Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Horoscope

ଏହି ସବୁ ରାଶିରେ ଚାଲିବ ବୃହସ୍ପତି: ବଦଳିବ ଭାଗ୍ୟ, ହଠାତ୍‌ ମିଳିବ ଖୁସି ଖବର

Rashmita Mishra
Browse all articles by Rashmita Mishra
·1 year ago·2 min read
ଏହି ସବୁ ରାଶିରେ ଚାଲିବ ବୃହସ୍ପତି: ବଦଳିବ ଭାଗ୍ୟ, ହଠାତ୍‌ ମିଳିବ ଖୁସି ଖବର

ଚଳିତ ବର୍ଷ ଅନେକ ଗ୍ରହ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରୁଛନ୍ତି । ସମସ୍ତ ଗ୍ରହଙ୍କ ମଧ୍ୟରୁ ଶନି ଓ ଗୁରୁ ଗ୍ରହଙ୍କ ଚଳନର ବିଶେଷ ମାନ୍ୟତା ରହିଛି । ଦେବଗୁରୁ ରାଶି ପରିବର୍ତ୍ତନ କରିବା ଦ୍ୱାରା ସମସ୍ତ ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ଅନେକ ପ୍ରଭାବ ପଡିଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଗ୍ରହ ସବୁଠାରୁ ଧିମା ଚଳନ କରି ଥାନ୍ତି । ପ୍ରାୟ ଗୋଟିଏ ରାଶିରେ ଅଢେଇ ବର୍ଷ ରହି ଥାନ୍ତି । ସେହିପରି ଗୁରୁ ଗ୍ରହ ମଧ୍ୟ ୧୩ ମାସକୁ ଥରେ ରାଶି ପରିବର୍ତ୍ତନ କରି ଥାନ୍ତି ।

ବର୍ତ୍ତମାନ ଗୁରୁ ବୃଷ ରାଶିରେ ରହିଛନ୍ତି । ଚୈତ୍ର ନବରାତ୍ର ପରେ ବୁଧଙ୍କ ରାଶି ମିଥୁନରେ ଗୁରୁଗ୍ରହ ପ୍ରବେଶ କରିବେ । ତେବେ ଏହାର ପ୍ରଭାବରେ କିଛି ରାଶି ବ୍ୟକ୍ତି ବିଶେଷ ଖୁବ୍‌ ଭାଗ୍ୟଶାଳୀ ହେବାକୁ ଯାଉଛନ୍ତି । ମେ’ ମାସରେ ଗୁରୁ ଚଳନ କରିବେ । ଦେବଗୁରୁ ବୃହସ୍ପତି ବୃଷ ରାଶିରୁ ମିଥୁନ ରାଶିରେ ଚଳନ କରିବେ। ଏହାର ପ୍ରଭାବରେ କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ଚାକିରି ଠାରୁ ଆରମ୍ଭ କରି ବ୍ୟବସାୟରେ ମାଲାମାଲ୍‌ ହେବେ।

ସିଂହ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଅନେକ କ୍ଷେତ୍ରରେ ସଫଳତା ମିଳିବ। ଆତ୍ମବିଶ୍ୱାସ ବୃଦ୍ଧି ହେବ। ଧନ ରୋଜଗାର କରିବାର ନୂଆ ନୂଆ ସୁଯୋଗ ଆସିବ । କର୍ମକ୍ଷେତ୍ରରେ ସଫଳତା ମିଳିବ। ଚାକିରି କ୍ଷେତ୍ରରେ ନୂଆ ନୂଆ ସୁଯୋଗ ମିଳିବ। ଆର୍ଥିକ ସ୍ଥିତିରେ ପୂର୍ବ ଅପେକ୍ଷା ସୁଧାର ଆସିବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ। ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ।

ମିଥୁନ- ଏହି ରାଶି ବ୍ୟକ୍ତି ବିଶେଷଙ୍କର ଆତ୍ମବିଶ୍ୱାସ ବୃଦ୍ଧି ହେବ । ଅଟକି ଥିବା ସମସ୍ତ କାମରେ ସଫଳତା ମିଳିବ । ଧନ ଲାଭ ହେବ । କର୍ମକ୍ଷେତ୍ରରେ ଶୁଭଫଳ ମିଳିବ । ନୂଆ ଚାକିରିର ଯୋଗ ରହିଛି । ବୈବାହିକ ଜୀବନ ସୁଖମୟ ହେବ । ବ୍ୟବସାୟରେ ବଡ ଲାଭ ହେବ । ମାନ-ସମ୍ମାନ ବୃଦ୍ଧି ହେବ ।

ମକର- ଗୁରୁଙ୍କ ଚଳନ ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର। ଜୀବନରେ ଅନେକ ସକରାତ୍ମକ ଫଳ ମିଳିବ । କର୍ମକ୍ଷେତ୍ର ଓ ବ୍ୟବସାୟରେ ଖୁବ୍‌ ଲାଭ ମିଳିବ। ହଠାତ୍‌ ଧନ ପ୍ରାପ୍ତି ହେବ। ଜୀବନସାଥୀଙ୍କ ସହ ହସଖୁସିରେ ସମୟ ଅତିବାହିତ କରିବେ। ସରକାରୀ କ୍ଷେତ୍ରରେ ବଡ ଲାଭ ମିଳିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Jupiter will move in these zodiac signs: Luck will change, you will suddenly get good news | Argus News