Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Horoscope

ଆଜି କଣ କହୁଛି ଆପଣଙ୍କ ରାଶି ? ବ୍ୟବସାୟିକ କ୍ଷେତ୍ରରେ ଲାଭବାନ ହେବେ

Sushanta Sahoo
Browse all articles by Sushanta Sahoo
·1 year ago·4 min read
ଆଜି କଣ କହୁଛି ଆପଣଙ୍କ ରାଶି ? ବ୍ୟବସାୟିକ କ୍ଷେତ୍ରରେ ଲାଭବାନ ହେବେ

ମେଷ


ପାଖରେ ଥିବା ଲୋକଟି ବହୁତ ଉପକାରରେ ଆସିବା ସମ୍ଭାବନା ରହିଛି । ବ୍ୟବସାୟରେ ଆଶାନୁରୂପ ଫଳ ପାଇବେ । କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦ ମର୍ଯ୍ୟାଦା ବୃଦ୍ଧି ପାଇବାରେ ସହକର୍ମୀଙ୍କ ଉଦାରତା ମୁଖ୍ୟ ଭୂମିକା ଗ୍ରହଣ କରିବ । ଆଲୋଚନା ପରିସରରେ ସଂଯମତା ରକ୍ଷା ନ କଲେ ବିବାଦୀୟ ହୋଇ ପାରନ୍ତି।


ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- ନୃସିଂହଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ


ବୃଷ


ବ୍ୟବସାୟୀମାନେ ପ୍ରତିଦ୍ୱନ୍ଦ୍ୱୀତା ମଧ୍ୟରେ ନିଜର ଲକ୍ଷ୍ୟ ହାସଲ କରିପାରିବେ । ପାରିବାରିକ ଦୃଷ୍ଟିକୋଣରୁ ପର କଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍ ବୁଝିବେ । ଆନୁଷ୍ଠାନିକ କାମରେ ସୁଯୋଗ ପାଇ ଆନନ୍ଦିତ ହୋଇପାରନ୍ତି । ଯାତ୍ରା ଲକ୍ଷ୍ୟ ପୂରଣ ହେବ ଓ ଖାଲି ହାତରେ ଫେରିବେ ନାହିଁ ।


ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ


ମିଥୁନ


ଆପଣଙ୍କ ଚିନ୍ତାଧାରା ଅନୁଯାୟୀ ପାରିପାର୍ଶ୍ୱିକ ପରିସ୍ଥିତି ଅନୁକୂଳ ରହିବ । ବହୁତ ଦିନର ଆଶା ପୂରଣ ହେବା ସହ କୌଣସି ନୂତନ କାମରେ ବନ୍ଧୁ ସହଯୋଗର ହାତ ବଢ଼ାଇବେ । ପରିସ୍ଥିତିରେ ପଡ଼ି ଅନାବଶ୍ୟକ ଭାବେ ଖର୍ଚ୍ଚ ପରିମାଣ ଦି ଗୁଣା ହୋଇପାରେ । ଘରୋଇ ଅଶାନ୍ତି ଲାଗି ରହିବା ପଛରେ ପାରିବାରିକ ମତାନ୍ତର ହିଁ କାରଣ ହେବ ।


ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ମା ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ


କର୍କଟ


କର୍ମକ୍ଷେତ୍ରରେ କୌଣସି ଘଟଣା ମନକୁ ବିବ୍ରତ କରିପାରେ । ଘର ପାଇଁ ହେଉ କିମ୍ବା ବନ୍ଧୁ ପାଇଁ ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ । ସକାଳୁ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗି ନ ପାରେ । ଛୋଟ କଥାକୁ କେନ୍ଦ୍ର କରି ନିଜ ଲୋକଙ୍କ ସହ ଯୁକ୍ତିତର୍କ ଠିକ୍ ହେବ ନାହିଁ ।


ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର- ଗୁରୁଜନ ମାନଙ୍କ ଚରଣ ସ୍ପର୍ଶ କରନ୍ତୁ


ସିଂହ


ଆପଣ ଯେଉଁଥି ପାଇଁ ଆଶଙ୍କା କରୁଛନ୍ତି ସେପରି କିଛି ଅସୁବିଧା ହେବ ନାହିଁ । ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ । ବାହାର ସ୍ଥାନରେ କାହାକୁ ଅପେକ୍ଷା କରି ବିରକ୍ତ ହେବେ । ସାମାନ୍ୟ ବିଳମ୍ବିତ ସମୟରେ କାମଗୁଡିକ ଠିକ୍ ଭାବରେ ସମ୍ପନ୍ନ ହେବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ ।


ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧

ପ୍ରତିକାର- ମାତଙ୍ଗୀଙ୍କର ପୂଜାର୍ଚ୍ଚନା କରନ୍ତୁ


କନ୍ୟା


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପରିବାରର ସାଧାରଣ ଘଟଣାକୁ ଜଟିଳ ଆକାରରେ ଗ୍ରହଣ କରିପାରନ୍ତି । ଆର୍ଥିକ ସ୍ଥିତି ପୂର୍ବପରି ଲାଗି ରହିବା କାରଣରୁ ଧାର, କରଜ କରିବାକୁ ପଡ଼ିପାରେ । ଅନ୍ୟ ମନସ୍କ ନ ରହି ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ । ମାଲି ମକଦ୍ଦମାର ବିଚାର ଆପଣଙ୍କ ସପକ୍ଷରେ ଯିବାର ସମ୍ଭାବନା ରହିଛି ।


ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- ତ୍ରିପୁରା ସୁନ୍ଦରୀଙ୍କର ପୂଜାପାଠ କରନ୍ତୁ


ତୁଳା


ଆଜିର କର୍ମକ୍ଷେତ୍ରରେ ଦକ୍ଷତା ଭିତ୍ତିକ କୃତି ଓ କୃତିତ୍ୱ କାରଣରୁ ପ୍ରଶଂସିତ ହେବେ । ଆନୁଷ୍ଠାନିକ କାମରେ, ପ୍ରଶାସନିକ ସ୍ତରରେ କିମ୍ବା ରାଜନୀତିରେ ଦୃଢ଼ ସାହାଯ୍ୟ ଓ ସମର୍ଥନ ଯୋଗୁଁ ଆଗେଇ ଯିବେ । ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇଲେ ସମ୍ପର୍କ ବ୍ୟାହତ ହେବ । ବ୍ୟବସାୟିକ କ୍ଷେତ୍ରରେ ଲାଭବାନ ହେବେ, କିନ୍ତୁ ପାରିବାରିକ ପରିସ୍ଥିତି ପୂର୍ବପରି ରହିବ।


ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ


ବିଛା


ପୂର୍ବ ସ୍ଥିରୀକୃତ ଯୋଜନା ଅନୁଯାୟୀ ବନ୍ଧୁ ଦ୍ୱାରକୁ ଗମନ କରି ପାରନ୍ତି । ଶତ୍ରୁତା କରୁଥିବା ଲୋକମାନଙ୍କ ନିକଟରୁ ଯଥା ସମ୍ଭବ ଦୂରେଇ ରହିବା ଭଲ ହେବ । କର୍ମ କ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି କାର୍ଯ୍ୟ ହାସଲ କରିବେ ।


ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ


ଧନୁ


ସକାଳୁ ଘରେ ଟିକିଏ ଜୋର୍ ଦେଇ କଥା କହିବା କାରଣରୁ ଅନ୍ୟମାନେ ନାପସନ୍ଦ କରିବେ । ଯେତେ ବିନୟର ସହ କହିଲେ ମଧ୍ୟ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ ନାହିଁ । ଆନୁଷ୍ଠାନିକ କାର୍ଯ୍ୟରେ ଛୋଟ କଥାକୁ କେନ୍ଦ୍ର କରି ମତାନ୍ତର ଘଟିପାରେ । ଆଜିର କର୍ମାରମ୍ଭ, ବ୍ୟବସାୟ ଏବଂ ପରିଜନଙ୍କ ସହ ଯାତ୍ରା ପ୍ରୀତିପ୍ରଦ ରହିବ ।


ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ବୃହସ୍ପତିଙ୍କର ପୂଜାର୍ଚ୍ଚନା କରନ୍ତୁ


ମକର


ବାଣିଜ୍ୟ, ବ୍ୟବସାୟ, ପ୍ରତିଦ୍ଵନ୍ଦ୍ଵୀତା କ୍ଷେତ୍ରରେ ଥିବା ସମସ୍ୟା ଦୂର ହୋଇପାରେ । କର୍ମ କ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବାକୁ ପଡିପାରେ । ଘରୋଇ ବିତର୍କରେ ପୁରୁଣା କଥାକୁ ବେଶୀ ଦୋହରାଇବା ଠିକ୍ ହେବନି । ଅନ୍ୟମନସ୍କ ହେତୁ ଧନହାନି ଓ ଶାରୀରିକ ଆଘାତ ପାଇବାର ସମ୍ଭାବନା ରହିଛି ।


ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ଶନିଦେବଙ୍କର ପୂଜାର୍ଚ୍ଚନା କରନ୍ତୁ


କୁମ୍ଭ


ଭଲ ପଡୁ ନ ଥିବା ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହେବେ । ସନ୍ଦେହଜନିତ ପରିବାରରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ । ମାଲିମକଦ୍ଦମାରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି । ଚେଷ୍ଟା କରୁଥିବା କାମରେ ସଫଳତା ହାସଲ କରି ପ୍ରଶଂସିତ ହେବେ ।


ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- କଳା ରାଶିକୁ ପିମ୍ପୁଡିକୁ ଖାଇବାକୁ ଦିଅନ୍ତୁ


ମୀନ


ସଚେତନତା ଅବଲମ୍ବନ କରିବା ହେତୁ ସ୍ଵାସ୍ଥ୍ୟ ସମସ୍ୟା ସୁଧୁରି ଯିବ। ସମସ୍ତ ସୁବିଧା ଥିଲେ ମଧ୍ୟ ହାତକୁ ନେଇଥିବା କାମଟି ବିଳମ୍ବରେ ଓ ବହୁ କଷ୍ଟରେ ସମ୍ପନ୍ନ ହେବ । ପୂର୍ବର କେତେକ ବିବାଦୀୟ କଥାକୁ ମନେପକାଇ ଆତ୍ମୀୟ ସ୍ଵଜନ ଦୂରେଇ ଯାଇ ପାରନ୍ତି । ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କାମ କରିପାରନ୍ତି ।


ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ଅଶ୍ୱତଥ୍ ଗଛ ମୂଳରେ ଘିଅ ବତୀ ଜଳାନ୍ତୁ

Sponsored
Horoscope Today 27th March 2025 | Argus News