Horoscope / ଦୂର ହେବ ସମସ୍ୟା, କ'ଣ ରହିଛି ଆଜି ଆପଣଙ୍କ ରାଶିରେ ଜାଣନ୍ତୁ...

Key Points
କ'ଣ ରହିଛି ଆଜି ଆପଣଙ୍କ ରାଶିରେ ? ଜାଣନ୍ତୁ...
ମେଷ-
ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ସଫଳ ହେବେ । ଯେଉଁ କ୍ଷେତ୍ରରେ କର୍ମ କରୁଛନ୍ତି ଅଚାନକ ଭାବରେ ବାହାରକୁ ଯିବାର ସମ୍ଭାବନା ଅଛି । ଛାତ୍ରଛାତ୍ରିଙ୍କର ସ୍ମରଣ ଶକ୍ତି ବୃଦ୍ଧି ହେବା ସହ ପାଠପଢାରେ ମନ ଦେବେ । ଚାକିରିଆଙ୍କ ଦରମା ବୃଦ୍ଧି ହୋଇପାରେ । ରାଜନିତିରେ ସମ୍ମାନ ପାଇବେ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ମଙ୍ଗଳଙ୍କର ମନ୍ତ୍ର ପାଠ କରନ୍ତୁ
ବୃଷ-
ବ୍ୟବସାୟରେ ଆଶା ପୂରଣ କରିବା ପାଇଁ ସମ୍ଭାବନା ରହିଛି । ଜମିଜମା କାରବାରରେ ଉପକୃତ ହେବେ । ନୂଆ ଜାଗାକୁ ଭ୍ରମଣ କରିବାକୁ ଯାଇ ପାରନ୍ତି । ବୈବାହିକ ବନ୍ଧନରେ ବାନ୍ଧି ହୋଇପାରନ୍ତି । ପ୍ରଶାସନିକ କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କଟକଚଣ୍ଡିଙ୍କ ମନ୍ତ୍ର ପାଠ କରନ୍ତୁ
ମିଥୁନ-
କର୍ମଭାବରେ ଗୁରୁ ଆରୋଗ୍ୟଲାଭ, ପାରିବାରିକ ଶାନ୍ତି, କର୍ମାରମ୍ଭ ପାଇଁ ଖୁରାକି ଯୋଗାଇ ପାରନ୍ତି। ପରିସ୍ଥିତକୁ ସାମନା କରିବାକୁ ଯାଇ ଉପସ୍ଥିତି ବୁଦ୍ଧି ଯୋଗୁଁ ବିପଦ ମୁକ୍ତ ହେବେ। ଗତକାଲିର ଯୋଜନା ବଦଳାଇବା ପାଇଁ କଷ୍ଟ ସ୍ବୀକାର କରିବେ। ଅର୍ଥ ସମସ୍ୟା, ଯାନବାହନ, ନିର୍ମାଣ, ମାଙ୍ଗଳିକ କାର୍ୟ୍ୟରେ ବାଧା ଉପୁଜିପାରେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ
କର୍କଟ-
ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ । ବ୍ୟବସାୟୀ ମାନେ ଆଜି ବ୍ୟବସାୟରେ ଲାଭାଂଶ କମାଇବେ । ଋଣ କ୍ଷେତ୍ରରେ ଅର୍ଥ ଲାଭ କରିବେ । ଶିକ୍ଷାର୍ଥୀମାନେ ଦେଇଥିବା ପରିକ୍ଷାରେ କୃତକାର୍ଯ୍ୟ କରିବେ । ନିଜ ସାମର୍ଥ୍ୟ ଅନୁଯାୟୀ ସରଳ ଭାବେ କାମ ପୁରା କରିବେ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଶ୍ରୀ ଗଣେଷଙ୍କର ପୂଜା କରନ୍ତୁ
ସିଂହ-
ଗୁରୁଜନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ବେବେ। ଅଧିକାଂଶ ସମୟ ଘର ସାହସଜ୍ଜା କମ୍ବା ମରାମତିରେ ସମୟ ଅତିବାହିତ କରିବେ। ପାରିବାରିକ ସମସ୍ୟା ସମାଧାନରେ ଟାଳଟୁଳ ନୀତି ଗ୍ରହଣ କରି ପଶ୍ଚାନ୍ତେ ଅନୁତାପ କରିବାକୁ ପଡିପାରେ। କଚେରୀ ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାଙ୍କଡକୁ ଫଳ ଖାଇବାକୁ ଦିଅନ୍ତୁ
କନ୍ୟା-
ବ୍ୟବସାୟରେ କୌଣସି ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ । କ୍ରୋଧକୁ ଦମନ କରି ହସଖୁସିରେ ବାତାବରଣ ସୃଷ୍ଟି କରିବେ । ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରାର ସୁଯୋଗ ପାଇ ପାରନ୍ତି । ଜମିଜମା କ୍ଷେତ୍ରରେ ଆଶାନୂରୁପ ସଫଳତା ମିଳିବ । ମହିଳା ମାନଙ୍କ ପାଇଁ ଦିନଟି ମହତ୍ୱପୂର୍ଣ୍ଣ ରହିବ ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ସର୍ବକାର୍ୟ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ତୁଳା-
ରାଜନୈତିକତା ଉତ୍ପରତା ବଢିବା ନିଶ୍ଚିନ୍ତତା ଅନୁଭବ କରିବେ । ସରକାରୀ କ୍ଷେତ୍ରରୁ ବିପୁଳ ପରିମାଣର ଟଙ୍କା ପାଇପାରିବେ ।ନୂତନ ଗୃହ ନିର୍ମାଣର ସୁଯୋଗ ଆସିବ । ବିଦ୍ୟାର୍ଥୀ ମାନେ ଉତମ ଫଳ ପାଇବେ । ମହିଳା ମାନେ ଆମୋଦ ପ୍ରମୋଦରେ ସମୟ ଅତିବାହିତ କରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ବିଛା-
ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାର୍ଯ୍ୟ ଉପରେ ନିର୍ଭର କରିପାରନ୍ତି । ସାମାଜିକ କଲ୍ୟାଣରେ ପୂର୍ଣ୍ଣ ସହଯୋଗ କରିବେ । ବିଦ୍ୟାର୍ଥୀ ମାନେ ପାଠ ପଢାରେ ମନ ଲଗାଇ ପାରିବେ ନାହିଁ । ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇବା ସହ ଋଣ ପରିଶୋଧ କରିପାରନ୍ତି ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଛନା କରନ୍ତୁ
ଧନୁ-
ଗାଡି, ମଟର ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ନ ହେଲେ ଅସୁବିଧାରେ ପଡିପାରନ୍ତି । କୃଷି ପଶୁରେ ଉନ୍ନତି ଓ ରାଜନୈତିକ କ୍ଷେତ୍ରରେ ସଫଳତା ପାଇବେ । ସାହିତ୍ୟ ଓ ପ୍ରଯୁକ୍ତି ବିଜ୍ଞାନ କ୍ଷେତ୍ରରେ ଅନୁକୂଳ ପରିବେଶ ରହିବ । କାରବାରରେ ଆପଣଙ୍କୁ ଲାଭ ହୋଇପାରେ । ରାଜନୈତିକତା ଉତ୍ପରତା ବଢିବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ହଳଦିଆ ଲଡୁ ଧର୍ମସ୍ଥାନରେ ଭୋଗ ଲଗାନ୍ତୁ
ମକର-
ବ୍ୟବସାୟ ବୃଦ୍ଧି କରିବା ପାଇଁ ଯାତ୍ରା କରିବାର ବିଶେଷ ସମ୍ଭାବନା ଅଛି । ସୁସ୍ଥ ମାନସିକତା ରକ୍ଷା କରି ବିଦ୍ୟାକ୍ଷେତ୍ରରେ ଆଶାତୀତ ଲାଭ ପାଇବେ । ପ୍ରେମ କ୍ଷେତ୍ରରେ ସମୟ ଗୁଡିକ ହସ ଖୁସିରେ ବିତିବ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟତ କରିବା ଉଚିତ୍ ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
କୁମ୍ଭ-
ଗୃହ ଚିନ୍ତାରେ ବ୍ୟତିବ୍ୟସ୍ତ ହୋଇ ପଡିବେ । ମାନସିକ ସ୍ତରରେ ଉନ୍ନତି ଆସିବ । ସାସ୍କୃତିକ କାର୍ୟ୍ୟରେ ସମ୍ମାନିତ ହେବାର ଯୋଗ ରହିଛି । ସବୁ ପ୍ରକାର ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହନ୍ତୁ । ସଞ୍ଚତ ଅର୍ଥ ବୃଦ୍ଧି ପାଇବା ସହିତ ଅନେକ କ୍ଷେତ୍ରରେ କିଛି ଅର୍ଥ ନିବେଶ କରିପାରନ୍ତି ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମହାଦେବଙ୍କ ମନ୍ତ୍ରକୁ ଜପ କରନ୍ତୁ
ମୀନ-
ବ୍ୟବସାୟୀ ମାନେ ନୂଆ ବ୍ୟବସାୟ ଆରମ୍ଭ କରିବେ । ଶିକ୍ଷାର୍ଥୀ ମାନେ ଟିକେ ଚିନ୍ତାରେ ରହିବେ । ରାଜନିତିରେ କିଛି ସମସ୍ୟାର ସମ୍ମୁଖିନ ହୋଇ ପାରନ୍ତି । ଲମ୍ବା ସମୟ ଧରି ଅଟକି ରହିଥିବା କାମକୁ ସମ୍ପୁର୍ଣ୍ଣ କରିବେ । ଜମିରେ ଆଜି ନିବେଶ କରନ୍ତୁ ନାହିଁ । ମୁରବୀ ଆପଣଙ୍କୁ କୈାଣସି ଭଲ ପରାମର୍ଶ ଦେଇ ପାରନ୍ତି
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଅଶ୍ୱତଥ୍ ଗଛକୁ ପୂଜା କରନ୍ତୁ
📱 Get Argus News App
✨Related Topics
Explore more stories