ଘରେ କେଉଁ ଗଛ ରହିଲେ, ଘରେ ହୋଇଥାଏ ଧନର ବର୍ଷା ଜାଣନ୍ତୁ

ବାସ୍ତୁଶାସ୍ତ୍ରରେ ସବୁ ଜିନିଷକୁ ନେଇ କିଛି ନା କିଛି ବିଚାର ଥାଏ । ସେହିପରି ବାସ୍ତୁଶାସ୍ତ୍ରରେ ଗଛ-ଲତାକୁ ଦିବ୍ୟ ଶକ୍ତିର ଉତ୍ସ ଭାବରେ ବିବେଚନା କରାଯାଏ । ଏଥିସହ ଅନେକ ଗଛକୁ ବାସ୍ତୁଶାସ୍ତ୍ରରେ ପବିତ୍ର ବୋଲି କୁହାଯାଏ । ସେହି ଗଛ ଗୁଡ଼ିକୁ ଘରେ ଲଗାଇବା ଓ ପୂଜା କରିବା ଦ୍ୱାରା ସୁଖ ଏବଂ ସମୃଦ୍ଧ ମିଳିଥାଏ । ତେବେ ସେଥି ମଧ୍ୟରୁ ଲାଜକୁଳୀ ଲତା ଅନ୍ୟତମ । ଲାଜକୁଳୀ ଲତା କେବଳ ଧାର୍ମିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ଏହା ଔଷଧୀୟ ଗୁଣରେ ମଧ୍ୟ ପରିପୂର୍ଣ୍ଣ । ଏହି ଗଛଟି ଭଗବାନ ଶିବ ଏବଂ ଶନି ଦେବଙ୍କ ସହ ଜଡିତ, ତେଣୁ ଏହାକୁ ଘରେ ସୁଖ, ସମୃଦ୍ଧି ଏବଂ ଶାନ୍ତି ପାଇଁ ଲଗାଯାଏ ।ଶିବ ପୁରାଣରେ ଲାଜକୁଳୀ ଲତାର ଅନେକ ଉପଚାର ବିଷୟରେ ବର୍ଣ୍ଣିତ ହୋଇଛି। ତେବେ ଆସନ୍ତୁ ଜାଣିବା ଲାଜକୁଳୀ ଲତା ସହିତ ଜଡିତ କିଛି ଉପଚାର ବିଷୟରେ।
ରୋଗରୁ ମୁକ୍ତି:- ଯଦି ଆପଣ ବହୁଦିନ ଧରି କୌଣସି ରୋଗରେ ପୀଡିତ ଅଛନ୍ତି, ତେବେ ପାଣିରେ କ୍ଷୀର ମିଶାଇ ଲାଜକୁଳୀ ଲତାକୁ ଅର୍ପଣ କରନ୍ତୁ । ଏହି ସମୟରେ ମହାଦେବ'ଙ୍କ ନାମ ଜପ କରନ୍ତୁ । ଆପଣ ସେହି ରୋଗରୁ ମୁକ୍ତି ପାଇବେ ବୋଲି ବିଶ୍ଵାସ ରହିଛି ।
📱 Get Argus News App
✨ଆର୍ଥିକ ଲାଭ ପାଇଁ:- ଶନିବାର ଦିନ, ସକାଳେ ସ୍ନାନ କରିବା ପରେ,ଲାଜକୁଳୀ ଲତାକୁ ପୂଜା କରନ୍ତୁ । ଏହାର ଗୋଟିଏ ପତ୍ର ଆଣି ଆପଣଙ୍କ ପର୍ସରେ ରଖନ୍ତୁ । ଏହା ଆପଣଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବ ଏବଂ ଆର୍ଥିକ ଲାଭର ସମ୍ଭାବନା ସୃଷ୍ଟି କରିଥାଏ ।
ଋଣରୁ ମିଳିବ ମୁକ୍ତି:- ଯଦି ଆପଣ ବହୁତ ଦିନ ଧରି ଋଣ ସମସ୍ୟାରେ ବୁଡ଼ି ରହିଛନ୍ତି, ତେବେ ଶନିବାର ଦିନ ଲାଜକୁଳୀ ଲତାକୁ ବିଧିପୂର୍ବକ ପୂଜା କରନ୍ତୁ। ଏହି ସମୟରେ,ଲାଜକୁଳୀ ଲତା ପାଖରେ କଳା ବିରି ଏବଂ ରାଶି ଅର୍ପଣ କରନ୍ତୁ ।
ଶନି ଦେବଙ୍କ ଆଶୀର୍ବାଦ:- ସୋମବାର କିମ୍ବା ଶନିବାର ଦିନ ଲାଜକୁଳୀ ଲତାର ଡାଳରେ ଲାଲ ଓ ହଲଦିଆ ରଙ୍ଗ ମିଶା ସୂତା ବାନ୍ଧନ୍ତୁ । ଏହି ଉପାୟ କରିବା ଦ୍ୱାରା ଶନିଦେବ ପ୍ରସନ୍ନ ହୁଅନ୍ତି ଏବଂ ତାଙ୍କର ଆଶୀର୍ବାଦ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ କରାଯାଏ ।
କ୍ୟାରିୟରରେ ସଫଳତା:- ଯଦି ଆପଣ କ୍ୟାରିୟର ଏବଂ ବ୍ୟବସାୟରେ ସଫଳତା ପାଇବାକୁ ଚାହୁଁଛନ୍ତି, ତେବେ ଶନିବାର ଦିନ ଲାଜକୁଳୀ ଲତାକୁ ଜଳ ଅର୍ପଣ କରନ୍ତୁ । ଏହା ଆପଣଙ୍କୁ ଆପଣଙ୍କ କ୍ୟାରିୟରରେ ମନ ମୁତାବକ ସଫଳତା ଆଣିଦେବ ।