Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Horoscope

ଆଜି କେମିତି କଟିବ ଆପଣଙ୍କ ଦିନ ଜାଣି ରଖନ୍ତୁ

Ritu Das
Browse all articles by Ritu Das
·2 years ago·4 min read
ଆଜି କେମିତି କଟିବ ଆପଣଙ୍କ ଦିନ ଜାଣି ରଖନ୍ତୁ

ଅର୍ଗସ ବ୍ୟୁରୋ: କେମିତି କଟିବ ଆଜି ଆପଣଙ୍କ ଦିନ । ତାକୁ ନେଇ ଚିନ୍ତିତ କି ? ତେବେ  ଜାଣି ରଖନ୍ତୁ କଣ କହୁଛି ଆପଣଙ୍କ ରାଶିଫଳ ।
ମେଷ-
ନିର୍ଦ୍ଧାରିତ ସମୟ ମଧ୍ୟରେ କାମ କରନ୍ତୁ ଆପଣଙ୍କୁ ଲାଭ ମିଳିବ । ଚାକିରିଆ ବ୍ୟକ୍ତି ନିଜର ବାଣୀ ଉପରେ ଧ୍ୟାନ ଦିଅନ୍ତୁ । ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନ ଲାଭର ସୂଚନା ମିଳୁଛି । ବିଦ୍ୟାର୍ଥୀ କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଫର୍ମ ଭରିବେ । 
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର -  ପାରାକୁ ଚାଉଳ ଖାଇବାକୁ ଦିଅନ୍ତୁ
ବୃଷ-
ପ୍ରତିଟି କାମ ମନଦେଇ କଲେ ସଫଳତା ପାଇବେ । ଜୀବନସାଥୀଙ୍କ ବିଚାର ବୁଝିବାକୁ ଚେଷ୍ଟା କରନ୍ତୁ । ସାଧାରଣ କଥାକୁ ନେଇ ସହକର୍ମୀଙ୍କ ସହ କଳହ ହୋଇପାରେ । ନିଜ ମନ ପସନ୍ଦର ଜିନିଷଟି କିଣିବାରେ ସମର୍ଥ ହେବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶ୍ୱେତଚନ୍ଦନ କର୍ପୂର ମିଶେଇ ମସ୍ତକରେ ଧାରଣ କରନ୍ତୁ    
ମିଥୁନ-
ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ । ନିତିଦିନିଆ କାମ ସହଜରେ ପୂରା ହେବ । ସଭା ସମିତିର ସମସ୍ୟା ସମାଧାନ ହେବ । କେତେକ କ୍ଷେତ୍ରରେ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି । 
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ସବୁଜ ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ
କର୍କଟ-
ଜୀବନସାଥୀଙ୍କ ସହଯୋଗରେ ଆଗକୁ ବଢିବାର ସୁଯୋଗ ପାଇବେ । ନୂଆ ବ୍ୟବସାୟ କରିବା ପାଇଁ ଚିନ୍ତା କରିପାରନ୍ତି । ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ। ଆପଣ କରିଆସୁଥିବା ଉଦ୍ୟମରେ ସଫଳ ହେବେ । ଦୂରଯାତ୍ରା କରିବାର ସୁଯୋଗ ରହିଛି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମିଠା ଦହି  ଖାଇ ଘରୁ ବାହାରନ୍ତୁ
ସିଂହ-
ପୂର୍ବ ବ୍ୟବସାୟ ଚୁକ୍ତିରୁ ଆପଣଙ୍କୁ ଅଚାନକ ଲାଭ ହେବ । ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ ଅଛି । ସାମାଜିକ ସଂସ୍ଥାର କାମରେ ସହଯୋଗ କରିବେ । ପୂଜାର୍ଚ୍ଚନାରେ ଅଧିକ ସମୟ ଅତିବାହିତ କରିବେ । ଛାତ୍ରଛାତ୍ରୀ ମାନେ ପାଠପଢାରେ ଉନ୍ନତି କରିବେ । 
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ ଥୋଇ ପ୍ରଣାମ କରନ୍ତୁ
କନ୍ୟା-
ବ୍ୟବସାୟରେ ଚୁକ୍ତି କରିବାକୁ ଯାଉଥିଲେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ ।     ଯେଉଁ କାମ ଆରମ୍ଭ କରିବେ ସେଥିରେ ସଫଳତା ମିଳିବ । ଅଫିସ କାମ କରିବା ବେଳେ ମନକୁ ବିଭିନ୍ନ ଯୋଜନା ଆସିବ । ଘରୋଇ ଦାୟିତ୍ୱ ନେଇ ପରିବାର ଲୋକଙ୍କ ସହ କଥା ହେବେ ।  
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -  ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ
ତୁଳା-
ଘରକୁ ଅତିଥି ଆସି ପାରନ୍ତି । ରାଜନୀତି କରୁଥିବା ବ୍ୟକ୍ତି ସମ୍ମାନ ପାଇବେ । କୌଣସି କାରଣରୁ ମନ ଅଶାନ୍ତ ରହିବ । ବଡ଼ କଂପାନିରୁ ଚାକିରି ପାଇଁ ଡାକରା ଆସିବ। ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ। ଅଚାନକ ଧନଲାଭ ହେବ। ମାତାପିତାଙ୍କ ସହିତ ଅଧିକ ସମୟ ବିତାଇବେ । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମହାଲକ୍ଷ୍ମୀଙ୍କ ପୂଜା ପାଠ କରନ୍ତୁ 
ବିଛା-
ବନ୍ଧୁ ସହ ସମ୍ବନ୍ଧ ପୂର୍ବ ଅପେକ୍ଷା ଭଲ ହେବ। ଚାକିରି ଖୋଜୁଥିବା ବ୍ୟକ୍ତି ବିଶେଷ ଶୁଭ ଖବର ପାଇବେ। ଆପଣଙ୍କ ବ୍ୟବହାର ଦ୍ବାରା ଲୋକମାନେ ପ୍ରଭାବିତ ହେବେ। ସରକାରୀ କାମ ପୂରା କରିବାରେ ସମୟ ଲାଗିପାରେ । ଲୋକମାନଙ୍କୁ ସହଜରେ ନିଜ କଥାରେ ପ୍ରଭାବିତ କରିବେ। ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତମ ଦିନଟିଏ । 
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯ 
ପ୍ରତିକାର – ହନୁମାନ ଚାଳିଶା  ପାଠ କରନ୍ତୁ 
ଧନୁ-
ବ୍ୟବସାୟରେ ବାକି ପଡ଼ିଥିବା ଅର୍ଥ ପାଇବେ। ଦାମ୍ପତ୍ୟ ଜୀବନ ସଜାଡ଼ିବା ପାଇଁ ଜୀବନସାଥୀଙ୍କ ସହ କଥା ହେବେ। କର୍ମ କ୍ଷେତ୍ରରେ ଗୁପ୍ତ ଶତ୍ରୁ ବୃଦ୍ଧି ପାଇବେ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ମାନ ସମ୍ମାନ ପାଇବେ। କେହି ଆପଣଙ୍କ ସହ ମିଶିବାକୁ ଚେଷ୍ଟା କରିପାରନ୍ତି। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ହଳଦୀ ରଙ୍ଗର ପୋଷାକ ପିନ୍ଧନ୍ତୁ
ମକର-
ଜୀବନ ସାଥି କୈାଣସି କାରଣରୁ ଆପଣଙ୍କର ପ୍ରଂଶସା କରିବେ । ଭାବିଥିବା କାମ ନିଜ ଦକ୍ଷତା ବଳରେ ପୁରା କରିବେ । ସାମାଜିକ ଗଣମାଧ୍ୟମରେ ଯାହାଙ୍କୁ ବନ୍ଧୁ ଭାବେ ଗ୍ରହଣ କରିବେ ତାଙ୍କ ସହ ବନ୍ଧୁତା ଦୀର୍ଘ ଦିନ ଧରି ରହିବ। ସରକାରୀ ଚାକିରିଆଙ୍କୁ ଭଲ କାମ ପାଇଁ ପ୍ରୋତ୍ସାହନ ମିଳିବ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ 
କୁମ୍ଭ-
ବ୍ୟବସାୟରେ କଠିନ ପରିଶ୍ରମ କରି ସଫଳତା ପାଇପାରିବେ । ଛାତ୍ରଛାତ୍ରି ମାନେ ପାଠ ପଢାରେ ମନଯୋଗ ଦେବେ । ଆର୍ଥିକ ଅବସ୍ଥା ସୁଧୁରିବ। ନିଜ ଲୋକଙ୍କ ସହିତ କୌଣସି ବିବାଦ କରନ୍ତୁ ନାହିଁ । ଏଥିନେଇ ମାନସିକ ଅଶାନ୍ତି ଦେଖାଦେଇ ପାରେ । କଳହ ଠାରୁ ନିଜକୁ ଦୂରେଇ ରଖନ୍ତୁ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ବିଷ୍ଣୁଙ୍କ ପାଖରେ ତୁଳସୀ ଅର୍ପଣ କରନ୍ତୁ
ମୀନ-
ପାରିବାରିକ ସମସ୍ୟା ଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ । ବ୍ୟବସାୟରେ ସମସ୍ୟା ବଢି ବଡ ଆକାର ଧାରଣ କରିବ । କୌଣସି ନୂତନ ଯୋଜନା ଉପରେ କାର‌୍ୟ୍ୟ କରିବା ପୂର୍ବରୁ ଭଲ ଭାବରେ ବିଚାର କରି ନିଅନ୍ତୁ । ଅଜଥା ବିବାଦରେ ପାଦ ଦିଅନ୍ତୁ ନାହିଁ ଅସୁବିଧାରେ ପଡିପାରନ୍ତି । 
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର –  ପଶୁ,ପକ୍ଷୀ ମାନଙ୍କୁ କିଛି ଖାଇବାକୁ ଦିଅନ୍ତୁ

ଅଧିକ ପଢ଼ନ୍ତୁ ରାଶିଫଳ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Know how | Argus News