Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Horoscope

ଆଜି କେମିତି କଟିବ ଆପଣଙ୍କ ଦିନ...ପଢନ୍ତୁ

Smruti Parija
Browse all articles by Smruti Parija
·1 year ago·3 min read
ଆଜି କେମିତି କଟିବ ଆପଣଙ୍କ ଦିନ...ପଢନ୍ତୁ


ମେଷ-


ଅଟକି ରହିଥିବା କାମଟି ସୁବିଧାରେ ସମ୍ପନ୍ନ ହେବ। ଆତ୍ମୀୟମାନଙ୍କ ଉପରେ ଭୁଲ୍ ବୁଝାମଣା ହେତୁ ପାରିବାରିକ ସମସ୍ୟା ବଢ଼ିପାରେ। ଆର୍ଥିକ ଦିଗଟି ବିଶେଷ ଭଲ ନ ରହିଲେ ମଧ୍ୟ କାମ ଅଟକି ରହିବ ନାହିଁ। ମନୋରଞ୍ଜନ କାର‌୍ୟ୍ୟକ୍ରମରେ ନିଜକୁ ସାମିଲ୍ କରି ପ୍ରଶଂସିତ ହେବେ।


ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯ ପ୍ରତିକାର - ଓଁ ହ୍ରୀଂ ଶ୍ରୀଂ ମଙ୍ଗଳାୟ ନମଃ ଜପ କରନ୍ତୁ


ବୃଷ-


ଅନ୍ୟମାନଙ୍କଠାରୁ ଶ୍ରଦ୍ଧା ଓ ସମ୍ମାନ ହାସଲ କରିବାର ମଉକା ମିଳିବ । ପ୍ରିୟବ୍ୟକ୍ତିଙ୍କୁ ହରାଇ ମାନସିକ ଅସ୍ଥିରତା ଅନୁଭବ କରିବାକୁ ପଡିପାରେ । ବ୍ୟବସାୟରେ ପ୍ରତିହିଂସା ଲାଗି ରହିବ । କର୍ମ କ୍ଷେତ୍ରରେ ଅଧିକାରୀଙ୍କ ସହିତ ତାଳମେଳ ରଖନ୍ତୁ ଫାଇଦା ହେବ ।


ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬ ପ୍ରତିକାର – ପାଣିରେ ଟିକେ ହଳଦୀ ମିଶେଇ ଗାଧାନ୍ତୁ


ମିଥୁନ-


ପରିବାରରେ କାହାର ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ବ୍ୟସ୍ତ ହେବେ । କାହାରି କଥାରେ ପ୍ରଭାବିତ ହୋଇ ମୂଲ୍ୟହୀନ କାମରେ ମୁଣ୍ଡ ପୂରାଇପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସହମତିରେ କାମ କଲେ ଉପକୃତ ହେବେ। ପୁରାଣ ପଠନ, ସତ୍ସଙ୍ଗ ସାଙ୍ଗକୁ ଧର୍ମକାର‌୍ୟ୍ୟ ପ୍ରତି ଆଗ୍ରହୀ ହୋଇପାରନ୍ତି। ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫ ପ୍ରତିକାର – ମା ବିରଜାଙ୍କର ଆରଧନା କରନ୍ତୁ


କର୍କଟ-


ସ୍ବାସ୍ଥ୍ୟରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହେବାକୁ ନେଇ ମାନସିକ ଆଶ୍ୱସ୍ତି ଲାଭ କରିବେ। ସାମୟିକ ଭାବପ୍ରବଣତାରେ ହଜି ନ ଯାଇ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ଚେଷ୍ଟା କଲେ ଉପକାର ମିଳିବ । ସଭାସମିତି, ମାଲିମକଦ୍ଦମା କଥା କିମ୍ବା ରଚନାମତ୍କ କାର‌୍ୟ୍ୟରେ ଅଗ୍ରଗତି ଘଟିବ।


ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨ ପ୍ରତିକାର – ବୁଲା କୁକୁରକୁ ଖାଇବାକୁ ଦିଅନ୍ତୁ


ସିଂହ-


ଯେମିତି ଚାହୁଁଛନ୍ତି ସେମିତି କାମ ସମ୍ପନ୍ନ ହେବାରେ ଅସୁବିଧା ହେବ ନାହିଁ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟିର ଆଶଙ୍କା ରହିଛି। ପରିବାରର ଅସଜଡ଼ା ପରିସ୍ଥିତିକୁ ପଡ଼ୋଶୀଙ୍କ ସହାୟତାରେ ସଜାଡ଼ି ନେବେ । ଯାତ୍ରା, ବାଣିଜ୍ୟ, ଭ୍ରମଣ ଶାନ୍ତିପ୍ରଦ ରହିବ। ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧ ପ୍ରତିକାର – ଶ୍ରୀ ମାତଙ୍ଗୀଙ୍କ ପୂଜା କରନ୍ତୁ


କନ୍ୟା-


କର୍ମକ୍ଷେତ୍ରରେ ଉପସ୍ଥିତି ବୁଦ୍ଧି ଖଟାଇ ପରିସ୍ଥିତିକୁ ସୁଧାରି ନେବେ। ଆନୁଷ୍ଠାନିକ କ୍ଷେତ୍ରରେ ଆକସ୍ମିକ ଭାବରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ଘରେ କୌଣସି ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହୋଇପାରେ। ଆଇନ ଅଦାଲତ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ । ନୂତନ ଜମି କ୍ରୟ କରିବା ପାଇଁ ଯୋଗାଯୋଗ କରିପାରନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫ ପ୍ରତିକାର - ପାଣିରେ କିଛି ଲୁଣ ପକାଇ ଘରକୁ ପୋଛନ୍ତୁ


ତୁଳା-


ସଭାସମିତି କିମ୍ବା ଆଲୋଚନା କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ । କଳା, ସାହିତ୍ୟ, କ୍ରୀଡା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସିତ ହେବେ । ମାଲିମକଦ୍ଦମାରେ ବିଜୟୀ ହେବେ । ଆଗାମୀ ଆନୁଷ୍ଠାନିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବାର ସୁଯୋଗ ପାଇପାରିବେ । ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬ ପ୍ରତିକାର – କମଳାଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ


ବିଛା-


ଘରେ ବନ୍ଧୁମିଳନ କିମ୍ବା ବନ୍ଧୁଙ୍କ ଅପ୍ରତ୍ୟାଶିତ ଆଗମନରୁ ଖୁସି ହୋଇଯିବେ। ସାମାଜିକ ସ୍ତରରେ ସାଧାରଣ ସ୍ବାର୍ଥକୁ କେନ୍ଦ୍ରକରି କଳହର ସମ୍ମୁଖୀନ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟର ମତକୁ ସମ୍ମାନ ଦେଲେ ଉପକୃତ ହେବେ। ଅତୀତରେ ଘଟିଯାଇଥିବା ଘଟଣାଗୁଡ଼ିକୁ ଅସ୍ବାଭାବିକ ଭାବେ ଚିନ୍ତାକରି ଚିନ୍ତିତ ରହିବେ।


ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯ ପ୍ରତିକାର – ସିନ୍ଧୁର ଟିକା ମସ୍ତକରେ ଲଗାଇ ଘରୁ ବାହାରନ୍ତୁ


ଧନୁ-


କର୍ମ ଜଞ୍ଜାଳ ବୃଦ୍ଧି ହେତୁ ସ୍ୱାସ୍ଥ୍ୟ ସମସ୍ୟା ବଢିଯାଇପାରେ । ଆର୍ଥିକ ଅଭିବୃଦ୍ଧି ସହ ଭୂସମ୍ପତ୍ତି ଲାଭ କରିପାରନ୍ତି । କାର‌୍ୟ୍ୟବ୍ୟସ୍ତତା ଯୋଗୁ ଖାଦ୍ୟପେୟ ଠିକ୍ ରହି ନ ପାରେ, ଫଳତଃ ସ୍ବାସ୍ଥ୍ୟହାନିର ସମ୍ଭାବନା ରହଛି।


ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩ ପ୍ରତିକାର – ଗୋ ମତାଙ୍କୁ ସବୁଜ ଖାଦ୍ୟ ଏବଂ କିଛି ଗୁଣ୍ଡ ଖାଇବାକୁ ଦିଅନ୍ତୁ


ମକର-


କର୍ମକ୍ଷେତ୍ରରେ ଫାଇଲ୍ କାମ ବୃଦ୍ଧି ପାଇବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ । ପରିବାରରେ ମାନସିକ ଦ୍ୱନ୍ଦ୍ୱ ମଧ୍ୟରେ ସାମୟିକ ଅସନ୍ତୁଷ୍ଟ ରହିପାରନ୍ତି। ଉଦାରତା ଓ ସହନଶୀଳତା ଗୁଣରୁ ବନ୍ଧୁଙ୍କ ଦ୍ୱାରା ପ୍ରଶଂସିତ ହେବେ। ଅର୍ଥ ସାହାଯ୍ୟ ପାଇବେ ଏବଂ ଆଶା କରିଥିବା କୌଣସି ଖବର ପାଇ ଖୁସି ହେବେ।


ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮ ପ୍ରତିକାର – ନିମ୍ବକାଠରେ ଚନ୍ଦନ ଘୋରି ମସ୍ତକରେ ଧାରଣ କରନ୍ତୁ


କୁମ୍ଭ-


ସମସ୍ତ ପରିବାର ସଦର୍ସ ଏକାଠି ମିଶି ଦୂର ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି । ନକାରତ୍ମକ ଭାବନା ମସ୍ତିଷ୍କକୁ ଆସିବାକୁ ଦିଅନ୍ତୁ ନାହିଁ । ସମ୍ମାନିତ ଲୋକଙ୍କ ସହ ମିଶିବେ । ବୟସ୍କ ବ୍ୟକ୍ତିଙ୍କ ସମର୍ଥନ ପାଇ ବ୍ୟବସାୟରେ ହରେଇଥିବା ଟଙ୍କା ଫେରି ପାଇପାରନ୍ତି । ଜୀବନସାଥୀଙ୍କ ସହିତ ସମୟ ବିତାଇବାକୁ ଭଲ ସୁଯୋଗ ପାଇବେ ।


ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮ ପ୍ରତିକାର – ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ


ମୀନ-


ଶିଳ୍ପ, ବ୍ୟବସାୟ, ପରିବହନ, ଏଜେନ୍ସିପରେ ଉନ୍ନତି କରିବେ । ପିଲାଙ୍କ ବିବାହ ନେଇ ବନ୍ଧୁଙ୍କ ସହ ଆଲୋଚନା କରିବେ। ସାଂସ୍କୃତିକ ଅନୁଷ୍ଠାନରେ ପ୍ରଶଂସନୀୟ କାମକରି ସାମାଜିକ ସ୍ତରରେ ପ୍ରଶଂସିତ ହେବେ । ଆକସ୍ମିକ ଭାବରେ ପରିବାରର ଖର୍ଚ୍ଚଭାର ବୃଦ୍ଧି ପାଇବା ଯୋଗୁ ଚିନ୍ତିତ ହୋଇପାରନ୍ତି ।


ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩ ପ୍ରତିକାର- ଗୋମାତାଙ୍କୁ ଗୁଡ,ବୁଟ, ପାଚୀଲା କନ୍ଦଳୀ ଖାଇବାକୁ ଦିଅନ୍ତୁ

Sponsored
know-todays-april-18-horoscope | Argus News