Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Horoscope

Horoscope / ମିଥୁନ ରାଶି ପାଇଁ ସୁବର୍ଣ୍ଣ ସୁଯୋଗ, ଚାକିରିରେ ମିଳିବ ଢେର୍‌ ସଫଳତା

Rashmita Mishra
Browse all articles by Rashmita Mishra
·3 weeks ago·4 min read
ମିଥୁନ ରାଶି ପାଇଁ ସୁବର୍ଣ୍ଣ ସୁଯୋଗ, ଚାକିରିରେ ମିଳିବ ଢେର୍‌ ସଫଳତା
Horoscope

Key Points

ଆଜି କେମିତି କଟିବ ଆପଣଙ୍କ ଦିନ ? 
ଜାଣନ୍ତୁ ଆଜିର ରାଶିଫଳ ଖବର 

ବାହାରକୁ ବାହାରିବା ସମୟରେ ରୁହନ୍ତୁ ସତର୍କ 

ମେଷ-
ଆଜି ଆପଣଙ୍କର କୌଣସି କାମ ଅଟକିବ ନାହିଁ ଏବଂ ବିଭିନ୍ନ ଦିଗରୁ ଶୁଭ ଫଳ ଲାଭ କରିବା ସହ ଅନୁକୂଳ ବାତାବରଣରୁ ଖୁସି ରହିବେ । ପୈତୃକ ସମ୍ପତି ପାରିବାରିକ ଦ୍ୱନ୍ଦର ସମାଧାନ ହେବ । ନୂତନ କାର୍ଯ୍ୟରେ ଉନ୍ନତି ହେବା ସହ ଶାନ୍ତି ପାଇବେ । ସଭାସମିତିରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭକରି ଖୁସି ରହିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଦେବୀ ବଗଳାମୁଖିଙ୍କ ମନ୍ତ୍ର ପାଠ କରନ୍ତୁ

ବୃଷ-
ଜୀବନ ସାଥୀ ଅତି ଉତମ ହୋଇଥିବାରୁ ଆପଣ ନିଜକୁ ଅତି ଭାଗ୍ୟଶାଳୀ ଅନୁଭବ କରିବେ । ବ୍ୟବସାୟରେ ଆୟର ସ୍ରୋତ ଖୋଲିଯାଇପାରେ । ଶିକ୍ଷାର୍ଥୀ ମାନେ ଦେଇଥିବା ପରିକ୍ଷାରେ କୃତକାର୍ଯ୍ୟ କରିପାରନ୍ତି । ସାମାଜିକ ଗତିବିଧିରେ ସକ୍ରିୟ ଭୂମିକା ନିର୍ବାହ କରିବେ । ଜମିକୁ ନେଇ ପ୍ରତ୍ୟେକ ପ୍ରତିବନ୍ଧକକୁ ସମ୍ମୁଖୀନ କରି ଆଗେଇବାକୁ ବାଧ୍ୟ ହେବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରନ୍ତୁ

ମିଥୁନ-
ବ୍ୟବସାୟ ସମ୍ପର୍କିତ ସମସ୍ୟା ଦୂର ହୋଇଯିବ । କର୍ମ କ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ । ଏକାଧିକ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି । ଆଗାମୀ ସମୟକୁ ଆଖିଆଗରେ ରଖି କାମ କରନ୍ତୁ, ସବୁକିଛି ଠିକ୍ ହୋଇଯିବ । ଅବିବାହିତଙ୍କ ପାଇଁ ଘରକୁ ବନ୍ଧୁ ଆସିବେ । ରାଜନୈତିକ କ୍ଷେତ୍ରରେ ଜଟିଳ ପରିସ୍ଥିତିକୁ ସରଳ କରିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ଗଣେଷଙ୍କୁ ଦ୍ୱବ ଦାନ କରନ୍ତୁ

କର୍କଟ-
ଗୋଡରେ କିଛି ସମସ୍ୟା ଦେଖାଦେଇପାରେ । ବନ୍ଧୁମାନଙ୍କର ଅପପ୍ରଚାରରୁ ମାନସିକ ଅଶାନ୍ତି ଦେଖାଦେଇ ପାରେ । ଦୂର ଯାତ୍ରାରେ ଲକ୍ଷ ପୂରଣ କରିପାରନ୍ତି । ସଭା ସମିତି ପ୍ରଭୁତିରୁ ଆଶ୍ୱସ୍ଥି ଲାଭ କରିପାରନ୍ତି । ରାଜନୀତିରେ କୌଣସି ପଦ ବ୍ୟକ୍ତିଙ୍କ ସାନିଦ୍ଧ୍ୟ ପାଇ ପାରନ୍ତି । କଳା ବିଦ୍ୟା ପ୍ରତି ଆଗ୍ରହ ସୃଷ୍ଟି ହୋଇପାରେ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଶ୍ରୀ ଗଣେଷଙ୍କ ମନ୍ତ୍ର ପାଠ କରନ୍ତୁ

ସିଂହ-
ଅନ୍ୟମାନଙ୍କୁ ସାହାଯ୍ୟ କରିବେ ପ୍ରତିଦାନରେ ସମାଲୋଚନା ବ୍ୟତୀତ କିଛି ପାଇ ପାରିବେ ନାହିଁ । ପାରିବାରିକ ସମସ୍ୟା ବିଷୟରେ ସବୁ ଜାଣିଶୁଣି ନୀରବ ନ ରହି ସମାଧାନର ବାଟ ଖୋଜିବେ । କୌଣସି ନୂତନ ଯୋଜନା କିମ୍ବା ଦୂରଯାତ୍ରା ସକାଶେ ମନ ବଳାଇପାରନ୍ତି । କର୍ମକ୍ଷେତ୍ରରେ କିମ୍ବା ଆନୁଷ୍ଠାନିକ କାମରେ ଯୋଜନା ମୁତାବକ ସଫଳତା ପାଇବେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ବିଷ୍ଣୁଙ୍କ ଉପାସନା କରନ୍ତୁ

କନ୍ୟା-
ବ୍ୟବସାୟ କ୍ଷେତ୍ରରେ ନୂତନ ସୁଯୋଗ ମିଳିବାର ଆଶା ରହିଛି । ଅପ୍ରତ୍ୟାଶିତ ସଂମ୍ପତି ମିଳିବାର ସୂଚନା ରହିଛି । ପାରିବାରିକ ଅସ୍ୱାସ୍ଥ୍ୟକର ପରିସ୍ଥିତିକୁ ନେଇ ଚିନ୍ତା ଗ୍ରସ୍ତ ରହିବେ । ବିଶିଷ୍ଠ ବ୍ୟକ୍ତିଙ୍କ ସହିତ ସମ୍ପର୍କ ବୃଦ୍ଧି ହେବ । ମହିଳା ମାନେ ବିଭିନ୍ନ ପ୍ରକାର ଲାଭର ସୌଭାଗ୍ୟ ଲାଭ କରିପାନ୍‌ି । ରାଜନୀତିରେ ନୂତନ ସମସ୍ୟାରେ ପିଡିତ ହୋଇପାରନ୍ତି ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କ ପୂଜାର୍ଚ୍ଚନା କରନ୍ତୁ

ତୁଳା-
ଆଜି ବନ୍ଧୁମାନଙ୍କ ସାହାଯ୍ୟରେ ଆପୋସ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ହୋଇଯିବ । ନୂତନ ଯାନବାହନ ଓ ଜମି କିଣି ପାରନ୍ତି । ବ୍ୟବସାୟ, ବାଣିଜ୍ୟରେ ବେଶ୍ ଲାଭବାନ୍ ହେବେ । ନିଜ ଅବହେଳା ଯୋଗୁ ସ୍ବାସ୍ଥ୍ୟରେ ସମସ୍ୟା ଆଶଙ୍କା ଦେଖାଦେବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଦେବୀ ମନ୍ଦିରରେ ଦାନ କରନ୍ତୁ

ବିଛା-
ସକାରତ୍ମକ ଭାବନା ଘେନି ଆଗକୁ ବଢିବେ । ବ୍ୟବସାୟୀଙ୍କୁ ଲାଭ ମିଳିବ । ନିଜର ବିଚାରକୁ ସ୍ପଷ୍ଟ ରୂପେ ବ୍ୟକ୍ତ କରନ୍ତୁ ।ରାଜନିତିରେ ନିଜକୁ ଦୃଢ ରଖେôବ । ଛାତ୍ରଛାତ୍ରୀ ମାନେ ଉତମ ଫଳ ପ୍ରଦର୍ଶନ କରିବେ । କୈାଣସି ବିଶେଷ ଖବର ମିଳିବାର ଯୋଗ ରହିଛି । ଡାକ୍ତରୀ ଛାତ୍ରୀ କିଛି ନୂଆ ଶିଖିବେ । କାହାର ପ୍ରରୋଚନାରେ ପଡନ୍ତୁ ନାହିଁ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ନୃସିଂହଙ୍କର ମନ୍ତ୍ର ପାଠ କରନ୍ତୁ

ଧନୁ-
କର୍ମକ୍ଷେତ୍ରକୁ ଯିବା ବାଟରେ ଅପ୍ରିୟ ସତ୍ୟ କହିବା ସମସ୍ୟା ସୃଷ୍ଟି ହୋଇପାରେ । ପିଲାମାନେ ପଢାରେ ମନ ଦେବେ । ଅଫିସ୍ ରେ ଅଟକି ରହିଥିବା କାମ ଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ । ଆଜିର ଯାତ୍ରାରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ। ଉଚ୍ଚ ଆଶା ସଫଳ ହେବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ପାଣିରେ ହଳଦୀ ଟିକେ ମିଶାଇ ଗାଧାନ୍ତୁ ।

ମକର-
ପାରିବାରିକ ଜୀବନ ଶାନ୍ତିମୟ ରହିବ । ଦେହ ଖରାପରୁ ଉପସମ ମିଳିବ । ରାଜନିତିରେ ଦୁର୍ବଳ ରହିବେ । ବିଦ୍ୟାର୍ଥୀ ମାନେ ପଢାରେ ମନନିବେଶ କରିବେ । ବାହନ କିଣିବା ଲାଗି ଆଗ୍ରହ ବଢିବ । ଚାକିରିରେ ପଦୋନ୍ନତି ମିଳିପାରେ । କୈାଣସି କଳା କ୍ଷେତ୍ରରେ ଅଭିନୟ ପାଇଁ ସୁଯୋଗ ପାଇବେ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ଗୋ ମାତାଙ୍କୁ ସବୁଜ ଚାରା କିଛି ଖାଇବାକୁ ଦିଅନ୍ତୁ

କୁମ୍ଭ-
ବ୍ୟବସାୟରେ ଆକସ୍ମିକ ଧନପ୍ରାପ୍ତି ହୋଇ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ଯେତେ ପ୍ରତିବନ୍ଧକ ଆସିଲେ ମଧ୍ୟ ଦୃଢ଼ତାର ସହ କାମ ହାସଲ କରିବାରେ ସମର୍ଥ ହେବେ। ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ ଓ କଚେରି ମାମଲା ସପକ୍ଷରେ ଯିବ । ପଢା କ୍ଷେତ୍ରରେ ପିଲାମାନେ ସୁନାମ ଅର୍ଜନ କରିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ତୁଳସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ

ମୀନ-
କାମକୁ ପୂରା କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ ଓ ତହିଁରେ ଲାଭ ମିଳିବ । ଶାରୀରିକ ପିଡା ଭୋଗ କରି ପାରନ୍ତି । ଘର ସଜାଇବାରେ ଧ୍ୟାନ ଦେବେ । ଆପଣ ନିଜ ସାଥୀଙ୍କ ଭାବନାକୁ ବୁଝିବେ । କ୍ୟାରିୟରରେ ସଫଳତା ମିଳିବ । ରାଜନୈତିକ କ୍ଷେତ୍ରରେ ବିଜୟ ଲାଭ କରିବେ । ଆଶା କରୁଥିବା ଦିଗରୁ ଅର୍ଥ ଲାଭ କରିପାରନ୍ତି ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ଶ୍ରୀ ବିଷ୍ଣୁ ସହସ୍ରନାମା ସ୍ତୋତ୍ର ପାଠ କରନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Horoscope | Gemini Horoscope: Golden Opportunity For Career Success | Argus News