Videos
|
Horoscope

Horoscope / କ'ଣ କହୁଛି ଆପଣଙ୍କ ରାଶି ? ବ୍ୟବସାୟରେ ଆୟ ଅପେକ୍ଷା ଅଧିକ ହୋଇପାରେ ବ୍ୟୟ

Sushanta Sahoo
Browse all articles by Sushanta Sahoo
·1 hour ago·4 min read
କ'ଣ କହୁଛି ଆପଣଙ୍କ ରାଶି ? ବ୍ୟବସାୟରେ ଆୟ ଅପେକ୍ଷା ଅଧିକ ହୋଇପାରେ ବ୍ୟୟ
Daily Horoscope for 12 Signs

Key Points

ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇବେ । କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିପାରେ । ବ୍ୟବସାୟରେ ଲାଭାଂଶ କମାଇବେ । ପ୍ରଶାସନିକ କ୍ଷେତ୍ରରେ ଉତ୍ତେଜନା ପରିସ୍ଥିତି ରହିପାରେ ।
ମେଷ-
ମାନସିକ ଅସ୍ଥିରତା କାରଣରୁ କାମ ଉତ୍ସାହ ଜନକ ହେବ ନାହିଁ । ବ୍ୟବସାୟରେ ବ୍ୟୟର ଭାର ବଢି ଚାଲିବ । ରାଜନୈତିକ କ୍ଷେତ୍ରରେ ସମସ୍ୟା ସମାଧାନ କରିପାରିବେ । ବିବାଦରେ ବିଜୟ ଲାଭରୁ ମନୋବଳ ବୃଦ୍ଧି ପାଇବ । ନିକଟସ୍ଥ ସ୍ଥାନ ମାନଙ୍କରେ ଭ୍ରମଣ କରି ବେଶ୍ ଆନନ୍ଦ ପାଇବେ ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- ଓଁ ହ୍ରୀଂ ଶ୍ରୀଂ ମଙ୍ଗଳାୟ ନମଃ ଜପ କରନ୍ତୁ

ବୃଷ-
କର୍ମ କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କର ପ୍ରିୟ ଭାଜନ ହେବେ । ଶାରିରୀକ କଷ୍ଟ ଦୂର ହେବ । କଳକାରଖାନା ଆର୍ଥିକ କ୍ଷେତ୍ରରେ ଲାଭବାନ ସହିତ ସଞ୍ଚୟ କରିପାରନ୍ତି । ରାଜନୀତିରେ ଅଗ୍ରଣୀ ଭୂମିକା ନେବେ । ଛାତ୍ରଛାତ୍ରୀ ମାନେ ପଢ଼ାରେ ମନ ଯୋଗ ରଖି ପାରିବେ ନାହିଁ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ଦେବୀ ମନ୍ଦିରରେ ଦାନ କରନ୍ତୁ

ମିଥୁନ-
ବ୍ୟବସାୟରେ କୌଣସି ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ । ଚେଷ୍ଟା କରିଲେ ଅନ୍ୟକୁ ଦେଇଥିବା ଧନ ମିଳିପାରିବ । ଘରଭଡ଼ାକୁ କେନ୍ଦ୍ର କରି ସମସ୍ୟା ଦେଖା ଦେଇପାରେ । ମହିଳା ମାନେ ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- ମା ଦତାତ୍ରେୟଙ୍କ ମନ୍ତ୍ର ପାଠ କରନ୍ତୁ

କର୍କଟ-
ମାନସିକ ସ୍ଥିରତା ଦେଖା ଦେବା ସହ କାମରେ ପରିଶ୍ରମ କରି ପ୍ରଶଂସିତ ହେବେ । ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ । ଅସାବଧାନତା କାରଣରୁ ଦୁର୍ଘଟଣା ଗ୍ରସ୍ତ ହୋଇପାରନ୍ତି । ଧନ ସମ୍ପତ୍ତି ବୃଦ୍ଧି ହୋଇପାରେ । ଗାଡ଼ି ମୋଟର କ୍ରୟ କରିବାର ଅଭିଳାଷା ପୂରଣ ହେବ । ମନ ବୁଝିବା ଭଳି କଥା କହି ବନ୍ଧୁଙ୍କୁ ଆପଣାଇବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର- ବରଗଛ ମୂଳରେ କ୍ଷୀର ଢାଳି ଦିନ ଆରମ୍ଭ କରନ୍ତୁ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସିଂହ-
ପରିବାରରେ ଯେ ପ୍ରକାରର ସମସ୍ୟା ଆସିଲେ ମଧ୍ୟ ତାହାର ଠିକ୍ ସାମନା କରିବା କଷ୍ଟକର ହୋଇପାରେ । ବ୍ୟବସାୟ, ପରିବହନ , କ୍ଷେତ୍ରରେ ଦ୍ଵନ୍ଦ୍ଵ ଦୂର ହେବ । କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଚେଷ୍ଟା କରିବେ । ସହନଶୀଳତା ଯୋଗୁଁ ପ୍ରଶଂସା ମିଳିବ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର- ଶ୍ରୀ ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

କନ୍ୟା-
ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ । ବ୍ୟବସାୟୀ ମାନେ ଆଜି ବ୍ୟବସାୟରେ ଲାଭାଂଶ କମାଇବେ । ଶାରିରୀକ ପୀଡ଼ା ଅପେକ୍ଷାକୃତ କମ ରହିବ । ଗମ୍ଭୀରତାର ସହ ଉଦ୍ୟମ କରନ୍ତୁ ସଫଳତା ପାଇବେ । ଭୂ-ସମ୍ପତ୍ତି କିଣିବାର ଯୋଗ ରହିଛି । ଘରୋପକରଣ କିଣିବାରେ ଅଧିକ ବ୍ୟୟ କରିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- ବୁଧଙ୍କର ମନ୍ତ୍ର ପାଠ କରନ୍ତୁ

ତୁଳା-
ବ୍ୟବସାୟରେ ଖର୍ଚ୍ଚାନ୍ତ ହୋଇ କାର୍ଯ୍ୟ ହାସଲ କରିବେ । ପତ୍ନୀଙ୍କ ସହିତ ମତ ପାର୍ଥକ୍ୟ ଦେଖାଦେଇ ପାରେ । ଶାରିରୀକ ଚିନ୍ତା ଦୂର ହେବ । ସମ୍ପତ୍ତିକୁ ନେଇ ସାମାନ୍ୟ ଝଗଡ଼ା ଲାଗିପାରେ । ସାମୁହିକ ପ୍ରୟାସ ଓ ସହଯୋଗ ଦ୍ବାରା ଆଗକୁ ବଢିବା ସମ୍ଭବ ହେବ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ଶୁକ୍ରଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

ବିଛା-
ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଖୁବ୍ ଭଲ ରହିବ । କାରବାର ବିସ୍ତାର କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ । ବ୍ୟବସାୟରେ ନୂଆ ଯୋଜନା କରିବେ । କର୍ମ କ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ ଓ ସଂଘର୍ଷ କରିବାକୁ ପଡ଼ିବ । ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଭାବୁଥିବା କଥାକୁ ବନ୍ଧୁଙ୍କ ଆଗରେ କହି ପାରିବେ ନାହିଁ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- ମା ମଙ୍ଗଳାଙ୍କର ମନ୍ତ୍ର ପାଠ କରନ୍ତୁ

ଧନୁ-
ଯେଉଁ ବ୍ୟବସାୟ ଆରମ୍ଭ କରିବା ପାଇଁ ଭାବୁଥିବେ ତାହା ଶୀଘ୍ର ଆରମ୍ଭ କରନ୍ତୁ । ପ୍ରଶାସନିକ ଆଲୋଚନା କ୍ଷେତ୍ରରେ ଚିନ୍ତା କିଛି ମାତ୍ରରେ କମିଯିବ । କୌଣସି ନୂତନ ବନ୍ଧୁତ୍ଵ ସାଙ୍ଗକୁ କର୍ମ କ୍ଷେତ୍ର ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହେବ । ରାଜନୀତିରେ ନୂତନ ସମସ୍ୟାରେ ପୀଡ଼ିତ ହେବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ପ୍ରତିଦିନ ସକାଳୁ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ

ମକର-
ବାରମ୍ବାର କାମରେ ପରିବର୍ତ୍ତନ ମନରେ ଚିନ୍ତା ସୃଷ୍ଟି କରିବ । ଆଜି ସାଙ୍ଗମାନେ ବହୁତ ସହଯୋଗ କରିବେ । ଛାତ୍ରଛାତ୍ରୀ ଗୁରୁଜନଙ୍କ ଠାରୁ ଭଲ ପରାମର୍ଶ ପାଇବେ । ଅଫିସ୍‌ରେ ବଡ଼ ଅଧିକାରୀ ମାନଙ୍କର ସହଯୋଗ ପାଇବେ । ପଡ଼ୋଶୀ ସହ ଦିବାଦ ଦେଖା ଦେଇପାରେ । ଘର ଓ ଦୋକାନର ମରାମତି ପାଇଁ ଆପଣ ଯୋଜନା କରିପାରିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ଶନିଦେବଙ୍କର ପୂଜାର୍ଚ୍ଚନା କରନ୍ତୁ

କୁମ୍ଭ-
ସ୍ଵାସ୍ଥ୍ୟରେ ଉନ୍ନତି ଆସିବ । ସାଧାରଣ କଥାରେ ପତ୍ନୀଙ୍କ ସହ ମନୋମାଳିନ୍ୟ ଘଟିପାରେ । ଆଜି କୌଣସି ଆନୁଷ୍ଠାନିକ କାମରେ ନିୟୋଜିତ ରହିବେ । ବ୍ୟବସାୟରେ ଧନ ଲାଭର ନୂଆ ଉତ୍ସ ତଲାସ କରିବେ । ବାସଗୃହ ବା ଯାନବାହାନର ନବୀକରଣ କରିବାର ନାନାବିଧ ସୁଯୋଗ ପାଇବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ହନୁମାନଙ୍କର ପୂଜା କରନ୍ତୁ

ମୀନ-
ବଡ଼ ବ୍ୟବସାୟୀଙ୍କ ସହିତ ହାତ ମିଶାଇବେ । ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇବେ । କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିପାରେ । ବ୍ୟବସାୟରେ ଲାଭାଂଶ କମାଇବେ । ପ୍ରଶାସନିକ କ୍ଷେତ୍ରରେ ଉତ୍ତେଜନା ପରିସ୍ଥିତି ରହିପାରେ । ଋଣ ଗ୍ରସ୍ତ ହୋଇ ଜମି ବିକ୍ରୟ କରିବାକୁ ବାଧ୍ୟ ହେବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ଅଶ୍ୱତଥ୍ ଗଛ ମୂଳରେ ଘିଅ ବତୀ ଜଳାନ୍ତୁ