Argus News - କେମିତି କଟିବ ଆଜି ଆପଣଙ୍କର ଦିନ, ଜାଣନ୍ତୁ...
କେମିତି କଟିବ ଆଜି ଆପଣଙ୍କର ଦିନ, ଜାଣନ୍ତୁ...
By: Ritu Das
Horoscope| Tue, Dec 19 | 9:50 pm
ବୁଧବାର
ଅର୍ଗସ ବ୍ୟୁରୋ: କେମିତି କଟିବ ଆଜି ଆପଣଙ୍କର ଦିନ। କଣ କହୁଛି ଆପଣଙ୍କ ରାଶିଫଳ ଜାଣି ରଖନ୍ତୁ।
ମେଷ: ପରିବାରରେ ଆପଣଙ୍କ ପ୍ରାଧାନ୍ୟତା ବୃଦ୍ଧି ହୋଇପାରେ । ପ୍ରେମିକା, ପ୍ରେମିକ ମାନେ ପ୍ରେମ କ୍ଷେତ୍ରରେ ସଫଳତା ପାଇବେ । ବୃଦ୍ଧିଜନ, ଓ ଅଶକ୍ତ ଲୋକଙ୍କୁ ସହଯୋଗ କରିବା ପାଇଁ ହାତ ବଢେଇବେ । ଶିକ୍ଷାର୍ଥୀ ମାନେ ବିଦ୍ୟାରେ ସଫଳତା ହାସଲ କରିବେ । ଠିକ୍ ସମୟରେ ଉଚିତ୍ ପଦକ୍ଷେପ ନେବେ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ସୂର୍ଯ୍ୟ ଦେବତାଙ୍କୁ ମନ୍ଦାର ଫୁଲ ଅର୍ପଣ କରନ୍ତୁ
ବୃଷ: କର୍ମ କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କର ପ୍ରିୟଭାଜନ ହେବେ । ଶାରୀରିକ କଷ୍ଟ ଦୂର ହେବ । କଳକାରଖାନା ଆର୍ଥିକ କ୍ଷେତ୍ରରେ ଲାଭବାନ୍ ସହିତ ସଞ୍ଚୟ କରିପାରନ୍ତି । ରାଜନୀତିରେ ଅଗ୍ରଣୀ ଭୂମିକା ନେବେ । ଛାତ୍ରଛାତ୍ରୀ ମାନେ ପଢାରେ ମନଯୋଗ ରଖି ପାରିବେ ନାହିଁ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଦେବୀ ମନ୍ଦିରରେ ଦାନ କରନ୍ତୁ
ମିଥୁନ: କର୍ମ କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କର ପ୍ରିୟଭାଜନ ହେବେ । ଶାରୀରିକ କଷ୍ଟ ଦୂର ହେବ। ନୃତ୍ୟବାଦି କ୍ଷେତ୍ରରେ ସୁନାମ ଅର୍ଜନ କରିପାରନ୍ତି। ଜମିବାଡି ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ । କୌଣସି ମହତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହ ଭେଟ ହୋଇପାରେ । କ୍ଷମତା ଶାଳୀ ହେବାର ସୁଯୋଗ ଆସିବ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର –ନିଜର ଖାଇବାର କିଛି ଅଂଶ ଗାଈକୁ ଖାଇବାକୁ ଦିଅନ୍ତୁ
କର୍କଟ: ମାନସିକ ସ୍ଥିରତା ଦେଖାଦେବା ସହ କାମରେ ପରିଶ୍ରମ କରି ପ୍ରଂଶସିତ ହେବେ । ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ। ଅସାବଧାନତା କାରଣରୁ ଦୁର୍ଘଟଣା ଗସ୍ତ ହୋଇପାରନ୍ତି । ଧନ ସମ୍ପତ୍ତି ବୃଦ୍ଧି ହୋଇପାରେ । ଗାଡିମଟର କ୍ରୟ କରିବାର ଅଭିଳାଷା ପୂରଣ ହେବ । ମନ ବୁଝିବା ଭଳି କଥା କହି ବନ୍ଧୁଙ୍କୁ ଆପଣେଇବେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ବରଗଛ ମୂଳରେ କ୍ଷୀର ଢାଳି ଦିନ ଆରମ୍ଭ କରନ୍ତୁ
ସିଂହ: ବ୍ୟବସାୟରେ ରୋଜଗାର ବୃଦ୍ଧି ଓ ଅନ୍ୟର ସହଯୋଗ ମିଳିବ । କଳକାରଖାନା ବ୍ୟବସାୟରେ ଉନ୍ନତି ଘଟିବ । ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କର ପ୍ରଗତି ହେବ । ନୂତନ ଯୋଜନାକୁ କାର୍ଯ୍ୟକରୀ କରନ୍ତୁ ନାହିଁ । ଶିକ୍ଷୟିତ୍ରୀ ମାନେ କିଛି ପରିମାଣରେ ଶୁଭଫଳ ପାଇବେ । ଖଳ ପ୍ରକୃତିର ଲୋକମାନେ ବିରୋଧୀ ଆଚରଣ କରିପାରନ୍ତି।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର - ଶ୍ରୀ ରାମଙ୍କୁ ପୂଜା କରନ୍ତୁ
କନ୍ୟା: ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ । ବ୍ୟବସାୟୀ ମାନେ ଆଜି ବ୍ୟବସାୟରେ ଲାଭାଂଶ କମାଇବେ । ଶାରୀରିକ ପିଡା ଅପେକ୍ଷାକୃତ କମ ରହିବ । ଗମ୍ଭୀରତାର ସହ ଉଦ୍ୟମ କରନ୍ତୁ ସଫଳତା ପାଇବେ। ଭୂ-ସମ୍ପତ୍ତି କିଣିବାର ଯୋଗ ରହିଛି । ଘରୋପକରଣ କିଣିବାରେ ଅଧିକ ବ୍ୟୟ କରିବେ
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ବୁଧଙ୍କର ମନ୍ତ୍ର ପାଠ କରନ୍ତୁ
ତୁଳା: ଦେହପୀଡାକୁ ଉପେକ୍ଷା ନ କରି କର୍ମରେ ଲାଗି ରହିବେ । ଅପୂରଣୀୟ ଅଭିଳାଷ ନେଇ ଦୁଃଖ ଅନୁଭବ କରିବେ । ଶୁଣା କଥାକୁ ବିଶ୍ୱାସ କରିଲେ ଅସୁବିଧାରେ ପଡିପାରନ୍ତି । କଳା, ସାହିତ୍ୟ ପ୍ରତି ଆଗ୍ରହ ବଢିବ । ଶିକ୍ଷୟିତ୍ରୀ ମାନେ ଦେଇଥିବା ପରୀକ୍ଷାରେ କୃତକାର୍ଯ୍ୟ ହେବେ । କେତେକ କ୍ଷେତ୍ରରେ ଇଚ୍ଛା ବିରୋଧରେ କାମ କରି ଅନୁତାପ କରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶ୍ରୀ ଭାର୍ଗବୀଙ୍କ ଫଟକୁ ପୂଜା କରନ୍ତୁ
ବିଛା: ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଖୁବ୍ ଭଲ ରହିବ । କାରବାର ବିସ୍ତାର କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ । ବ୍ୟବସାୟରେ ନୂଆ ଯୋଜନା କରିବେ । କର୍ମ କ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ ଓ ସଂଘର୍ଷ କରିବାକୁ ପଡିବେ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବୁଥିବା କଥାକୁ ବନ୍ଧୁଙ୍କ ଆଗରେ କହି ପାରିବେ ନାହିଁ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମା ମଙ୍ଗଳାଙ୍କର ମନ୍ତ୍ର ପାଠ କରନ୍ତୁ
ଧନୁ: ପ୍ରେମ ମନ ଭାବନାରେ ହଠାତ୍ ଆଶୁଥିବା ପରିବର୍ତ୍ତନ ଆପଣଙ୍କୁ ନିରାଶ କରିପାରେ । ଆକସ୍ମିକ ଭାବରେ ମୋଟା ଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ। ଗଠନମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଂଶସିତ ହେବେ । ଖବରଦାତା, ଆୟନଜ୍ଞ ମାନେ ବିଶେଷ ଉପକୃତ ହେବେ । ସାମ୍ବାଦିକ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ମାନଙ୍କ ପାଇଁ ଭଲ ସମୟ ଆସିପାରେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ବାମନଙ୍କ ବିଗ୍ରହକୁ ପୂଜା କରନ୍ତୁ
ମକର: ବାରମ୍ବାର କାମରେ ପରିବର୍ତ୍ତନ ମନରେ ଚିନ୍ତା ସୃଷ୍ଟି କରିବ । ଆଜି ସାଙ୍ଗମାନେ ବହୁତ ସହଯୋଗ କରିବେ । ଛାତ୍ରଛାତ୍ରୀ ଗୁରୁଜନଙ୍କ ଠାରୁ ଭଲ ପରାମର୍ଶ ପାଇବେ । ଅଫିସରେ ବଡ ଅଧିକାରୀ ମାନଙ୍କର ସହଯୋଗ ପାଇବେ । ପଡୋଶୀଙ୍କ ସହ ଦିବାଦ ଦେଖା ଦେଇପାରେ । ଘର ଓ ଦୋକାନର ମରାମତି ପାଇଁ ଆପଣ ଯୋଜନା କରିପାରିବେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଦେବଙ୍କର ପୂଜାର୍ଚ୍ଚନା କରନ୍ତୁ
କୁମ୍ଭ: କର୍ମକ୍ଷେତ୍ରରେ ଗୁରୁଦାୟିତ୍ୱ ବହନ କରି ବ୍ୟସ୍ତ ବିବ୍ରତ ହୋଇ ପଡିବେ । ମନରେ ଧାର୍ମିକ ଭାବନା ଉଦୟ ହେବ । କର୍ମକ୍ଷେତ୍ରରେ ନୂତନ କର୍ମନିଯୁକ୍ତିର ସମ୍ଭାବନା ଅଧିକ ରହିଛି । ସାଂସ୍କୃତିକ ପରିବେଶରେ ଯୋଗଦାନ କରିବେ । ମହିଳାମାନେ ଚିନ୍ତିତ ରହିବେ । ବିଦ୍ୟାର୍ଥୀ ମାନେ ବିଦ୍ୟାନୁରାଗି ହେବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ସାତଟି ଗୋଲମରିଚ ନୀଳ କପଡାରେ ବାନ୍ଧି ଜଳରେ ଭସାଇ ଦିଅନ୍ତୁ।
ମୀନ: ବଡ ବ୍ୟବସାୟୀଙ୍କ ସହିତ ହାତ ମିଶାଇବେ । ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇବେ। କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିପାରେ । ବ୍ୟବସାୟରେ ଲାଭାଂଶ କମାଇବେ । ପ୍ରଶାସନିକ କ୍ଷେତ୍ରରେ ଉତ୍ତେଜନା ପରିସ୍ଥିତି ରହିପାରେ । ଋଣଗ୍ରସ୍ତ ହୋଇ ଜମି ବିକ୍ରୟ କରିବାକୁ ବାଧ୍ୟ ହେବେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଅଶ୍ୱତଥ୍ ଗଛ ମୂଳରେ ଘିଅବତୀ ଜଳାନ୍ତୁ।
ଅଧିକ ପଢ଼ନ୍ତୁ ରାଶିଫଳ ଖବର
Sponsored By!
No ad found
Related Articles :