|
logo
Live

Argus News - ଆଜି କେମିତି କଟିବ ଆପଣଙ୍କ ଦିନ

Horoscope

ଆଜି କେମିତି କଟିବ ଆପଣଙ୍କ ଦିନ

Smruti Parija
Browse all articles by Smruti Parija
·2 years ago·4 min read
ଆଜି କେମିତି କଟିବ ଆପଣଙ୍କ ଦିନ

ଅର୍ଗସ ବ୍ୟୁରୋ: ଆଜି କେମିତି କଟିବ ଆପଣଙ୍କ ଦିନ, କଣ ରହିଛି ଆଜିର ରାଶିଫଳ । ଦେଖିନିଅନ୍ତୁ । 

ମେଷ- ପଡୋଶୀ କିମ୍ବା ସହକର୍ମୀ ଅଥବା ଭାଇଭଉଣୀଙ୍କ ଶ୍ରଦ୍ଧାନରକ୍ତ ହୋଇପାରନ୍ତି। ନିକଟ ସମ୍ପର୍କୀୟ ମାନଙ୍କ ସାହାଯ୍ୟ ପ୍ରାପ୍ତିର ଆଶା ରଖିପାରନ୍ତି। ମିଠାକଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇବେ। ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇ ଯିବେ। ପଢାରେ ଆଗେଇ ଚାଲିବେ 
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଧାର୍ମିକ ସ୍ଥାନରେ କଳା ସୋରିଷ ତେଲ ଦାନ କରନ୍ତୁ 

ବୃଷ- ବୈବସାୟିକ ସ୍ଥିତି ଭଲ ରହିବା ସହ ପରିବହନରେ ଲାଭବାନ ହେବେ । ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟ ଲାଭକରି ଖୁସୀ ହେବେ। କୈାଣସି ସନ୍ତାନଙ୍କ ସ୍ବାସ୍ଥ୍ୟହାନୀ ଦୁଃଶ୍ଚିନ୍ତାକୁ ବଢାଇ ଦେଇପାରେ ।  ପାରିବାରିକ ସ୍ଥିତି ଓ କର୍ମକ୍ଷେତ୍ର ଉତମ ରହିବ । ପ୍ରିୟବ୍ୟକ୍ତିଙ୍କଠାରୁ ବହୁ ଦୂରରେ ରହି ଚିନ୍ତିତ ରହିବେ
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କଟକଚଣ୍ଡିଙ୍କ ମନ୍ତ୍ର ପାଠ କରନ୍ତୁ 

ମିଥୁନ- ସାମାଜିକ ସ୍ତରରେ ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରି ଅନୁତାପ କରିପାରନ୍ତି । ପିଲାମାନଙ୍କ ଉଚ୍ଚଶିକ୍ଷା ସକାଶେ ପ୍ରାଧାନ୍ୟ ଦେଇପାରନ୍ତି ।  ଶିଳ୍ପ, ବାଣିଜ୍ୟ ଓ ପରିବହନରୁ ଲାଭବାନ୍ ହେବେ। ରାଜନୀତିରେ ଦୃଢ଼ ସାହାଯ୍ୟ ଓ ସମର୍ଥନ ଯୋଗୁ ଆଗେଇଯିବେ । ଆପଣ ଯାହା ଆଶା କରୁଥିଲେ ଆଜି ତାହା ସହଜ ଓ ସୁବିଧାରେ ପାଇଯିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ
    

କର୍କଟ- ନୂତନ ଗୃହପୋକରଣ କ୍ରୟ କରିପାରନ୍ତି । ସାହିତ୍ୟ, ଗବେଷଣା ତଥା ରଚନାତ୍ମକ କାର‌୍ୟ୍ୟରେ ଅଗ୍ରଗତି ଘଟିବ। ଆକସ୍ମିକ ଭାବରେ ଜଣେ ବ୍ୟକ୍ତିଠାରୁ ଯଥେଷ୍ଟ ସହାୟତା ପାଇବେ । ସାମ୍ବାଦିକତା ତଥା ସଭାସମିତିରେ ପ୍ରଶଂସିତ ହେବେ। ଆର୍ଥିକ ଅନଟନ ଦୂର ହେବ । ବିଭିନ୍ନ କ୍ଷେତ୍ରରେ ଆଜିର ଖର୍ଚ୍ଚ ପରିମାଣ ଦିଗୁଣା ହୋଇପାରେ। 
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଶ୍ରୀ ଗଣେଷଙ୍କର ପୂଜା କରନ୍ତୁ    

ସିଂହ- ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସା ପାଇ ମନୋବଳ ବୃଦ୍ଧି ପାଇବ ପ୍ରଶାସନିକ ସ୍ତରରେ କିମ୍ବା ପ୍ରକାଶନ କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ। ଛାତ୍ରମାନେ ଶିକ୍ଷା ସମ୍ବନ୍ଧୀୟ ସୂଚନା ମଧ୍ୟ ପାଇବେ
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ବିଷ୍ଣୁଙ୍କ ଉପାସନା କରନ୍ତୁ

କନ୍ୟା- ଏକ ଅସ୍ଥାବର ସମ୍ପତ୍ତି କିଣିବା ସହିତ ଆପଣ ନିଜ ଘର ମଧ୍ୟ ପାଇପାରିବେ । ମହିଳା ମାନେ ଅଧିକ କାର‌୍ୟ୍ୟ କରି ପ୍ରଂଶସିତ ହେବେ । ଆଜି ଭ୍ରମଣ ହେତୁ କ୍ଳାନ୍ତି ଓ ଅବସାଦ ଦେଖା ଦେଇପାରେ । ନିର୍ଭରଯୋଗ୍ୟ ସୁତ୍ରରୁ କିଛି ଅର୍ଥ ପାଇବେ, ଯାହା ଆପଣଙ୍କର ଆର୍ଥିକ ଅସୁବିଧାକୁ ଦୂର କରିପାରେ । 
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -  ସର୍ବକାର‌୍ୟ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତୁଳା- ବ୍ୟକ୍ତିମାନେ ଉପର ମନରେ ଭଲ କଥା କହି ପଛରେ ବହୁତ ସମାଲୋଚନା କରିବେ । ବିଭିନ୍ନ ପ୍ରକାରର ସ୍ଥଗିତ କାମକୁ ନେଇ ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇପାରେ । ପିଲାମାନେ ଦ୍ୱନ୍ଦ ଭିତରକୁ ପ୍ରବେଶ କରିବେ । କୈାଣସି କାର‌୍ୟ୍ୟ କରିବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ କରନ୍ତୁ । ଆୟ ଲାଗି ନୂଆ ଉତ୍ସ ସମ୍ମୁଖକୁ ଆସିବ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପର୍ଶୁରାମ ଫଟକୁ ପୂଜାର୍ଚ୍ଚନା କରନ୍ତୁ

ବିଛା- ଜୀବନ ସାଥୀ କୋଣସି ଉପହାର ଦେଇ ଆପଣଙ୍କୁ ଆଶ୍ଚର‌୍ୟ୍ୟ କରି ଦେବେ ଜ୍ଝ ବ୍ୟବସାୟ କ୍ଷେତ୍ରରେ ନିବେଶ କରିଲେ ଉନ୍ନତି ହେବା ସହ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ । ଅଚିହ୍ନା ଲୋକଙ୍କ ଠାରୁ ସାହାର‌୍ୟ୍ୟ ପାଇବେ । ପୁରାତନ ଜିନିଷ ଓ ଗହଣା ଉପରେ ନିବେଶ କଲେ ବହୁତ ଲାଭ ଓ ଉନ୍ନତି ହୋଇପାରେ
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଛନା କରନ୍ତୁ

ଧନୁ- ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ । ବ୍ୟବସାୟୀ ମାନେ ଆଜି ବ୍ୟବସାୟରେ ଲାଭାଂଶ କମାଇବେ ।  ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସଭା ସମିତିରେ କୈାଣସି କଥା ଆପଣଙ୍କ ସପକ୍ଷରେ ଯିବ ନାହିଁ । ଶିକ୍ଷାତ୍ରୀ ମାନେ ଦେଇଥିବା ପରିକ୍ଷାରେ କୃତକାର‌୍ୟ୍ୟ ହେବେ । ନିଜ  ସାମର୍ଥ୍ୟ ଅନୁଯାୟୀ ସରଳ ଭାବେ କାମ ପୁରା କରିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩    
ପ୍ରତିକାର – ଶ୍ରୀ ରାମ  ରକ୍ଷକ ସ୍ତୋତ୍ର ପାଠ କରନ୍ତୁ

ମକର- ବ୍ୟବସାୟ କ୍ଷେତ୍ରରେ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା ପାଇଁ ଚେଷ୍ଟା କରିବେ । ସାଂସ୍କୃତିକ କାର‌୍ୟ୍ୟକ୍ରମରେ ଯୋଗ ଦେବା ସକାଶେ ଆହୂତ ହୋଇପାରନ୍ତି ।  ପ୍ରଶାସନିକ ଆଲୋଚନା କ୍ଷେତ୍ରରେ ଟେନସନ୍ କିଛି ମାତ୍ରରେ କମିଯିବ । କୈାଣସି ନୂତନ ବନ୍ଧୁତ୍ୱ ସାଙ୍ଗକୁ କର୍ମକ୍ଷେତ୍ର ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହେବ
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ 

କୁମ୍ଭ- ପରିବାରରେ ଆପଣଙ୍କ ପ୍ରାଧାନ୍ୟତା ବୃଦ୍ଧି ହୋଇପାରେ । ବେମାର, ବୃଦ୍ଧିଜନ, ଓ ଅଶକ୍ତ ଲୋକଙ୍କୁ ସହଯୋଗ କରିବା ପାଇଁ ହାତ ବଢେଇବେ । ଆର୍ଥିକ  କ୍ଷେତ୍ରରେ ଲଭବାନ୍ ସହିତ ସଂଚୟ କରିପାରନ୍ତି । ଛାତ୍ର ଛାତ୍ରୀ ମାନେ ପଢାରେ ମନ ଯୋଗ ରଖି ପାରିବେ ନାହିଁ । ରାଜନୈତିକ କ୍ଷେତ୍ରରେ ସଫଳତା ପାଇବେ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ମୀନ- ପତିପତ୍ନୀଙ୍କ ମଧ୍ୟରେ ଭଲ ସପଂର୍କ ସୃଷ୍ଟି ହେବ । ଉପରିସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବା ସହ କର୍ମକ୍ଷେତ୍ରରେ ପୂର୍ଣ୍ଣ ସଫଳତା ପ୍ରାପ୍ତି ହେବ । ବ୍ୟବସାୟରେ ଅଚାନକ ଧନପ୍ରାପ୍ତି ହୋଇପାରେ । ନୂତନ କର୍ମ ଆରମ୍ଭ କରିବାର ସୁଯୋଗ ପାଇବେ । ନାନା ଚିନ୍ତାରେ ମାନସିକ ଅସ୍ଥିରତା ବଢିବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଅଶ୍ୱତଥ୍ ଗଛକୁ ପୂଜା କରନ୍ତୁ

Sponsored
ଆଜି କେମିତି କଟିବ ଆପଣଙ୍କ ଦିନ | Argus News