Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - କେମିତି କଟିବ ଆଜିର ଦିନ ଜାଣନ୍ତୁ....

Horoscope

କେମିତି କଟିବ ଆଜିର ଦିନ ଜାଣନ୍ତୁ....

Ritu Das
Browse all articles by Ritu Das
·2 years ago·4 min read
କେମିତି କଟିବ ଆଜିର ଦିନ ଜାଣନ୍ତୁ....

ଅର୍ଗସ ବ୍ୟୁରୋ: ଆଜି କେମିତି କଟିବ ଆପଣଙ୍କ ଦିନ । କଣ ରହିଛି ଆପଣଙ୍କ ଭାଗ୍ୟ ଭବିଷ୍ୟତ । ଜାଣନ୍ତୁ... 
ମେଷ-
କର୍ମକ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ପ୍ରତ୍ୟେକ ପରିସ୍ଥିତିରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ । ଅସୁସ୍ଥତା କାରଣରୁ କେତେକ କାମରେ ଅବହେଳା କରିପାରନ୍ତି । ସାମାଜିକ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ । ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - କୌଣସି ଛୋଟା ଲୋକଙ୍କୁ କିଛି ସାହାଯ୍ୟ କରନ୍ତୁ
ବୃଷ-
ସ୍ୱାସ୍ଥ୍ୟ  କ୍ଷେତ୍ରରେ ସାମାନ୍ୟ ଉନ୍ନତି ଦେଖାଦେବ । ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ସମୟ ବିତାଇବେ । କର୍ମ କ୍ଷେତ୍ରରେ ନିରବତା ଅବଲମ୍ବନ କରିବେ । ବ୍ୟବସାୟରେ ପ୍ରତିହିଂସା ଲାଗି ରହିବ । ଛାତ୍ରଛାତ୍ରୀ ମାନେ ପଢାରେ ଆଗେଇବେ ।  ରାଜନିତିରେ ଉଚ୍ଚ ପଦବୀ ପାଇବେ । ମହିଳା ମାନେ ସାହାସୀ ହେବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬ 
ପ୍ରତିକାର – ମଙ୍ଗଳାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ମିଥୁନ-
ବୟସ୍କ ବ୍ୟକ୍ତିଙ୍କ ଶାରୀରିକ ଅସୁସ୍ଥତା ଯୋଗୁ ମାନସିକ ସ୍ଥିତି ଠିକ୍ ରହିବ ନାହିଁ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ପରାମର୍ଶକୁ ଗ୍ରହଣ କରିବେ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ । ପ୍ରଶାସନିକ ସ୍ତରରେ ସମସ୍ୟା ବୃଦ୍ଧି ପାଇବ । ଗୃହ ନିର୍ମାଣ, ଯାନ ମରାମତିରୁ ଖୁସି ରହିବେ । କାର‌୍ୟ୍ୟକୁଶଳତା ହେତୁ ମାନସିକ ସ୍ଥିତି ଭଲ ରହିବ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ବଗଳାମୁଖିଙ୍କର ପୂଜା ପାଠ କରନ୍ତୁ
କର୍କଟ-
ବଡ ବ୍ୟବସାୟୀଙ୍କ ସହିତ ହାତ ମିଶାଇବେ । ଜୀବନସାଥୀଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇବ। ନିଜ ଲୋକମାନେ ବିଶ୍ୱାସ ଘାତ କରିପାରନ୍ତି । ମହିଳା ମାନେ ଆତ୍ମ ସମ୍ମାନ ବଜାୟ ରଖିବେ । ଧାର୍ମିକ କାର୍ଯ୍ୟ କରିବାର ମଧ୍ୟ ଆପଣଙ୍କୁ ସୁଯୋଗ ମିଳିବ । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଶ୍ରୀ ଗଣେଶଙ୍କର ପୂଜା କରନ୍ତୁ  
ସିଂହ-
ପାରିବାରିକ ସ୍ଥିତି, ସଭାସମିତି, ଆଲୋଚନାଚକ୍ର, ସାହିତ୍ୟ ସଭା ପ୍ରଭୃତିରୁ ଖୁସି ରହିବେ । କର୍ମକ୍ଷେତ୍ରରେ ସତର୍କରେ ନ ଚଳିଲେ ବିବାଦ ଘେରରେ ପଡ଼ିପାରନ୍ତି । ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦର ଆଶଙ୍କା ରହିଛି ।  ଭୁଲ୍ ଅର୍ଥ ସମ୍ପର୍କିତ ଆଲୋଚନାରେ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଳାପ ଆଲୋଚନାରେ ସମୟ କଟାଇପାରନ୍ତି । ଶୁଭ ରଙ୍ଗ - ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ
କନ୍ୟା-
ବ୍ୟବସାୟରେ ଲାଭାଂଶ କମାଇବେ । ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇବେ । କ୍ରିଡା କ୍ଷେତ୍ରରେ ଉଲେଖନୀୟ ସଫଳତା ମିଳିପାରେ । ବିଦ୍ୟାର୍ଥୀମାନେ ବିଦ୍ୟାନୁରାଗି ହେବେ । ରାଜନିତିରେ ଭଲ କାମ କରି ଲୋକଙ୍କ ପ୍ରିୟ ରହିବେ । ମନରେ ଉଦ୍ବେଷ ବୃଦ୍ଧି ପାଇବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତୁଳସୀ ଚଉରା ମୂଳେ ଜଳ ଅର୍ପଣ କରନ୍ତୁ
ତୁଳା-
ନିଜ ଲୋକଙ୍କ ବେଖାତିର ମନୋଭାବ କାରଣରୁ ମନ ଭଲ ଲାଗିବ ନାହିଁ । ଯେ କୌଣସି କାମ ହେଉନା କାହିଁକି ଆପଣ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ । ମାଲିମକଦ୍ଦମାରେ ବିଜୟ ପ୍ରାପ୍ତିର ଆଶା କରିବେ । ନିଜ ମନ ପସନ୍ଦର ଜିନିଷ କିଣିବା ସକାଶେ ମନ ବଳାଇବେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମହାଦେବଙ୍କର ଦର୍ଶନ ସହିତ ପୂଜା ପାଠ କରନ୍ତୁ
ବିଛା-
ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେବା ଦରକାର । ଗୃହରେ କୌଣସି ବ୍ୟକ୍ତିଙ୍କ ଠାରୁ ସୁଖ ସମ୍ବାଦ ପାଇବେ । ବିଦ୍ୟାର୍ଥୀଙ୍କ ମନ ନୈରାଶୀଯୋଗ ରହିବ । ଚାକିରିଆଙ୍କ ଦରମା ବୃଦ୍ଧି ହୋଇପାରେ । ରାଜନିତିରେ ସମ୍ମାନ ପାଇବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ପ୍ରଭୁ ନୃସିଂହଙ୍କ ମନ୍ତ୍ର ପାଠ କରନ୍ତୁ
ଧନୁ-
ପ୍ରେମ ସମ୍ପର୍କକୁ ବଢାଇବା ସହିତ ଦାମ୍ପତ୍ୟ ଜୀବରେ ସୁଧାର ଆଣିବେ ।  ବ୍ୟବସାୟ ଅଗ୍ରଗତି କରିବା ପାଇଁ  ସାହାଯ୍ୟକାରୀ ଲୋକମାନେ ସହାୟତା କରିବେ । ଶିକ୍ଷାର୍ଥୀ ମାନେ ପଥ ଭ୍ରଷ୍ଟ ହୋଇ ପାରନ୍ତି । ବିବାଦୀୟ ଘଟଣାରେ ପ୍ରତିଦ୍ୱନ୍ଦିତା କ୍ରମଶଃ ବୃଦ୍ଧି ପାଇବ।   ଇଲୋକ୍ଟ୍ରୋନିକ ସାମଗ୍ରୀ କିଣି ପାରନ୍ତି 
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର –  ଶ୍ରୀ ଗଣେଷଙ୍କ ମନ୍ତ୍ର ପାଠ କରନ୍ତୁ
ମକର-
ପାରିବାରିକ ଜୀବନରେ ଆବଦ୍ଧ ରହିବ । ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ । ବ୍ୟବସାୟରେ ବହୁ ଚେଷ୍ଟା କରି ଲାଭ ପାଇବେ । କ୍ୟାରିୟରକୁ ନେଇ ଗର୍ବିତ ଅନୁଭବ କରିବେ । କୈାଣସି ବଡ ବିନିଯୋଗ କରିବା ସହିତ ଆର୍ଥିକ ଅଭିବୃଦ୍ଧି ଘଟିବ । ପ୍ରଶାସନ, ଅଧ୍ୟୟନ କ୍ଷେତ୍ରରୁ ଶୁଭଫଳ ମିଳିବ। 
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣକାଳିଙ୍କୁ ପୂଜା କରନ୍ତୁ
କୁମ୍ଭ-
ଦେହ ଭଲ ରହିଲେ ମଧ୍ୟ ମୁଣ୍ଡ ରୋଗରେ କଷ୍ଟ ପାଇବେ । ଦୂରଯାତ୍ରା ସଫଳ ହେବ ଓ ଲକ୍ଷ୍ୟ ହାସଲରେ ସମର୍ଥ ହୋଇପାରିବେ । ଆଜି ଅଟକି ରହିଥିବା କାମଗୁଡ଼ିକ ସୁବିଧାରେ ସମ୍ପନ୍ନ ହେବା କଷ୍ଟକର ହୋଇପଡ଼ିବ । ପରିସ୍ଥିତିବଶତଃ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ରାହୁଙ୍କର ପୂଜାର୍ଚ୍ଚନା କରନ୍ତୁ 
ମୀନ-
ସ୍ୱାସ୍ଥ୍ୟ ସମସ୍ୟା କେତେକାଂଶରେ ସୁଧୁରିଯିବ। ଯେକୌଣସି ସମସ୍ୟା ଆସିଲେ ତାହାକୁ ସାମ୍ନା କରିବେ । ଭୂ-ସମ୍ପତିକୁ ନେଇ କଳହ ଦେଖାଦେବ । ମହିଳା ମାନଙ୍କର ନନ୍ଧୁ ମିଳନ ଯୋଗ ରହିଛି । ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍ ଆରମ୍ଭ କରିବାକୁ ମନ ବଳାଇବେ । 
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩    
ପ୍ରତିକାର – ବୃହସ୍ପତିଙ୍କର ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ

ଅଧିକ ପଢ଼ନ୍ତୁ ରାଶିଫଳ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Know how to | Argus News