Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Horoscope

ଏହି 4 ରାଶି ସତର୍କ ରୁହନ୍ତୁ...

Smruti Parija
Browse all articles by Smruti Parija
·2 years ago·3 min read
ଏହି 4 ରାଶି ସତର୍କ ରୁହନ୍ତୁ...

ଅର୍ଗସ ବ୍ୟୁରୋ: ଆଜି କେମିତି କଟିବ ଆପଣଙ୍କ ଦିନ । କଣ ରହିଛି ଆପଣଙ୍କ ଭାଗ୍ୟ ଭବିଷ୍ୟତ । ଆସନ୍ତୁ ନଜର ପକାଇବା । 

ମେଷ-

ଶାରିରୀକ  ସମସ୍ୟାରୁ ମୁକ୍ତି ପାଇବେ । ଜୀବନରେ ଉନ୍ନତି ପାଇଁ ନୂଆ ସୁଯୋଗ  ପାଇବେ । ଅଫିସରେ ଆପଣଙ୍କ ପାଖରେ କାମ ଅଧିକ ରହିବ । ଅଫିସ୍ କାମକୁ ଠିକ୍ ସମୟରେ ଶେଷ କରିବା ପାଇଁ ଚେଷ୍ଟା କରିବେ। କଳା କ୍ଷେତ୍ରରେ ଥିବା ଲୋକ ମାନେ ଭଲ ପ୍ରଦର୍ଶନ କରିବେ
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର -  ଓଁ ହ୍ରୀଂ ଶ୍ରୀଂ ମଙ୍ଗଳାୟ ନମଃ ଜପ କରନ୍ତୁ

ବୃଷ-

ବ୍ୟବସାୟ ,ବାଣିଜ୍ୟ କ୍ଷେତ୍ରରେ ଶୁଭ ଫଳ ପାଇପାରନ୍ତି । ଚାକିରୀଆ ମାନେ ଉପରିସ୍ଥ   ମାନଙ୍କର  ଶ୍ରଦ୍ଧା ଲାଭ କରିବେ । ଛାତ୍ରଙ୍କ ଲେଖା ପଢାରେ ବାଧା ଦୂର ହୋଇଯିବ । ବିଶିଷ୍ଠ ଓକିଲଙ୍କ ସହ ବୈଠକ କରିବାରେ ଅବସର ପାଇବେ । ସମ୍ପତି ବଢାଇବାର ଯୋଜନା ସଫଳ ହେବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପାଣିରେ ଟିକେ ହଳଦୀ ମିଶେଇ ଗାଧାନ୍ତୁ

ମିଥୁନ- 

ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ହେବ । ଦାମ୍ପତି ଜୀବନ ପ୍ରେମପୂର୍ବକ  ବିତିବ । ଅଫିସରେ କର୍ମଚାରୀଙ୍କ ଉପରେ  ବିରକ୍ତ ରୁହନ୍ତୁ ନାହିଁ । ଯାନବାହନ ଚଳାଇବା ସମୟରେ ସତର୍କ ଅବଲମ୍ବନ କରନ୍ତୁ । ସମ୍ପତି କ୍ରୟ କରିବାର ସୁଯୋଗ ପାଇବେ ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ମା ଦତାତ୍ରେୟଙ୍କ ମନ୍ତ୍ର ପାଠ କରନ୍ତୁ

କର୍କଟ-

ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ମୁକ୍ତି ଦେଇପାରେ । ଘର ଲୋକଙ୍କ ସାହାର‌୍ୟ୍ୟରେ ଅଧୁରା କାମ ପୂରା କରିବେ । ବ୍ୟବସାୟରେ ତ୍ୱରିତ ନିଷ୍ପତି ଲାଭପ୍ରଦ ହେବ । ଚାକିରିରେ କୈାଶଳ କ୍ରମେ ନିଜର ସ୍ଥିତି ସୁଦଢୃ କରିବେ । ଛାତ୍ରଛାତ୍ରି କ୍ୟାରିୟରରେ ନୂଆ ରୂପରେ ସୁଶୋଭିତ ହେବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର –  ମା  ଭୂବନେଶୂରୀଙ୍କ  ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ

ସିଂହ-

ଶିକ୍ଷାର୍ଥୀ ମାନେ ଅଧ୍ୟୟନ ଦିଗରେ ମନ ବଳାଇବେ । କର୍ମକ୍ଷେତ୍ରରେ ଆତ୍ମସନ୍ତୋଷ ଲାଭ କରିବେ । ଆକସ୍କିକ ବିପଦ ଦେଖାଦେଇ ପାରେ । ସତର୍କତା ଅବଲମ୍ବନ ନକଲେ ପୈତୃକ ସମ୍ପତି ହସ୍ତାନ୍ତର ହୋଇପାରେ
ଶୁଭ ରଙ୍ଗ - ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ମାତଙ୍ଗିଙ୍କ ଯନ୍ତ୍ର ମହାକବଚ ଧାରଣ କରନ୍ତୁ

କନ୍ୟା-

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦାମ୍ପତ୍ୟ ଜୀବନରେ ସାମଞସ୍ୟ ବଜାୟ ରହିବ । ଔଷଧ ବ୍ୟବସାୟୀଙ୍କୁ ଭଲ ଲାଭ ହେବ । ଛାତ୍ର ଛାତ୍ରୀ ମାନେ ପଢାରେ ମନ ଯୋଗ ରଖି ପାରିବେ ନାହିଁ ।   ମାଲିମକନ୍ଦମାରେ ସାମାନ୍ୟ ସଫଳତା ମିଳିବ
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -   ଶ୍ରୀ  ବିଷ୍ଣୁଙ୍କର ପୂଜାର୍ଚ୍ଚନା କରନ୍ତୁ

ତୁଳା-

ମସ୍ତିଷ୍କରୁ ଲାଗି ରହିଥିବା ସବୁ ଚିନ୍ତା ସମାପ୍ତ ହେବ । ବ୍ୟବସାୟକୁ ଆଗକୁ ନେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ପ୍ରେମ ପ୍ରସଂଙ୍ଗରେ ଆପଣ ସଫଳତା ପାଇବେ । ସାବଧାନ ରୁହନ୍ତୁ ସଡକ ଦୁର୍ଘଟଣା ହୋଇପାରେ । ବେପାରରେ ପ୍ରଚୁର  ଲାଭ ମିଳିବ
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଦେବୀ ମନ୍ଦିରରେ ଡାଲି, ଚାଉଳ ଦାନ କରନ୍ତୁ

ବିଛା-

ଚାକିରିରେ କିଛି ପରିବର୍ତନ ଆସିପାରେ । ସହପାଠୀ ଓ ଶିକ୍ଷକଙ୍କର ପୂର୍ଣ୍ଣରୂପେ ସହଯୋଗ ପାଇବେ । ଧାର ଦେଇଥିବା ପଇସା ଫେରସ୍ତ ପାଇବେ ।  ଆପଣଙ୍କର ପିତୃପୁରୁଷଙ୍କ ଘର ପାଇପାରିବେ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମନ୍ଦାର ଫୁଲକୁ ସୂର‌୍ୟ୍ୟ ଦେବତାଙ୍କୁ ଅର୍ପଣ କରି ଦିନ ଆରମ୍ଭ କରନ୍ତୁ

ଧନୁ-

ଫୁସଫୁସ ସଂକ୍ରମଣରେ ଆକ୍ରାନ୍ତ ହୋଇପାରନ୍ତି । ପରିବାର ଲୋକ ଆପଣଙ୍କ ଠାରୁ ଅନେକ କିଛି ଆଶା କରିବେ । ସାମାଜିକ କାର‌୍ୟ୍ୟରେ ରୁଚି ବଢିବ । ରାଜନୀତିରେ ବଡ ଆହ୍ୱାନକୁ ଦୃଢଭାବେ ମୁକାବିଲା କରନ୍ତୁ । ପୈତୃକ ସମ୍ପତ୍ତି ବ୍ୟବହାର କରି କିଛ଼ି ଅର୍ଥ କମାଇ ପାରନ୍ତି  
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

ମକର-

ପାରିବାରିକ ଜୀବନ ସୁଖ ଏବଂ ଶାନ୍ତିରେ କଟିବ । ଅଫିସ୍ରେ ସମସ୍ତେ ଆପଣଙ୍କୁ ସହଯୋଗ କରିବେ । ବ୍ୟବସାୟକୁ ବିସ୍ତାର କରିବା ପାଇଁ ଆପଣଙ୍କର ବିଶ୍ୱାସ ଆସିବ । ଚାକିରିରେ ଯୋଗ୍ୟତା ଅନୁସାରେ କୌଣସି ଉଚ୍ଚ ପଦବୀ ମିଳିପାରେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା  ଶାରଳାଙ୍କର ପୂଜାର୍ଚ୍ଚନା କରନ୍ତୁ

କୁମ୍ଭ-

ଚାକିରିଆ ଉଚ୍ଚ ପଦବୀ ପ୍ରାପ୍ତ କରିବେ ।  ସଙ୍ଗୀତରେ ରୁଚି ରଖିଥିବା ଲୋକଙ୍କୁ ଭଲ ଗୁରୁ ମିଳିବେ । ଦରକାରୀ ଜିନିଷ କିଣିବାରେ ଅଧିକ ଖର୍ଚ୍ଚ ହୋଇପାରେ । ଧନର ଠିକ୍ ଉପଯୋଗ କରିବା ପାଇଁ ଚେଷ୍ଟା କରିବେ । ନୂତନ ଯାନବାହନ କିଣିବାରେ ସକ୍ଷମ ହୋଇପାରନ୍ତି
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣ କାଳିଙ୍କ ମହାକବଚ ଧାରଣ କରନ୍ତୁ

ମୀନ-

ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ । ପାରିବାରିକ ବାତାବରଣ ଶାନ୍ତିଦାୟକ ରହିବ । ଅଫିସ୍ରେ କାମ କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିପାରେ । ଜମିବାଡି ସମ୍ବନ୍ଧିୟ ସମସ୍ୟାରୁ ମୁକ୍ତି ପାଇବେ । ସାଙ୍ଗଠନିକ କାର‌୍ୟ୍ୟରେ ଯୋଗଦାନ କରି ପାରନ୍ତି । ଆୟନ ଛାତ୍ରଙ୍କ ପାଇଁ ଦିନଟି ଭଲ ରହିବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

Sponsored
know-todays-horoscope | Argus News