Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Horoscope

Horoscope / ବ୍ୟବସାୟରେ ପ୍ରଚୁର ଲାଭ ମିଳିପାରେ, ରାଜନୀତି କ୍ଷେତ୍ରରେ ହେବେ ଉଚ୍ଚ ପ୍ରଂଶସିତ

Sushanta Sahoo
Browse all articles by Sushanta Sahoo
·7 months ago·3 min read
ବ୍ୟବସାୟରେ ପ୍ରଚୁର ଲାଭ ମିଳିପାରେ, ରାଜନୀତି କ୍ଷେତ୍ରରେ ହେବେ ଉଚ୍ଚ ପ୍ରଂଶସିତ
Today Zodiac Prediction

Key Points

ମାଆଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ସଡ଼କ ଦୁର୍ଘଟଣାର ସମ୍ଭାବନା ରହିଛି ।
ମେଷ-
ଶରୀରକୁ ସୁସ୍ଥ ରଖିବା ପାଇଁ ଆଜି ଆପଣ ବହୁତ ଯୋଜନା କରିବେ । ବ୍ୟବସାୟୀ ନିଜର ଜରୁରୀ କାଗଜ ପତ୍ର ସମ୍ଭାଳି ରଖନ୍ତୁ । କର୍ମକ୍ଷେତ୍ରରେ ଅହେତୁକ ବାଧା ବିଘ୍ନ ଦେଇ ଗତି କରିବେ । ସାମୟିକ ଭାବରେ ଶଯ୍ୟାସାୟୀ ହୋଇ ପାରନ୍ତି । ସାଂସାରିକ କ୍ଷେତ୍ରରେ ଭୁଲ ବୁଝାବଣା ଦେଖାଦେବ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା- ୯
ପ୍ରତିକାର- ମହାମୃତ୍ୟୁଞୟ ମନ୍ତ୍ର ପାଠ କରନ୍ତୁ

ବୃଷ-
ଦୈନନ୍ଦିନ କାର୍ଯ୍ୟ ସହଜ ସରଳରେ ହେବା ସହ ସୃଜନଶୀଳ କାର୍ଯ୍ୟରେ ଆଗ୍ରହ ବୃଦ୍ଧି ପାଇବ । ଲୋକମାନେ ଆପଣଙ୍କ ଆଚରଣରେ ବହୁତ ଖୁସି ହେବେ । ଧାର ନେବା ଦେବାରୁ ନିବୃତ୍ତ ରୁହନ୍ତୁ । ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ମା କଟକଚଣ୍ଡିଙ୍କ ମନ୍ତ୍ର ପାଠ କରନ୍ତୁ

ମିଥୁନ-
ବ୍ୟବସାୟରେ ବାକି ପଡ଼ିଥିବା ପଇସା ପାଇବେ । ଛାତ୍ରଙ୍କୁ କୌଣସି ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ଭଲ ପରାମର୍ଶ ମିଳିବ । ମହିଳା ମାନେ ସବୁ କାର୍ଯ୍ୟକୁ ସମ୍ଭାଳି ନେବେ । ଭୂ-ସମ୍ପତ୍ତିକୁ ନେଇ ବିବାଦ ଦେଖା ଦେବ । ଅଫିସ୍‌ରେ ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ଖୁସି ହେବେ । କୌଣସି କଳା କ୍ଷେତ୍ରରେ ଅଭିନୟ ପାଇଁ ସୁଯୋଗ ପାଇବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- ବିଷ୍ଣୁଙ୍କର ସହସ୍ର ନାମ ପାଠ କରନ୍ତୁ

କର୍କଟ-

ନୂତନ କାମରେ ବଡ଼ଲୋକଙ୍କ ପରାମର୍ଶ ନେବା ଭଲ । ବ୍ୟବସାୟରେ ଲାଭ ହେବାର ଯୋଗ ଅଛି । ନିଜ ପସନ୍ଦର ପୁସ୍ତକ ପଢ଼ିବେ । ଯାନ ବାହନ ସାବଧାନତାର ସହ ଚଳାନ୍ତୁ । ସମାଜରେ ମାନ ସମ୍ମାନ ବଢ଼ିବ । ଗାୟକଙ୍କ ଲାଗି ଭଲ ଦିନଟିଏ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର- ଶ୍ରୀ ଗଣେଶଙ୍କର ପୂଜା କରନ୍ତୁ

ସିଂହ-
ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ । ବ୍ୟବସାୟରେ ପ୍ରଚୁର ଲାଭ ହୋଇପାରେ । ରାଜନୈତିକ କ୍ଷେତ୍ରରେ ଉଚ୍ଚ ପ୍ରଂଶସିତ ହେବେ । ଜାଗା, ଜମି, ବାହନ ଆଦି କ୍ରୟ କରି ପାରିବେ । ଦୂର ଯାତ୍ରାର ସୁଯୋଗ ପାଇ ପାରନ୍ତି । ରାଜନୀତିରେ ଉନ୍ନତି ହୋଇପାରେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର- ଶ୍ରୀ ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

କନ୍ୟା-
ପାଖ ଲୋକ ଆପଣଙ୍କ ଖୁସିକୁ ଦିଗୁଣା କରିଦେବ । ରାଜନୀତିରେ ସାମାଜିକ ପରିସର ବୃଦ୍ଧି ହେବ । ଅଫିସ୍‌ରେ ଅଧିକ ସମୟ କାମ କଲା ପରେ ଅବଶିଷ୍ଟ କାମ ପୂରା ହେବ । ବିବାଦର ସମାଧାନ ପାଇଁ ଦିନଟି ବହୁତ ଭଲ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- ସର୍ବକାର୍ଯ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ତୁଳା-
କଳା କ୍ଷେତ୍ରରେ ଥିବା ଲୋକ ମାନେ ଭଲ ପ୍ରଦର୍ଶନ କରିବେ । ସଭା ସମିତି ପ୍ରଭୃତିରୁ ଆଶ୍ଵସ୍ତି ଲାଭ କରିବେ । କୌଣସି କଥାକୁ ନେଇ ମତାନ୍ତର ଦେଖାଦେଇ ପାରେ । ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିବ । ଚାକିରି କ୍ଷେତ୍ରରେ ନିଜର ତୀକ୍ଷଣ ବୁଦ୍ଧିମତାର ପରିଚୟ ଦେବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର-ପର୍ଶୁରାମଙ୍କର ଫଟୋକୁ ପୂଜା କରନ୍ତୁ

ବିଛା-
ବ୍ୟବସାୟ ଅଭିବୃଦ୍ଧି ପାଇଁ ଋଣ ନେଇ ପାରିବେ । ଟଙ୍କା କାରବାରରେ ଥିବା ବାଧା ଦୂର ହେବ । ଅଫିସ୍ କାମ ଅତିଶୀଘ୍ର ସଂପୂର୍ଣ୍ଣ କରିବେ । ସଙ୍ଗୀତ କ୍ଷେତ୍ରରେ ଥିବା ଲୋକ ଭଲ ପ୍ରଦର୍ଶନ କରିବେ । ବିବାଦର ସମାଧାନ ପାଇଁ ଦିନଟି ବହୁତ ଭଲ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା- ୯
ପ୍ରତିକାର- ବଗଳା ମୂଖିଙ୍କର ପୂଜାର୍ଚ୍ଚନା କରନ୍ତୁ

ଧନୁ-
ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କର ପ୍ରଗତି ହେବ । ମାଆଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ସଡ଼କ ଦୁର୍ଘଟଣାର ସମ୍ଭାବନା ରହିଛି । ଭୂ-ସମ୍ପତ୍ତିରେ ଭାବିଚିନ୍ତି ପଇସା ନିବେଶ କରନ୍ତୁ । ମହିଳା ମାନେ ଅତିଥି ଚର୍ଚ୍ଚାରେ ସମୟ ବିତାଇବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ମା ତାରାଙ୍କ ମନ୍ତ୍ର ପାଠ କରନ୍ତୁ

ମକର-
ଧୈର୍ଯ୍ୟ ଦ୍ଵାରା ସଫଳତା ପ୍ରାପ୍ତ କରିବେ । ସୃଜନ ଶକ୍ତିର ବିକାଶ ଘଟିବ । କର୍ମରେ ବୃଦ୍ଧିର ପ୍ରୟୋଗ ଦ୍ୱାରା ସଫଳତା ହାସଲ କରିବେ । ସମାଜରେ ଆପଣଙ୍କ କାମକୁ ନେଇ ସମ୍ମାନିତ ହେବେ । ପରିବାର ସହିତ ଅଭୁଲା କ୍ଷଣର ଆନନ୍ଦ ଉପଭୋଗ କରିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ମା' ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

କୁମ୍ଭ-
ଆଖ ପାଖ ଗତିବିଧି ଉପରେ ନଜର ରଖନ୍ତୁ । ଆଜି ଜଣେ ବନ୍ଧୁ ପରିବାରର ସମସ୍ୟା ସମାଧାନ ସକାଶେ ମାର୍ଗଦର୍ଶକ ସାଜିବେ । କୋର୍ଟ କଚେରିରେ ଶୁଭ ଫଳ ମିଳିବ । ସନ୍ତାନ ଆପଣଙ୍କୁ କୌଣସି ଭଲ ଖବର ଶୁଣାଇବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ

ମୀନ-

ମାନସିକ ତଥା ପାରିବାରିକ ଅଶାନ୍ତି ଲାଗି ରହିବ । ବାଣିଜ୍ୟ ବ୍ୟବସାୟରେ ପ୍ରତିକୂଳତା ଆସିପାରେ । କର୍ମ କ୍ଷେତ୍ରରେ ଅସାବଧାନତା ହେତୁ ଅପମାନିତ ହେବେ । ମହିଳାମାନେ ରକ୍ଷଣଶୀଳ ହେବେ । ଛାତ୍ରଛାତ୍ରୀ ମାନେ ପଢ଼ାପଢ଼ିରେ ମନ ଯୋଗ ଦେବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଅଶ୍ଵତ୍ଥ ଗଛକୁ ପୂଜା କରନ୍ତୁ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Daily Horoscope Odia: Business Profit & Political Success | Argus News | Argus News