Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କେମିତି କଟିବ ଆଜିର ଦିନ ଜାଣିରଖନ୍ତୁ ଆଜିର ରାଶିଫଳ

Horoscope

କେମିତି କଟିବ ଆଜିର ଦିନ ଜାଣିରଖନ୍ତୁ ଆଜିର ରାଶିଫଳ

Ritu Das
Browse all articles by Ritu Das
·1 year ago·3 min read
କେମିତି କଟିବ ଆଜିର ଦିନ ଜାଣିରଖନ୍ତୁ ଆଜିର ରାଶିଫଳ

ମେଷ-
ସ୍ୱାସ୍ଥ୍ୟରେ ସକରାତ୍ମକ ପରିବର୍ତ୍ତନ ଆସିପାରେ । କର୍ମ କ୍ଷେତ୍ରରେ ଉତ୍ସାହଜନକ ରହିବେ । ଖେଳ ପ୍ରତିଦ୍ୱନ୍ଦିତାରେ ସଫଳ ହେବେ । କୋର୍ଟ କଚେରୀ ମାମଲା ଠାରୁ ଦୂରରେ ରୁହନ୍ତୁ । ଅର୍ଥ ସମ୍ମାନର ଅଭାବ ରହିବ ନାହିଁ ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଓଁ ହ୍ରୀଂ ଶ୍ରୀଂ ମଙ୍ଗଳାୟ ନମଃ ଜପ କରନ୍ତୁ
ବୃଷ-
ସ୍ୱାସ୍ଥ୍ୟ ସମସ୍ୟା କେତେକାଂଶରେ ସୁଧୁରିଯିବ। ଆକସ୍ମିକ ଭାବରେ ଖର୍ଚ୍ଚଭାର ବୃଦ୍ଧି ପାଇବା କାରଣରୁ ଚିନ୍ତା ପ୍ରକଟ କରିବେ । ଆକସ୍ମିକ ଭାବରେ ଜଣେ ବ୍ୟକ୍ତିଠାରୁ ଯଥେଷ୍ଟ ସହାୟତା ପାଇବେ । ସାମ୍ବାଦିକତା ତଥା ସଭାସମିତିରେ ପ୍ରଶଂସିତ ହେବେ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା' କଟକଚଣ୍ଡିଙ୍କ ମନ୍ତ୍ର ପାଠ କରନ୍ତୁ
ମିଥୁନ-
ଛୋଟ ଛୋଟ କଥାକୁ ନେଇ ପରିବାର ଭିତରେ ସମ୍ପର୍କ ହାନି ହୋଇପାରେ । ମାଲିମକଦ୍ଦମା କ୍ଷେତ୍ରରେ ଉତ୍ତମ ଫଳ ପାଇବେ । ରାସ୍ତା ଘାଟରେ ଯଥେଷ୍ଟ ସତର୍କ ସହିତ ଯାତାୟତ କରିବା ଉଚିତ୍ । ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ମା ଦତ୍ତାତ୍ରେୟଙ୍କ ମନ୍ତ୍ର ପାଠ କରନ୍ତୁ
କର୍କଟ-
ଆର୍ଥିକ ଓ ପାରିବାରିକ ପରିସ୍ଥିତି ଭଲ ରହିବ । ସ୍ୱାସ୍ଥ୍ୟ ସମସ୍ୟା, ଅର୍ଥ ସଙ୍କଟ ଓ ଏକାଧିକ କାମରୁ ମାନସିକ ଚାପଗ୍ରସ୍ତ ହୋଇପାରନ୍ତି । ନିଜ ଲୋକ ହଇରାଣରେ ପକାଇବାକୁ ଚେଷ୍ଟା କରିବେ । ପରୋକ୍ଷ ଶତ୍ରୁତା କାରଣରୁ ବିଭିନ୍ନ କ୍ଷେତ୍ରରୁ ଅଭିଯୋଗ ଆସିପାରେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଚନ୍ଦ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ସିଂହ-
କର୍ମକ୍ଷେତ୍ରରେ ଦକ୍ଷତା ବୃଦ୍ଧି ସହ ସହକର୍ମୀ ସହାନୁଭୂତି ପ୍ରଦର୍ଶନ କରିବେ । ଭାଗ୍ୟର ସହଯୋଗରେ ପୂର୍ବରୁ ଚାଲିଥିବା ସମସ୍ୟାରୁ ମୁକ୍ତ ହେବେ । ଗଠନମୂଳକ ଯୋଜନା ପ୍ରସ୍ତୁତ କରି ଆଗେଇ ଯିବାର ରାସ୍ତା ଖୋଲି ଯିବ । ଶିକ୍ଷାର୍ଥି ମାନେ ବିଦ୍ୟାରେ ସଫଳତା ହାସଲ କରିବେ
ଶୁଭ ରଙ୍ଗ - ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
କନ୍ୟା-
ବୈବାହିକ କର୍ମ ସକାଶେ ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ହେବେ । ଆବଶ୍ୟକତାରୁ ଅଧିକ କହିବା ଅହିତକର ହୋଇପାରେ । ଅଫିସରେ ମିଠାକଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇବେ। ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇ ଯିବେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ନୀଳ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ତୁଳା-
ଶାରୀରିକ ଅସୁସ୍ଥତା ଜନିତ ପୀଡାରେ କଷ୍ଟ ପାଇପାରନ୍ତି । ନିଜ ଲୋକଙ୍କ ଉପରେ ଭରସା କରିବାରେ ମନରେ ଦ୍ୱନ୍ଦ ଆସିବ । ଯେଉଁ ବ୍ୟବସାୟ ଆରମ୍ଭ କରିବା ପାଇଁ ଭାବୁଥିବେ ତାହା ଶୀଘ୍ର ଆରମ୍ଭ କରନ୍ତୁ । ମାଲିକମକଦ୍ଦମାରେ ଓକିଲଙ୍କ ସାହାଯ୍ୟ ପାଇବେ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
ବିଛା-
ଦେହ ପିଡା ହେତୁ ସବୁ କାର୍ଯ୍ୟ ଅଧା ରହିବ । ପତିପତ୍ନୀଙ୍କ ଭିତରେ ସାମାନ୍ୟ ମନୋମାଳିନ୍ୟ ଦେଖାଦେବ । ବ୍ୟବସାୟରେ ଉତଥାନ-ପତ୍ତନ ଲାଗି ରହିବ। ନୂତନ ଯାନବାହନ କିମ୍ବା ଗୃହୋପକରଣ କିଣିବାକୁ ମନ ବଳାଇ ପାରନ୍ତି । ଚେଷ୍ଟା କରୁଥିବା କାମରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ସିନ୍ଦୁର ଟିକା ମସ୍ତକରେ ଲଗାଇ ଘରୁ ବାହାରନ୍ତୁ
ଧନୁ-
କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । କିଛିଟା ଲୋଭନୀୟ ପ୍ରତିଶ୍ରୁତି ପ୍ରଦାନ କରି ବନ୍ଧୁଙ୍କ ସହ ନୂଆ ସମ୍ପର୍କରୁ ଖୁସି ରହିବେ । ସମ୍ପତ୍ତିକୁ ନେଇ ସାମାନ୍ୟ ଝଗଡା ଲାଗିପାରେ । ସାମୂହିକ ପ୍ରୟାସ ଓ ସହଯୋଗ ଦ୍ୱାରା ଆଗକୁ ବଢିବା ସମ୍ଭବ ହେବ।
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ପ୍ରତିଦିନ ସକାଳୁ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ
ମକର-
ବନ୍ଧୁମାନେ ଖାଲରେ ପକାଇବାକୁ ଚେଷ୍ଟା କଲେ ମଧ୍ୟ ସଫଳ ହେବେ ନାହିଁ । ସମସ୍ୟା ଆସିଲେ ମଧ୍ୟ କାମକୁ ପୂରା ଦମ୍ ରେ କରିବା ପାଇଁ ନିଷ୍ପତ୍ତି ନେବେ । ଯାନବାହନରେ ସତର୍କତା ଅବଲମ୍ବନ କରିବା ଭଲ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – କାଳିଙ୍କ ଯନ୍ତ୍ରିକା ମହା କବଚ ଧାରଣ କରନ୍ତୁ
କୁମ୍ଭ-
ପରିବାରରେ ଯେପ୍ରକାରର ସମସ୍ୟା ଆସିଲେ ମଧ୍ୟ ତାହାର ଠିକ୍ ସାମନା କରିବା କଷ୍ଟକର ହୋଇପାରେ । ବ୍ୟବସାୟ, ପରିବହନ , କ୍ଷେତ୍ରରେ ଦ୍ୱନ୍ଦ୍ବ ଦୂର ହେବ । ଶିକ୍ଷା କ୍ଷେତ୍ରରେ ସୁନାମ , ପିଲାମାନଙ୍କ ସଫଳତାରେ ଆନନ୍ଦିତ ହେବେ । ସଭା ସମିତିରୁ ଉପକୃତ ହେବେ ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ହନୁମାନଙ୍କର ପୂଜା କରନ୍ତୁ
ମୀନ-
ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍ ଆରମ୍ଭ କରିବାକୁ ମନ ବଳାଇବେ । ବିଦ୍ୟାର୍ଥୀ ମାନେ ପଢାରେ ଅବହେଳା କରିପାରନ୍ତି। ନିର୍ମାଣାଧୀନ କାମରେ କିଛିଟା ସମସ୍ୟା ଅବଶ୍ୟ ଆସିଲେ ମଧ୍ୟ କିଛି ଅସୁବିଧା ହେବନି। ଜମିରେ ଆଜି ନିବେଶ କରନ୍ତୁ ନାହିଁ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
How to cut today's day Know today's horoscope | Argus News