Horoscope / ମିଳିବ ମା'ଙ୍କ ଆଶିଷ ଦୂର ହେବ ସମସ୍ୟା

Key Points
କ'ଣ ରହିଛି ଆଜି ଆପଣଙ୍କ ରାଶିରେ ? ଜାଣନ୍ତୁ...
ମେଷ-
ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ । ଭାଇ ଭଉଣୀ ମାନଙ୍କ ସହିତ ମନୋମାଳିନ୍ୟ ଦୂର ହେବ । ରାଜନୀତି ଓ ସାଙ୍ଗଠନିକ କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ଶତୃତା କରୁଥିବା ଲୋକ ଆଗରେ ନ ହେଲେ ମଧ୍ୟ ପଛରେ ନାନାଦି କଥା କହିପାରନ୍ତି ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମା ବଗଳାମୂଖିଙ୍କର ମନ୍ତ୍ର ପାଠ କରନ୍ତୁ
ବୃଷ-
ଅର୍ଥ, ସମ୍ମାନ, ସାମାଜିକ ପ୍ରତିଷ୍ଠା ଲାଭ କରିବାର ସୌଭାଗ୍ୟ ପ୍ରାପ୍ତ ହେବେ। କାର୍ୟ୍ୟବ୍ୟସ୍ତତା କାରଣରୁ କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ବେଶି ସମୟ ସ୍ଥିର ରହିପାରିବେ ନାହିଁ। ବନ୍ଧୁଙ୍କ ପ୍ରାୟୋଜିତ ଗୁଜବ ମନକୁ ଚହଲାଇ ଦେଇପାରେ। ଆନୁଷ୍ଠାନିକ କିମ୍ବା ସାମାଜିକ ସ୍ତରରେ ମଙ୍ଗଳଜନକ କାର୍ୟ୍ୟରେ ନିଜକୁ ନିୟୋଜିତ କରିପାରନ୍ତି।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କମଳାଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ
ମିଥୁନ-
ବ୍ୟବସାୟ ବାଣିଜ୍ୟ କାରବାର ଯୋଗେ ଚିନ୍ତିତ ରହିପାରନ୍ତି । ପ୍ରତ୍ୟେକ ପରିସ୍ଥିତିକୁ ହାଲୁକା ଭାବେ ଗ୍ରହଣ କରିବା ଠିକ୍ ହେବନାହିଁ । ନିଜ ଲୋକଙ୍କୁ ଭୁଲ୍ ବୁଝିବେ ଏବଂ ବନ୍ଧୁମାନଙ୍କ ଆଚରଣରେ ଅସନ୍ତୁଷ୍ଟ ରହିବେ । ପରିଶ୍ରମ ଓ କଷ୍ଟର ପୁରା ଲାଭ ମିଳିବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ନିଜର ଖାଇବାର କିଛି ଅଂଶ ଗାଇକୁ ଖାଇବାକୁ ଦିଅନ୍ତୁ
କର୍କଟ-
ସାମୟିକ ସମସ୍ୟା ଆସିଲେ ମଧ୍ୟ ଧୈର୍ୟ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କଲେ ଉପକୃତ ହେବେ। ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେଇ କାମ ହାସଲ କରିବେ। ପାଖ ପଡ଼ୋଶୀମାନଙ୍କ ନିମନ୍ତ୍ରଣ କ୍ରମେ ମନୋରଞ୍ଜନରେ ଆଗ୍ରହୀ ହେବେ। ଅଫିସିଆଲି କାମ ସକାଶେ ଅପରାହ୍ନରେ ଟେନ୍ସନ ବଢ଼ିପାରେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଭୂବନେଶ୍ୱରୀଙ୍କ ମନ୍ତ୍ର ପାଠ କରନ୍ତୁ
ସିଂହ-
ପାରିବାରିକ ସ୍ତରରେ ଭୁଲ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି । ପରିସ୍ଥିତିକୁ ଦେଖି ଜାଣିଶୁଣି ସବୁ କଥାରେ ନୀରବ ରହିବାକୁ ପଡିବ । ବିଭିନ୍ନ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ମାନସିକ ସ୍ଥିତି ବିଶେଷ ଭଲ ରହି ନ ପାରେ । ସଭାସମିତିରେ ବିଶିଷ୍ଟ ବ୍ୟକ୍ତିଙ୍କ ଅନ୍ତରଙ୍ଗ ଆଳାପ ମନକୁ ଆମୋଦିତ କରିବ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର - ଶ୍ରୀ ରାମଙ୍କୁ ପୂଜା କରନ୍ତୁ
କନ୍ୟା-
ସମ୍ପର୍କୀୟଙ୍କୁ ସାହାଯ୍ୟ ସହ ଭଲ ପାଇବାକୁ କେନ୍ଦ୍ର କରି ପାରିବାରିକ ସମସ୍ୟା ଦେଖାଦେବ। ଅଫିସିଆଲି ଟେନ୍ସନ ଲାଗି ରହିବାରୁ ରକ୍ତଚାପ ବଢ଼ିପାରେ। ଧାର କରଜ କରି କାମ ତୁଲାଇ ନେବେ କିନ୍ତୁ ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। ନିଜର ଦାୟିତ୍ୱହୀନ କାରଣରୁ ଅପମାନିତ କିମ୍ବା ମନସ୍ତାପ କରିବାକୁ ପଡ଼ିବ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ଐ୍ୟଂ ସ୍ତୀଂ ଶ୍ରୀଂ ବୁଧାୟ ନମଃ ଜପ କରନ୍ତୁ
ତୁଳା-
ପରିବାରରେ ସମସ୍ୟା ସମାଧାନ ଦିଗରେ ଚେଷ୍ଟା କଲେ ସଫଳତା ପାଇବେ । ଆର୍ଥିକ ସ୍ଥିତି ପୂର୍ବ ପରି ରହିବ । ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରିବାରେ ସମର୍ଥ ହେବେ । ସାମାଜିକ କ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପର୍ଶୁରାମଙ୍କର ଫଟକୁ ପୂଜାର୍ଚ୍ଚନା କରନ୍ତୁ
ବିଛା-
କର୍ମକ୍ଷେତ୍ର ଓ ପାରିବାରିକ ଜୀବନରୁ ପ୍ରତିବନ୍ଧକ କ୍ରମଶଃ ଦୂରେଇ ଯିବ। ବାକି ପଡ଼ିଥିବା ଅର୍ଥ ଆଦାୟ କରିବାରେ ବନ୍ଧୁମାନଙ୍କ ଅବଦାନ ଅବିସ୍ମରଣୀୟ ରହିବ। ବ୍ୟବସାୟରୁ ସଂଗୃହୀତ ଅର୍ଥ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ବ୍ୟୟିତ ହୋଇପାରେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ନୃସିଂହଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ଧନୁ-
ଅଟକି ରହିଥିବା କାର୍ଯ୍ୟ ସହଜ ସରଳରେ ସମ୍ପନ୍ନ ହେବ । ମିତ୍ରଙ୍କ ସହ ଲାଗି ରହିଥିବା ବିବାଦ ଦୂର ହେବ । ଠିକ୍ ସମୟରେ ଭାବୁଥିବା କାମଟି ଶୀଘ୍ର ଶେଷ କରିପାରିବେ ନାହିଁ । ଲୋକମାନଙ୍କ ସହିତ ଜଗିରଖି କଥାବାର୍ତା କରିଲେ ବହୁତ ଭଲ ହେବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ବାମନଙ୍କ ବିଗ୍ରହକୁ ପୂଜା କରନ୍ତୁ
ମକର-
ଆପଣଙ୍କର ରୁକ୍ଷ ବାକ୍ୟାଳାପ ବନ୍ଧୁଙ୍କୁ ଆପଣେଇ ନେବାରେ ପ୍ରତିବନ୍ଧକ ସାଜିପାରେ। ବିଭିନ୍ନ ଯୋଜନା କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ରାଜନୀତି କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ପ୍ରତିବନ୍ଧକକୁ ଦୂରେଇବାରେ ଜଣେ ହିତାକାଂକ୍ଷୀ ସାହାଯ୍ୟ କରିପାରନ୍ତି।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଭଗବାନ ବିଷ୍ଣୁଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ
କୁମ୍ଭ-
ଦାମ୍ପତ୍ୟ ସୁଖରେ ଆଶାଜନକ ଫଳ ପ୍ରାପ୍ତି ହେବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ସମ୍ପର୍କ ଯୋଡିବାରେ ଆପଣଙ୍କ କୌଶଳ କିଛି ମାତ୍ରାରେ ଅନ୍ୟମନସ୍କ ହେତୁ କୌଣସି ଭୁଲ କାମ କରି ଅନୁତପ୍ତ ହେବେ । ସଭାସମିତି କିମ୍ବା ସାଙ୍ଗଠନିକ କ୍ଷେତ୍ରରେ ସହଯୋଗ,ସୁଖ ସମ୍ମାନ ପାଇ ଖୁସି ହେବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ରାହୁଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
ମୀନ-
ଯେଉଁ କାମରେ ହାତ ଦେବେ ସଫଳତା ନିଶ୍ଚିତ । ଅଫିସିଆଲି ଟେନସନ୍ କିଛି ମାତ୍ରାରେ ଲାଗିରହିବ । ଆମଦାନୀ କାରବାର, ବ୍ୟବସାୟିକ କାରବାରରେ ଉନ୍ନତି ହେବ। ରାଜନୈତିକ ସ୍ଥିତି କିମ୍ବା ଆଇନ, ଅଦାଲତ ସମ୍ବନ୍ଧୀୟ କେତେକ ଦୁଶ୍ଚିନ୍ତା ମନକୁ ବିଷାଦିତ କରିବ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
📱 Get Argus News App
✨Related Topics
Explore more stories