ଆଜି ଦିନଟି ଆପଣଙ୍କ ପାଇଁ କେମିତି ରହିବ, ପଢ଼ନ୍ତୁ ଆଜିର ରାଶିଫଳ

ମେଷ- ସନ୍ତାନର ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରିବେ । ଶିକ୍ଷା କ୍ଷେତ୍ରରେ ଛିତ୍ରଛାତ୍ରୀ ମାନେ କମ୍ ପରିଶ୍ରମରେ ଅଧିକ ଫଳ ପାଇବେ । ଚାକିରୀ କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସହିତ ଭ୍ରମଣର ସଯୋଗ ପାଇବେ । ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ଠିକ୍ ଲୋକ ମଧ୍ୟସ୍ଥିରେ ସମାଧାନ ହେବ ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଇଷ୍ଟଦେବ ନୃସିଂହ ମନ୍ତ୍ର ପାଠ କରନ୍ତୁ
ବୃଷ- ଦୈନଦିନ କାର୍ଯ୍ୟ ସହଜ ସରଳରେ ହେବା ସହ ସୃଜନଶୀଳ କାର୍ଯ୍ୟରେ ଆଗ୍ରହ ବୃଦ୍ଧି ପାଇବ । ଲୋକମାନେ ଆପଣଙ୍କ ଆଚରଣରେ ବହୁତ ଖୁସି ହେବେ । ଧାର ନେବା ଦେବାରୁ ନିବୃତ ରୁହନ୍ତୁ । ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କଟକଚଣ୍ଡିଙ୍କ ମନ୍ତ୍ର ପାଠ କରନ୍ତୁ
ମିଥୁନ- ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହେବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳ ପ୍ରାପ୍ତି ହେବ । କିଛି ସହାନୁଭୂତିମୂଳକ ଆଲୋଚନା ଓ ସମାଲୋଚନା ଭିତରେ ପରିବାରରେ ଶାନ୍ତି ଫେରି ଆସିପାରେ। ଦ୍ରବ୍ୟ ନଷ୍ଟ ହୋଇପାରେ। ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର –ନିଜର ଖାଇବାର କିଛି ଅଂଶ ଗାଇକୁ ଖାଇବାକୁ ଦିଅନ୍ତୁ
କର୍କଟ- ନୂତନ କାମରେ ବଡଲୋକଙ୍କ ପରାମର୍ଶ ନେବା ଭଲ । ବ୍ୟବସାୟରେ ଲାଭ ହେବାର ଯୋଗ ଅଛି । ନିଜ ପସନ୍ଦର ପୁସ୍ତକ ପଢିବେ । ଯାନ ବାହନ ସାବଧାନତାର ସହ ଚଳାନ୍ତୁ । ସମାଜରେ ମାନ ସମ୍ମାନ ବଢିବ । ଗାୟକଙ୍କ ଲାଗି ଭଲ ଦିନଟିଏ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଶ୍ରୀ ଗଣେଷଙ୍କର ପୂଜା କରନ୍ତୁ
ସିଂହ- ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭ ହେବ । ଟଙ୍କା ପଇସା ସମ୍ପର୍କିତ ସମସ୍ତ କାମ ସାବଧାନତା ସହକାରେ କରିବା ବିଧେୟ। ପରିବାର ଲୋକଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟହେବେ। ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ବିଷ୍ଣୁଙ୍କ ଉପାସନା କରନ୍ତୁ
କନ୍ୟା- ପାଖଲୋକ ଆପଣଙ୍କ ଖୁସିକୁ ଦିଗୁଣା କରିଦେବ । ରାଜନୀତିରେ ସାମାଜିକ ପରିସର ବୃଦ୍ଧି ହେବ । ଅଫିସ୍ ରେ ଅଧିକ ସମୟ କାମକଲା ପରେ ଅବଶିଷ୍ଟ କାମ ପୂରା ହେବ । ବିବାଦର ସମାଧାନ ପାଇଁ ଦିନଟି ବହୁତ ଭଲ ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
📱 Get Argus News App
✨ପ୍ରତିକାର - ସର୍ବକାର୍ୟ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ତୁଳା- ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବା ସହିତ ସମୟ ଆନନ୍ଦମୟ ହେବ । କର୍ମ କ୍ଷେତ୍ରରେ କୌଣସି ଅସୁବିଧା ହେବ ନାହିଁ । କଠିନ ଶ୍ରମ ଓ ଅନିଦ୍ରାଜନିତ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି। ଶତ୍ରୁମାନେ ଆଗରେ ନ ହେଲେ ମଧ୍ୟ ପଛରେ ନାନାଦି କଥା କହିବେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶ୍ରୀ ଭାର୍ଗବୀଙ୍କ ଫଟକୁ ପୂଜା କରନ୍ତୁ
ବିଛା- ବ୍ୟବସାୟ ଅଭିବୃଦ୍ଧି ପାଇଁ ଋଣ ନେଇ ପାରିବେ । ଟଙ୍କା କାରବାରରେ ଥିବା ବାଧା ଦୂର ହେବ । ଅଫିସ୍ କାମ ଅତିଶୀଘ୍ର ସଂପୂର୍ଣ୍ଣ କରିବେ । ସଙ୍ଗୀତ କ୍ଷେତ୍ରରେ ଥିବା ଲୋକ ଭଲ ପ୍ରଦର୍ଶନ କରିବେ । ବିବାଦର ସମାଧାନ ପାଇଁ ଦିନଟି ବହୁତ ଭଲ ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଛନା କରନ୍ତୁ
ଧନୁ- ପାରିବାରିକ ସମସ୍ୟା ସମାଧାନ ସକାଶେ ବନ୍ଧୁ ମାର୍ଗଦର୍ଶକ ସାଜିବେ । କର୍ମ କ୍ଷେତ୍ରରେ ମନୋବଳ ଟାଣ ରହିବ ଓ ଅଟକି ରହିଥିବା କାମକୁ ଶେଷ କରିପାରିବେ । ଗଣମାଧ୍ୟମ କର୍ମଚାରୀଙ୍କ ଲାଗି ଦିନଟି ବହୁତ ଭଲ । ବନ୍ଧୁ ସହ କୌଣସି କଥା ରେ ମତଭେଦ ଦେଖାଦେବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶନି ଦେବଙ୍କ ପୂଜାର୍ଚ୍ଚନା କରନ୍ତୁ
ମକର- ଧୈର୍ଯ୍ୟ ଦ୍ୱରା ସଫଳତା ପ୍ରାପ୍ତ କରିବେ । ଅନ୍ତର୍ଜ୍ଞାନ ଓ ସୃଜନ ଶକ୍ତିର ବିକାଶ ଘଟିବ । କର୍ମରେ ବୃଦ୍ଧିର ପ୍ରୟୋଗ ଦ୍ୱାରା ସଫଳତା ହାସଲ କରିବେ । ସମାଜରେ ଆପଣଙ୍କ କାମକୁ ନେଇ ସମ୍ମାନିତ ହେବେ । ପରିବାର ସହିତ ଅଭୁଲା କ୍ଷଣର ଆନନ୍ଦ ଉପଭୋଗ କରିବେ ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
କୁମ୍ଭ- ଦାମ୍ପତ୍ୟ ଜୀବନରେ ମଧୁରତା ବଢିବ । ଭାଇ ଭଉଣୀଙ୍କ ସହ ସମୟ ବିତିବ । ନୂଆ କାମ ଆରମ୍ଭ କରିବା ଯୋଗୁ ଘରଲୋକ ଖୁସି ହେବେ ।ଅଫିସରେ ମିଥ୍ୟା ଅଭିଯୋଗ ସମାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । କାମର ଚାପ ବୃଦ୍ଧି ପାଇବା କାରଣରୁ ସ୍ଥିରତା ରହିବ ନାହିଁ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ରାହୁଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
ମୀନ- ମାନସିକ ତଥା ପାରିବାରିକ ଅଶାନ୍ତି ଲାଗି ରହିବ । ବାଣିଜ୍ୟ ବ୍ୟବସାୟରେ ପ୍ରତିକୂଳତା ଆସିପାରେ । କର୍ମ କ୍ଷେତ୍ରରେ ଅସାବଧାନତା ହେତୁ ଅପମାନିତ ହେବେ । ମହିଳାମାନେ ରକ୍ଷଣ ଶୀଳ ହେବେ । ଛାତ୍ରଛାତ୍ରୀ ମାନେ ପଢାଡପଢିରେ ମନଯୋଗ ଦେବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଅଶ୍ୱତଥ୍ ଗଛକୁ ପୂଜା କରନ୍ତୁ