୀ ବିଷ୍ଣଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ

ତୁଳା-
ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ । ଜୀବନରେ ନୂଆଲକ୍ଷ ନିର୍ଦ୍ଧାରିତ କରିବା ପାଇଁ ମନ ଲଗାଇ କାର‌୍ୟ୍ୟ କରିବେ । ପ୍ରେମିକା ସହିତ ବାହାରକୁ ବୁଲି ଯାଇ ପାରନ୍ତି । ବ୍ୟବସାୟରେ ଦୂରସ୍ଥାନକୁ ଯାତ୍ରା କରିବା ଦ୍ୱାରା ବହୁତ ଲାଭ ମିଳିବ ଓ ଧନ ପ୍ରାପ୍ତି ହେବ । ରାଜନୈତିକ କ୍ଷେତ୍ରରେ ବାଦବିବାଦ ଠାରୁ ଦୂରେଇ ରହିବେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା-୬
ପ୍ରତିକାର- ଧଳା ରଙ୍ଗର ପୋଷାକ ପିନ୍ଧି ଘରୁ ବାହାରନ୍ତୁ

ବିଛା-
ଭାଇ ଭଉଣୀ ପାଇଁ ପାରିବାରିକ ଶାନ୍ତି କେତେକାଂଶରେ ଦେଖାଦେବ । ଘର ଓ ଦୋକାନର ମରାମତି ପାଇଁ ଆପଣ ଯୋଜନା କରିପାରିବେ । ସଭାସମିତିରେ କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହୋଇଯିବ । କର୍ମ କ୍ଷେତ୍ରରେ ନିଜର ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ପିଲାମାନେ ପାଠପଢା ପ୍ରତି ବିମୁଖ ହେବେ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର –ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ

ଧନୁ-
ଅନେକ ଦିନରୁ ଲାଗି ରହିଥିବା ଦେହ ପିଡାରୁ ମୁକ୍ତି ପାଇବେ । କାମରେ ଆପଣଙ୍କର ଏକାଗ୍ରତା ବଜାୟ ରହିବ । ବ୍ୟବସାୟରେ ଅଚାନକ ଧନ ଲାଭ ହୋଇପାରେ । ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ କମ୍ ପରିଶ୍ରମରେ ଅଧିକ ଫଳ ପାଇବେ । ରାଜନିତିରେ ଆର୍ଥୀକ ଲାଭ ମିଳିବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା-୩
ପ୍ରତିକାର- ବ୍ରାହ୍ମଣଙ୍କର ସେବା କରି ତାଙ୍କୁ କିଛି ଦ୍ରବ୍ୟ ଦାନ କରନ୍ତୁ ।

ମକର-
ସ୍ୱାସ୍ଥ୍ୟ ଭଲ ରହିବା ସହିତ ସବୁ କାର୍ଯ୍ୟ କରି ପାରିବେ । ବ୍ୟବସାୟର ପଥ ସୁଗମ ହେବ । ସଂସାରିକ ଜୀବନ ଖୁବ ଭଲ ରହିବ । ଚାକିରି କ୍ଷେତ୍ରରେ ସନ୍ତୋଷ ଜନକ ଫଳ ମିଳିପାରେ । ଉଚ୍ଚଶିକ୍ଷା ପ୍ରତିଷ୍ଠା ପଥରେ ଆସୁଥିବା ପ୍ରତିବନ୍ଧକ ଗୁଡିକ ହଟିଯିବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମହାଦେବଙ୍କର ପୂଜାର୍ଚ୍ଚନା କରନ୍ତୁ

କୁମ୍ଭ-
ମାନସିକ ସୁସ୍ଥତା ରହି ନପାରେ । ସହକର୍ମୀଙ୍କ କଥାରେ ପ୍ରଭାବିତ ହୋଇ କୈାଣସି ନୂତନ କାମ କରିପାରନ୍ତି । ବୈବାହିକ ବନ୍ଧନରେ ବାନ୍ଧି ହୋଇପାରନ୍ତି । ଆଜି ବ୍ୟବସାୟରେ ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ କରିବାକୁ ପଡିବ । ଲେଖାପଢାରେ ସୁଫଳ ପାଇବେ । ରାଜନିତିରେ ମନ ଚାହୁଁଥିବା ପଦବୀ ମିଳିପାରେ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା-୮
ପ୍ରତିକାର- ହନୁମାନ ଚାଳିସା ପାଠ କରନ୍ତୁ

ମୀନ-
ରୋଗି ମାନଙ୍କ ଅସୁସ୍ଥତା କମି ଯାଇପାରେ । ଭାଗ୍ୟ ଆପଣଙ୍କୁ ବହୁତ ସମର୍ଥନ କରିବ ଓ କାର‌୍ୟ୍ୟ ଅବସ୍ଥା ଅନୁକୂଳ ହେବ । ଜମି ମାମଲା ତୁଟି ଯିବ । ମହିଳା ମାନେ ସୁଗୁଣ ହେବେ । କ୍ରୀଡ଼ା, ସଙ୍ଗୀତ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ଖୋଳାଳି ମାନେ ଉତମ ପ୍ରଦର୍ଶନ କରି ସମୀକ୍ଷକଙ୍କ ପ୍ରଂଶସା ଭାଜନ ହେବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Horoscope | Today These Zodiac Signs Will Get Lucky, Happiness and Success Await | Argus News