Horoscope / ଜାଣନ୍ତୁ ଆଜିର ରାଶିଫଳ କେମିତି କଟିବ ଆଜିର ଦିନ

Key Points
ଜାଣନ୍ତୁ ଆଜିର ରାଶିଫଳ ଖବର
ବାହାରକୁ ବାହାରିବା ସମୟରେ ରୁହନ୍ତୁ ସତର୍କ
ମେଷ-
ସ୍ବାସ୍ଥ୍ୟ ପରିସ୍ଥିତି ଭଲ ରହିଲେ ମଧ୍ୟ କ୍ରୋଧ ବିବାଦୀୟ ପରିସ୍ଥିତି ସୃଷ୍ଟି କରିପାରେ । କର୍ମକ୍ଷେତ୍ରରେ ମନୋବଳ ଖୁବ୍ ଟାଣ ରହିବ, ମାତ୍ର ନିଜ ଜିଦ୍ରେ ଅଟଳ ରହିପାରନ୍ତି। ସମସ୍ୟା ସମାଧାନ କ୍ଷେତ୍ରରେ ନିକଟ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ସଫଳତା ହାସଲ କରିବାର ସମ୍ଭାବନା ରହିଛି।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ମା ବଗଳାମୂଖିଙ୍କର ମନ୍ତ୍ର ପାଠ କରନ୍ତୁ
ବୃଷ-
ବ୍ୟବସାୟ କ୍ଷେତ୍ରରେ କଠିନ ପରିଶ୍ରମ କରି ଆଶାତୀତ ଲାଭବାନ୍ ହେବେ । ବନ୍ଧୁଙ୍କ ସହ ମତଭେଦ ସମାପ୍ତ ହେବ । ଦାନ ଧର୍ମରେ ନିୟୋଜିତ ହେବେ । ଶତ୍ରୁ ପକ୍ଷଙ୍କୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ଅନ୍ୟକୁ ଦେଇଥିବା ଧନ ପାଇ ପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ
ମିଥୁନ-
ପ୍ରତ୍ୟେକ କ୍ଷେତ୍ରରେ ଜଗିରଖି କାମ ନ କଲେ ସମସ୍ୟା ଭିତରକୁ ଟାଣି ହୋଇପାରନ୍ତି। ସାମାଜିକ ସ୍ତରରେ ଆପଣଙ୍କ ଅପ୍ରିୟ ସତ୍ୟକଥା କଳହର କାରଣ ହୋଇପାରେ। ବ୍ୟବସାୟ, ବାଣିଜ୍ୟ, ଶିଳ୍ପ ଓ ଏଜେନ୍ସିପ, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ଖୁସି ରହିବେ। ଆଳସ୍ୟ ଓ ଅବହେଳାରୁ କେତେକ ଗୁରୁତ୍ୱପୂର୍ଣ୍ଣ କାମକୁ ଅଣଦେଖା କରିପାରନ୍ତି।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ବୁଧଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ
କର୍କଟ-
ପିତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ମାନସିକ ସ୍ଥିତି ଏକ ପ୍ରକାର ଭଲ ରହିବ । କର୍ମ କ୍ଷେତ୍ରେରେ ପ୍ରିୟ ଜନ ମାନଙ୍କୁ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ । ପ୍ରତ୍ୟେକ କ୍ଷେତ୍ରରେ ଜୟଯୁକ୍ତ ହେବେ ଓ ସୁଖ, ସମ୍ମାନ ଲାଭ କରିବେ । ବ୍ୟବସାୟରେ ରାତା ରାତି ଲାଭବାନ୍ ହେବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଗୁରୁଜନ ମାନଙ୍କ ଚରଣ ସ୍ପର୍ଶ କରନ୍ତୁ
ସିଂହ-
ଦୀର୍ଘଦିନର ଆଶା ପୂରଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ସୂଚନା ପାଇ ଖୁସି ହେବେ। ଆନୁଷ୍ଠାନିକ, ପ୍ରଶାସନ, ବ୍ୟବସାୟ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ଅର୍ଥ ଦେଣନେଣ କ୍ଷେତ୍ର୍ରରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି। ଗବେଷଣା, କଳା, ସଙ୍ଗୀତ, ସାମ୍ବାଦିକତା, ସାହିତ୍ୟାଦି ରଚନାମତ୍କ କାର୍ୟ୍ୟରେ ଅଗ୍ରଗତି ଘଟିବ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାତଙ୍ଗିଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ
କନ୍ୟା-
ସ୍ୱାସ୍ଥ୍ୟ ଉପରେ ନଜର ରଖିବାକୁ ହେବ। ପ୍ରେମ ଏବଂ ପରିବାରର ବିକାଶରେ ଆଗ୍ରହ ହରାଇବାର ସମ୍ଭାବନା ରହିିଛି । ବ୍ୟବସାୟରେ ଅନେକ ବାଧାବିଘ୍ନ ର ସମ୍ମୁଖୀନ ହେବା ପରେ ସଫଳତାପାଇବେ । ଅଫିସ୍ରେ ସହକର୍ମୀ ଆପଣଙ୍କ ବିଚାର ଦ୍ୱାରା ପ୍ରଭାବିତ ହେବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ପୂଜା, ପାଠ କରନ୍ତୁ
ତୁଳା-
ସ୍ବାସ୍ଥ୍ୟ ଓ ପାରିବାରିକ କ୍ଷେତ୍ର ପୂର୍ବପରି ଅକ୍ଷୁଣ୍ଣ ରହିବ ଏବଂ ବ୍ୟବସାୟିକ ଦିଗ ମଧ୍ୟ ମନ୍ଦ ହେବନି। ଅତୀତ ଘଟଣା ସମୂହକୁ ନେଇ ମନ ଭାରାକ୍ରାନ୍ତ ରହିବ। ପରୋକ୍ଷ ଶତ୍ରୁତା ସଙ୍ଗକୁ ବନ୍ଧୁଙ୍କ ଅପମାନସୂଚକ ବ୍ୟବହାର ଟେନ୍ସନ ବଢ଼ାଇବ। ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କରିପାରିଲେ ଉପକୃତ ହେବେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶିବଙ୍କର ଦର୍ଶନ କରନ୍ତୁ
ବିଛା-
ସ୍ୱାସ୍ଥ୍ୟ ଭଲ ରହିବ । ପାରିବାରିକ ସ୍ଥିତି ସ୍ୱାଭାବିକ ରହିବ । କର୍ମ କ୍ଷେତ୍ରରେ ଅବାଞ୍ଛିତ ଉତ୍ତେଜନା ଏବଂ ଚିନ୍ତାର ସମ୍ମୁଖୀନ ହୋଇପାରନ୍ତି । ଛାତ୍ର ଛାତ୍ରୀ ମାନେ ନିଜ କ୍ୟାରିୟର କୁ ନେଇ ଚିନ୍ତିତ ରହିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ
ଧନୁ-
ଯୋଜନାବଦ୍ଧ କାମ ହେତୁ ବିଭିନ୍ନ ଦିଗରୁ ଅର୍ଥପ୍ରାପ୍ତିର ମାର୍ଗ ଉନ୍ମୁକ୍ତ ହେବ। ପରିବାର ସଦସ୍ୟଙ୍କ ଅଣଦେଖା ଓ ବେଖାତିର ମନୋଭାବରୁ ମାନସିକ ସ୍ତରରେ ଅଶାନ୍ତ ରହିପାରନ୍ତି। କାଳକ୍ଷେପଣ ନୀତିରେ ଆଳସ୍ୟଜନିତ ଗୁରୁତ୍ୱପୂର୍ଣ୍ଣ କାମକୁ ଅବହେଳା କରିପାରନ୍ତି। ଭ୍ରମଣ, ଅଯଥା ଖର୍ଚ୍ଚାନ୍ତ, ବନ୍ଧୁଙ୍କ ସମାଲୋଚନା, ମନକୁ ଭାରାକ୍ରାନ୍ତ କରିପାରେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବୃହସ୍ପତିଙ୍କର ପୂଜାର୍ଚ୍ଚନା କରନ୍ତୁ
ମକର-
କାମ କାର୍ଯ୍ୟରେ ଆପଣ ବହୁତ ଲାଭ ପାଇପାରନ୍ତି । ସ୍ୱାସ୍ଥ୍ୟରେ ସମସ୍ୟା ଦେଖାଦେବ । ଆପଣଙ୍କର କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବାଧା ଉପୁଜି ପାରେ । ମହିଳା ମାନଙ୍କୁ ସମ୍ମାନ ମିଳିବ । ଆର୍ଥିକ ସ୍ଥିତି ସ୍ୱାଭାବିକ ରହିବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ଶାରଳାଙ୍କ ଆରଧନା କରନ୍ତୁ
କୁମ୍ଭ-
ପୂର୍ବ ନିର୍ଦ୍ଧାରିତ ଯେଉଁ କାମ କରିବାକୁ ଯାଉଛନ୍ତି ସେଥିରେ ଅସୁବିଧା ହେବନାହିଁ। ବନ୍ଧୁଙ୍କ ସହ ପ୍ରତ୍ୟୁଷ ଯାତ୍ରାରେ ଲକ୍ଷ୍ୟ ହାସଲରେ ସମର୍ଥ ହେବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ରାହୁଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
ମୀନ-
ବ୍ୟବସାୟରେ କମ୍ ପରିଶ୍ରମରେ ସଫଳତା ପାଇପାରନ୍ତି । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ସମାଜ ସେବାରେ ମନ ବଳାଇବେ । ଦୂରଯାତ୍ରା କରିବାର ଯୋଜନା କରିପାରନ୍ତି । ଅନ୍ୟାୟ ବିରୋଧରେ ସ୍ୱର ଉଠାଇଲେ ମଧ୍ୟ ଅନ୍ୟମାନଙ୍କର ସହେଯାଗ ପାଇବେନି ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବୃହସ୍ପତିଙ୍କର ପୂଜାର୍ଚ୍ଚନା କରନ୍ତୁ
📱 Get Argus News App
✨Related Topics
Explore more stories