Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଜି କଣ କହୁଛି ଆପଣଙ୍କ ରାଶି ? ଜମିବାଡ଼ି ସମ୍ବନ୍ଧୀୟ ସମସ୍ୟାରୁ ମିଳିପାରେ ମୁକ୍ତି

Horoscope

ଆଜି କଣ କହୁଛି ଆପଣଙ୍କ ରାଶି ? ଜମିବାଡ଼ି ସମ୍ବନ୍ଧୀୟ ସମସ୍ୟାରୁ ମିଳିପାରେ ମୁକ୍ତି

Sushanta Sahoo
Browse all articles by Sushanta Sahoo
·1 year ago·3 min read
ଆଜି କଣ କହୁଛି ଆପଣଙ୍କ ରାଶି ? ଜମିବାଡ଼ି ସମ୍ବନ୍ଧୀୟ ସମସ୍ୟାରୁ ମିଳିପାରେ ମୁକ୍ତି

ମେଷ


ପାରିବାରିକ ଜୀବନରେ ମଧ୍ୟ ବୁଝାମଣା ନେଇ ତିକ୍ତତା ଦେଖା ଦେଇପାରେ । ଶିଳ୍ପ, ବାଣିଜ୍ୟ ଓ ପରିବହନରୁ ଲାଭବାନ ହେବେ । ସଞ୍ଚିତ ଅର୍ଥରୁ କିଛି ଖର୍ଚ୍ଚ କରିପାରନ୍ତି । ସମ୍ପତ୍ତି ବଢାଇବାର ଯୋଜନା ସଫଳ ହେବ । ଦୋକାନ, ନିର୍ମାଣ, ଯାତ୍ରା, ବିବାଦ, ସଭା ସମିତି ପ୍ରଭୃତିରୁ ଆଶ୍ୱସ୍ତି ଲାଭ କରିବେ ।


ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା-୯
ପ୍ରତିକାର- ସୂର୍ଯ୍ୟ ଦେବତାଙ୍କୁ ମନ୍ଦାର ଫୁଲ ଅର୍ପଣ କରନ୍ତୁ


ବୃଷ


କଠିନ ପରିଶ୍ରମ କରିବା ଫଳରେ ବ୍ୟବସାୟରେ ଅର୍ଥ ପ୍ରାପ୍ତିର ସୁଯୋଗ ଆସିବ । ଉପରିସ୍ଥ କର୍ମଚାରୀଙ୍କ ପ୍ରିୟ ଭାଜନ ହେବେ । ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ୱନ୍ଦ୍ଵର ସମ୍ମୁଖୀନ ହେବାକୁ ପଡ଼ିପାରେ । ନିଜର ଜମିବାଡି ବିକ୍ରୟ କରି ପାଇଥିବା ଅର୍ଥକୁ ଅନ୍ୟ କୌଣସି ସଂସ୍ଥାରେ ନିବେଶ କରିପାରନ୍ତି ।


ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ଶ୍ୱେତଚନ୍ଦନ କର୍ପୂର ମିଶେଇ ମସ୍ତକରେ ଧାରଣ କରନ୍ତୁ


ମିଥୁନ


ପରହାତ ଥିବା ଧନ ସହଜରେ ପ୍ରାପ୍ତି ହେବା ଫଳରେ ସାଂସାରିକ ଜୀବନ ସୁଖମୟ ହେବ । ବାଦ ବିବାଦ, ମାଲି ମକଦ୍ଦମାରେ ସଫଳତା ମିଳିବ । ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଅବଶ୍ୟ ଶୁଭଫଳ ପାଇବେ । ଶିକ୍ଷାରେ ଏକାଗ୍ରତା ବୃଦ୍ଧି କରିବାକୁ ଚେଷ୍ଟା କରିବେ ।


ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- ନିଜର ଖାଇବାର କିଛି ଅଂଶ ଗାଈକୁ ଖାଇବାକୁ ଦିଅନ୍ତୁ


କର୍କଟ


ସ୍ୱାସ୍ଥ୍ୟରେ ପରିବର୍ତ୍ତନ ହେତୁ ମନ ପ୍ରସନ୍ନ ରହିବ । ପରିବାର ଲୋକଙ୍କ ସହିତ ସମୟ ଆନନ୍ଦରେ କଟିବ । ଚେଷ୍ଟା ସାର୍ଥକ ହେଲେ ମଧ୍ୟ ଭବିଷ୍ୟତ ଚିନ୍ତା ରହିବ । ସତର୍କ ରହିବା ଦ୍ୱାରା ଲାଭବାନ ହେବେ । ପରିବହନ ସମସ୍ୟା ଦୂର ହେବ ।


ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର- ମିଠା ଦହି ଖାଇ ଘରୁ ବାହାରନ୍ତୁ


ସିଂହ


ବ୍ୟବସାୟରେ ଅନୁକୂଳ ବାତାବରଣ ଆସିବା ସହିତ ଧନ ବୃଦ୍ଧି ହୋଇପାରେ । କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ପ୍ରିୟ ବ୍ୟକ୍ତିଙ୍କ ପାଇଁ ସଠିକ୍ ମାର୍ଗରେ ବହୁତ କିଛି କରିବାକୁ ଚାହିଁବେ । ମହିଳା ମାନେ କର୍ମ ବ୍ୟସ୍ତରେ ରହି ଅଶାନ୍ତି ଭୋଗ କରିବେ ।


ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର- ଶ୍ରୀ ରାମଙ୍କୁ ପୂଜା କରନ୍ତୁ


କନ୍ୟା


ପରିବାରରେ ଓ କୁଟୁମ୍ବରେ କୌଣସି କାର୍ଯ୍ୟରେ ଦାୟିତ୍ୱ ନେଇ ଧାଁ ଦୌଡ କରିବା ଫଳରେ ପ୍ରଶଂସା ପାଇବେ । କର୍ମ କ୍ଷେତ୍ରରେ ନିଜର ମାନ ସମ୍ମାନ ବୃଦ୍ଧି ପାଇବ । ଛାତ୍ରଛାତ୍ରୀ ମାନେ ଅଧ୍ୟୟନରେ ସୁନାମ ଅର୍ଜନ କରିବେ । ରାଜନୀତି କ୍ଷେତ୍ରରେ ବହୁତ ଦିନରୁ ଚିନ୍ତା କରୁଥିବା କାମ ଅଳ୍ପ ପ୍ରୟାସରେ ହୋଇଯିବ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ


ତୁଳା


ସ୍ୱାସ୍ଥ୍ୟରେ ଉନ୍ନତି ଦେଖା ଦେବ । ଦାମ୍ପତ୍ୟ କଳହର ଅବସାନ ଘଟିବ । ମନରେ ଧାର୍ମିକ ଭାବନା ଉଦୟ ହେବ । କର୍ମ କ୍ଷେତ୍ରରେ ନୂତନ କର୍ମ ନିଯୁକ୍ତିର ସମ୍ଭାବନା ଅଧିକ ରହିଛି । ଜମିବାଡ଼ି ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ । ସାମାଜିକ ମାନ ସମ୍ମାନ ବୃଦ୍ଧି ପାଇବା ପାଇଁ ବ୍ୟକ୍ତିତ୍ୱର ବିକାଶ ଘଟିବ ।


ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ଶ୍ରୀ ଭାର୍ଗବୀଙ୍କ ପୂଜାର୍ଚ୍ଚନା କରନ୍ତୁ


ବିଛା


ବହୁ ଦିନରୁ ଚିନ୍ତା କରିଥିବା ଯୋଜନାଟିକୁ କାର୍ଯ୍ୟକାରୀ କରିବା ସକାଶେ ମନ ବଳାଇ ପାରନ୍ତି । ସାମାନ୍ୟ ଶାରିରୀକ ପୀଡ଼ା ଭୋଗି ପାରନ୍ତି । ମାଲି ମକଦ୍ଦମା ଓ ଆନୁଷ୍ଠାନିକ କର୍ମରେ ସମସ୍ୟା ଲାଗି ରହିବ । ସମସ୍ତ କାର୍ଯ୍ୟରେ ସଫଳତା ମିଳିବା ସହ ଶତ୍ରୁମାନେ ଦୁର୍ବଳ ହେବେ ।


ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- ହନୁମାନ ଚାଳିଶା ପାଠ କରନ୍ତୁ


ଧନୁ


ଛାତ୍ରମାନେ ସଫଳତା ପାଇବାର ସମ୍ଭାବନା ଅଛି । ଆପଣ କିଛି କୌଶଳ ବ୍ୟବହାର କରି ଆପଣ ଅତି ଚ୍ୟାଲେଞ୍ଜିଂ କାର୍ଯ୍ୟ ଗୁଡ଼ିକୁ ମଧ୍ୟ ସହଜରେ ସମ୍ପନ୍ନ କରିବାରେ ସକ୍ଷମ ହେବେ । ଜମିଜମା କାରବାର, ରାଜନୀତି, ଆନୁଷ୍ଠାନିକ କାମରେ ବିବାଦୀୟ ପରିସ୍ଥିତି ଭିନ୍ନ ରୂପ ନେଇପାରେ । ଆଲୋଚନା ପରିସରରେ ସାଧାରଣ କଥାରେ ବନ୍ଧୁ କ୍ଷୁବ୍ଧ ହୋଇପାରନ୍ତି ।


ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ଶ୍ରୀ ବାମନଙ୍କ ବିଗ୍ରହକୁ ପୂଜା କରନ୍ତୁ


ମକର


ଗୃହ କାର୍ଯ୍ୟରେ ଆଗ୍ରହ ବଢିବ । ନୂଆ ଜିନିଷ କିଣିବା ଆଗରୁ ପୁରୁଣା ଜିନିଷର ଉପଯୋଗ କରନ୍ତୁ । ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । କଳା, ସାହିତ୍ୟ, ସାମ୍ବାଦିକତା, ସଭା ସମିତି ଓ ମନୋରଞ୍ଜନରେ ଆଗ୍ରହୀ ହେବେ ।


ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ


କୁମ୍ଭ


କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ଭୁଲ୍ ସକାଶେ ନିଜକୁ ଉତ୍ତରଦାୟୀ ହେବାକୁ ପଡ଼ିପାରେ । ପଡ଼ୋଶୀଙ୍କ ସହାୟତାରେ ଆଶା କରିଥିବା ଦିଗରୁ ମୂଲ୍ୟବାନ ଜିନିଷ ପ୍ରାପ୍ତି ହେବ । ଅଧ୍ୟାପନା, ସାହିତ୍ୟ, ସଂସ୍କୃତି, କଳା ଓ ସଙ୍ଗୀତ କ୍ଷେତ୍ରରୁ ପ୍ରଶଂସା ମିଳିବ । ଆନୁଷ୍ଠାନିକ କାମରେ କେତେକ ସାମାନ୍ୟ ଭୁଲରୁ କାମ ଗୁଡ଼ିକ ବିଶୃଙ୍ଖଳିତ ହେବାର ସୂଚନା ରହିଛି ।


ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ସାତଟି ଗୋଲ ମରିଚ ନୀଳ କପଡ଼ାରେ ବାନ୍ଧି ଜଳରେ ଭସାଇ ଦିଅନ୍ତୁ


ମୀନ


ପରିବାର ମଧ୍ୟରେ ଛୋଟ କଥାକୁ ଧରି ବସନ୍ତୁ ନାହିଁ, ଯାହାକି ସମସ୍ୟା ସୃଷ୍ଟି କରିବ । ବ୍ୟବସାୟର ଅର୍ଥକୁ କୌଣସି ଅନ୍ୟ ଏକ ଉଦ୍ଦେଶ୍ୟରେ ସେହି ଟଙ୍କାକୁ ବିନିଯୋଗ କରିପାରନ୍ତି । ସମ୍ମାନର ସହିତ ଦିନ ଚର୍ଯ୍ୟା କରି ଚଳିବାରେ ବାଧା ଉପୁଜିବ ନାହିଁ । ସମାଜ ସେବା ଓ ରାଜନୀତିରେ ସ୍ୱନାମ ଅର୍ଜନ କରିବେ ।


ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ପଶୁ,ପକ୍ଷୀ ମାନଙ୍କୁ କିଛି ଖାଇବାକୁ ଦିଅନ୍ତୁ

Sponsored
Horoscope 28th March 2025 | Argus News