କ'ଣ ରହିଛି ଆପଣଙ୍କ ଭାଗ୍ୟ ଭବିଷ୍ୟତ

Key Points
ଆଜି ଦିନଟି କେମିତି କଟିବ । କ'ଣ ରହିଛି ଆପଣଙ୍କ ଭାଗ୍ୟ ଭବିଷ୍ୟତ ।
ଭୁବନେଶ୍ୱର: ଆଜି ଦିନଟି କେମିତି କଟିବ । କଣ ରହିଛି ଆପଣଙ୍କ ଭାଗ୍ୟ ଭବିଷ୍ୟତ ।
ମେଷ- ନିର୍ଦ୍ଧାରିତ ସମୟ ମଧ୍ୟରେ କାମ କରନ୍ତୁ ଆପଣଙ୍କୁ ଲାଭ ମିଳିବ । ଚାକିରିଆ ବ୍ୟକ୍ତି ନିଜର ବାଣୀ ଉପରେ ଧ୍ୟାନ ଦିଅନ୍ତୁ । ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନ ଲାଭର ସୂଚନା ମିଳୁଛି । ବିଦ୍ୟାର୍ଥୀ କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଫର୍ମ ଭରିବେ । ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯ ପ୍ରତିକାର - ପାରାକୁ ଚାଉଳ ଖାଇବାକୁ ଦିଅନ୍ତୁ
ବୃଷ- ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରିବାକୁ ପଡିପାରେ । ସନ୍ତାନ ମଧ୍ୟରେ ବ୍ୟତିକ୍ରମ ଘଟିବାର ଆଶଙ୍କା ରହିଛି । ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଓ କୂଟନୀତି ପ୍ରୟୋଗ କରି କାମ ହାସଲ କରିବେ । ସମ୍ପତି କ୍ରୟ କରିବାର ସୁଯୋଗ ପାଇବେ । ଛାତ୍ରଛାତ୍ରି ମାନେ ପଢାରେ ଅବେହଳା କରି ପାରନ୍ତି । ମହିଳା ମାନଙ୍କ ମନବଳ ବୃଦ୍ଧି ଘଟିବ । ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬ ପ୍ରତିକାର – ଦେବୀ ମନ୍ଦିରରେ ଅରୁଆ ଚାଉଳ ଦାନ କରନ୍ତୁ
ମିଥୁନ- ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ । ନିତିଦିନିଆ କାମ ସହଜରେ ପୂରା ହେବ । ସଭା ସମିତିର ସମସ୍ୟା ସମାଧାନ ହେବ । କେତେକ କ୍ଷେତ୍ରରେ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି । ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫ ପ୍ରତିକାର – ସବୁଜ ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ
କର୍କଟ- ଶାରୀରିକ ଅବସ୍ଥାରେ ସନ୍ତୁଳନ ପାଇବେ । ଭଲ ପାଉଥିବା ଲୋକଙ୍କ ସହିତ ଆପଣ ସମୟ ବିତାଇବେ । ନିଜର ବନ୍ଧନକୁ ଦୃଢ଼ କରିବା ପାଇଁ ପ୍ରୟାସ କରିବେ । ଆପଣଙ୍କର ବ୍ୟକ୍ତିତ୍ୱ ପ୍ରତ୍ୟେକ କ୍ଷେତ୍ରରେ ବିକାଶ ହେବ । ପରୀକ୍ଷା ପ୍ରାର୍ଥୀମାନେ ଶ୍ରେଷ୍ଠ ପ୍ରଦର୍ଶନକାରୀ ହେବାର ସମ୍ଭାବନା ଅଧିକ ଦେଖାଦେବ ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨ ପ୍ରତିକାର – କୈାଣସି ଭୋକିଲା ଲୋକଙ୍କୁ ଖାଦ୍ୟ ଦିଅନ୍ତୁ
ସିଂହ- ପୂର୍ବ ବ୍ୟବସାୟ ଚୁକ୍ତିରୁ ଆପଣଙ୍କୁ ଅଚାନକ ଲାଭ ହେବ । ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ ଅଛି । ସାମାଜିକ ସଂସ୍ଥାର କାମରେ ସହଯୋଗ କରିବେ । ପୂଜାର୍ଚ୍ଚନାରେ ଅଧିକ ସମୟ ଅତିବାହିତ କରିବେ । ଛାତ୍ରଛାତ୍ରୀ ମାନେ ପାଠପଢାରେ ଉନ୍ନତି କରିବେ । ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧ ପ୍ରତିକାର – ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ ଥୋଇ ପ୍ରଣାମ କରନ୍ତୁ
📱 Get Argus News App
✨କନ୍ୟା- ଚାକିରିଆଙ୍କୁ ନୂଆ ପ୍ରକଳ୍ପ ଦାୟିତ୍ୱ ମିଳିବ । ପଡୋଶିଙ୍କ କଟୁକ୍ତି ମନରେ ଗଭୀର ରେଖାପାତ କରିପାରେ । କୈାଣସି କାମରେ ବିଶେଷ ଜ୍ଞାନ ହାସଲ କରିବେ । ନୂଆ କଳାକୈାଶଳ ଶିଖିବାକୁ ସୁଯୋଗ ମିଳିବ । ମନ ଭଲ ରହିବ । କର୍ମକ୍ଷେତ୍ରରେ ଭାବୁଥିବା କାମଟିକୁ କଷ୍ଟସାଧ୍ୟ ପୁରା କରିବେ ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫ ପ୍ରତିକାର - ବୁଧଙ୍କର ମନ୍ତ୍ର ପାଠ କରନ୍ତୁ
ତୁଳା- ଘରକୁ ଅତିଥି ଆସି ପାରନ୍ତି । ରାଜନୀତି କରୁଥିବା ବ୍ୟକ୍ତି ସମ୍ମାନ ପାଇବେ । କୌଣସି କାରଣରୁ ମନ ଅଶାନ୍ତ ରହିବ । ବଡ଼ କଂପାନିରୁ ଚାକିରି ପାଇଁ ଡାକରା ଆସିବ। ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ। ଅଚାନକ ଧନଲାଭ ହେବ। ମାତାପିତାଙ୍କ ସହିତ ଅଧିକ ସମୟ ବିତାଇବେ । ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬ ପ୍ରତିକାର – ମହାଲକ୍ଷ୍ମୀଙ୍କ ପୂଜା ପାଠ କରନ୍ତୁ
ବିଛା- ପେଟରେ କଷ୍ଟ ଅନୁଭବ କରିବେ । ଭାଇ-ଭଉଣୀଙ୍କ ଖୁସି ପାଇଁ ପାରିବାରରେ ଶାନ୍ତି କେତେଂକାଶରେ ଦେଖାଦେବ । ହଜି ଯାଇଥିବା ଦ୍ରବ୍ୟର ସନ୍ଧାନ ମିଳିବ । ଅଯଥା କୋର୍ଟ ମାମଲାରେ ଫସି ଯାଇ ହଇରାଣ ହୋଇପାରନ୍ତି । ଉପଯୁକ୍ତ ସମୟରେ ଆଶା କରୁଥିବା ଦିଗରୁ ଅର୍ଥଲାଭ ହୋଇପାରେ । ଛାତ୍ରଛାତ୍ରି ମାନେ ସଫଳତା ହାସଲ କରିବେ । ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯ ପ୍ରତିକାର – ମା ବଗଳାମୁଖୀଙ୍କ ପୂଜାର୍ଚ୍ଚନା କରନ୍ତୁ
ଧନୁ- ବ୍ୟବସାୟରେ ବାକି ପଡ଼ିଥିବା ଅର୍ଥ ପାଇବେ। ଦାମ୍ପତ୍ୟ ଜୀବନ ସଜାଡ଼ିବା ପାଇଁ ଜୀବନସାଥୀଙ୍କ ସହ କଥା ହେବେ। କର୍ମ କ୍ଷେତ୍ରରେ ଗୁପ୍ତ ଶତ୍ରୁ ବୃଦ୍ଧି ପାଇବେ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ମାନ ସମ୍ମାନ ପାଇବେ। କେହି ଆପଣଙ୍କ ସହ ମିଶିବାକୁ ଚେଷ୍ଟା କରିପାରନ୍ତି। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି । ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩ ପ୍ରତିକାର – ହଳଦୀ ରଙ୍ଗର ପୋଷାକ ପିନ୍ଧନ୍ତୁ
ମକର- ପରିବାରରେ ଯେତେ ଅସୁବିଧା ଆସିଲେ ମଧ୍ୟ ସବୁକୁ ଏଡାଇ ଆଗକୁ ଯିବେ । ଜୀବନ ସାଥୀଙ୍କ ସହିତ ଦୂର ଯାତ୍ରାରେ ଆନନ୍ଦ ପାଇବେ । ରାଜନୀତିରେ ପଛକଥାକୁ ଚିନ୍ତା କରି ବିରକ୍ତି ପ୍ରକାଶ କଲେ ଅନିଷ୍ଟକର ପରିସ୍ଥିତି ସୃଷ୍ଟି ହେବ । ନିଜ ପାଇଁ କିଛି ବାସୋପଯୋଗି ଭୂମି ବା ଘର କ୍ରୟ କରିପାରନ୍ତି । ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮ ପ୍ରତିକାର – ମା ଶାରଳାଙ୍କର ପୂଜାର୍ଚ୍ଚନା କରନ୍ତୁ
କୁମ୍ଭ- ବ୍ୟବସାୟରେ କଠିନ ପରିଶ୍ରମ କରି ସଫଳତା ପାଇପାରିବେ । ଛାତ୍ରଛାତ୍ରି ମାନେ ପାଠ ପଢାରେ ମନଯୋଗ ଦେବେ । ଆର୍ଥିକ ଅବସ୍ଥା ସୁଧୁରିବ। ନିଜ ଲୋକଙ୍କ ସହିତ କୌଣସି ବିବାଦ କରନ୍ତୁ ନାହିଁ । ଏଥିନେଇ ମାନସିକ ଅଶାନ୍ତି ଦେଖାଦେଇ ପାରେ । କଳହ ଠାରୁ ନିଜକୁ ଦୂରେଇ ରଖନ୍ତୁ । ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮ ପ୍ରତିକାର – ବିଷ୍ଣୁଙ୍କ ପାଖରେ ତୁଳସୀ ଅର୍ପଣ କରନ୍ତୁ
ମୀନ- ବନ୍ଧୁ ମାନଙ୍କ ସହିତ ସମୟ ଅତିବାହିତ କରିବେ । ପାରିବାରିକ ଜୀବନ ସୁଖ ଏବଂ ଶାନ୍ତିରେ କଟିବ । ଜମିବାଡି ସମ୍ବନ୍ଧିୟ ସମସ୍ୟାରୁ ମୁକ୍ତି ପାଇବେ । ସାଙ୍ଗଠନିକ କାର୍ୟ୍ୟରେ ଯୋଗଦାନ କରି ପାରନ୍ତି । ଆପଣ ଏକ ନୂତନ କାର୍ୟ୍ୟ ଆରମ୍ଭ କରିବେ । ଉଚ୍ଚଶିକ୍ଷାକୁ ପ୍ରାଥମିକତା ଦେବେ । ଆପଣଙ୍କର ଆୟ ବୃଦ୍ଧି କରିବାର ଅନେକ ସମ୍ଭାବନା ରହିଛି ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩ ପ୍ରତିକାର – ଶ୍ରୀ ବିଷ୍ଣୁ ସାହସ୍ରନାମା ପାଠ କରନ୍ତୁ