Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Horoscope

ଆଜି ଆପଣଙ୍କ ଦିନ କେମିତି କଟିବ...

Smruti Parija
Browse all articles by Smruti Parija
·2 years ago·4 min read
ଆଜି ଆପଣଙ୍କ ଦିନ କେମିତି କଟିବ...

ଅର୍ଗସ ବ୍ୟୁରୋ: କ'ଣ ରହିଛି ଆଜିର ରାଶିଫଳ । ଆଜି କେମିତି କଟିବ ଆପଣଙ୍କ ଦିନ । ପଢନ୍ତୁ... 

ମେଷ-

ସ୍ୱାସ୍ଥ୍ୟ ଭଲ ରହିବା ସହ ଅର୍ଥଲାଭ ହେବ । ଲକ୍ଷ୍ୟ ପୂରଣ ହେବାରେ  ସାମାନ୍ୟ ଅସୁବିଧା ଦେଖାଦେଇପାରେ । ଅନେକ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି । କାମ ହାସଲ ସକାଶେ ଅନ୍ୟ ଉପରେ ନିର୍ଭର କରିପାରନ୍ତି । ବନ୍ଧୁଙ୍କ ସାହାଯ୍ୟରେ ଅଟକିଥିବା ଜମିବାଡି କାମ ସଫଳ ହେବ ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ହନୁମାନଙ୍କର ଆରାଧନା କରନ୍ତୁ

ବୃଷ-

କର୍ମକ୍ଷେତ୍ରରେ ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି । ପରିବାରରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ ନଚେତ୍ ହଇରାଣ ହେବେ । ଶୁଣା କଥାକୁ ବିଶ୍ୱାସ କଲେ ବହୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଆଇନ ଅଦାଲତରେ ସ୍ଥଗିତ କାମ ସମ୍ପୂର୍ଣ୍ଣ ହୋଇପାରିବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ

ମିଥୁନ-

ସ୍ୱାସ୍ଥ୍ୟ ରେ ଉନ୍ନତି ଘଟିବ । ଯାନବାହନ ଚଳାଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ । ପଡ଼ୋଶୀଙ୍କ ସହାୟତାରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ଦୂର ହେବ। ଅଚାନକ ଧନ ପ୍ରାପ୍ତି ହେବା ଫଳରେ ଜାଗା, ଜମି ଓ  ଯାନବାହନ କ୍ରୟ କରିବା ପାଇଁ ମନ କରିବେ । 
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ଭୂବନେଶ୍ୱରୀ ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

କର୍କଟ-

କର୍ମକ୍ଷେତ୍ରରେ ବିଭିନ୍ନ ଦିଗରୁ ଲାଭବାନ ହେବେ । ଅଟକି ଥିବା  ସମସ୍ୟାର ସମାଧାନ ପାଇଁ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ । ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ସଫଳତା ପ୍ରାପ୍ତ କରିବେ । ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେଇପାରେ । ରାଜନୀତି କ୍ଷେତ୍ରରେ ଶୁଭ ଫଳ ମିଳିବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଚନ୍ଦ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ 

ସିଂହ-

ସବୁ ଜାଗାରେ ଅଯଥା ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚ କରିବେ । ଆଜି ଦିନଟି ପିତା ମାତାଙ୍କ ସହ ବିତାଇ ବହୁତ ଖୁସି ହେବେ । ଯାନବାହନରେ ଭ୍ରମଣବେଳେ ଆପଣଙ୍କ ଜିନିଷ ଚୋରି ହୋଇପାରେ । କୋର୍ଟର ନିଷ୍ପତ୍ତି  ଆପଣଙ୍କ ଲାଗି ଫଳପ୍ରଦ ହେବ । ବନ୍ଧୁ ବର୍ଗଙ୍କ ସହାନଭୂତି ଲାଭ କରି କାମ ହାସଲ କରିବେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଓଁ ହ୍ରୀଂ ହ୍ରୀଂ ରାଂ ରାମାୟ ନମଃ ଜପ କରନ୍ତୁ

କନ୍ୟା-

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ । ବ୍ୟବସାୟୀ ମାନେ ନଗଦ କାରବାର ରେ ଅଧିକ ଲାଭପ୍ରଦ ହେବେ । ଧର୍ମ ର୍କାର‌୍ୟ୍ୟପ୍ରତି ମନବଳାଇ ବହୁତ ଶାନ୍ତି ଲାଭ କରିବେ । ପାରିବାରିକ ଜୀବନ ସୁଖ ମୟ ହେବ । ପ୍ରଶାସନିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ପ୍ରଭୁ ନାରାୟଣଙ୍କ ଫଟକୁ ପୂଜା କରନ୍ତୁ   

ତୁଳା-

ବ୍ୟବସାୟ କ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ । କଳା ସାହତ୍ୟ କିମ୍ବା  ଆନୁଷ୍ଠାନିକ କାମଗୁଡିକରେ ସମସ୍ୟା ସମାଧାନ ହୋଇଯିବ । ପରୀକ୍ଷା ,  ପ୍ରତିଯୋଗିତାରେ ଆଶା ମୁତାବକ ଫଳ ପାଇବେ । ପ୍ରତ୍ୟେକ କ୍ଷେତ୍ରରେ ଜଗିରଖି ଚଳିବା ଭଲ ହେବ। ଛାତ୍ର ଛାତୀମାନେ ପଢାରେ ମନ ଦେବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଦେବୀ ମନ୍ଦିରରେ ଦାନ କରନ୍ତୁ

ବିଛା-

ପରିବାରର ସଦସ୍ୟଙ୍କ ସହିତ ସୌହାଦ୍ୟ ପୂର୍ଣ୍ଣ ସମ୍ପର୍କ ରହିବ । ବହୁତ ଦିନରୁ ଭଲ ସମ୍ପର୍କ ନଥିବା ଭ୍ରାତୃ ସମ୍ପର୍କରେ ଉନ୍ନତି ଘଟିବ । ପିତା ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।
ରାଜନୈତିକ ସ୍ଥିତି ମଜଭୁତ ରହିବା ସାଙ୍ଗକୁ ସାମାଜିକ ପ୍ରତିଷ୍ଠା ବଢ଼ିବ । ଦୂରେଇ ଯାଇଥିବା ବନ୍ଧୁମାନେ ପୁଣି ନିକଟବର୍ତୀ ହୋଇପାରନ୍ତି ।  
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଛନ କରନ୍ତୁ

ଧନୁ-

କୌଣସି ଆନୁଷ୍ଠାନିକ କାମ ସକାଶେ ସାମାଜିକ ସ୍ତରରେ ଉଚ୍ଚବର୍ଗଙ୍କ ସହାୟତା ପାଇ ଆଶ୍ୱସ୍ତି ଲାଭ କରିବେ । ପିତା ମାତା ପିଲାଙ୍କ କାମ ଦେଖି ବହୁତ୍ ଖୁସି ଅନୁଭବ କରିବେ ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଜୟଯୁକ୍ତ ହୋଇ କର୍ମ ନିଯୁକ୍ତିରେ ସଫଳ ହେବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ଅସହାୟଙ୍କୁ ସାହାର୍ଯ୍ୟ କରନ୍ତୁ 

ମକର-

ବନ୍ଧୁଙ୍କ ସହଯାଗରେ କେତେକ ସମସ୍ୟାର ସମାଧାନ ହେବ । ଧନ ଆଦାନ ପ୍ରଦାନରେ ମନମୁତାବକ ଲାଭବାନ୍ ହେବାର ସମ୍ଭାବନା ଅଛି । ସବୁକଥାକୁ ଭଲରୂପେ ବିଚାରକରି ଆଗକୁ ବଢ଼ିବା ଉଚିତ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – କଳା ରଙ୍ଗର କୁକୁରକୁ ଖାଇବାକୁ ଦିଅନ୍ତୁ

କୁମ୍ଭ-

ପାରିବାରିକ କ୍ଷେତ୍ରରେ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବିବାଦ ବଢ଼ିପାରେ । ପରୀକ୍ଷାର୍ଥୀ ମାନେ କଠିନ ପରିଶ୍ରମ କରି ସଫଳତା ହାସଲ କରିବେ ।  ସହକର୍ମୀ ମାନଙ୍କ ଦ୍ୱାରା ଲାଭ ବାନ୍ ହେବା ସହ କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଠାରୁ ସସମ୍ମାନ ପାଇବେ । ରାଜନୀତି କ୍ଷେତ୍ରରେ ଉଚ୍ଚ ପଦବୀକୁ ଉତୀର୍ଣ୍ଣ ହେବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ 

ମୀନ-

ବ୍ୟବସାୟ ପାଇଁ ଦୂରଯାତ୍ରାର ସୁଯୋଗ ପାଇ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତି ହେବ ।  ପାଖ ପଡ଼ୋଶୀମାନେ ସହଯୋଗର ହାତ ବଢ଼ାଇପାରନ୍ତି। ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ବୃଦ୍ଧି ପାଇବ । ବହୁ ଲୋକଙ୍କ ର ପ୍ରଶଂସା ପାଇବା ଫଳରେ ଉତ୍ସାହିତ ହେବେ । ଦୂର ଯାତ୍ରାର ସୁଯୋଗ ପାଇ ସଫଳତା ମିଳିବ ।  
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର - ଶ୍ରୀ ବିଷ୍ଣୁଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ
 

Sponsored
know-horoscope-of-today | Argus News