Today Horoscope / ଧନୁ ରାଶିର ବ୍ୟକ୍ତି କର୍ମ କ୍ଷେତ୍ରରେ ଆଗକୁ ଯିବେ

Key Points
ମିଥୁନ ରାଶି ପ୍ରେମିକା , ପ୍ରେମିକ ମାନେ ପ୍ରେମ କ୍ଷେତ୍ରରେ ସଫଳତା ପାଇବେ
ବୃଷ ରାଶି ରାଜନୀତିରେ ସକ୍ରିୟ ଭୂମିକା ଗ୍ରହଣ କରିବେ
ମେଷ-
ଶାରୀରିକ ସମସ୍ୟା ଦୂରହେବ । ଶିଳ୍ପ, ବାଣିଜ୍ୟ, ପରିବହନ ସ୍ତରରେ ବ୍ୟସ୍ତତା ଦୂର ହୋଇଯିବ । ସମସ୍ତଙ୍କ ସହିତ ନମ୍ରତା ପୂର୍ଣ୍ଣ ବ୍ୟବହାର କରନ୍ତୁ । ଚାକିରୀକ୍ଷେତ୍ରରେ ଅପବାଦ ସହିବାକୁ ପଡିବ । ମାଲିମୋକଦ୍ଦମାରେ ସାମାନ୍ୟ ଅଶାନ୍ତି ଆସିପାରେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ପ୍ରଭୁ ଜଗନ୍ନାଥଙ୍କର ଦର୍ଶନ କରନ୍ତୁ
ବୃଷ-
ଗୁରୁଜନ ମାନଙ୍କର ଆଦର ପାଇବା ସହ ପରିବାର ମଧ୍ୟରେ ମୁଖ୍ୟତା ଲାଭ କରିବେ । ଆର୍ଥିକ ଦିଗରୁ ଉନ୍ନତି ହେଲେ ମଧ୍ୟ ବ୍ୟୟ ଭାର ବୃଦ୍ଧି ହେବ । ଆକସ୍ମିକଭାବରେ ଜଣେ ବନ୍ଧୁ ହଠାତ୍ ଖୁସିଖବର ସାଙ୍ଗକୁ କିଛି ଅର୍ଥ ଦେଇଯିବେ। ସତର୍କତା ଅବଲମ୍ବନ ନ କଲେ କୌଣସି ଭୁଲ୍ କାମରେ ଫଶିଯିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ନାଲି ରଙ୍ଗର ଗାଇକୁ ଖାଇବାକୁ ଦିଅନ୍ତୁ
ମିଥୁନ-
ନିଜ ଲୋକଙ୍କ ପରୋକ୍ଷ ଶତୃତା ହେତୁ ଭାବପ୍ରବଣତା ବୃଦ୍ଧି ପାଇବ । ସରକାରୀ ସ୍ତରରୁ ଆଶା କରୁଥିବା ଶୁଭ ଖବର ପାଇ ଉଲ୍ଲସିତ ହେବେ । ଧନ ସମ୍ପତି ବୃଦ୍ଧି ହୋଇପାରେ । ସାମାଜିକ ସ୍ତରରେ ସମ୍ମାନୀୟ ବ୍ୟକ୍ତି ସହାୟତା କରିବେ । ଶିକ୍ଷାର୍ଥୀ ମାନେ ଶିକ୍ଷାରେ ଏକାଗ୍ରତା ରକ୍ଷା କରିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ମା ବିରଜାଙ୍କର ଆରଧନା କରନ୍ତୁ
କର୍କଟ-
କର୍ମକ୍ଷେତ୍ର କିମ୍ବା ଘରୋଇ କ୍ଷେତ୍ରରେ ଅନ୍ୟମାନଙ୍କ ପ୍ରରୋଚନାରେ ଭୁଲ୍ ନିଷ୍ପତ୍ତି ନେଇପାରନ୍ତି। ଆଜି ପ୍ରତ୍ୟେକ କାମରେ କିଛି ନା କିଛି ସମସ୍ୟା ଲାଗି ରହିବ। ନିକଟ ସମ୍ପର୍କୀୟମାନଙ୍କ ଆଶ୍ୱାସନାମୂଳକ କଥାରେ ଅଶାନ୍ତ ମନରେ ସ୍ଥିରତା ଆସିପାରେ। ପ୍ରଶାସନିକ ସ୍ତରରେ କିମ୍ବା ବିବାଦୀୟ ଘଟଣାର ଅବସାନ ଘଟିବା ଆଶା ରହିଛି।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଧଳା କପଡାରେ କିଛି ଅରୁଆ ଚାଉଳ ଓ ମିଶିରେ ମିଶାଇ ଜଳରେ ଭସାଇ ଦିଅନ୍ତୁ
ସିଂହ-
ଶାରୀରିକ ସମସ୍ୟା ଅଧ୍ୟୟନରେ ବାଧା ସୃଷ୍ଟି କରିପାରେ । ରାଜନୀତିରେ ନିଷ୍ପତି ନେବାରେ ଦ୍ୱନ୍ଦର ସମ୍ମୁଖୀନ ହେବାକୁ ପଡିପାରେ । ଅଫିସରେ ସ୍ଥଗିତ କାମ ପାଇଁ ଉପରିସ୍ଥ କର୍ମଚାରୀ କଡା କଥା କହିପାରନ୍ତି । ଆନୁଷ୍ଠାନିକ କାର୍ଯ୍ୟ ସକାଶେ ପ୍ରସ୍ତୁତି ପୂର୍ବ ଜୋରଦାର କରିପାରନ୍ତି ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ରାମଙ୍କର ପୂଜାପାଠ କରନ୍ତୁ
କନ୍ୟା-
ଅଧିକାଂଶ ସମୟ ଅନ୍ୟମନସ୍କ ରହିବା କାରଣରୁ ପ୍ରକୃତ ଆନନ୍ଦକୁ ଉପଭୋଗ କରିପାରିବେ ନାହିଁ। ଆଲୋଚନା କାଳରେ ଅପ୍ରିୟ ସତ୍ୟ କଥା ବନ୍ଧୁଙ୍କ ମନରେ ଦୁଃଖଦେବ। ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣାକୁ ଦୂରେଇନେବା ପାଇଁ ଚେଷ୍ଟାକରିବା ଭଲ। ସାହିତ୍ୟ, ସାମ୍ବାଦିକତା, ଗବେଷଣା ଓ ଅନୁସନ୍ଧାନ କ୍ଷେତ୍ରରୁ ସୁଫଳ ମିଳିବ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ପୂଜା, ପାଠ କରନ୍ତୁ
ତୁଳା-
ଶାରିରୀକ ସମସ୍ୟା ଦେଖାଦେବ । କର୍ମଜୀବି ମାନେ ଅତ୍ୟନ୍ତ ସଫଳତା ପାଇବେ । ଘରକୁ ଆସିଥିବା ବନ୍ଧୁଙ୍କ ପାଇଁ ଖୁସି ରହିବେ । ରାଜନୀତିରେ ସାହାସିକ ପଦକ୍ଷପ ନେଇ ଆଗକୁ ଅତିକ୍ରମ କରିବେ । ଶିକ୍ଷାର୍ଥୀ ମାନେ ବିଦ୍ୟାରେ ସଫଳତା ହାସଲ କରିବେ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଶ୍ରୀ ଭାର୍ଗବୀଙ୍କୁ ପୂଜା କରନ୍ତୁ
ବିଛା-
ଭଲ ସମ୍ପର୍କ ନ ଥିବା ଲୋକଙ୍କ କପଟ କଥାରେ ପାରିବାରିକ ସମସ୍ୟା ସୃଷ୍ଟିହେବ। ବିରକ୍ତ ମନର ଅପ୍ରିୟ ସତ୍ୟ କଥା ସହକର୍ମୀଙ୍କ ମନରେ ଆଘାତ ସୃଷ୍ଟିକରିବ। କର୍ମକ୍ଷେତ୍ରରେ ଦୂରଦର୍ଶିତାପୂର୍ବକ କ୍ୟାରିୟର ସମ୍ପାଦନ ବନ୍ଧୁଗହଣରେ ପ୍ରଶଂସାର ଦ୍ୟୋତକ ହୋଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପାରିବାରିକ ସ୍ଥିତି କେତେକାଂଶରେ ଭଲ ରହିବ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ନୃସିଂହଙ୍କର ପୂଜାର୍ଚ୍ଚନା କରନ୍ତୁ
ଧନୁ-
ଜୀବନସାଥୀଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇବ । ଆୟିନି ସହାୟତା ସାଙ୍ଗକୁ ବିଦେଶ ଯାତ୍ରା କରି ପାରନ୍ତି । ମହିଳା ମାନେ ସୁଖସମୃଦ୍ଧି ପ୍ରାପ୍ତ କରିବେ । ଭବିଷ୍ୟକୁ ସୁଧାରିବା ଲାଗି ନୂଆ ପଦକ୍ଷେପ ନେବେ । ସମ୍ପତି ବିକ୍ରୟ ବେଳେ ତରବରିଆ ଭାବେ ନିଷ୍ପତି ନିଅନ୍ତୁ ନାହିଁ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ବାମନଙ୍କ ବିଗ୍ରହକୁ ପୂଜା କରନ୍ତୁ
ମକର-
ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ମାନସିକ ଉତ୍ତେଜନା ସହ ଭାବପ୍ରବଣତା ବୃଦ୍ଧି ପାଇବ। ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ ଓ ସଭାସମିତିରେ କାମଗୁଡିକ ଶୃଙ୍ଖଳିତ ହେବ। ପଡ଼ୋଶୀମାନେ ଆପଣଙ୍କ କ୍ୟାରିୟର ଦକ୍ଷତାର ଭୂରି ଭୂରି ପ୍ରଶଂସା କରିପାରନ୍ତି। ଫେରନ୍ତା ବାଟରେ କୌଣସି ଅଜଣା ବ୍ୟକ୍ତିଙ୍କ ସହ ବିତର୍କର ସୂଚନା ରହିଛି।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ଶାରଳାଙ୍କ ଆରଧନା କରନ୍ତୁ
କୁମ୍ଭ-
ଯେଉଁ ବ୍ୟବସାୟ ଆରମ୍ଭ କରିବା ପାଇଁ ଭାବୁଥିବେ ତାହା ଶୀଘ୍ର ଆରମ୍ଭ କରନ୍ତୁ । ମାଲିକମକଦ୍ଦମାରେ ଓକିଲଙ୍କ ସାହାର୍ଯ୍ୟ ପାଇବେ । କର୍ମାରମ୍ଭରେ ଉତ୍ସାହିତ ହେବେ ଓ ସଫଳତା ହାସଲ କରିବେ । ଧର୍ମାନୁଷ୍ଟାନରେ କାମ କରିବାର ସୁଯୋଗ ପାଇବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣ କାଳିଙ୍କ ମହାକବଚ ଧାରଣ କରନ୍ତୁ
ମୀନ-
କର୍ମକ୍ଷେତ୍ରରେ ସହକର୍ମୀ ବିରୁଦ୍ଧାଚରଣ କରିବା ସୂଚନା ପରୋକ୍ଷରେ ଅନୁଭବକରିବେ। ନୂତନ ପ୍ରକଳ୍ପ କ୍ୟାରିୟର, ପର୍ଯ୍ୟନଟ ଶେୟାର ବଜାର ଦିଗରୁ ସୁଫଳ ପାଇବେ। ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, କଳା, ସଙ୍ଗୀତ, ଗବେଷଣା ଓ ଅନୁସନ୍ଧାନରେ ସଫଳତା ମିଳିବ। ଯାତ୍ରା ସମୟରେ ଜଣେ ଅପରିଚିତ ବ୍ୟକ୍ତିଙ୍କ ସହ ମିତ୍ରତା ସୃଷ୍ଟି ହୋଇପାରେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ନାରାୟଣଙ୍କ ପୂଜା, ପାଠ କରନ୍ତୁ
📱 Get Argus News App
✨Related Topics
Explore more stories