Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Horoscope

ଏହି ରାଶି ମାନଙ୍କୁ ମିଳିବ ଖୁସି ଖବର...

Rashmita Mishra
Browse all articles by Rashmita Mishra
·10 months ago·3 min read
ଏହି ରାଶି ମାନଙ୍କୁ ମିଳିବ ଖୁସି ଖବର...

Key Points

ବୃଷ ରାଶି ରାଜନୀତିରେ ସକ୍ରିୟ ଭୂମିକା ଗ୍ରହଣ କରିବେ

ମେଷ ରାଶି କର୍ମ କ୍ଷେତ୍ରରେ ଅଧିକ ପରିଶ୍ରମ କରିବା ହେତୁ ଉଚ୍ଚ ସାଫଲ୍ୟ ପ୍ରାପ୍ତି ହେବ

ମିଥୁନ ରାଶି ପ୍ରେମିକା , ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ସଫଳତା ପାଇବେ

ମେଷ-
ସ୍ୱାସ୍ଥ୍ୟ ସମସ୍ୟା ପ୍ରାୟତଃ ସୁଧୁରିଯିବ । ଯେଉଁ କାମରେ ହାତ ଦେଇଛନ୍ତି, ସେଥିରେ ସଫଳତା ହାସଲ କରିବେ । ଭୁଲ୍ ବୁଝାମଣା କାରଣରୁ ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିବ । ଅଫିସ୍ ଯିବା ରାସ୍ତାରେ ଅଜଣା ବ୍ୟକ୍ତିଙ୍କ ସହ ମିତ୍ରତା ସୃଷ୍ଟି କରିପାରନ୍ତି ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - କିଛି ମିଠା ଖାଇ ଘରୁ ବାହାରନ୍ତୁ

ବୃଷ-
ଭଲ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ବଜାୟ ରଖିବେ । ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ଅଧିକ ନିରାପଦ ଅନୁଭବ କରିବେ । ମନକୁ ସ୍ଥିର କରି ନୂଆ ବ୍ୟବସାୟ ଆରମ୍ଭ କରିବେ । ରାଜନିତିରେ ପ‌ଦମର୍ଯ୍ୟଦା ବୃଦ୍ଧି ପାଇବ । ବନ୍ଧୁଙ୍କ ନିକଟରୁ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ

ମିଥୁନ-
ସ୍ବାସ୍ଥ୍ୟରେ ଅବହେଳାଜନିତ ପୁରାତନ ରୋଗରୁ ପୀଡ଼ା ଅନୁଭବ କରିପାରନ୍ତି । ମନର ଅସ୍ଥିରତା ହେତୁ ଆପଣଙ୍କ ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ।ବାଣିଜ୍ୟ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଲେ ମଧ୍ୟ ବିଶେଷ କ୍ଷତିଗ୍ରସ୍ତ ହେବେନାହିଁ। ପରିବାରରେ ମନକଥା ମନରେ ରଖି ଚଳିବାକୁ ବାଧ୍ୟହେବେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ବୁଧଙ୍କର ଗାୟତ୍ରୀ ପାଠ କରନ୍ତୁ

କର୍କଟ-
ଲକ୍ଷ୍ୟ ହାସଲ କରିବାକୁ ଅଧିକ ପରିଶ୍ରମ କରିବାକୁ ପଡିପାରେ । ଛାତ୍ରମାନେ ଅଧିକ ପରିଶ୍ରମ କରି ସେମାନଙ୍କର ଆତ୍ମବିଶ୍ୱାସ ବଢିବ । ଯାନ,ବାହନ କରିବାରେ ଆଗ୍ରହ ବଢିବ । ମହିଳା ମାନେ କୈାଣସି କଥାରେ ମନରେ ବ୍ୟାକୁଳତା ଅନୁଭବ କରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଚନ୍ଦ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ସିଂହ-
ପରସ୍ପର ବାକ୍ୟ ବିନିମୟ ସାଙ୍ଗକୁ ବ୍ୟୟାଧିକ୍ୟ କାରଣରୁ ଘରେ ତର୍କ ବିତର୍କର ସୂଚନା ରହିଛି। କର୍ମକ୍ଷେତ୍ରରେ ନୂତନ ପଦକ୍ଷେପ ଗ୍ରହଣ କରିବାକୁ ମନସ୍ଥ କରିବେ।ଧର୍ମକାମରେ ବ୍ୟସ୍ତ ରହି ଘରର ଆବଶ୍ୟକତାକୁ ଅଣଦେଖା କରିପାରନ୍ତି।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର– ବିଷ୍ଣୁଙ୍କୁ ପୂଜା କରି ଦିନଟି ଆରମ୍ଭ କରନ୍ତୁ

କନ୍ୟା-
ମାର୍କେଟିଂ ବିକ୍ରୟ ଯୋଗାଯୋଗରେ ସଫଳତା ପାଇବେ । ସମାଜରେ ପ୍ରତିଷ୍ଠା ବୃଦ୍ଧି ହୋଇପାରେ । ବିରୋଧି ମାନେ ଆପଣଙ୍କ ପାଖକୁ ଆସିବା ପାଇଁ ଭୟ କରିବେ । ଆକସ୍ମିକ ଭାବରେ ମୋଟା ଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ । ସତର୍କରେ ପଦକ୍ଷପ ନନେଲେ ଲକ୍ଷ ସାଧନରେ ବିଳମ୍ବ ଘଟିବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- ଗରିବ ଲୋକଙ୍କୁ ସାହାର୍ଯ୍ୟ କରନ୍ତୁ

ତୁଳା-
ଅର୍ଥନୈତିକ ଅଭିବୃଦ୍ଧି ମାନସିକ ସ୍ଥିତିକୁ ଋଦ୍ଧିମନ୍ତ କରିବ। ପରିସ୍ଥିତି ବଦଳିଯିବା କାରଣରୁ ମାନସିକ ସ୍ଥିତି ଭଲ ରହିବ। ପ୍ରଶାସନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ପଡ଼ୋଶୀ ଏବଂ ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମ ସମ୍ପନ୍ନ କରିବାରେ ଅସୁବିଧା ହେବ ନାହିଁ। ଭ୍ରମଣ ଓ କଠିନ ଶ୍ରମ ହେତୁକ ସ୍ବାସ୍ଥ୍ୟହାନି ଘଟିପାରେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର –ପର୍ଶୁରାମ ଫଟକୁ ପୂଜାର୍ଚ୍ଚନା କରନ୍ତୁ

ବିଛା-
କର୍ମକ୍ଷେତ୍ରରେ ଯେଉଁଭଳି ପରିସ୍ଥିତି ଆସିଲେ ମଧ୍ୟ ଆପଣ ସମ୍ଭାଳି ନେବେ । ରାଜନୀତିରେ ଭଲ ସୁଯୋଗର ଉପଯୋଗ କରିବେ । ମାଙ୍ଗଳିକ କାର‌୍ୟ୍ୟ କରିବା ପାଇଁ ବିଚାର କରିବେ । ନୂଆ କଳାକୈାଶଳ ଶିଖିବାକୁ ସୁଯୋଗ ମିଳିବ । ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମା ଚର୍ଚ୍ଚିକାଙ୍କ ପୂଜା ପାଠ କରନ୍ତୁ

ଧନୁ-
ବିଭିନ୍ନ ପ୍ରତିବନ୍ଧକଜନିତ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ସଦାବେଳେ ପ୍ରିୟ ବ୍ୟକ୍ତିଙ୍କ ଉପରେ ଅଯଥା ବିରକ୍ତ ହେଲେ ନିଜେ କ୍ଷତିରେ ପଡ଼ିବେ । ଖର୍ଚ୍ଚଭାର ବଢ଼ିବା ଯୋଗୁ ଚିନ୍ତାପ୍ରକଟ କରିବେ। କଳା, ସାହିତ୍ୟ, କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର୍ର କ୍ଷେତ୍ରରେ ସମସ୍ୟା ସମାଧାନ ଦିଗକୁ ମୁହାଁଇପାରନ୍ତି।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଘିଅ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ମକର-
କୈାଣସି କାର୍ଯ୍ୟର ସମାଧାନ ହୋଇଯିବ । ମାଙ୍ଗଳିକ କାର୍ଯ୍ୟରେ ମନ ଯୋଗଦେବେ । ସୁସ୍ଥ ଅନୁଭବ କରିବେ । ଶିକ୍ଷାର୍ଥୀ ମାନେ ଅଧ୍ୟୟନ ଦିଗରେ ମନ ବଳାଇବେ । ଦୂରଯାତ୍ରା, ବାଣିଜ୍ୟ,ବ୍ୟବସାୟ କାରବାର କ୍ଷେତ୍ରରେ ଉନ୍ନତି ଆସିବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ପିମ୍ପୁଡି ଗାତ ଖାଦ୍ୟ ପକାନ୍ତୁ

କୁମ୍ଭ-
ସାଧାରଣ ଘଟଣାକୁ କେନ୍ଦ୍ରକରି ମାନସିକ ସ୍ତରରେ କଷ୍ଟ ଅନୁଭବ କରିପାରନ୍ତି। ଅସୁସ୍ଥତା ଲାଗି ରହିଲେ ମଧ୍ୟ ଅନ୍ୟମାନଙ୍କ ସାହାଯ୍ୟରେ କାମ ସମ୍ପାଦନ କରିପାରିବେ। ଛୋଟ କଥାକୁ କେନ୍ଦ୍ରକରି ପାରିବାରିକ ଶାନ୍ତି ବ୍ୟାହତ ହୋଇପାରେ। ବନ୍ଧୁଙ୍କ ଫେରିବାରେ ବିଳମ୍ବତାକୁ ଲକ୍ଷ୍ୟକରି ବ୍ୟସ୍ତ ହୋଇପଡ଼ିବେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ଶାରଳାଙ୍କ ଆରଧନା କରନ୍ତୁ

ମୀନ-
ସ୍ୱାସ୍ଥ୍ୟ ସମସ୍ୟାରେ ବହୁ ପରିମାଣରେ ହ୍ରାସ ପାଇବ । ସନ୍ତାନ ପକ୍ଷକୁ ନେଇ ଚିନ୍ତିତ ରହିବେ । ପରିବାରରେ ଅଶାନ୍ତି ଦେଖାଦେବ । ଶିକ୍ଷା କ୍ଷେତ୍ରରେ ଅଭିଜ୍ଞତା ବଢିବ । ସମ୍ପତି-ବାଡିକୁ ନେଇ ଅନେକ ପରିସ୍ଥିତି ଦେଖା ଦେଇପାରେ । ମହିଳା ମାନେ କାର୍ଯ୍ୟ ବ୍ୟସ୍ତ ରହିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ବୃହସ୍ପତିଙ୍କର ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Good News Ahead for These Zodiac Signs | Horoscope Update | Argus News