Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କେମିତି କଟିବ ଆଜି ଆପଣଙ୍କ ଦିନ .........ଜାଣନ୍ତୁ

Horoscope

କେମିତି କଟିବ ଆଜି ଆପଣଙ୍କ ଦିନ .........ଜାଣନ୍ତୁ

Ritu Das
Browse all articles by Ritu Das
·2 years ago·3 min read
କେମିତି କଟିବ ଆଜି ଆପଣଙ୍କ ଦିନ .........ଜାଣନ୍ତୁ

ଅର୍ଗସ ବ୍ୟୁରୋ: କେମିତି କଟିବ ଆଜି ଆପଣଙ୍କ ଦିନ । ତାକୁ ନେଇ ଚିନ୍ତିତ କି ? ତେବେ  ଜାଣି ରଖନ୍ତୁ କଣ କହୁଛି ଆପଣଙ୍କ ରାଶିଫଳ ।
ମେଷ-
ସ୍ୱାସ୍ଥ୍ୟରେ ସକରାତ୍ମକ ପରିବର୍ତ୍ତନ ଆସିପାରେ । କର୍ମ କ୍ଷେତ୍ରରେ ଉତ୍ସାହଜନକ ରହିବେ । ଖେଳ ପ୍ରତିଦ୍ୱନ୍ଦିତାରେ ସଫଳ ହେବେ । କୋର୍ଟ କଚେରୀ ମାମଲା ଠାରୁ ଦୂରରେ ରୁହନ୍ତୁ । ଅର୍ଥ ସମ୍ମାନର ଅଭାବ ରହିବ ନାହିଁ । 
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର -  ଓଁ ହ୍ରୀଂ ଶ୍ରୀଂ ମଙ୍ଗଳାୟ ନମଃ ଜପ କରନ୍ତୁ
ବୃଷ-
ବ୍ୟବସାୟକୁ ନେଇ ଭଲ ଚୁକ୍ତି ହେବାର ସମ୍ଭାବନା ରହିଛି । ପିତା ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ସମସ୍ୟା ଦେଖାଦେଇ ପାରେ । ଶିକ୍ଷା କ୍ଷେତ୍ରରେ ଅଧିକ ଅବହେଳା କରିବେ । କୌଣସି ବିଶିଷ୍ଠ ବ୍ୟକ୍ତିଙ୍କ ସହଯୋଗ ମନୋବଳକୁ ବଢେଇ ଦେବେ । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା' କମଳାଙ୍କ ପୂଜାର୍ଚ୍ଚନା କରନ୍ତୁ
ମିଥୁନ-
ଛୋଟ ଛୋଟ କଥାକୁ ନେଇ ପରିବାର ଭିତରେ ସମ୍ପର୍କ ହାନି ହୋଇପାରେ । ମାଲିମକଦ୍ଦମା କ୍ଷେତ୍ରରେ ଉତ୍ତମ ଫଳ ପାଇବେ । ରାସ୍ତା ଘାଟରେ ଯଥେଷ୍ଟ ସତର୍କ ସହିତ ଯାତାୟତ କରିବା ଉଚିତ୍ । ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ମା ଦତ୍ତାତ୍ରେୟଙ୍କ ମନ୍ତ୍ର ପାଠ କରନ୍ତୁ 
କର୍କଟ-
ପରୋକ୍ଷ ଶତ୍ରୁତା ଦୈନିକ ଜୀବନଚର୍ଯ୍ୟାକୁ କେତେକାଂଶରେ ପ୍ରଭାବିତ କରିପାରେ । ଛାତ୍ରଛାତ୍ରୀ ମାନେ ପଢାରେ ଭଲ ସଫଳତା ଆଣିବେ । କର୍ମ କ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ଠାରୁ ନିଜେ କରିଥିବା ଭୁଲ କଥା ଜାଣିପାରିବେ । ଫେରିବା ବାଟରେ ବନ୍ଧୁଙ୍କ ସହିତ ମତାନ୍ତର ରହିବ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଶ୍ରୀ ଗଣେଶଙ୍କ ମନ୍ତ୍ର ପାଠ କରନ୍ତୁ 
ସିଂହ-
କର୍ମକ୍ଷେତ୍ରରେ ଦକ୍ଷତା ବୃଦ୍ଧି ସହ ସହକର୍ମୀ ସହନାଭୁତି ପ୍ରଦର୍ଶନ କରିବେ । ଭାଗ୍ୟର ସହଯୋଗରେ ପୂର୍ବରୁ ଚାଲିଥିବା ସମସ୍ୟାରୁ ମୁକ୍ତ ହେବେ । ଗଠନମୂଳକ ଯୋଜନା ପ୍ରସ୍ତୁତ କରି ଆଗେଇ ଯିବାର ରାସ୍ତା ଖୋଲିଯିବ। ଶିକ୍ଷାର୍ଥୀମାନେ ବିଦ୍ୟାରେ ସଫଳତା ହାସଲ କରିବେ।
ଶୁଭ ରଙ୍ଗ - ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର –  ଶ୍ରୀ ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ
କନ୍ୟା-
ପାରିବାରିକ ଜୀବନରେ ବୁଝାବଣା ନେଇ ତିକ୍ତତା ଦୂରେଇବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ । ରାଜନୈତିକ ଆଲୋଚନା କ୍ଷେତ୍ରରେ ଶୁଭଫଳ ପାଇବେ । ବିବାଦରେ ବିଜୟ ଲାଭରୁ ମନବଳ ବୃଦ୍ଧି ପାଇବ । ନିକଟସ୍ଥ ସ୍ଥାନ ମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ପାଇବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -  ତ୍ରିପୁରା ସୁନ୍ଦରୀଙ୍କ ପୂଜାର୍ଚ୍ଚନା କରନ୍ତୁ 
ତୁଳା-
ଶାରୀରିକ ଅସୁସ୍ଥତା ଜନିତ ପୀଡାରେ କଷ୍ଟ ପାଇପାରନ୍ତି । ନିଜ ଲୋକଙ୍କ ଉପରେ ଭରସା କରିବାରେ ମନରେ ଦ୍ୱନ୍ଦ ଆସିବ । ଯେଉଁ ବ୍ୟବସାୟ ଆରମ୍ଭ କରିବା ପାଇଁ ଭାବୁଥିବେ ତାହା ଶୀଘ୍ର ଆରମ୍ଭ କରନ୍ତୁ । ମାଲିକମକଦ୍ଦମାରେ ଓକିଲଙ୍କ ସାହାଯ୍ୟ ପାଇବେ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ 
ବିଛା-
ବ୍ୟବସାୟରେ କୌଣସି ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ । ଚେଷ୍ଟା କରିଲେ ଅନ୍ୟକୁ ଦେଇଥିବା ଧନ ମିଳିପାରିବ । ରାଜନୈତିକ କ୍ଷେତ୍ରରେ ସମସ୍ୟା ସମାଧାନ କରିପାରିବେ । ଅଦାଲତରେ ସଫଳତା ହାସଲ କରି ଆନନ୍ଦ ଅନୁଭବ କରିବେ
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଛନା କରନ୍ତୁ
ଧନୁ-
କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । କିଛିଟା ଲୋଭନୀୟ ପ୍ରତିଶ୍ରୁତି ପ୍ରଦାନ କରି ବନ୍ଧୁଙ୍କ ସହ ନୂଆ ସମ୍ପର୍କରୁ ଖୁସି ରହିବେ । ସମ୍ପତ୍ତିକୁ ନେଇ ସାମାନ୍ୟ ଝଗଡା ଲାଗିପାରେ । ସାମୁହିକ ପ୍ରୟାସ ଓ ସହଯୋଗ ଦ୍ୱାରା ଆଗକୁ ବଢିବା ସମ୍ଭବ ହେବ
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ପ୍ରତିଦିନ ସକାଳୁ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ
ମକର-
ବ୍ୟବସାୟରେ ବ୍ୟୟର ଭାର ବଢି ଚାଲିବ । ଲୋକ ମାନଙ୍କ ସହଯୋଗ ଆପଣଙ୍କ ମନୋବଳକୁ ସୁଦୃଢ କରିବ । ରାଜନୀତିରେ ସାଧାରଣ କଥାକୁ କେନ୍ଦ୍ରକରି ମତ ପାର୍ଥକ୍ୟ ଦେଖା ଦେଇପାରେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ଦ୍ୱାରା କେତେକାଂଶରେ ଅଭିଳାଷ ମଧ୍ୟ ପୂରଣ ହୋଇଯିବ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣକାଳିଙ୍କୁ ପୂଜା କରନ୍ତୁ
କୁମ୍ଭ-
ପରିବାରରେ ଯେପ୍ରକାରର ସମସ୍ୟା ଆସିଲେ ମଧ୍ୟ ତାହାର ଠିକ୍ ସାମନା କରିବା କଷ୍ଟକର ହୋଇପାରେ । ବ୍ୟବସାୟ, ପରିବହନ , କ୍ଷେତ୍ରରେ ଦ୍ୱନ୍ଦ ଦୂର ହେବ । ଶିକ୍ଷା କ୍ଷେତ୍ରରେ ସୁନାମ , ପିଲାମାନଙ୍କ ସଫଳତାରେ ଆନନ୍ଦିତ ହେବେ । ସଭା ସମିତିରୁ ଉପକୃତ ହେବେ । 
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ହନୁମାନଙ୍କର ପୂଜା କରନ୍ତୁ
ମୀନ-
କଅଁଳ କଥା କହି କାମ ହାସଲ କରିବେ । ନୂତନ ଘର ତିଆରି, ଯାନବାହନ ମରାମତି, ଦୋକାନ ଉନ୍ନତିକରଣ କରିପାରିବେ । କର୍ମ କ୍ଷେତ୍ରରେ ସଂଘର୍ଷମୟ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ । ପଡୋଶୀଙ୍କ ସହିତ ସମସ୍ୟାମୂଳକ ପରିସ୍ଥିତି ସୃଷ୍ଟି ହେବ । 
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ମା ତାରାଙ୍କର ମନ୍ତ୍ର ପାଠ କରନ୍ତୁ

ଅଧିକ ପଢ଼ନ୍ତୁ ରାଶିଫଳ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Know how to spend | Argus News