Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅଯଥା ବିବାଦ ଠାରୁ ଦୂରରେ ରୁହନ୍ତୁ, ସରକାରୀ କ୍ଷେତ୍ରରେ ଲାଭ ମିଳିବାର ସମ୍ଭାବନା

Horoscope

Today Horoscope / ଅଯଥା ବିବାଦ ଠାରୁ ଦୂରରେ ରୁହନ୍ତୁ, ସରକାରୀ କ୍ଷେତ୍ରରେ ଲାଭ ମିଳିବାର ସମ୍ଭାବନା

Sushanta Sahoo
Browse all articles by Sushanta Sahoo
·2 hours ago·4 min read
ଅଯଥା ବିବାଦ ଠାରୁ ଦୂରରେ ରୁହନ୍ତୁ, ସରକାରୀ କ୍ଷେତ୍ରରେ ଲାଭ ମିଳିବାର ସମ୍ଭାବନା
These Zodiac Signs May Get Financial Gain

Key Points

ପ୍ରତ୍ୟେକ କାମ କରିବା କ୍ଷେତ୍ରରେ ପୂର୍ବ ଶତ୍ରୁତା ପ୍ରତି ସତର୍କ ରହି କାମ କରିବା ଭଲ ହେବ । ସାଧାରଣ ଘଟଣାରେ ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁଁ ଚିନ୍ତା ପ୍ରକଟ କରିବେ ।
ମେଷ-
ଦୀର୍ଘ ଦିନରୁ ଅଟକି ରହିଥିବା କାମଟି ଉପରିସ୍ଥଙ୍କ ସୌଜନ୍ୟରୁ ହୋଇଯିବ । ବନ୍ଧୁଙ୍କ ସହାୟତାରେ ବ୍ୟବସାୟୀଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସିପାରେ । ଶିଳ୍ପ, ବ୍ୟବସାୟ, ପରିବହନ, ବାଣିଜ୍ୟ, ଆନୁଷ୍ଠାନିକ କାମ, ରାଜନୈତିକ ପରିସ୍ଥିତି କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ । ଆଗାମୀ ମାଙ୍ଗଳିକ କାର୍ଯ୍ୟ ସକାଶେ ବିବ୍ରତ ହୋଇପାରନ୍ତି ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- ହନୁମାନ ଚାଳିଶା ପାଠ କରନ୍ତୁ

ବୃଷ-
କାର୍ଯ୍ୟ କ୍ଷେତ୍ରରେ ଖୁବ୍ ପରିଶ୍ରମ କରିବେ । ଆପଣଙ୍କୁ ନିଜର ଉପଲବ୍ଧି ଉପରେ ଗର୍ବ ହେବ । ମନୋରଞ୍ଜନ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଲାଭକାରୀ ହେବ । ବ୍ୟକ୍ତିତ୍ଵକୁ ବିକଶିତ କରିବା ଲାଗି ଚେଷ୍ଟା କରିବେ । ଅଫିସରେ କାମର ବୋଝ ଅଧିକ ହୋଇପାରେ । ଅଚାନକ ଧନ ଲାଭ ହେବ । ପ୍ରିୟଜନ ମିଳନ, ସ୍ବାଦିଷ୍ଟ ଖାଦ୍ୟ ଭୋଜନ କରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ଶୁକ୍ରଙ୍କର ମନ୍ତ୍ର ପାଠ କରନ୍ତୁ

ମିଥୁନ-
କର୍ମ କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଉପକୃତ ହେବେ । ପ୍ରତ୍ୟେକ କାମ କରିବା କ୍ଷେତ୍ରରେ ପୂର୍ବ ଶତ୍ରୁତା ପ୍ରତି ସତର୍କ ରହି କାମ କରିବା ଭଲ ହେବ । ସାଧାରଣ ଘଟଣାରେ ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁଁ ଚିନ୍ତା ପ୍ରକଟ କରିବେ । ବକେୟା ଅର୍ଥ ଆଦାୟ କରିବାରେ ଯୁକ୍ତିତର୍କର ସମ୍ମୁଖୀନ ହେବାକୁ ପଡ଼ିପାରେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- ବୁଧଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

କର୍କଟ-
କୌଣସି କାମରେ ନିଜ ଲୋକଙ୍କର ସାହାଯ୍ୟ ପାଇପାରନ୍ତି । ଆର୍ଥିକ ସ୍ଥିତି ସୁଦୃଢ଼ ହେବ । ଜୀବନସାଥୀ ସହିତ ସମ୍ବନ୍ଧରେ ମଧୁରତା ବଢ଼ିବ । ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ । କୌଣସି ବ୍ୟକ୍ତିଙ୍କ ଠାରୁ ଆଶା ଠାରୁ ଅଧିକ ଲାଭ ପାଇବେ । ରାଜନୀତିରେ ମହତ୍ଵାକାଂକ୍ଷା ପୂରା ହେବ । ନବବିବାହିତ ଦମ୍ପତିଙ୍କ ସମ୍ବନ୍ଧରେ ମଧୁରତା ବଢ଼ିବ । ଓକିଲଙ୍କ ଲାଗି ଦିନଟି ଭଲ ରହିବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର- ମା ଭୁବନେଶ୍ଵରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି

ସିଂହ-
ଚେଷ୍ଟା କରୁଥିବା କାମଗୁଡିକ ନିର୍ଦ୍ଦିଷ୍ଟ ସମୟରେ ସମ୍ପନ୍ନ ହୋଇପାରିବ । ଈର୍ଷା ପରାୟଣ ହୋଇ ଶତ୍ରୁମାନେ ଚେଷ୍ଟା କଲେ ମଧ୍ୟ କିଛି କ୍ଷତି କରିପାରିବେ ନାହିଁ । କର୍ମକ୍ଷେତ୍ରରେ କେତେକ ଫାଇଲ କାମ ସକାଶେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଆନୁଷ୍ଠାନିକ କାମରେ ଖଟଣି ବଢିବ କିନ୍ତୁ ବ୍ୟବସାୟ, ପରିବହନ ଓ ଯାତ୍ରାରୁ ସୁଫଳ ପାଇପାରନ୍ତି ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର- ମାଆ ବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ

କନ୍ୟା-
ଅସହାୟ ଲୋକଙ୍କୁ ସାହାଯ୍ୟ କରିବେ । ଅର୍ଥ ସମ୍ପର୍କିତ କିଛି କାମରେ ଆପଣ ସାବଧାନ ରୁହନ୍ତୁ । ଜରୁରୀ କାମ ଉପରେ ବିଚାର କରିବାର ମଉକା ପାଇବେ । ପାରିବାରିକ ଜୀବନ ଶାନ୍ତିମୟ ହେବ । ପୂଜାପାଠରେ ଅଧିକ ସମୟ ବିତିବ । ଭାବିଥିବା କାମ ସମ୍ପୂର୍ଣ୍ଣ ହେବ । ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ଖୁସି ହେବେ । ଜୀବନସାଥୀଙ୍କୁ ମନର କଥା କହିବେ । ଛାତ୍ରଙ୍କ ଲାଗି ଦିନଟି ଭଲ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- ଐ୍ୟଂ ସ୍ତୀଂ ଶ୍ରୀଂ ବୁଧାୟ ନମଃ ଜପ କରନ୍ତୁ

ତୁଳା-
କର୍ମ ଜଞ୍ଜାଳ ବୃଦ୍ଧି ହେତୁ ମାନସିକ ଅସ୍ଥିରତା ଲାଗି ରହିବ ଏବଂ କାର୍ଯ୍ୟହାନି ଘଟିପାରେ। ଗୃହ ସୀମା, ଗାଡ଼ି ମୋଟର, ପ୍ରତିଦ୍ୱନ୍ଦ୍ୱୀତା କ୍ଷେତ୍ରରେ ଉଦ୍‍ବେଗ ବୃଦ୍ଧି ପାଇବ । ଅପରାହ୍ଣରେ ବନ୍ଧୁଙ୍କଠାରୁ ସାହାଯ୍ୟର ପ୍ରତିଶ୍ରୁତି ପାଇ ଟେନସନ୍‍ ଦୂର ହୋଇପାରେ । କଳା ସାହିତ୍ୟ କ୍ଷେତ୍ରରୁ ସୁଫଳ ଓ ଆନନ୍ଦ ମିଳିବ ଏବଂ କର୍ମକ୍ଷେତ୍ର ସମସ୍ୟା ବହୁଳ ହୋଇପାରେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ମହାଦେବଙ୍କ ଦର୍ଶନ ସହିତ ମନ୍ତ୍ର ଜପ କରନ୍ତୁ

ବିଛା-
ଦିନଟି ଆରମ୍ଭ ଶାନ୍ତ ମନରେ କରିବେ । କାମରେ ଜୀବନ ସାଥୀର ସହଯୋଗ ପାଇବେ । ଅଯଥା ବିବାଦ ଠାରୁ ଦୂରରେ ରୁହନ୍ତୁ । ସରକାରୀ କ୍ଷେତ୍ରରେ ଲାଭ ମିଳିବାର ସମ୍ଭାବନା ଅଛି । ପରିବାରରେ କୌଣସି ଲୋକଙ୍କ ସହ କଳହ ହୋଇପାରେ । କଳା କ୍ଷେତ୍ରରେ ଥିବା ଲୋକଙ୍କୁ ସମ୍ମାନ ମିଳିବ । ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ । ଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ । ‌
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- ନୃସିଂହଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।

ଧନୁ-
କର୍ମ କ୍ଷେତ୍ରରେ ପରିସ୍ଥିତିକୁ ଆଖିରେ ରଖି ଏବଂ ଜିଦ୍‌ରେ ଅଟଳ ରହି କାମ ହାସଲ କରିବେ । ଭଲ ଚିନ୍ତା କଲେ ମଧ୍ୟ ଅନ୍ୟମାନେ ଆପଣଙ୍କ ମନୋଭାବକୁ ସହଜରେ ବୁଝିପାରିବେ ନାହିଁ । ଅଫିସ୍ କାମରେ କୌଣସି ଅସୁବିଧା ରହିବ ନାହିଁ । ବିଶେଷ ଲାଭ ନ ହେଲେ ମଧ୍ୟ ବାଣିଜ୍ୟ ଓ ବ୍ୟବସାୟରେ ସଫଳତା ହାସଲ କରିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ମା ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ମକର-
ବେପାରରେ ଅଚାନକ ଧନ ଲାଭ ହେବା ଯୋଗୁଁ ଆର୍ଥିକ ସ୍ଥିତି ସୁଦୃଢ଼ ହେବ । ଅଫିସରେ କାମ ନିର୍ଦ୍ଧାରିତ ସମୟରେ ପୂରା କରିନେବେ । କାମ, ପରିବାର ଓ ବନ୍ଧୁମାନଙ୍କ ସହିତ ଭାରସାମ୍ୟ କାଏମ୍ ରଖନ୍ତୁ । ‌କୌଣସି କାମରେ ଭଲ ପ୍ରଦର୍ଶନ ଦେବା ପାଇଁ କିଛି ନୂଆ କରିବେ । ସାମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ, ମାନ ସମ୍ମାନ ବଢ଼ିବ । ମହିଳା ଶିଳ୍ପୋଦ୍ୟୋଗୀଙ୍କୁ ଯଥେଷ୍ଟ ଲାଭ ମିଳିବ । ‌
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ଶନିଙ୍କ ମାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

କୁମ୍ଭ-
ଗତକାଲିର ନିଷ୍ପତ୍ତି ଅନୁଯାୟୀ, ଆଜିର କାମ ସାଧନରେ କିଛି ଅସୁବିଧା ହେବ ନାହିଁ । ମିତ୍ରମାନେ ସୁପରାମର୍ଶ ନ ଦେଇ ସମସ୍ୟାମୂଳକ କାମ ପ୍ରତି ପ୍ରଲୋଭିତ କରାଇପାରନ୍ତି । ସାମାଜିକ ସ୍ତରରେ ସାଧାରଣ କଥାକୁ ଜଟିଳ କରି ଦ୍ୱନ୍ଦ୍ୱରେ ପଡ଼ିବେ । ବାଣିଜ୍ୟ, ଯାତ୍ରା, କର୍ମାରମ୍ଭ ଯଥାବିଧି ସମ୍ପନ୍ନ ହୋଇପାରିବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ଦେବୀ ମନ୍ଦିରରେ ଅରୁଆ ଚାଉଳ ଦାନ କରନ୍ତୁ

ମୀନ-
ପରିବାର ପାଇଁ ନୂଆ ଖୁସି ନେଇ ଆସିବ । ସନ୍ତାନ ପକ୍ଷର ସଫଳତା ଆପଣଙ୍କୁ ଖୁସି ଦେବ । ବନ୍ଧୁମାନଙ୍କ ସହିତ ମଉଜ ମସ୍ତିରେ ବ୍ୟସ୍ତ ରହିବେ । ପ୍ରେମୀ ଯୁଗଳଙ୍କ ଲାଗି ଭଲ ଦିନଟିଏ । ‌ବ୍ୟବସାୟରେ ପ୍ରଗତି ପାଇଁ ଦିନଟି ବହୁତ ଭଲ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଆହୁରି ସୁଦୃଢ଼ ହେବ । ବୈବାହିକ ସମସ୍ୟାର ସମାଧାନ ହେବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ । ‌
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ସକାଳୁ ଉଠି ଗୁରୁଜନ ମାନଙ୍କୁ ପ୍ରଣାମ କରନ୍ତୁ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored