କ'ଣ କହୁଛି ଆପଣଙ୍କ ରାଶି ? ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବାରୁ ବ୍ୟବସାୟରେ ମତାନ୍ତର ଦେଖା ଦେବ

ମେଷ-
ପାରିବାରିକ କ୍ଷେତ୍ର ଶୃଙ୍ଖଳିତ ରହିବା ସଙ୍ଗକୁ ଅର୍ଥ ଲାଭ ହୋଇପାରେ । କର୍ମକ୍ଷେତ୍ରରେ ବନ୍ଧୁଙ୍କ ପ୍ରତିଶ୍ରୁତି ପାଇ ଆଶ୍ଵସ୍ତି ଅନୁଭବ କରିବେ । ରାଜନୀତିରେ ସମର୍ଥନ ହ୍ରାସ ପାଇପାରେ । ଛାତ୍ରଛାତ୍ରୀ ମାନେ ପଢାରେ ଅବେହଳା କରି ଦୁଃଖ ପ୍ରକାଶ କରିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- ହନୁମାନଙ୍କର ଆରାଧନା କରନ୍ତୁ
ବୃଷ-
ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଦେଖା ଦେବ । ଶିକ୍ଷା ଓ ଆଲୋଚନା କ୍ଷେତ୍ରରେ ବ୍ୟତିକ୍ରମର ସୂଚନା ରହିଛି । ଆନୁଷ୍ଠାନିକ କ୍ଷେତ୍ରରେ ପଦ ମର୍ଯ୍ୟାଦା ବୃଦ୍ଧି ଘଟିବ । କଳା, ସାହିତ୍ୟ, ସାମ୍ବାଦିକତା ତଥା ଆଧ୍ୟାତ୍ମିକତା କ୍ଷେତ୍ରରେ ବେଶ୍ ଆଦୃତ ହେବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ମା କଟକଚଣ୍ଡିଙ୍କ ମନ୍ତ୍ର ପାଠ କରନ୍ତୁ
ମିଥୁନ-
ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ । ବ୍ୟବସାୟରେ ନୂଆ ଗୋଷ୍ଠୀ ସହିତ ଯୋଡ଼ ହେବା ପାଇଁ ଚେଷ୍ଟା କରିବେ । ଜମିଜମା ବିବାଦ ଜଟିଳ ହୋଇପାରେ । ଛୋଟ ବଡ଼ ବିବାଦକୁ ଛାଡିଦେଲେ ସବୁ ଦୃଷ୍ଟିରୁ ଆପଣଙ୍କ ପାଇଁ ଅନୁକୂଳ ରହିବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- ବିଷ୍ଣୁଙ୍କର ସହସ୍ର ନାମ ପାଠ କରନ୍ତୁ
କର୍କଟ-
ସ୍ଵାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିଲେ ମଧ୍ୟ ମାନସିକ ଅସ୍ଥିରତା ଲାଗି ରହିବ । ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବାରୁ ବ୍ୟବସାୟରେ ମତାନ୍ତର ଦେଖା ଦେବ । ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ସାଙ୍ଗକୁ ପୁରସ୍କୃତ ମଧ୍ୟ ହେବେ । ଜମିଜମା କାରଣକୁ ନେଇ ସମ୍ପର୍କୀୟଙ୍କ ସହ ଯୁକ୍ତିତର୍କ ଲାଗିପାରେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର- ଶ୍ରୀ ଗଣେଶଙ୍କର ପୂଜା କରନ୍ତୁ
ସିଂହ-
ଶାରିରୀକ ସମସ୍ୟାରୁ ମୁକ୍ତି ପାଇବେ । ଜୀବନରେ ଉନ୍ନତି ପାଇଁ ନୂଆ ସୁଯୋଗ ପାଇବେ । ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ । ରାଜନୀତିରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିବା ସହ ଅସ୍ଥିରତା ସୃଷ୍ଟି କରିବ । ବିଦ୍ୟାର୍ଥୀ ମାନେ ବିଦେଶ ଯାଇପାରନ୍ତି ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର- ସୂର୍ଯ୍ୟଙ୍କୁ ଜଳ ଦାନ କରି ଦିନ ଆରମ୍ଭ କରନ୍ତୁ
କନ୍ୟା-
📱 Get Argus News App
✨ଯେଉଁ କାମରେ ହାତ ଦେବେ ସଫଳତା ପାଇବେ । କର୍ମକ୍ଷେତ୍ରରେ ହାତ ପାହାନ୍ତାକୁ ସୁଯୋଗ ଆସିଯିବା ହେତୁ ଅଟକି ରହିଥିବା କାମ ତ୍ୱରାନ୍ଵିତ ହେବ । ଘରେ ଆମୋଦ ପ୍ରମୋଦର ବାତାବରଣ ସୃଷ୍ଟି ହୋଇପାରେ । ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ ଏବଂ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- ସର୍ବକାର୍ଯ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ତୁଳା-
ଶରୀରରେ ଆଘାତ ପାଇ ପାରନ୍ତି । ଗୃହ କାର୍ଯ୍ୟରେ ଆଗ୍ରହ ବଢିବ । ବ୍ୟବସାୟରେ ଅଭିବୃଦ୍ଧି ଘଟିପାରେ । ଆପଣ ଅଭିଜ୍ଞତା ଅର୍ଜନ କରିବେ ଯାହା ଫଳପ୍ରଦ ଏବଂ ମୂଲ୍ୟବାନ ପ୍ରମାଣିତ ହେବ । ପ୍ରତ୍ୟେକ ବାଧାବିଘ୍ନକୁ ଦୂର କରିବାରେ ସକ୍ଷମ ହେବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ବିଛା-
କେତୋଟି ଘଟଣାକୁ ବାଦ୍ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ଅନ୍ୟମାନଙ୍କ କଥାକୁ ଗୁରୁତ୍ୱ ନ ଦେଇ କେତେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ଧର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା- ୯
ପ୍ରତିକାର- ବଗଳା ମୂଖିଙ୍କର ପୂଜାର୍ଚ୍ଚନା କରନ୍ତୁ
ଧନୁ-
ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ହେବ । ଦାମ୍ପତ୍ୟ ଜୀବନ ପ୍ରେମପୂର୍ବକ ବିତିବ । ଅଫିସରେ କର୍ମଚାରୀଙ୍କ ଉପରେ ବିରକ୍ତ ରୁହନ୍ତୁ ନାହିଁ । ଶିକ୍ଷା କ୍ଷେତ୍ରରେ ବିଶୃଙ୍ଖଳା ଉପୁଜି ପାରେ । ମହିଳା ମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାରେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ଶ୍ରୀ ରାମଙ୍କ ସ୍ତ୍ରୋତ ପାଠ କରନ୍ତୁ
ମକର-
ନିଜ ଫାଇଦା ପାଇଁ ବନ୍ଧୁମାନେ ମନଲୋଭା କଥା କହିପାରନ୍ତି । ସ୍ଵାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ଉଦବେଗର କାରଣ ହେବ । ଶିଳ୍ପ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ସହ ପରୋକ୍ଷ ଶତ୍ରୁତା କର୍ମକ୍ଷେତ୍ରକୁ ବ୍ୟସ୍ତବହୁଳ କରିବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ମା ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
କୁମ୍ଭ-
ପରିବାରରେ ଚିନ୍ତା ବଢିପାରେ । ଚାକିରି କ୍ଷେତ୍ରରେ ପ୍ରାଧାନ୍ୟ ହ୍ରାସ ପାଇବେ । ମୋହରେ ପଡି ଅପଦସ୍ତ ହେବେ । ଆକସ୍ମିକ ବିପଦ ଦେଖା ଦେଇପାରେ । ସତର୍କତା ଅବଲମ୍ବନ ନ କଲେ ପୈତୃକ ସମ୍ପତ୍ତି ହସ୍ତାନ୍ତର ହୋଇପାରେ । କଚେରି ମାମଲାରେ କ୍ଷେତ୍ରରେ ଆଶାଜନକ ଫଳ ପାଇବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ
ମୀନ-
ଯାତ୍ରା, ବାଣିଜ୍ୟ, ଚେଷ୍ଟା କରୁଥିବା କାମ, ଅର୍ଥ ସମ୍ପର୍କ ପ୍ରଭୃତି ପ୍ରତ୍ୟେକ ଦିଗରୁ ଶୁଭଫଳ ପାଇବେ । ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ । କାର୍ଯ୍ୟ ବ୍ୟସ୍ତ ଯୋଗୁଁ ମିଶିବାକୁ ଆସିଥିବା ବନ୍ଧୁଙ୍କ ସହ ଆଲୋଚନାର ଅବସର ପାଇବେ ନାହିଁ । ବ୍ୟବସାୟରେ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ଅଶ୍ୱତଥ୍ ଗଛକୁ ପୂଜା କରନ୍ତୁ