Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କେମିତି କଟିବ ଆଜିର ଦିନ...ଜାଣନ୍ତୁ

Horoscope

କେମିତି କଟିବ ଆଜିର ଦିନ...ଜାଣନ୍ତୁ

Ritu Das
Browse all articles by Ritu Das
·2 years ago·4 min read
କେମିତି କଟିବ ଆଜିର ଦିନ...ଜାଣନ୍ତୁ

ଅର୍ଗସ ବ୍ୟୁରୋ: କେମିତି କଟିବ ଆଜି ଆପଣଙ୍କ ଦିନ। ଜାଣନ୍ତୁ କର କହୁଛି ଆପଣଙ୍କ ରାଶିଫଳ।
ମେଷ-
ନୂଆ ବ୍ୟବସାୟ ନିର୍ମାଣରେ ଅଗ୍ରଗତି କରିବେ । କର୍ମକ୍ଷେତ୍ରରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାରର କଥା କହୁଥିବାର ଶୁଣିବାକୁ ପାଇବେ । ଆପଣଙ୍କ ପାଇଁ ଟଙ୍କା ରୋଜଗାର କରିବାର ଅନେକ ସରଳ ଉପାୟ ମିଳିବ । ଛାତ୍ରଛାତ୍ରୀ ମାନେ ପଢାରେ ପ୍ରଂଶସିତ ହେବେ
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ହନୁମାନଙ୍କର ଆରାଧନା କରନ୍ତୁ
ବୃଷ-
ଶରୀରରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି । ବ୍ୟବସାୟରେ ଚୁକ୍ତି କରିବାକୁ ଯାଉଥିଲେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ମାଲିମକଦ୍ଦମାରେ ଜୟଲାଭ କରିବାର ଆଶା ରହିଛି । ଧାତୁ ଅଳଙ୍କାର କ୍ରୟ କରି ସାମାନ୍ୟ ଆତ୍ମତୃପ୍ତି ଅନୁଭବ କରିବାର ସୁଯୋଗ ପାଇବେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ମିଥୁନ-
ପ୍ରେମ ସମ୍ପର୍କ ତୀବ୍ର ହୋଇପାରେ । ବହୁ ଦିନରୁ ଅଟକି ରହିଥିବା କାମ ସୁବିଧାରେ ହୋଇଯିବ । ଶିଳ୍ପ, ବ୍ୟବସାୟ ଓ ପରିବହନରେ ଲକ୍ଷ୍ୟ ହାସଲରେ ସମର୍ଥ ହେବେ । ବନ୍ଧୁଙ୍କ ସାହାଯ୍ୟରେ କାମ ହାସଲ କରିବେ । ଯେଉଁ ଜିନିଷଟି ନ ପାଇ ବ୍ୟସ୍ତ ହେଉଥିଲେ ଆଜି ତାହା ସୁବିଧାରେ ପାଇଯିବେ। 
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ଭୂବନେଶ୍ୱରୀ ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ
କର୍କଟ-
ରପ୍ତାନି କାରବାର ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ । ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ। ଆବଶ୍ୟକତା ପୂରଣ କରିବା ସକାଶେ ଧାରକରଜ କରିପାରନ୍ତି । ରାଜନୈତିକ କ୍ଷେତ୍ରରେ ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତ ହେବ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଚନ୍ଦ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ 
ସିଂହ-
ପରିବାରରେ ପାରସ୍ପରିକ ବୁଝାମଣା ହେତୁ ଭ୍ରାତୃ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବ । କର୍ମକ୍ଷେତ୍ରରେ ଈର୍ଷାପରାୟଣ ବ୍ୟକ୍ତି ସମସ୍ୟା ବଢ଼ାଇ ଦେଇପାରନ୍ତି । ମାଲି ମକଦ୍ଦମା, ତର୍କବିତର୍କ, ସଭା ସମିତି, ସଙ୍ଗଠନ, କ୍ଷେତ୍ରରୁ ଶୁଭଫଳ ପାଇବେ । ରାଜନିତିରେ ଥିବା ବ୍ୟକ୍ତି ମାନଙ୍କ ପାଇଁ ଦିନଟି ମିଶ୍ରିତ ରହିବ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଓଁ ହ୍ରୀଂ ହ୍ରୀଂ ରାଂ ରାମାୟ ନମଃ ଜପ କରନ୍ତୁ
କନ୍ୟା-
ସ୍ୱାସ୍ଥ୍ୟରେ ଉନ୍ନତି ହେବାର ଦେଖାଯିବ । ବିଦେଶରେ କାମ କରିପାରି ଆପଣଙ୍କ ବୃତ୍ତିକୁ ଆଗକୁ ବଢାଇବେ । କର୍ମ କ୍ଷେତ୍ରରେ ନୂତନ ନିଯୁକ୍ତିର ସୂଚନା ମିଳିବ । ଆନୁଷ୍ଠାନିକ କ୍ଷେତ୍ର କିମ୍ବା ସାଂସ୍କୃତିକ କାର‌୍ୟ୍ୟକ୍ରମରୁ ଅର୍ଥ ଓ ସମ୍ମାନ ଲାଭ ଯୋଗ ରହିଛି ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ପ୍ରଭୁ ନାରାୟଣଙ୍କ ଫଟୋକୁ ପୂଜା କରନ୍ତୁ   
ତୁଳା-
କ୍ରୀଡ଼ାକ୍ଷେତ୍ରରେ ପ୍ରଶଂସିତ ହେବେ ।  ପ୍ରେମ ବଢ଼ିବ ଏବଂ ପରସ୍ପର ପ୍ରତି ଉତ୍ସର୍ଗୀକୃତ ଭାବନା ସୃଷ୍ଟି ହେବ । ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିବାର ସୂଚନା ରହିଛି । ଏକ ନୂତନ ଘର କିମ୍ବା ଜମି ପ୍ଲଟ୍ କ୍ରୟ କରିପାରିବେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଦେବୀ ମନ୍ଦିରରେ ଦାନ କରନ୍ତୁ
ବିଛା-
ମୂତ୍ରାଶୟ ସଂକ୍ରମଣ ସମ୍ବନ୍ଧୀୟ ସମସ୍ୟା  ଆପଣଙ୍କୁ ହଇରାଣ କରିପାରେ । ବ୍ୟବସାୟରେ ସଫଳତା ହାସଲ କରିପାରିବେ ଏବଂ ଏକ ଦୃଢ଼ ବୃତ୍ତି ଗଢ଼ି ପାରିବେ । ସରକାରୀ କ୍ଷେତ୍ରରୁ ଉପକୃତ ହୋଇପାରିବେ । ସୃଜନଶୀଳତା ଓ ଧର୍ମପ୍ରାପ୍ତିରେ ବାଧା ଆସିପାରେ । ଓକିଲଙ୍କ ପାଇଁ  ଦିନଟି ଭଲ। 
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଚନା କରନ୍ତୁ
ଧନୁ-
ଯେକୌଣସି ପେଟ ସମସ୍ୟା ଅନୁଭବ କରିପାରନ୍ତି । କାର‌୍ୟ୍ୟ କ୍ଷେତ୍ରରେ ଆପଣଙ୍କର କାର‌୍ୟ୍ୟ ଉପରେ ଆଧାର କରି  ଏକ ଭଲ ପଦୋନ୍ନତି ପାଇଁ ପାରନ୍ତି । ସରକାରୀ କାମ ପୂରା କରିବାରେ ସମୟ ଲାଗିପାରେ । ବିଜ୍ଞାନ ଛାତ୍ରୀ ସଫଳତା ପାଇବେ । ରାଜନୀତିରେ ସମସ୍ତଙ୍କ ପ୍ରତି ନମ୍ର ବ୍ୟବହାର ରହିବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ରାମଙ୍କୁ ଆରଧନା କରନ୍ତୁ
ମକର-
ବ୍ୟକ୍ତିଗତ ଆର୍ଥିକ ସନ୍ତୁଳନ ବଜାୟ ରଖିବା ପାଇଁ ବିଶେଷ ପରିଶ୍ରମ କରିବାକୁ ପଡ଼ିବ । କର୍ମକ୍ଷେତ୍ରରେ ସତର୍କରେ ନ ଚଳିଲେ ବିବାଦ ଭିତରକୁ ଟାଣି ହୋଇଯିବେ । ରାଜନୀତି, କ୍ରୀଡ଼ା, ଚଳଚ୍ଚିତ୍ର, ସାହିତ୍ୟ ପ୍ରଶାସନିକ ସ୍ତରରେ ବ୍ୟତିକ୍ରମ ପରିଲକ୍ଷିତ ହେବ । ମାଲିମକଦ୍ଦମାରେ ବିଚାର ବିଳମ୍ବିତ ହେବାରୁ ବ୍ୟସ୍ତତା ପ୍ରକାଶ କରିପାରନ୍ତି
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – କଳା ରଙ୍ଗର କୁକୁରକୁ ଖାଇବାକୁ ଦିଅନ୍ତୁ
କୁମ୍ଭ-
ଆପଣଙ୍କ ଉଦାର ସ୍ୱଭାବ ସମସ୍ତଙ୍କୁ ପ୍ରଭାବିତ କରିବ ।  ସମାଜ ସେବା ଓ ରାଜନୀତିରେ ସୁନାମ ଅର୍ଜନ କରିପାରବେ । ଯେକୌଣସି ଘରର ମରାମତି କିମ୍ବା ସାଜସଜା କାର୍ଯ୍ୟରେ ବହୁତ ଖର୍ଚ୍ଚ କରି ପାରନ୍ତି । ଉଚ୍ଚଶିକ୍ଷା କରିବାକୁ ଛାତ୍ରଛାତ୍ରୀମାନେ ଭଲ ଫଳାଫଳ ପାଇପାରିବେ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ
ମୀନ-
ମନେ ମନେ ଯାହା ଭାବୁଥିଲେ ତାହା ଆଜି ସହଜ ଓ ସୁବିଧାରେ ପାଇଯିବେ । ବାଣିଜ୍ୟ, ପରିବହନ, ପ୍ରଶାସନ ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ସମ୍ପର୍କୀୟଙ୍କ ଅନୁକମ୍ପା ଲାଭକରି କାର୍ଯ୍ୟ ପାଇଁ ପ୍ରସ୍ତୁତ ହୋଇପାରନ୍ତି । ଆଲୋଚନା ପରିସରରେ ବନ୍ଧୁଙ୍କ ପ୍ରତି ସ୍ନେହ ପ୍ରଦର୍ଶନକରି ପ୍ରଶଂସିତ ହେବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର - ଶ୍ରୀ ବିଷ୍ଣୁଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ।

ଅଧିକ ପଢ଼ନ୍ତୁ ରାଶିଫଳ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
How to | Argus News