Horoscope / ଏହି ରାଶିଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ, ଏମାନଙ୍କ ବଢ଼ିବ ଖର୍ଚ୍ଚ

Key Points
ଜାଣନ୍ତୁ ଆଜିର ରାଶିଫଳ ଖବର
ବାହାରକୁ ବାହାରିବା ସମୟରେ ରୁହନ୍ତୁ ସତର୍କ
ମେଷ-
ବ୍ୟବସାୟ ସମ୍ପର୍କିତ ସମସ୍ୟା ମଧ୍ୟାହ୍ନରେ ଦୂର ହୋଇଯିବ। ସମସ୍ୟା ରହିଥିଲେ ମଧ୍ୟ କାମ ସମ୍ପାଦନ କରିବାରେ କୌଣସି ଅସୁବିଧା ହେବନାହିଁ । ପିଲାଙ୍କ ସଫଳତା, ମୂଲ୍ୟବାନ୍ ଦ୍ରବ୍ୟ ଲାଭ, ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ, ଯାତ୍ରାର ସୁଯୋଗ ଲାଭରୁ ଖୁସି ରହିବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ସୂର୍ୟ୍ୟ ଦେବତାଙ୍କୁ ମନ୍ଦାର ଫୁଲ ଅର୍ପଣ କରନ୍ତୁ
ବୃଷ-
କାର୍ଯ୍ୟକୁ ଅତି ଗମ୍ଭୀରତାର ସହିତ ଗ୍ରହଣ କରିବେ ଏବଂ ବହୁତ ପରିଶ୍ରମ କରିବେ । ପାରିବାରିକ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । ଜମିଜମା କ୍ଷେତ୍ରରେ ନୂତନ ଚୁକ୍ତିପତ୍ର ସ୍ୱାକ୍ଷର କରିପାରନ୍ତି । ସାହିତ୍ୟ, ସଙ୍ଗିତ ଓ ସୃଜନାଶୀଳତା ବୃଦ୍ଧି ପାଇବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ
ମିଥୁନ-
ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ପଦାଧିକାରୀଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରିବାରେ ଅସମର୍ଥ ହୋଇପାରନ୍ତି। ସାମାଜିକ ସ୍ତରରେ ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ। ମନ୍ଥର ଗତିରେ କର୍ମକ୍ଷେତ୍ରରେ ଆଶାତୀତ ସଫଳତା ପାଇବେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ
କର୍କଟ-
ନିଜ କାର୍ୟ୍ୟ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବାକୁ ସକ୍ଷମ ହେବେ । ପାରିବାରିକ ଜୀବନରେ ଚାଲିଥିବା ଚାପରେ ସାମାନ୍ୟ ହ୍ରାସ ଘଟିବ । ସେୟାର ବଜାରରେ ଅର୍ଥ ନିବେଶ କରି ଲାଭାଂଶ କମାଇବେ । ଆଗ୍ରହି ବିଷୟଗୁଡିକ ଅଧ୍ୟୟନ କରିବାରେ ସୁଯୋଗ ପାଇବେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା ଭୁବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି
ସିଂହ-
କର୍ମକ୍ଷେତ୍ରରେ ଉପରିସ୍ଥଙ୍କ କାମର ଚାପରେ ସାମୟିକ ବିବ୍ରତ ହେବାର ଆଶଙ୍କା ରହିଛି। ଜମିଜମା କ୍ରୟ ବିକ୍ରୟ କ୍ଷେତ୍ରରେ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି। ଅନ୍ୟମନସ୍କ ନ ରହି ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ । ବିଭିନ୍ନ ଦିଗରୁ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମ ତ୍ୱରାନ୍ବିତ କରିବେ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ମାତଙ୍ଗିଙ୍କ ଯନ୍ତ୍ର ମହାକବଚ ଧାରଣ କରନ୍ତୁ
କନ୍ୟା-
ଭଲ ଟଙ୍କା ରୋଜଗାର କରିବା ଆରମ୍ଭ କରିବା ସହିତ ଅନାବଶ୍ୟକ ଟଙ୍କା ଖର୍ଚ୍ଚ କରିବାରୁ ନିବୃତ୍ତ ରହିବେ । ବିଦେଶରେ ରହି ପଢିବାର ସ୍ୱପ୍ନ ପୂରଣ ହୋଇପାରେ । ନୂଆ ଜମି କିଣିବା ଆଗରୁ ଶୁଭ ମୂହୁର୍ତ ଦେଖି କିଣନ୍ତୁ । ଋାଜନୀତିରେ ନାନା ପ୍ରକାର ସମସ୍ୟା ଭିତରେ ଗତି କରିପାରନ୍ତି ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ଶ୍ରୀ ବିଷ୍ଣଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ
ତୁଳା-
ସକାଳୁ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗି ନ ପାରେ। ଛୋଟ କଥାକୁ କେନ୍ଦ୍ରକରି ନିଜ ଲୋକଙ୍କ ସହ ଯୁକ୍ତିତର୍କ ଠିକ୍ ହେବନାହିଁ। ଅଫିସରେ ମନ କଥା ମନରେ ମାରି ରହିବାକୁ ବାଧ୍ୟ ହେବେ। ପ୍ରତିବନ୍ଧକ ମଧ୍ୟରେ କେତେକ ସ୍ଥଗିତ କାମ ସକାଶେ ଚିନ୍ତିତ ରହିପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କମଳାଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ
ବିଛା-
ବ୍ୟବସାୟରେ କିଛି ନୂତନ ପରିବର୍ତ୍ତନ ଆଣିବେ । ପିତାମାତାଙ୍କ ସାହାର୍ୟ୍ୟ ଓ ସହଯୋଗ ପାଇବେ । ପ୍ରେମ ସମ୍ପର୍କ ତୀବ୍ର ହୋଇପାରେ । ଗୃହ ନିର୍ମାଣ ବ୍ୟବସାୟ କ୍ଷେତ୍ରରେ ସଫଳତା ଲାଭ କରିବେ । ବିଦ୍ୟାର୍ଥୀ କ୍ୟାରୀୟରରେ ଉନ୍ନତି ପାଇଁ ଅଧିକ ପରିଶ୍ରମ କରିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର –ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ
ଧନୁ-
ଇଚ୍ଛା ଅନୁଯାୟୀ କାମଗୁଡ଼ିକ ହେବା କାରଣରୁ ମାନସିକ ସ୍ଥିରତା ରହିବ। କର୍ମ ସମ୍ପାଦନ କରିବାରେ ସମସ୍ୟାର ସମ୍ମୁଖୀନ ହେବେ। କୌଣସି ସମସ୍ୟା କାମକୁ ଅଟକାଇ ପାରିବନାହିଁ । ଲେଖାପଢ଼ା, ପ୍ରକାଶନ, ପ୍ରଶାସନ, ମାଲି ମକଦ୍ଦମା ଓ ସଭାସମିତି କ୍ଷେତ୍ରରେ ଶୁଭଫଳ ପାଇବେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର –୫ଟି ହଳଦିଆ ଲଡୁ ଧର୍ମସ୍ଥାନରେ ଭୋଗ ଲଗାନ୍ତୁ
ମକର-
ପାରିବାରିକ ଜୀବନରେ କମ୍ ଚାପ ରହିବ । ପତି,ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ମଜବୁତ ରହିବ । ଆପଣ କିଛି ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବେ । ପଇସାପତ୍ରକୁ ନେଇ ଅନର୍ଥ ସୃଷ୍ଟି ହୋଇପାରେ । ଖୋଳାଳି ମାନେ ଉତମ ପ୍ରଦର୍ଶନ କରି ସମୀକ୍ଷକଙ୍କ ପ୍ରଂଶସା ଭାଜନ ହେବେ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମହାଦେବଙ୍କର ପୂଜାର୍ଚ୍ଚନା କରନ୍ତୁ
କୁମ୍ଭ-
ପରିବାର ଓ ବନ୍ଧୁ ବାନ୍ଧବଙ୍କ ସହିତ ହସ ଖୁସିରେ ସମୟ ବିତାଇବେ । କୌଣସି ନୂତନ କାମରେ ଜୀବନ ସାଥୀଙ୍କର ସହଯୋଗ ପାଇବେ । ବିଦ୍ୟାର୍ଥୀ ମାନେ ନିଜର ଉଦ୍ଦେଶ୍ୟକୁ ସଫଳ କରିବାପାଇଁ ସକ୍ଷମ ହେବେ । ସାଙ୍ଗଠନିକ କାର୍ୟ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ
ମୀନ-
ଛାତ୍ରଛାତ୍ରୀ ମାନେ ଅଧିକ ପରିଶ୍ରମ କରିଲେ ମଧ୍ୟ , ମଧ୍ୟମ ଧରଣର ଫଳ ପାଇବେ । ଦୀର୍ଘ ଦିନର ଘରୋଇ ସମସ୍ୟା ଦୂର ହୋଇଯିବ । ଜରୁରୀ କାମରେ ଦୂର ସ୍ଥାନକୁ ଯାଇପାରନ୍ତି । ପୂର୍ବର ଚିନ୍ତା ସମସପ୍ତ ହୋଇଯିବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ପ୍ରଶଂସା ମିଳିବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
📱 Get Argus News App
✨Related Topics
Explore more stories