Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Horoscope

ଜାଣନ୍ତୁ ଆଜିର ରାଶିଫଳ ଖବର, ସତର୍କ ରୁହନ୍ତୁ...

Banajyotshna Ray
Browse all articles by Banajyotshna Ray
·11 months ago·3 min read
ଜାଣନ୍ତୁ ଆଜିର ରାଶିଫଳ ଖବର, ସତର୍କ ରୁହନ୍ତୁ...

Key Points

ଆଜିର ରାଶିଫଳ ଖବର ଜାଣନ୍ତୁ

ବାହାରକୁ ଯିବାବେଳେ ସତର୍କ

ବଦଳିବ ଏହି ଦୁଇ ରାଶିର ଭାଗ୍ୟ 

ମେଷ-
ଆଜି ସକାଳୁ ସକାଳୁ ଆପଣଙ୍କ ଯାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ରହିବ। ସାମାଜିକ ସ୍ତରରେ ପ୍ରତିଷ୍ଠାଲାଭ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି। କଠୋର ପରିଶ୍ରମଜନିତ କାରଣରୁ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ପାରାକୁ ଚାଉଳ ଖାଇବାକୁ ଦିଅନ୍ତୁ

ବୃଷ-
ସ୍ୱାସ୍ଥ୍ୟ କ୍ଷେତ୍ରରେ ହାଡ ଜନିତ ସମସ୍ୟା ଦେଖାଦେଇପାରେ । ପାରିବାରିକ ବିଶୃଙ୍ଖଳା ଦେଖାଦେବା ସହିତ ସମ୍ପର୍କରେ ସାମାନ୍ୟ ତିକ୍ତତା ଆସିପାରେ । ରାଜନିତିରେ ପ‌ଦମର୍ଯ୍ୟଦା ବୃଦ୍ଧି ପାଇବ । ବନ୍ଧୁଙ୍କ ନିକଟରୁ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ଶ୍ରୀ ଗୌରି ଗଣେଶଙ୍କୁ ପୂଜା କରିଲେ ଆପଣଙ୍କର କାମ ସଫଳ ହେବ

ମିଥୁନ-
ପ୍ରତ୍ୟେକ କ୍ଷେତ୍ରରେ ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ଅସୁବିଧାରେ ପଡ଼ିବେ। କୌଣସି କାର‌୍ୟ୍ୟ ସମ୍ପନ୍ନ କ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ କରିବେ। କର୍ମକ୍ଷେତ୍ରରେ ଶତ୍ରୁ ଉପଦ୍ରବ କ୍ରମଶଃ ହ୍ରାସ ପାଇବାର ଅନୁଭବ କରିବେ। ପାରିବାରିକ ସମସ୍ୟା ମାନସିକ ସ୍ଥିତିକୁ କଳୁଷିତ କରିପାରେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ସବୁଜ ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ

କର୍କଟ-
ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ଯେକୌଣସି ବହୁରାଷ୍ଟ୍ରୀୟ କମ୍ପାନୀ ସହିତ ମିଳିତ ଭାବରେ କାର୍ଯ୍ୟ କରିପାରିବେ । ରାଜନିତିରେ ଛାତ୍ରଛାତ୍ରି ମାନେ ପଢାରେ ସହଯୋଗ ପାଇବେ । କଚେରି ମାମଲାରେ ସାମୟିକ ଦୁଶ୍ଚିନ୍ତାରୁ ରକ୍ଷା ପାଇ ପାରିବେନି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଶ୍ରୀ ଗଣେଷଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

ସିଂହ-
ଆପଣଙ୍କ କଥା ଓ କାମରେ ତାଳମେଳ ରହିବ ନାହିଁ। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟା ପୂର୍ବ ପରି ରହିବା ହେତୁ ସାମୟିକ ଚିନ୍ତା କରିବେ। ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡିପାରନ୍ତି। ହାତକୁ ନେଇଥିବା ନୂତନ ଯୋଜନାଟିକୁ କାର‌୍ୟ୍ୟକାରୀ କରିବା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇପାରନ୍ତି।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ ଥୋଇ ପ୍ରଣାମ କରନ୍ତୁ

କନ୍ୟା-
ବୈବାହିକ ଜୀବନ ସବୁଠୁ ଉତ୍ତମ ରହିବ । ଅର୍ଥଲାଭର ଯୋଗ ରହିଥିଲେ ମଧ୍ୟ ଅର୍ଥଭାବକୁ ପୂରଣ କରିବାକୁ ଅସମର୍ଥ ହେବେ । ବାରମ୍ବାର ଅସଫଳତା କାରଣ ଖୋଜିବାକୁ ଯାଇ ମାନସିକ ଦ୍ୱନ୍ଦରେ ପଡିପାରନ୍ତି । ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡିପାରେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ

ତୁଳା-
ବନ୍ଧୁମାନଙ୍କ ସାହାଯ୍ୟ ପାଇଁ ପଥ ପରିଷ୍କାର କରିପାରେ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ, ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହେବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ। ଆଜି ସଭାସମିତି, ସତ୍‌ସଙ୍ଗ, ଆଧ୍ୟାତ୍ମିକତା, ରାଜନୀତି, ପ୍ରଶାସନ ପାଇଁ ଭଲ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମହାଲକ୍ଷ୍ମୀଙ୍କ ପୂଜା ପାଠ କରନ୍ତୁ

ବିଛା-
ନିଜ ସ୍ୱାସ୍ଥ୍ୟକୁ ନେଇ ଅଧିକ ଚିନ୍ତା କରନ୍ତୁ ନାହିଁ । ରାଜନୀତିରେ ନୂତନ ସମସ୍ୟାରେ ପିଡିତ ହେବେ । ବଡ ମାନଙ୍କୁ ଭାବିଚିନ୍ତି କଥା କୁହନ୍ତୁ । ଆପଣଙ୍କ ସକାରତ୍ମକ ବିଚାରରେ ଲୋକ ପ୍ରଭାବିତ ହେବେ । ମହିଳା ମାନେ ପରିବାରରେ ପୃଷ୍ଟି ସାଧନ ପାଇଁ ପ୍ରୟାସ କରିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମା ମଙ୍ଗଳା ମନ୍ତ୍ର ପାଠ କରନ୍ତୁ

ଧନୁ-
ସମସ୍ୟାର ସମାଧାନ କରି ଲକ୍ଷ୍ୟ ହାସଲ କରିପାରିବେ। ପାରିବାରିକ କ୍ଷେତ୍ରରେ ବ୍ୟତିକ୍ରମ ଲାଗିରହିଥିଲେ ମଧ୍ୟ ମନକଥା ମନରେ ମାରି ଚଳିବେ। ବନ୍ଧୁଙ୍କ ସହାନୁଭୂତି ଲାଭକରି ଆର୍ଥିକ ସମସ୍ୟାର ସମାଧାନ କରିପାରିବେ। କର୍ମକ୍ଷେତ୍ରରେ ପରିସ୍ଥିତିକୁ ଯେତେଟା ଜଟିଳ ମନେକରୁଛନ୍ତି ସେପରି କିଛି ହେବନି।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ହଳଦୀ ରଙ୍ଗର ପୋଷାକ ପିନ୍ଧନ୍ତୁ

ମକର-
ସ୍ୱାସ୍ଥ୍ୟସମସ୍ୟା ଦୂର ହୋଇ ଦୈନିକ କାର୍ଯ୍ୟଗତି ଉତ୍ସାହପୂର୍ଣ୍ଣ ହେବ । କାର୍ଯ୍ୟ କ୍ଷେତ୍ରରେ ସୁଖ ଶାନ୍ତି ବୃଦ୍ଧି ହେବା ସହ ଉଚ୍ଚ ସମ୍ଭାବନାର ଆଶା ପାଇବେ । ଛୋଟ ଛୋଟ କଥାକୁ ନେଇ ପ୍ରେମି ଯୁଗଳଙ୍କ ମଧ୍ୟରେ ମତାନ୍ତର ହୋଇପାରେ । ଗରିବ ଲୋକଙ୍କୁ ଖୁସି ମନରେ ଦାନ ଧର୍ମ କଲେ ମାନସିକ ଅଶାନ୍ତିରୁ ମୁକ୍ତି ପାଇବେ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ସୂର‌୍ୟ୍ୟଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ

କୁମ୍ଭ-
କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟାକୁ ସାମନା କରି ବ୍ୟସ୍ତତା ବୃଦ୍ଧି ପାଇବ। ଅବଶ୍ୟ ଆତ୍ମୀୟ ସ୍ବଜନଙ୍କ ସାହାଯ୍ୟର ପ୍ରତିଶ୍ରୁତି ଆପଣଙ୍କୁ ନୂତନ କର୍ମାରମ୍ଭ ପାଇଁ ପ୍ରେରଣା ପ୍ରଦାନ କରିପାରେ। ପ୍ରତ୍ୟେକ କ୍ଷେତ୍ରରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ ହେବ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ବିଷ୍ଣୁଙ୍କ ପାଖରେ ତୁଳସୀ ଅର୍ପଣ କରନ୍ତୁ

ମୀନ-
ସ୍ୱାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇ ପାରେ । ଆର୍ଥିକ ସମସ୍ୟାରୁ ଚୁକ୍ତି ମିଳିବ ବା ପୂର୍ବରୁ କରିଥିବା ଋଣରୁ ମୁକ୍ତି ପାଇ ପାରିବେ । ଦୂରେଇ ଯାଇଥିବା ବନ୍ଧୁ ଅତି ଆପଣାର ହେବେ । ବ୍ୟବସାୟ-ବାଣିଜ୍ୟ ଆଶାନୁରୂପ ଫଳ ପ୍ରାପ୍ତି ପାଇଁ ଅତ୍ୟଧିକ ପରିଶ୍ରମ କରିବାକୁ ପଡିବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ହଳଦିଆ ରଙ୍ଗର ପୋଷାକ ପରିଧାନ କରନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Know about today's horoscope news, stay alert | Argus News