Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Horoscope

ସତର୍କ ରୁହନ୍ତୁ ଏହି 4 ରାଶି...

Smruti Parija
Browse all articles by Smruti Parija
·2 years ago·3 min read
ସତର୍କ ରୁହନ୍ତୁ ଏହି 4 ରାଶି...

ଅର୍ଗସ ବ୍ୟୁରୋ: ଆଜି କେମିତି କଟିବ ଆପଣଙ୍କ ଦିନ । ସର୍ତକ ରୁହନ୍ତୁ ଏହି ରାଶି । ଦିନ ଆରମ୍ଭ କରିବା ପୂର୍ବରୁ ଜାଣି ନିଅନ୍ତୁ ଆଜିର ରାଶିଫଳ ।  


ମେଷ-

ଆପଣଙ୍କ ସାଥୀଙ୍କୁ ଅଧିକ ସମର୍ଥନ କରନ୍ତୁ । ଆପଣ ସର୍ବଦା ନିଜର ଭବିଷ୍ୟତକୁ ଧ୍ୟାନରେ ରଖି କାର‌୍ୟ୍ୟ କରିବା ଉଚିତ । ଗୃହିଣୀଙ୍କ ଘର କାମରେ ଘର ଲୋକ ସାହାର୍ଯ୍ୟ କରିବେ । ବିଦ୍ୟାର୍ଥୀ ମାନେ ପଢାରେ ଶିକ୍ଷକଙ୍କ ସହାୟତା ପାଇବେ । 
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର -  ହନୁମାନଙ୍କର ଆରାଧନା କରନ୍ତୁ

ବୃଷ-

କାମରେ ଭଲ ପ୍ରଦର୍ଶନ ପାଇଁ ନୂଆ ଉଦ୍ୟମ କରିବେ । ବାଲ୍ୟ ବନ୍ଧୁଙ୍କ ସହିତ ସାକ୍ଷାତ ହେବାର ଯୋଗ ରହିଛି । ସ୍ୱାର୍ଥ ପ୍ରବୃତିର ଶୀକାର ହୋଇ ସମ୍ପର୍କର ମଧୁର ସ୍ୱାଦ ଅନୁଭବ କରିବେ ।  ଜମିରେ ନିବେଶ କରନ୍ତୁ ଲାଭ ମିଳିବ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଭାର୍ଗବୀଙ୍କର ପୂଜାର୍ଚ୍ଚନା କରନ୍ତୁ

ମିଥୁନ-

ମାନସିକ ଉତେଜନା ଭୋଗିବେ । ଆପଣଙ୍କ ଚିନ୍ତା ଧାରାକୁ ବଦଳାଇ ବ୍ୟବସାୟରେ ଲାଭବାନ୍ ହେବାକୁ ଚେଷ୍ଟା କରିବେ । ସମ୍ପତି କ୍ରୟ କରିବାର ସୁଯୋଗ ପାଇବେ । ଛାତ୍ରଛାତ୍ରି ମାନେ ପଢାରେ ଅବେହଳା କରି ପାରନ୍ତି ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ବିଷ୍ଣୁଙ୍କର ସହସ୍ର ନାମ ପାଠ କରନ୍ତୁ

କର୍କଟ-

ଅଫିସରେ କାର୍ଯ୍ୟ ବ୍ୟସ୍ତତା ଯୋଗୁ ଖାଦ୍ୟପେୟ ଠିକ୍ ରହିବ ନାହିଁ ।  କୈାଣସି ଉନ୍ନତି ମୂଳକ କାର୍ଯ୍ୟ ସକାଶେ ମୋଟା ଅଙ୍କର ଅର୍ଥ ଦରକାର ପଡିବ । କୈାଣସି କାର୍ଯ୍ୟରେ ବିଚଳିତ ହୁଅନ୍ତୁ ନାହିଁ । ରାଜନୀତିରେ ବିବାଦ ଦେଖାଦେଲେ ବି ପରେ ସମାଧାନ ହୋଇଯିବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ବାପା , ମାଙ୍କ ଚରଣ ସ୍ପର୍ଶ କରନ୍ତୁ

ସିଂହ-

ନିଜର ବନ୍ଧନକୁ ଦୃଢ଼ କରିବା ପାଇଁ  ପ୍ରୟାସ କରିବେ । ଯଦି ଆପଣ ଏକ ନୂତନ ବ୍ୟବସାୟ ଆରମ୍ଭ କରନ୍ତି, ତେବେ ଫଳାଫଳ ଅନୁକୂଳ ହେବ । ଶିକ୍ଷାର୍ଥି ମାନେ ବିଦ୍ୟାରେ ସଫଳତା ହାସଲ କରିବେ । ଚାକିରି କ୍ଷେତ୍ରରେ ଆଶା ଅଭିଳାଷା  ପୂରଣ ହୋଇପାରେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ସୂର‌୍ୟ୍ୟକୁ ଜଳଦାନ କରି ଦିନ ଆରମ୍ଭ କରନ୍ତୁ

କନ୍ୟା-

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବାନ୍ଧବୀଙ୍କର ସହିତ ଦେଖାହେଇ ପାରେ । ପରିବହନ, ଓ ଶିଳ୍ପ କ୍ଷେତ୍ରରେ ଲାଭବାନ ହେବେ। ଚାକିରିରେ କୈାଶଳ କ୍ରମେ ନିଜର ସ୍ଥିତି ସୁଦଢୃ କରିବେ । ନିର୍ମାଣଧିନ ଗୃହ ପୂର୍ଣ୍ଣାଙ୍ଗ ଆରମ୍ଭ ହେବ । ମାଲିମକବ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । 
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -  ସକାଳୁ  କାଉକୁ ଖାଇବାକୁ ଦିଅନ୍ତୁ    

ତୁଳା-

ଆପଣଙ୍କର ବ୍ୟକ୍ତିତ୍ୱ ପ୍ରତ୍ୟେକ କ୍ଷେତ୍ରରେ ବିକାଶ ହେବ ।  ପରୀକ୍ଷା ପ୍ରାର୍ଥୀମାନେ ଶ୍ରେଷ୍ଠ ପ୍ରଦର୍ଶନକାରୀ ହେବାର ସମ୍ଭାବନା ଅଧିକ ଦେଖାଦେବ ।  ନିଜ ଜୀବନକୁ ସୁସଂଗଠିତ ରଖିବା ପାଇଁ ନିଜର ଦକ୍ଷତା ବିକାଶ କରିବା ଆବଶ୍ୟକ । ମହିଳା ମାନେ କାର୍ଯ୍ୟ ବ୍ୟସ୍ତ ରହି ପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ବିଛା-

କୈାଣସି କାରଣରୁ ମନରେ ଭୟ ଆସିପାରେ । କର୍ମ କ୍ଷେତ୍ରରେ ସହକର୍ମୀଙ୍କର ସହୟତା ଲୋଡିବେ । ରାଜନୀତି କ୍ଷେତ୍ରରେ କିଛି ପଦପଦବୀ ପ୍ରାପ୍ତ ହୋଇପାରେ । ଛାତ୍ର ଛାତ୍ରୀ ମାନେ ଅଧିକ ସମୟ ଖେଳରେ କଟାଇବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରି ଦିନ ଆରମ୍ଭ କରନ୍ତୁ

ଧନୁ-

ପାରିବାରିକ ବୁଝାବଣା ବଢିବ । ରାଜନୀତିରେ ହଠାତ୍ ନିର୍ଣ୍ଣୟ ନେବାକୁ ପଡିପାରେ । କୋର୍ଟରେ ରାୟ ଆପଣଙ୍କ ସପୋର୍ଟ ରେ ଆସିପାରେ । ମନ ମୁତାବକ ଭୁମି ଚୟନ କରି ତାକୁ କ୍ରୟ କରିବେ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ରାମଙ୍କ ସ୍ତୋତ୍ର ପାଠ କରନ୍ତୁ

ମକର-

ପାରିବାରିକ ଜୀବନ ଦୁଃଖ-ସୁଖ ଲାଗି ରହିବ । ଚାକିରିରେ ସହକର୍ମୀ ମାନେ ଈର୍ଷା କରିପାରନ୍ତି । ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ବଢିବ । ହଜି ଯାଇଥିବା ଦ୍ରବ୍ୟର ସନ୍ଧାନ ମିଳିବ । ଅଯଥା କୋର୍ଟ ମାମଲାରେ ଫସି ଯାଇ ହଇରାଣ ହୋଇପାରନ୍ତି ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଭଗବାନ ବିଷ୍ଣୁଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ

କୁମ୍ଭ-

ଭାଇ-ଭଉଣୀଙ୍କ ଖୁସି ପାଇଁ ପାରିବାରରେ ଶାନ୍ତି କେତେଂକାଶରେ ଦେଖାଦେବ । ପତ୍ନୀଙ୍କ ସହ ମନମାଳିନ୍ୟ ଯୋଗୁଁ ଆପଣ ଅଶାନ୍ତି ଭୋଗ କରିବେ । ଛାତ୍ର ଛାତ୍ରୀ ମାନେ ପଢାରେ ମନ ଯୋଗ ରଖି ପାରିବେ ନାହିଁ । କୈାଣସି  କଥାକୁ ନେଇ ମତାନ୍ତର ଦେଖାଦେଇ ପାରେ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ

ମୀନ-

କର୍ମକ୍ଷେତ୍ରରେ ବାକି ପଡିଥିବା ପଇସା ପାଇବା ପାଇଁ ଚାପ ପ୍ରୟୋଗ କରିବେ । ଛାତ୍ରଛାତ୍ରି ମାନେ ସଫଳତା ହାସଲ କରିବେ । ରାଜନୀତି କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ମହିଳା ମାନଙ୍କୁୁ କଠିନ ପରିଶ୍ରମ କରିବାକୁ ପଡିପାରେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ସକାଳୁ ଉଠି ଗୁରୁଜନ ମାନଙ୍କୁ ପ୍ରଣାମ କରନ୍ତୁ

Sponsored
know-your-horoscope-today | Argus News