Horoscope: ପାରିବାରିକ ଜୀବନରେ ଅବ୍ୟାହତ ରହିବ ଶାନ୍ତି ଓ ସ୍ଥିରତା

Key Points
ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ । ଭୁଲ୍ ବୁଝାମଣା କାରଣରୁ ପ୍ରକୃତ ଘଟଣା ନ ବୁଝି ବନ୍ଧୁ କ୍ରୋଧ ପ୍ରକାଶ କରିପାରନ୍ତି ।
ଶୁକ୍ରବାର
ମେଷ-
ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହେବ । କାର୍ଯ୍ୟ ଆରମ୍ଭରେ ପ୍ରତିବନ୍ଧକ ଆସିପାରେ । ସମାନ ବିଚାର ଧାରା ଲୋକଙ୍କ ସହିତ ଭେଟ ହେବା ଫଳରେ ଧର୍ମ କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି । ଧନର ଠିକ୍ ଉପଯୋଗ କରିବା ପାଇଁ ଚେଷ୍ଟା କରିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା- ୯
ପ୍ରତିକାର- ମା ମଙ୍ଗଳାଙ୍କର ମନ୍ତ୍ର ପାଠ କରନ୍ତୁ
ବୃଷ-
ପରିବାରରେ ବ୍ୟତିକ୍ରମ କାରଣରୁ ଆଶା କରୁଥିବା ଜିନିଷଟି ପାଇପାରିବେ ନାହିଁ । ବନ୍ଧୁମାନେ ଠିକ୍ ଖବର ଦେବାରେ ହେଳା କରିବାରୁ ସୁଯୋଗ ହାତଛଡ଼ା ହେବ । ଗୁରୁ୍ତ୍ୱପୂର୍ଣ୍ଣ କାମ ସକାଶେ ମୋଟା ଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ । କର୍ମ କ୍ଷେତ୍ରରେ ସହକର୍ମୀମାନେ ସହଯୋଗର ହାତ ବଢ଼ାଇବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ଶୁକ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ମିଥୁନ-
ବ୍ୟବସାୟରେ ସମସ୍ୟା ସତ୍ତ୍ଵେ ଲାଭ ଆଦି ଫଳ ଭୋଗ କରିବେ । ଭାଇ-ଭଉଣୀଙ୍କ ଭିତରେ ସଂପର୍କ ଭଲ ରହିବ । ଚାକିରିଆ ଅଫିସ୍ କାମରେ ଦୂର ଜାଗାକୁ ଯାତ୍ରା କରିବେ । ନୂଆ ବାହାନ କିଣିବାର ଆଶା ପୂରଣ ହୋଇପାରେ । ଆପଣଙ୍କ ସକରାତ୍ମକ ବିଚାରରେ ଲୋକ ପ୍ରଭାବିତ ହେବେ । କୋର୍ଟ ମାମଲାରେ ବିଜୟ ଲାଭ କରିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ
କର୍କଟ-
କୌଣସି ଘଟଣା ମନକୁ ବାରମ୍ବାର ଆଲୋଡ଼ିତ କରିବା ଫଳରେ ବିଷାଦଗ୍ରସ୍ତ ରହିବେ । ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ । ଭୁଲ୍ ବୁଝାମଣା କାରଣରୁ ପ୍ରକୃତ ଘଟଣା ନ ବୁଝି ବନ୍ଧୁ କ୍ରୋଧ ପ୍ରକାଶ କରିପାରନ୍ତି । ସଭାସମିତିରେ କିମ୍ବା କର୍ମକ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହେବାକୁ ପଡ଼ିପାରେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର- ମା ଭୁବନେଶ୍ଵରୀଙ୍କ ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ
ସିଂହ-
ଦୂର ଯାତ୍ରା ଲକ୍ଷ୍ୟ ପୂରଣ କରିପାରନ୍ତି । କଳା ବିଦ୍ୟା ପ୍ରତି ଆଗ୍ରହ ସୃଷ୍ଟି ହୋଇପାରେ । ମହିଳା ମାନେ କଠିନ ପରିଶ୍ରମ କରିବେ । ଆପଣଙ୍କ ପିଲା ବ୍ୟବସାୟ କାମରେ ଆପଣଙ୍କୁ ସହଯୋଗ କରିବେ । ଆପଣଙ୍କ କାମର ଦାୟିତ୍ୱ ନେଇଥିବା ବନ୍ଧୁମାନେ କାର୍ଯ୍ୟ ସମ୍ପନ୍ନ କରିବାରେ ହେଳା କରିପାରନ୍ତି ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର- ମାଙ୍କଡ଼କୁ ଗୁଡ଼ ଖାଇବାକୁ ଦିଅନ୍ତୁ
କନ୍ୟା-
ବକେୟା ଅର୍ଥ ଆଦାୟ ସକାଶେ ଅନ୍ୟର ସାହାଯ୍ୟ ନେବାର ସମ୍ଭାବନା ରହିଛି । ଦୀର୍ଘ ଦିନରୁ କଥାବାର୍ତ୍ତା କରୁନଥିବା ବନ୍ଧୁ ନିକଟକୁ ଆସିବେ । ବିବାଦୀୟ ପରିସ୍ଥିତିରେ ଉପସ୍ଥିତ ବୁଦ୍ଧି ଖଟାଇ ଘଟଣାକୁ ସୁଧାରି ନେବେ । ସାମାଜିକ ସ୍ତରରେ ଭୁଲ୍ ଖବର ପାଇ ବିବ୍ରତ ହୋଇପାରନ୍ତି ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- ସକାଳୁ କିଛି ଖାଦ୍ୟ ପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ
ତୁଳା-
ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ଅନୁଭବ କରିବେ । ବ୍ୟବସାୟ ପଥ ସୁଗମ ହେବ, ଆୟ ଅବ୍ୟାହତ ରହିବ । ଶିକ୍ଷା କ୍ଷେତ୍ରରେ କୌଣସି ଶୁଭ ସମାଚାର ମଧ୍ୟ ମିଳିପାରେ । ଗଣମାଧ୍ୟମରେ କର୍ମଚାରୀଙ୍କ ଲାଗି ଦିନଟି ଭଲ ରହିବ । ଚଳଚ୍ଚିତ୍ରରେ ସୁନାମ ଅର୍ଜନ କରିପାରନ୍ତି । ଇଲେକ୍ଟ୍ରୋନିକ ସାମଗ୍ରୀ କିଣି ପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- କମଳାଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ
ବିଛା-
ପାରିବାରିକ କ୍ଷେତ୍ରରେ ଅପୂରଣୀୟ ଆଶା ସାଙ୍ଗକୁ ବିଭିନ୍ନ ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ । ଅଫିସ୍ରେ ଅଧସ୍ତନ କର୍ମଚାରୀଙ୍କ କାର୍ଯ୍ୟ ବାରମ୍ବାର ବିଳମ୍ବତାକୁ ଲକ୍ଷ୍ୟ କରି ବ୍ୟସ୍ତ ହୋଇପଡ଼ିବେ । ନିର୍ମାଣ, ଚୁକ୍ତିପତ୍ର, ସାମ୍ବାଦିକତା, ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବେ । ଅଦାଲତ ମାମଲା ଅନୁକୂଳ ହେବ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା- ୯
ପ୍ରତିକାର- ମା ମଙ୍ଗଳା ମନ୍ତ୍ର ପାଠ କରନ୍ତୁ
ଧନୁ-
ସୁଖ, ସମୃଦ୍ଧି ବଢ଼ିବ । ଧାତୁ ଅଳଙ୍କାର କ୍ରୟ କରି ସାମୟିକ ଆତ୍ମତୃପ୍ତି ଅନୁଭବ କରିବାର ସୁଯୋଗ ପାଇବେ । ମହିଳାଙ୍କ ପାଇଁ ପରିସ୍ଥିତି ଜଟିଳ ହେବ । ଯେତେ ଭଲ କାମ କରିଲେ ଅନ୍ୟ ମାନେ ଦୋଷ ଖୋଜି ବୁଲିବେ । ଆଜି ଜଣେ ବନ୍ଧୁ ପରିବାରର ସମସ୍ୟା ସମାଧାନ ସକାଶେ ମାର୍ଗଦର୍ଶକ ସାଜିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ବୃହସ୍ପତିଙ୍କର ପୂଜାର୍ଚ୍ଚନା କରନ୍ତୁ
ମକର-
ଶାରିରୀକ ପରିଶ୍ରମ ଜନିତ କ୍ଲାନ୍ତି ଅନୁଭବ କରିବେ । ପରିବାରର ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ । ସାମର୍ଥ୍ୟ ଅନୁଯାୟୀ କାମ କଲେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ଅସୁବିଧା ଥିବା ଅନୁଭବ କରିବେ । ସାମାଜିକ ସ୍ତରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବଢ଼ିବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- କଳା ରଙ୍ଗର କୁକୁରକୁ ଖାଇବାକୁ ଦିଅନ୍ତୁ
କୁମ୍ଭ-
ବ୍ୟବସାୟ କ୍ଷେତ୍ରରେ ନିବେଶ କରିଲେ ଉନ୍ନତି ହେବା ସହ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ । ବିଦ୍ୟାର୍ଥୀ ମାନେ ଲେଖାପଢାରେ ମନଯୋଗ ଦେଇ ଅଧିକ ପରିଶ୍ରମ ଜାରି ରଖିବା ଜରୁରୀ ଅଟେ । ଜୀବନରେ ନୂଆ ସଂକେତ ମିଳିପାରେ । ବନ୍ଧୁ, ବର୍ଗଙ୍କ ସହିତ ସମ୍ପର୍କ ମଜବୁତ୍ ରହିବ । ଖବରଦାତା, ଆଇନଜ୍ଞ ମାନେ ବିଶେଷ ଉପକୃତ ହେବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ
ମୀନ-
ପରିସ୍ଥିତି ପ୍ରତି ଲକ୍ଷ୍ୟ ରଖି କାମ କରି ଚାଲିଲେ କୌଣସି ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ବିଭିନ୍ନ ଦିଗରୁ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ । ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରି ମାନସିକ ଅସନ୍ତୋଷ ବୃଦ୍ଧିର କାରଣ ହେବ । ଆନୁଷ୍ଠାନିକ କିମ୍ବା ସାମାଜିକ ସ୍ତରରେ ସମ୍ମାନ ଲାଭ ଓ ପଦ ମର୍ଯ୍ୟାଦା ବୃଦ୍ଧି ପାଇବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ''ଓଁ ବୁଂ ବୃହସ୍ପତୟେ ନମଃ'' ଏହି ମନ୍ତ୍ରକୁ ପାଠ କରନ୍ତୁ